UAE is one of our most valued partners and a close friend in an important region of the world: PM
We regard UAE as an important partner in India’s growth story: PM Modi
UAE can benefit by linking with our growth in manufacturing and services: PM
Our energy partnership, is an important bridge in our linkages: PM at joint press statement with Crown Prince of Abu Dhabi
Security and defence cooperation have added growing new dimensions to India-UAE relationship: PM
India-UAE economic partnership can be a source of regional and global prosperity: PM

ମହାମହିମ ଶେଖ୍ ମହମ୍ମଦ ବିନ୍ ଜାଏଦ ଆଲ୍ ନାହୟାନ,

ରାଜକୁମାର, ଆବୁଧାବୀ

ଗଣମାଧ୍ୟମର ବନ୍ଧୁମାନେ,

ଜଣେ ପ୍ରିୟ ବନ୍ଧୁ ମହାମହିମ୍ ଶେଖ୍ ମହମ୍ମଦ ବିନ୍ ଜାଏଦ୍ ଆଲ୍ ନାହୟାନଙ୍କୁ ଭାରତରେ ସ୍ୱାଗତ କରି ମୁଁ ଅତ୍ୟନ୍ତ ଖୁସି । ମହାମହିମ ଦ୍ୱିତୀୟ ଥର ଭାରତକୁ ରାଜକୀୟ ଗସ୍ତରେ ଆସିଥିବାରୁ ଆମେମାନେ ଆନନ୍ଦିତ ଏବଂ ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ ସମାରୋହରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଉଥିବାରୁ ତାଙ୍କର ଗସ୍ତ ଅତ୍ୟନ୍ତ ମହତ୍ଵପୂର୍ଣ୍ଣ । ମହାମହିମ, 2015 ଅଗଷ୍ଟ ମାସ ଓ ଗତବର୍ଷ ଫେବୃୟାରୀ ମାସରେ ଆମର ପୂର୍ବ ସାକ୍ଷାତ ମୋ’ର ମନେ ପଡ଼ୁଛି । ଆମ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗ ଉପରେ ବ୍ୟାପକ ଭାବେ ଆମର ଆଲୋଚନା ହୋଇଥିଲା । ଆମର ଭାଗିଦାରୀକୁ ନେଇ ଆପଣଙ୍କ ଦୃଷ୍ଟିଭଙ୍ଗୀ, ଆମ ଅଂଚଳ ପ୍ରତି ଆଗ୍ରହ ଓ ବିଶ୍ୱ ପ୍ରତି ଆଭିମୁଖ୍ୟ ପ୍ରସଙ୍ଗ ଆମକୁ ଅତ୍ୟନ୍ତ ଲାଭାନ୍ୱିତ କରିଛି । ମହାମହିମ, ଆପଣଙ୍କ ନେତୃତ୍ୱରେ ଆମେ ଆମ ସମ୍ପର୍କର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାରେ ସଫଳ ହୋଇଛୁ । ଆମର ଉଦ୍ଦେଶ୍ୟପୂର୍ଣ୍ଣ ବିସ୍ତୃତ ରଣନୀତିକ ଭାଗିଦାରୀ ଏବଂ କାର୍ଯ୍ୟଭିତ୍ତିକ ପଦକ୍ଷେପ ଦ୍ୱାରା ଆମେ ସମ୍ପର୍କର ଏକ ମହତ୍ୱାକାଂକ୍ଷୀ ମାର୍ଗ(Roadmap) ପ୍ରସ୍ତୁତ କରିଛୁ । ଏବେ ଯେଉଁ ରାଜିନାମାଗୁଡ଼ିକ ଆଦାନ ପ୍ରଦାନ ହେଲା ତାହା ଆମର ବୁଝାମଣାକୁ ଦର୍ଶାଉଛି ।

ବନ୍ଧୁଗଣ

ମିଳିତ ଆରବ ଅମିରତନ୍ତ୍ର (ୟୁଏଇ) ହେଉଛି ଆମର ସବୁଠୁ ମୂଲ୍ୟବାନ ସହଯୋଗୀ ମଧ୍ୟରୁ ଗୋଟିଏ ଓ ବିଶ୍ୱର ଏହି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ଆମର ଘନିଷ୍ଠ ବନ୍ଧୁ । ମୁଁ ଏଇ ସଙ୍ଗେ ସଙ୍ଗେ ମହାମହିମଙ୍କ ସହ ଫଳପ୍ରଦ ଓ ଫଳପ୍ରସୂ ଆଲୋଚନା ଶେଷ କଲି । ଆମେ ବିଶେଷକରି ଗତ ଦୁଇଟି ବୈଠକରେ ନେଇଥିବା ବିଭିନ୍ନ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଇଥିଲୁ । ଶକ୍ତି ଓ ନିବେଶ ସମେତ ବିଭିନ୍ନ କ୍ଷେତ୍ରରେ ଆମର ସମ୍ପର୍କର ଗତିକୁ ସ୍ଥାୟୀ ରଖିବାକୁ ଆମେ ସହମତ ହୋଇଛୁ ।

ବନ୍ଧୁଗଣ

ଭାରତର ବିକାଶ ଗାଥାରେ ଜଣେ ପ୍ରମୁଖ ଭାଗିଦାର ଭାବେ ଆମେ ମିଳିତ ଆରବ ଅମିରତନ୍ତ୍ର ସମ୍ମାନ ଜଣାଉଛି । ଭାରତର ଭିତ୍ତିଭୂମି କ୍ଷେତ୍ରରେ ନିବେଶ ପାଇଁ ଆଗ୍ରହ ଯୋଗୁ ମୁଁ ବିଶେଷକରି ୟୁଏଇକୁ ସ୍ୱାଗତ କରୁଛି । ୟୁଏଇର ସଂସ୍ଥାଗତ ନିବେଶକଙ୍କ ସହ ଆମର ଜାତୀୟ ନିବେଶ ଓ ଭିତ୍ତିଭୂମି ପାଣ୍ଠିକୁ ସଂଯୋଗ ଦିଗରେ ଆମେ କାର୍ଯ୍ୟ କରୁଛୁ । ଦୁବାଇରେ ବିଶ୍ୱ ଏକ୍ସପୋ 2020 ପାଇଁ ଭିତ୍ତିଭୂମି ପ୍ରକଳ୍ପରେ ଭାରତୀୟ କମ୍ପାନୀଗୁଡ଼ିକ ଭାଗିଦାର ହେବାକୁ ଚାହୁଁଥିବା ବିଷୟରେ ମୁଁ ମହାମହିମଙ୍କୁ ଅବଗତ କରାଇଛି । ଆମର ନିର୍ମାଣ ଓ ସେବା କ୍ଷେତ୍ରରେ ଅଭିବୃଦ୍ଧି ସହ ସାମିଲ ହୋଇ ୟୁଏଇ ଉପକୃତ ହୋଇପାରିବ । ଡିଜିଟାଲ ଅର୍ଥବ୍ୟବସ୍ଥା ଗଠନ, ମାନବ ପୁଞ୍ଜି ଓ ଭାରତରେ ସ୍ମାର୍ଟ ସହରାଂଚଳ ପ୍ରୟାସ ପାଇଁ ଆମର ଲକ୍ଷ୍ୟରେ ଥିବା ବିପୁଳ ସୁଯୋଗକୁ ଆମେ ମିଳିତ ଭାବେ ବାନ୍ଧି ରଖିପାରିବୁ । ଆମେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାରର ପରିମାଣ ଓ ମାନ ବୃଦ୍ଧି ପାଇଁ ଉଭୟ ଦେଶର ବ୍ୟବସାୟ ଓ ଶିଳ୍ପକୁ ପ୍ରୋତ୍ସାହିତ କରୁଛୁ । ବାଣିଜ୍ୟ ପ୍ରତିଷେଧକ କ୍ଷେତ୍ରରେ ଆଜି ସ୍ୱାକ୍ଷରିତ ହୋଇଥିବା ରାଜିନାମା ଦ୍ୱାରା ଆମର ବାଣିଜ୍ୟିକ ଭାଗିଦାର ଅଧିକ ସୁଦୃଢ଼ ହେବ । ଆମର ଶକ୍ତି କ୍ଷେତ୍ରରେ ଭାଗିଦାରୀ ହେଉଛି ଆମର ସମ୍ପର୍କରେ ଏକ ପ୍ରମୁଖ ସେତୁ । ଏଥିରେ ଆମର ଶକ୍ତି ନିରପତ୍ତା ପ୍ରତି ଅବଦାନ ରହିଛି । ନିର୍ଦ୍ଧିଷ୍ଟ ପ୍ରକଳ୍ପ ଓ ପ୍ରସ୍ତାବ ମାଧ୍ୟମରେ ରଣନୀତିକ ଗତିରେ ଆମର ଶକ୍ତି ସମ୍ପର୍କକୁ ପରିବର୍ତ୍ତିତ କରିବା ଉପରେ ମହାମହିମ ଓ ମୁଁ ଆଲୋଚନା କରିଛୁ । ଏହି ମର୍ମରେ ଦୀର୍ଘସ୍ଥାୟୀ ଯୋଗାଣର ଠିକା ଓ ଶକ୍ତି କ୍ଷେତ୍ରରେ ଯୌଥ ଉଦ୍ୟୋଗର ସ୍ଥାପନ ଲାଭଦାୟକ ହୋଇପାରିବ ।

