PM Modi, PM Sheikh Hasina jointy inaugurate India-Bangladesh Friendship Pipeline and Dhaka-Tongi-Joydebpur Railway Project
India-Bangladesh Friendship Pipeline will further energize, not just Bangladesh’s economy, but also the relationship between our two countries: PM
Dhaka-Tongi-Joydebpur Railway Project will strengthen national and urban transport in Bangladesh: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଆଜି ମିଳିତ ଭାବେ ଭିଡିଓ କନଫରେନ୍ସ ଜରିଆରେ ଦୁଇଟି ପ୍ରକଳ୍ପ ପାଇଁ ଭୂମିପୂଜନର ଇ-ଫଳକ ଉନ୍ମୋଚନ କରିଥିଲେ । ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀମତି ସୁଷମା ସ୍ୱରାଜ ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ସମାରୋହରେ ଉପସ୍ଥିତ ଥିଲେ  ।

ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି : (କ) ଭାରତ-ବାଂଲାଦେଶ ବନ୍ଧୁତ୍ୱ ପାଇପ ଲାଇନ (ଖ) ଢାକା-ଟୋଙ୍ଗି-ଜୟଦେବପୁର ରେଳ ପ୍ରକଳ୍ପ ।

ଏହି ଅବସରରେ ଉଦ୍ବୋଧନ ଦେଇ ଦୁଇ ଦେଶର ସହଯୋଗ ସାରା ବିଶ୍ୱ ପାଇଁ ଏକ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ ଦୁଇ ଦେଶ ଭୌଗଳିକ ଭାବେ ଏବଂ ପାରିବାରିକ ତଥା ଭାବଗତ ଭାବେ ପଡ଼ୋଶୀ । ସେ କହିଥିଲେ ଯେ ପ୍ରସ୍ତାବିତ ପାଇପଲାଇନ କେବଳ ବାଂଲାଦେଶର ଅର୍ଥବ୍ୟବସ୍ଥାକୁ ସଶକ୍ତ କରିବ ନାହିଁ, ବରଂ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ସଶକ୍ତ କରିବ । ପ୍ରସ୍ତାବିତ ରେଳ ପ୍ରକଳ୍ପ ବାଂଲାଦେଶର ଜାତୀୟ ଏବଂ ସହରାଂଚଳ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଯୋଗଦାନ କରିପାରିବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ ।

ନିମ୍ନରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ସମ୍ପୂର୍ଣ୍ଣ ମୂଳପାଠ ଦିଆଗଲା : –

ବାଂଲାଦେଶର ପ୍ରଧାନମନ୍ତ୍ରୀମହାମହିମ ଶେଖ ହସିନା ମହୋଦୟା,

ଭାରତ ଏବଂ ବାଂଲାଦେଶର ମନ୍ତ୍ରୀଗଣ,

ଏବଂ ଏହି ସିଧା ପ୍ରସାରଣ ସହ ଜଡ଼ିତ ସମସ୍ତ ଭାରତ ଏବଂ ବାଂଲାଦେଶର ସାଥୀଗଣ,

ନମସ୍କାର,

କିଛି ଦିନ ବ୍ୟବଧାନରେ ଏହା ଆମର ଦ୍ୱିତୀୟ ଭିଡିଓ କନଫରେନ୍ସ ଅଟେ ।

ଆମ ସମ୍ପର୍କର ସହଜତା କାରଣ ପ୍ରଯୁକ୍ତି ନୁହେଁ । ଏହା ପଛରେ ଭାରତ-ବାଂଲାଦେଶର ସମ୍ପର୍କର ବାଧାମୁକ୍ତ ଗତି ଏବଂ ନିର୍ବାଧ ପ୍ରଗତି ରହିଛି ।

ଭୌଗଳିକ ଭାବେ ଆମେ ପଡ଼ୋଶୀ ରାଷ୍ଟ୍ର ଅଟୁ । କିନ୍ତୁ ଭାବଗତ ଭାବେ ଆମେ ପରିବାର ଅଟୁ । ପରସ୍ପରର ସୁଖ-ଦୁଃଖରେ ସାଥୀ ହେବା, ପରସ୍ପରର ବିକାଶରେ ସହାୟକ ହେବା, ଏହା ଆମ ପାରିବାରିକ ମୂଲ୍ୟବୋଧ ସ୍ୱରୂପ ଆମକୁ ମିଳିଛି ।

