PM Narendra Modi address public meeting in Meerut
Our Government is trying everything possible for progress of Uttar Pradesh: PM Modi
Shri Modi attacks Congress for allying with Samajwadi party
This election is about UP’s fight against SCAM - Samajwadi Party, Congress, Akhilesh Yadav and Mayawati, says Shri Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ମିରଟରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କଲେ । ସେ କହିଲେ ''1857 ରେ ଇଂରେଜ ବିରୋଧରେ ସ୍ୱାଧୀନତାର ପ୍ରଥମ ଲଢେଇ ମିରଟ ଭୂମିରେ ହିଁ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ଗରିବଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଲଢେଇ ମଧ୍ୟ ଏଠି ହିଁ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ଜନତାଙ୍କୁ କହିଲେ ସରକାର ପରିବର୍ତନ କରନ୍ତୁ ତେବେ ଯାଇ ଉତ୍ତରପ୍ରଦେଶର ଭାଗ୍ୟ ଆପେ ପରିବର୍ତନ ହୋଇଯିବ । ରାଜ୍ୟର ଗରିବ, ଯୁବଗୋଷ୍ଟି, ଅବହେଳିତଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ଦେଉଥିବା ଅର୍ଥକୁ ରାଜ୍ୟ ସରକାର ଦୁରୂପଯୋଗ କରିଥିବା ପ୍ରଧାନମନ୍ତ୍ରୀ ଅଭିଯୋଗ କଲେ । ଦୁର୍ନୀତି ଓ ପରିବାର ବିବାଦରେ ଉବୁଟୁବୁ ହେଉଥିବା ନେତାମାନେ ରାଜ୍ୟର ବିକାଶ ଓ ପ୍ରଗତିକୁ ରୋକି ଅରାଜକତା ସୃଷ୍ଟି କରିଛନ୍ତି। ପ୍ରଧାନମନ୍ତ୍ରୀ କହିଲେ ,କଂଗ୍ରେସ କିଛିଦିନ ତଳେ ଗାଁ ଗାଁ ବୁଲି ପ୍ରଚାର କରୁଥିଲେ କିଭଳି ଉତ୍ତରପ୍ରଦେଶକୁ ଲୁଟାଯାଉଛି,କଂଗ୍ରେସ ସପା ଏବଂ ଉତ୍ତରପ୍ରଦେଶ ସରକାରଙ୍କୁ ସମ୍ୱଲଚାନା କରି ଏଭଳି କରୁଥିଲେ କିନ୍ତୁ ଆଜି ହଟାତ ଆଜି ନିଜ ନିଜ ସ୍ଥିତି ରକ୍ଷା ପାଇଁ ହାତ ମିଳାଇଛନ୍ତି।

ପ୍ରଧାନମନ୍ତ୍ରୀ ବିରୋଧୀ ଦଳଙ୍କୁ କଡ଼ା ସମାଲୋଚନା କରିବା କରି ସେମାନଙ୍କୁ ‘ସ୍କାମ୍‌-SCAM’ ବୋଲି ଆକ୍ଷେପ କରିଥିଲେ। ସେ କହିଲେ ବିଜେପି ଲଢେଇ ସ୍କାମ ବିରୋଧରେ ରାଜ୍ୟରେ ଲଢ଼େଇ କରୁଛି , ସ୍କାମ୍‌ର ପ୍ରକୃତ ଅର୍ଥ ହେଉଛି S-ସମାଜବାଦୀ ପାର୍ଟି, C-କଂଗ୍ରେସ, A-ଅଖିଳେଶ ଏବଂ M-ମାୟାବତୀ । ପ୍ରଧାନମନ୍ତ୍ରୀ ଜନତାଙ୍କୁ କହିଲେ ଆପଣମାନଙ୍କୁ ସ୍କାମ୍‌ ଏବଂ ବିଜେପି ମଧ୍ୟରୁ ଗୋଟିଏ ବାଛିବାକୁ ପଡ଼ିବ । ବିଜେପି ସରକାର ଉତ୍ତରପ୍ରଦେଶର ଉନ୍ନତି ପାଇଁ ଯାହା ବି କିଛି ସମ୍ଭବ ତାହା କରିବା ପାଇଁ ପ୍ରସ୍ତୁତ ଅଛି । ଏହାଛଡ଼ା ମୋଦି ଆହୁରି କହିଛନ୍ତି ଯେ କେନ୍ଦ୍ର ତରଫରୁ ରାଜ୍ୟର ବିକାଶ ନିମନ୍ତେ ଯେଉଁ ସହାୟତା ମିଳିଛି ସମାଜବାଦୀ ପାର୍ଟି ତାହାର ସଦୁପଯୋଗ କରି ପାରିନାହିଁ। କେନ୍ଦ୍ରର ବିଜେପି ସରକାର ଉତ୍ତରପ୍ରଦେଶକୁ ଗରିବ କଲ୍ୟାଣ ଓ ସ୍ୱାସ୍ଥ୍ୟ ସେବା ନିମନ୍ତେ କୋଟି କୋଟି ଟଙ୍କା ପ୍ରଦାନ କରିଥିଲେ ବି ରାଜ୍ୟରେ ସେପରି କୌଣସି ଉଲ୍ଲେଖନୀୟ କାର୍ଯ୍ୟ ଏପର୍ଯ୍ୟନ୍ତ ହୋଇନାହିଁ।