ବନ୍ଧୁଗଣ

ନିରାପତ୍ତା ଓ ରକ୍ଷା ସହଯୋଗ ଏବେ ଆମ ସମ୍ପର୍କକୁ ଏକ ନୂଆ ଦିଗକୁ ନେବାରେ ସହାୟକ ହୋଇଛି । ରକ୍ଷା କ୍ଷେତ୍ରରୁ ଉପଯୋଗୀ ସହଯୋଗିତାକୁ ସାମୁଦ୍ରିକ ସମେତ ନୂଆ କ୍ଷେତ୍ରକୁ ସମ୍ପ୍ରସାରଣ କରିବା ପାଇଁ ଆମେ ସହମତ ହୋଇଛୁ । ରକ୍ଷା ସହଯୋଗ ପାଇଁ ବୁଝାମଣା ଆଜି ସ୍ୱାକ୍ଷରିତ ହୋଇଛି, ଯାହା ଆମର ରକ୍ଷା ସମ୍ପର୍କକୁ ସଠିକ ଦିଗରେ ଆଗେଇ ନେବାରେ ସହାୟକ ହେବ । ହିଂସା ଓ ଉଗ୍ରବାଦର ମୁକାବିଲା ପାଇଁ ଆମର ବୃଦ୍ଧି ପାଉଥିବା ସମ୍ପର୍କ ଆମ ସମାଜକୁ ସୁରକ୍ଷିତ ରଖିବା ପାଇଁ ଜରୁରୀ ବୋଲି ଆମେ ଅନୁଭବ କରୁଛୁ ।