କିଛି ବର୍ଷ ଧରି ଆମ ସହଯୋଗ ବିଶ୍ୱକୁ ଦେଖାଇଛି ଯେ ଯଦି ଦୁଇ ପଡ଼ୋଶୀ ଦେଶ ସ୍ଥିର କରିନିଅନ୍ତି, ତ’କଣ ହୋଇନପାରିବ ।

ତାହା ଦଶନ୍ଧି ପୁରୁଣା ସୀମା ବିବାଦ ହେଉ, କିମ୍ବା ବିକାଶ ସହଯୋଗର ପ୍ରକଳ୍ପ, ଆମେ ସବୁ ବିଷୟରେ ଅଭୂତପୂର୍ବ ପ୍ରଗତି କରିଛୁ ।

ଏହି ପ୍ରଗତିର ଶ୍ରେୟ, ମହାମହିମ, ମୁଁ ଆପଣଙ୍କ କୁଶଳ ନେତୃତ୍ୱକୁ ପ୍ରଦାନ କରୁଛି । ଏବଂ ଏଥିପାଇଁ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ମଧ୍ୟ ଜଣାଉଛି ।

ବନ୍ଧୁଗଣ,

ଆଜି ଯେଉଁ ଭାରତ-ବାଂଲାଦେଶ ମୈତ୍ରୀ ପାଇପଲାଇନ ଉପରେ କାର୍ଯ୍ୟ ଆରମ୍ଭ ହୋଇଛି, ତାହା ବିକାଶ ଲାଗି ଆପୋସ ସହଯୋଗର ମହାକାବ୍ୟରେ ଏକ ନୂତନ ଅଧ୍ୟାୟ ଯୋଡ଼ିବ ।

କୌଣସି ଦେଶର ବିକାଶ ଲାଗି ଇନ୍ଧନ ଏକ ମୌଳିକ ଆବଶ୍ୟକତା ଅଟେ । ଏବଂ ମୋର ବିଶ୍ୱାସ ଅଛି ଯେ ଏହି ପାଇପ ଲାଇନ ବାଂଲାଦେଶର ମହତ୍ୱାକାଂକ୍ଷୀ ବିକାଶ ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ସମ୍ବଳ ସାଜିବ ।

ବିଶେଷ କରି ବାଂଲାଦେଶର ଉତ୍ତର ଭାଗରେ ଏହି ପାଇପ ଲାଇନ ଶସ୍ତା ଦାମରେ ଇନ୍ଧନ ଉପଲବ୍ଧ କରାଇବ ।

ବାଂଲାଦେଶର ଅର୍ଥବ୍ୟବସ୍ଥା ସହିତ, ଆମ ସମ୍ପର୍କକୁ ମଧ୍ୟ ଏହି ପାଇପଲାଇନ ଶକ୍ତିସମ୍ପନ୍ନ କରିବ ।

ତେବେ ଏହି ପାଇପଲାଇନ ଭାରତର ଗ୍ରାଂଟ ଫାଇନାନ୍ସିଂ ଦ୍ୱାରା ନିର୍ମାଣ କରାଯାଉଛି, କିନ୍ତୁ ଆମ ପାଇଁ ଏହା ସୁଖର ବିଷୟ ଯେ ଏହି କାର୍ଯ୍ୟ ପୂରଣ ହେବା ପରେ ଏହାକୁ ବାଂଲାଦେଶ ସରକାର ଏବଂ ଲୋକମାନଙ୍କୁ ସମର୍ପିତ କରିଦିଆଯିବ ।

ଏହିପରି ଆଜି ଆମେ ଯେଉଁ ରେଳ ପ୍ରକଳ୍ପ ଉପରେ କାମ ଆରମ୍ଭ କରିଛୁ, ତାହା କେବଳ ଜନସାଧାରଣଙ୍କୁ ଏବଂ ଟ୍ରାଫିକ ଭିଡ଼କୁ ଆଶ୍ୱସ୍ତି ଦେବ ନାହିଁ, ବରଂ ମାଲ ରାଜସ୍ୱ ବଢ଼ାଇବ ।