ପ୍ରଧାନମନ୍ତ୍ରୀ ମୋଦୀ ଆଖୁଚାଷୀଙ୍କ କଲ୍ୟାଣ ଏବଂ ଅବସରପ୍ରାପ୍ତ ସୈନିକଙ୍କ ନିମନ୍ତେ ୱାନ ରେଙ୍କ ୱାନ ପେନସନ ଯୋଜନା ଉପରେ ମଧ୍ୟ ଆଲୋଚନା କଲେ । ପ୍ରଧାନମନ୍ତ୍ରୀ ମୋଦୀ ବିମୁଦ୍ରାକରଣ ପ୍ରସଙ୍ଗରେ କହିଲେ ବର୍ଷ ବର୍ଷ ଧରି ଲୁଟି ଆସୁଥିବା ଲୁଟେରାମାନେ ତାଙ୍କ ବିରୋଧରେ ଏକଜୁଟ୍‌ ହୋଇଛନ୍ତି, କିନ୍ତୁ ସେମାନଙ୍କୁ ସେ ଶାସ୍ତି ଦେବାପାଇଁ ସବୁ ପ୍ରୟାସ କରିବେ । ସେ ଏହା ମଧ୍ୟ କହିଲେ କଳାଧନ ବିରୋଧରେ ଲଢ଼େଇ ବନ୍ଦ ଆଗକୁ ଜାରି ରହିବ।

ବିଭିନ୍ନ ଦଳର କର୍ମକର୍ତ୍ତା ଏବଂ ନେତାସମୂହ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

First War of Independence began here in Meerut in 1857. That time fight was against British now we are fighting poverty: PM @narendramodi

— narendramodi_in (@narendramodi_in) February 4, 2017

Click here to read full text speech

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Startup India recognises 2.07 lakh ventures, 21.9 lakh jobs created

Media Coverage

Startup India recognises 2.07 lakh ventures, 21.9 lakh jobs created
NM on the go

Nm on the go

Always be the first to hear from the PM. Get the App Now!
...
Prime Minister inaugurates the first Emergency Landing Facility (ELF) of the northeast in Dibrugarh, Assam
February 14, 2026

The Prime Minister, Shri Narendra Modi inaugurated the first Emergency Landing Facility (ELF) of the northeast in Dibrugarh, Assam. Shri Modi stated that it is a matter of immense pride that the Northeast gets an Emergency Landing Facility, and is of great importance from a strategic point of view and during times of natural disasters.

The Prime Minister posted on X:

"It is a matter of immense pride that the Northeast gets an Emergency Landing Facility. From a strategic point of view and during times of natural disasters, this facility is of great importance."

"উত্তৰ-পূৰ্বাঞ্চলে ইমাৰ্জেঞ্চি লেণ্ডিং ফেচিলিটি লাভ কৰাটো অপৰিসীম গৌৰৱৰ বিষয়। কৌশলগত দৃষ্টিকোণৰ পৰা আৰু প্ৰাকৃতিক দুৰ্যোগৰ সময়ত এই সুবিধাৰ গুৰুত্ব অতিশয় বেছি।"