ବନ୍ଧୁଗଣ

ଆମର ଘନିଷ୍ଠ ସମ୍ପର୍କ ନା କେବଳ ଆମ ଉଭୟ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବରଂ ସମଗ୍ର ପଡ଼ୋଶୀଙ୍କ ପାଇଁ ମଧ୍ୟ ଉଲ୍ଲେଖନୀୟ ବୋଲି ମହାମହିମ ରାଜକୁମାର ଓ ମୁଁ ବିଶ୍ୱାସ କରୁଛୁ । ଆମର ଏକାଭିମୁଖୀତା ଏହି ଅଞ୍ଚଳକୁ ସ୍ଥିର ରଖିବାରେ ସହାୟକ ହେବ ଆଉ ଆମର ଆର୍ଥିକ ଭାଗିଦାରୀ ମଧ୍ୟ ଆଂଚଳିକ ଓ ବିଶ୍ୱ ସମୃଦ୍ଧିର ସ୍ରୋତ ପାଲଟିବ । ଆମେ ପଶ୍ଚିମ ଏସିଆ ଓ ଉପସାଗରୀୟ ରାଷ୍ଟ୍ରର ବିକାଶ ପ୍ରସଙ୍ଗରେ ମତ ଆଦାନପ୍ରଦାନ କରିଛୁ । ସେଠାରେ ଶାନ୍ତି ଓ ସ୍ଥିରତା ଆମ ଉଭୟ ଦେଶର ସ୍ୱାର୍ଥଜଡ଼ିତ ରହିଛି । ଆଫଗାନିସ୍ତାନ ସମେତ ଆମ ସ୍ଥାନୀୟ କ୍ଷେତ୍ରର ବିକାଶ ପ୍ରସଙ୍ଗରେ ମଧ୍ୟ ଆମେ ଆଲୋଚନା କରିଛୁ । ଆମ ଲୋକଙ୍କ ନିରାପତ୍ତା ଓ ସୁରକ୍ଷା ପ୍ରତି କଠୋରପନ୍ଥୀ ଓ ଆତଙ୍କବାଦ ଆଡ଼ୁ ବିପଦ ବୃଦ୍ଧି ପାଇବା ଉପରେ ଆମେ ଉଦବେଗ ପ୍ରକାଶ କରିବା ସହ ସହଯୋଗକୁ ଏକ ନୂଆ ରୂପ ଦେଉଛୁ ।

ବନ୍ଧୁଗଣ,

ୟୁଏଇ ଏବେ ପ୍ରାୟ 26 ଲକ୍ଷ ଭାରତୀୟଙ୍କ ଘର । ସେମାନଙ୍କର ଯୋଗଦାନ ଉଭୟ ଭାରତ ଓ ୟୁଏଇ ପାଇଁ ଅଧିକ ମୂଲ୍ୟବାନ । ୟୁଏଇରେ ଭାରତୀୟ ନାଗରିକଙ୍କ କଲ୍ୟାଣ ପାଇଁ ମହାମହିମ ଯତ୍ନଶୀଳ ଥିବାରୁ ମୁଁ ତାଙ୍କୁ କୃତଜ୍ଞତା ଜଣାଉଛି । ମୁଁ ମଧ୍ୟ ଆବୁଧାବୀରେ ଭାରତୀୟ ସମୁଦାୟ ପାଇଁ ମନ୍ଦିର ନିର୍ମାଣ ନିମନ୍ତେ ଜମି ଆବଂଟନ କରିଥିବାରୁ ମହାମହିମଙ୍କୁ ଧନ୍ୟବାଦ ଜଣାଉଛି ।

ବନ୍ଧୁଗଣ

ୟୁଏଇ ରାଷ୍ଟ୍ରପତି ମହାମହିମ ଶେଖ୍ ଖଲିଫା ବିନ୍ ଜାଏଦ ଆଲ୍ ନାହୟାନ ଓ ମହାମହିମ ଶେଖ୍ ମହମ୍ମଦଙ୍କ ବ୍ୟକ୍ତିଗତ ରୁଚି ଯୋଗୁ ଆମର ଭାଗିଦାରୀ ସଫଳ ହୋଇଛି । ଏହି ଦୃଷ୍ଟିରୁ ଆମର ସହଯୋଗ ଆଭିମୁଖ୍ୟ ମଧ୍ୟ ଆଗକୁ ବଢ଼ୁଛି । ମୁଁ ଦୃଢ଼ ଆଶ୍ୱସ୍ତ ଯେ ମହାମହିମଙ୍କ ଗସ୍ତ ପୂର୍ବ ଆଲୋଚନାକୁ ବୁଝିବା ଓ ଦୃଢ଼ତା ହାସଲରେ ସକ୍ଷମ ହେବ । ଆଉ ନିବିଡ଼, ଗତିଶୀଳ ଓ ବିବିଧ ଭାବେ ଆମର ଭାଗିଦାରୀର ଭବିଷ୍ୟତର ରୂପରେଖକୁ ଚିହ୍ନଟ କରିବ । ଶେଷରେ ଆମର ନିମନ୍ତ୍ରଣ ରକ୍ଷା କରି ମହାମହିମ ଭାରତ ଗସ୍ତରେ ଆସିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି । ମୁଁ ତାଙ୍କୁ ଓ ତାଙ୍କ ପ୍ରତିନିଧି ମଣ୍ଡଳୀଙ୍କ ସୁଖଦ ଭାରତ ଗସ୍ତ କାମନା କରୁଛି ।