ମୋର ବିଶ୍ୱାସ ଯେ ଏହି ରେଳ ପ୍ରକଳ୍ପ ଦ୍ୱାରା ବାଂଲାଦେଶର ଜାତୀୟ ଏବଂ ସହରାଂଚଳ ପରିବହନକୁ ସୁଧାରିବାର ପ୍ରୟାସରେ ସହାୟତା ମିଳିପାରିବ ।

ମହାମହିମ,

ଆପଣଙ୍କ ଲକ୍ଷ୍ୟ,

ଆପଣଙ୍କ ଦୂରଦୃଷ୍ଟି ଏହା ଯେ ଆମ ଭିତରେ 1965 ପୂର୍ବରୁ ଯୋଗାଯୋଗ ପୁନଃ କାର୍ଯ୍ୟକ୍ଷମ ହେଉ । ଏଥିରୁ ଆମକୁ ପ୍ରେରଣା ମିଳିଥାଏ ।

ମୁଁ ଖୁସି ଯେ ଢାକା-ଟୋଙ୍ଗୀ-ଜୟଦେବପୁର ଭଳି ପ୍ରକଳ୍ପ ଆମ ଯୋଗାଯୋଗକୁ ଏକବିଂଶ ଶତାବ୍ଦୀର ଆବଶ୍ୟକତା ମୁତାବକ ଆକାର ଦେଉଛି ।

ମାତ୍ର 10 ଦିନରେ ଆମେ ଭିଡିଓ କନଫରେନ୍ସ ମାଧ୍ୟମରେ 5ଟି ପ୍ରକଳ୍ପର ଲୋକାର୍ପଣ କରିଛୁ । ଏହି ଗତି, ଏବଂ ଧାରା, ଆପଣଙ୍କ ମଜଭୁତ ଏବଂ କୁଶଳ ନେତୃତ୍ୱ ବିନା ସମ୍ଭବ ନୁହେଁ ।

ମୋର ବିଶ୍ୱାସ ଯେ ଆଗାମୀ ଦିନରେ ଭାରତ ଏବଂ ବାଂଲାଦେଶର ଲୋକମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଲାଗି ଆମେ ଏହି ଭାବନା ନେଇ କାର୍ଯ୍ୟ ଜାରି ରଖିବୁ ।

ମହାମହିମ,

ନିଜ କଥା ସମାପ୍ତ କରିବା ପୂର୍ବରୁ ମୁଁ ଆପଣଙ୍କୁ 28 ସେପ୍ଟେମ୍ବରରେ ଆପଣଙ୍କ ଜନ୍ମ ଦିନ ଲାଗି ହାର୍ଦ୍ଦିକ ଶୁଭକାମନା ଦେବାକୁ ଚାହୁଁଛି ।

ଭାରତରେ ଆମେ ସମସ୍ତେ ଆପଣଙ୍କ ଦୀର୍ଘାୟୁ, ସୁସ୍ଥତା ଏବଂ ସଫଳତା ପାଇଁ ପ୍ରାର୍ଥନା କରୁଛୁ, ଏବଂ ଆଶା କରୁଛୁ ଯେ ବାଂଲାଦେଶର ବିକାଶ ଯାତ୍ରାରେ ଏବଂ ଭାରତ-ବାଂଲାଦେଶର ଲାଗି ଆପଣଙ୍କ ମାର୍ଗଦର୍ଶନ ଏପରି ଜାରି ରହିବ ।

ଧନ୍ୟବାଦ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Best Never The Loudest': Bear Grylls Gives Shoutout To ‘Powerful Leader’ PM Modi

Media Coverage

'Best Never The Loudest': Bear Grylls Gives Shoutout To ‘Powerful Leader’ PM Modi
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 15, 2026
July 15, 2026

Rooted in Tradition, Built for Tomorrow: PM Modi’s Blueprint for a Developed India