 

ଧନ୍ୟବାଦ,

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's manufacturing outlook remains resilient despite global headwinds; machine tools, metals and auto lead optimism

Media Coverage

India's manufacturing outlook remains resilient despite global headwinds; machine tools, metals and auto lead optimism
NM on the go

Nm on the go

Always be the first to hear from the PM. Get the App Now!
...
Cabinet approves a Road Construction project in Uttar Pradesh worth Rs.7145.14 crore
July 01, 2026

The Cabinet Committee on Economic Affairs, chaired by the Prime Minister Shri Narendra Modi, today has approved the construction of 117.7 km Kanpur–Kabrai Access-Controlled Greenfield Highway, a four-lane access-controlled corridor with structures designed for future six-laning, forming a key segment of the Bhopal–Kanpur Economic Corridor under the National Highways (O) Programme. With an estimated total capital cost of Rs.7145.14 crore, the project will be implemented by the National Highways Authority of India (NHAI) on BOT (Toll) mode, together with the operation and maintenance of the existing Kanpur-Kabrai section of NH-34.

The project will provide seamless, high-speed connectivity between Kanpur and Kabrai, while strengthening onward connectivity to Sagar, Bhopal and other parts of Madhya Pradesh, thereby creating a modern access controlled economic corridor linking the industrial and commercial centres of Uttar Pradesh with mineral-rich, manufacturing and agricultural regions of Madhya Pradesh thereby improving.

Designed for operating speeds of 80–100 kmph, the corridor will reduce travel time between Kanpur and Kabrai from 3.5 hours to 1.5 hours (58%), while improving road safety, reducing vehicle operating costs and facilitating efficient movement of passenger and freight traffic. The project will also provide strategic connectivity with NH-34, NH-35, the Bundelkhand Expressway, Kanpur Ring Road, and State Highways SH-46, SH-91, SH-10B and SH-42, thereby strengthening integration with the regional highway network. The corridor further strengthen connectivity to the Kabrai mining belt, improving the movement of minerals, industrial goods, construction materials and agricultural produce, thereby enhancing logistics efficiency, supply chain resilience and regional economic development.

Aligned with the PM GatiShakti National Master Plan, the project will improve connectivity to 16 Economic Nodes, including the Unnao, Banther, Pankhi, Rania, Jainpur, Rooma, Chakeri, Sumerpur and Bhuragarh Industrial Areas, Trans Ganga Integrated Township, Growth Centre Jaipur, Kanpur Nagar Node and Bengal Chemicals & Pharmaceuticals Ltd. It will also strengthen connectivity to 9 Social Nodes, namely Fatehpur, Mahoba, Kanpur Zoological Park, Buddha Park, J.K. Temple & Garden, Radha Krishna Temple, Siddheshwar Mahadev Temple, Gopeshwar Mandir and Mahoba Tourist Place, and 10 Logistics Nodes, including Kanpur, Ghatampur, Hamirpur, Mahoba, Kabrai, Bharwa Sumerpur and Banda Railway Stations, together with Kanpur, Chakeri and Khajuraho Airports.

Overall, improve logistics competitiveness, industrial development and economic growth across Bundelkhand and adjoining regions of Uttar Pradesh and Madhya Pradesh, while advancing the objectives of PM GatiShakti.

The project is expected to generate approximately 11,188 direct and 13,985 indirect person-days of employment per lane per km during construction and is projected to carry an Annual Average Daily Traffic (AADT) of about 18,069 Passenger Car Units (PCUs) by FY 2028, underscoring its long-term economic, logistics and transport significance. The proposed project will thus generate close to 1.2 Crore person-days of direct employment and indirect employment.

Map of Corridor: