ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିନିବେଶ ଏବଂ ସଂପଦ ମୁଦ୍ରୀକରଣ ସଂପର୍କରେ ବଜେଟରେ ଥିବା ବ୍ୟବସ୍ଥା “ଦୀପମ୍‍”ର ସଫଳ ପ୍ରବର୍ତ୍ତନ ପ୍ରସଙ୍ଗରେ ଆୟୋଜିତ ୱେବିନାରକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି ।

ଏହି ୱେବିନାରରେ ଉଦ୍‍ବୋଧନ ଦେଇ ପ୍ରାଧାନମନ୍ତ୍ରୀ କହିଲେ ଯେ ଭାରତକୁ ଉଚ୍ଚ ବିକାଶ ମାର୍ଗରେ ପୁଣି ଥରେ ଆଗେଇ ନେବା ନିମନ୍ତେ ବଜେଟରେ ସ୍ପଷ୍ଟ ମାର୍ଗଦର୍ଶିକାର ବ୍ୟବସ୍ଥା କରାଯାଇଛି । ଦେଶର ବିକାଶ ନିମନ୍ତେ ଘରୋଇ କ୍ଷେତ୍ରଙ୍କ ସୁଦୃଢ଼ ଅବଦାନ ରହିଛି ବୋଲି ପ୍ରଧାନମନ୍ତ୍ରୀ ସୂଚୀତ କରିଥିଲେ । ଏହା ଉପରେ ଗୁରୁତ୍ୱ ଆରୋପ କରି ସେ କହିଳେ ଯେ ବିନିବେଶ ଏବଂ ସଂପଦ ମୌଦ୍ରୀକରଣର ଗୁରୁତ୍ୱ ଏକାନ୍ତ ଜରୁରୀ। ସେ କହିଲେ ଯେ ଯେତେବେଳେ ଦେଶରେ ସରକାରୀ ଉଦ୍ଦ୍ୟୋଗ ବ୍ୟାପକ ମାତ୍ରାରେ ଆରମ୍ଭ କରାଯାଇଥିଲା ଏବଂ ତାହା ଉପରେ ଅଧିକ ଗୁରୁତ୍ୱ ଆରୋପ କରାଯାଉଥିଲା ସେତେବେଳେ ସମୟ ଓ ପରିସ୍ଥିତି ବର୍ତ୍ତମାନର ସମୟ ଓ ପରିସ୍ଥିତି ଠାରୁ ଭିନ୍ନ ଥିଲା । ଏହି ସଂସ୍କାରର ସବୁଠାରୁ ବଡ଼ ଲକ୍ଷ୍ୟଟି ହେଲା ସରକାରୀ ଅର୍ଥର ଉପଯୁକ୍ତ ବିନିଯୋଗ । ଅନେକ ସରକାରୀ ଉଦ୍ଦ୍ୟୋଗ ଏବେ ବିପୁଳ କ୍ଷତିରେ ଚାଲୁଛନ୍ତି ଏବଂ ସେମାନଙ୍କୁ ବଞ୍ଚାଇ ରଖିବା ସକାଶେ ଦେଶର କରଦାତାଙ୍କ ଅର୍ଥର ସହାୟତା ହିଁ ଯୋଗାଇବାକୁ ପଡ଼ୁଛି ଯାହା ଫଳରେ ଅର୍ଥନୀତି ଉପରେ ଆର୍ଥିକ ବୋଝ ଲଦିହୋଇ ପଡ଼ୁଛି । ପ୍ରଧାନମନ୍ତ୍ରୀ କହିଲେ ଯେ ସରକାରୀ ଉଦ୍ଦ୍ୟୋଗକୁ ଚଳାଇ ରଖିବାର ଏହା ଉପଯୁକ୍ତ କାରଣ ନୁହେଁ ଯେ ତାହା ଏତେ ବର୍ଷ ଧରି ଚାଲି ଆସୁଛି । ସରକାରଙ୍କର ଏହା ଦାୟିତ୍ୱ ଯେ ଦେଶର ଉଦ୍ଦ୍ୟୋଗମାନଙ୍କୁ ସକଳ ପ୍ରକାର ସହାୟତା ଓ ସହଯୋଗ ଯୋଗାଇଦେବା । ଏଥି ସହିତ ଏହା ମଧ୍ୟ ଦାୟିତ୍ୱ ଯେ ବ୍ୟବସାୟରେ ରହିବା ସରକାରଙ୍କର ଏକମାତ୍ର କାର୍ଯ୍ୟ ନୁହେଁ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟ କରିବା ଏବଂ ବିକାଶମୂଳକ କାର୍ଯ୍ୟକ୍ରମମାନ ପ୍ରବର୍ତ୍ତନ କରିବା ହେଉଛି ସରକାରଙ୍କର ପ୍ରଥମ ଓ ପ୍ରଧାନ ଦାୟିତ୍ୱ । ପୁଣି ସରକାରଙ୍କୁ ଅନେକ ସୀମାରେଖା ଭିତରେ ରହି କାର୍ଯ୍ୟ କରିବାକୁ ପଡ଼ିଥାଏ ଏବଂ ବ୍ୟବସାୟିକ ନିଷ୍ପତ୍ତି ଗ୍ରହଣ କରିବା ସରକାରଙ୍କ ପକ୍ଷେ ଏତେଟା ସହଜସାଧ୍ୟ ନୁହେଁ । ଦେଶର ଜନସାଧାରଣଙ୍କ ଜୀବନ ଧାରଣର ମାନରେ ଉନ୍ନତି ଘଟାଇବା ହେଉଛି ଆମ ସରକାରଙ୍କ ପ୍ରାଥମିକ ପ୍ରୟାସ । ଜନସାଧାରଣଙ୍କ ଜୀବନରେ ଅଯଥା ଦଖଲକୁ ହ୍ରାସ କରିବା ମଧ୍ୟ ଆମର ଅନ୍ୟତମ ଦାୟିତ୍ୱ । ସରକାରଙ୍କ ପକ୍ଷରୁ ଏଥିରେ କୌଣସି ପ୍ରକାର ତ୍ରୁଟି ରହିବା ଉଚିତ ନୁହେଁ କିମ୍ବା ନାଗରିକଙ୍କ ଜୀବନରେ ସରକାରଙ୍କ ପ୍ରଭାବ ପ୍ରତିବନ୍ଧକ ସୃଷ୍ଟି କରିବା ଉଚିତ ନୁହେଁ । ଦେଶର ବିପୁଳ ଅବ୍ୟବହୃତ ଓ କମ୍‍ ବ୍ୟବହୃତ ସମ୍ପଦ ରହିଛି ଏବଂ ଏହାର ଆକଳନ ଓ ଉପଯୋଗକୁ ଦୃଷ୍ଟିରେ ରଖି ଜାତୀୟ ସମ୍ପତ୍ତି ମୌଦ୍ରିକରଣ ପାଇପଲାଇନର ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ କହିଲେ ଯେ ‘ମୌଦ୍ରିକରଣ ଏବଂ ଆଧୁନିକୀକରଣ’ ମନ୍ତ୍ରକୁ ସ୍ମରଣ ରଖି ସରକାର ଆଗକୁ ଆଗାଉଛନ୍ତି ଏବଂ ଯେତେବେଳେ ସରକାର ଦେଶରେ ମୌଦ୍ରିକରଣ ଯୋଜନା କାର୍ଯ୍ୟକାରୀ କରନ୍ତି, ସେହି ସ୍ଥାନ ଘରୋଇ କ୍ଷେତ୍ର ହିଁ ପୂରଣ କରିଥାନ୍ତି । ସେ କହିଲେ ଯେ ଘରୋଇ କ୍ଷେତ୍ର ପୁଂଜି ଖଟାନ୍ତି ଏବଂ ଏଥିସହ ବିଶ୍ୱର ସର୍ବଶ୍ରେଷ୍ଠ କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରିଥାନ୍ତି । 

ପ୍ରଧାନମନ୍ତ୍ରୀ କହିଲେ ଯେ ସରକାରୀ ଉଦ୍ୟୋଗର ସମ୍ପତ୍ତିର ମୁଦ୍ରିକରଣ ଦ୍ୱାରା ହିଁ ଅର୍ଥ ଆସିଥାଏ ଏବଂ ଘରୋଇକରଣକୁ ହିଁ ଜନସାଧାରଣଙ୍କ କଲ୍ୟାଣ ଯୋଜନା ପାଇଁ ଉପଯୋଗ କରାଯାଇପାରିବ । ସେ କହିଲେ ଯେ ଘରୋଇକରଣ ଦେଶର ଯୁବଗୋଷ୍ଠୀଙ୍କୁ ସଶକ୍ତ କରିବ ଏବଂ ସେମାନଙ୍କ ନିମନ୍ତେ ଉତ୍ତମ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ । ସରକାର କେବଳ ରଣନୀତିକ ପ୍ରକଳ୍ପମାନଙ୍କୁ ଛାଡ଼ି ସମସ୍ତ କ୍ଷେତ୍ରକୁ ଘରୋଇକରଣ କରିବା ନିମନ୍ତେ ବଦ୍ଧପରିକର । ସେଥିପାଇଁ ନିବେଶର ଏକ ସ୍ପଷ୍ଟ ମାର୍ଗଦର୍ଶିକା ପ୍ରସ୍ତୁତ କରାଯିବ । ଏହା ନିବେଶ ସକାଶେ ନୂଆ ନୂଆ ସୁଯୋଗ ସୃଷ୍ଟି କରିବ ଓ ଏହା ଦ୍ୱାରା ପ୍ରତ୍ୟେକ କ୍ଷେତ୍ରରେ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ସରକାର ଏହି ଦିଗରେ ପୂର୍ଣ୍ଣ ପ୍ରତିବଦ୍ଧତାର ସହିତ ଆଗକୁ ଅଗ୍ରସର ହେଉଛନ୍ତି । ସେହିସବୁ ନୀତି ପ୍ରବତ୍ତରନ ନିମନ୍ତେ ସମାନ ଭାବେ ଉଚ୍ଚ ଗୁରୁତ୍ୱ ପ୍ରଦାନ କରାଯାଉଛି । ସେ କହିଲେ ଯେ ସ୍ୱଚ୍ଛତା ସୁନିଶ୍ଚିତ କରିବା ଏବଂ ଆମର ବିଧି ଯେଭଳି ପ୍ରତିଯୋଗିତାରେ ଠିକ୍‍ ଢ଼ଙ୍ଗରେ ଆଗକୁ ଆଗେଇ ପାରିବ ତାହା ସୁନିଶ୍ଚିତ କରିବା ମଧ୍ୟ ଏଭଳି ନୀତି ଗ୍ରହଣର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ସମ୍ଭାବ୍ୟ ନିବେଶକମାନଙ୍କ ସହ ସଂମ୍ପର୍କ ସ୍ଥାନପ ଏବଂ ଏ ଦିଗରେ ଥିବା ସକଳ ପ୍ରକାର ସମସ୍ୟାବଳୀର ଦ୍ରୁତ ଦୂରୀକରଣ ନିମନ୍ତେ ସଚିବମାନଙ୍କର ଏକ କ୍ଷମତାସମ୍ପନ୍ନ ଗୋଷ୍ଠୀ ଗଠନ କରାଯାଇଛି । ସେହିଭଳି ନିବେଶକମାନେ ଯେପରି ଗୋଟିଏ ମାତ୍ର ପଏଣ୍ଟ ସହ ଯୋଗାଯୋଗ କରିବେ ତାହା ସୁନିଶ୍ଚିତ କରାଯିବା ଦ୍ୱାରା ଭାରତରେ ବ୍ୟବସାୟ ଆରମ୍ଭ କରିବା କାର୍ଯ୍ୟ ସହଜସାଧ୍ୟ ହୋଇପାରିଛି । ପ୍ରଧାନମନ୍ତ୍ରୀ କହିଲେ ଯେ ସମୟକ୍ରମେ, ଦେଶକୁ ବ୍ୟବସାୟର ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟସ୍ଥଳରେ ପରିଣତ କରିବା ସକାଶେ ଆମ ସରକାର ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛି ଏବଂ ଆଜି ଭାରତ ଗୋଟିଏ ବଜାର ଗୋଟିଏ ଟିକସ ବ୍ୟବସ୍ଥା ଗ୍ରହଣ କରିଛି । ସେ କହିଲେ ଯେ ଭାରତରେ ପ୍ରବେଶ କରିବା ଓ ଏଠାରେ କାର୍ଯ୍ୟ କରିବା ସକାଶେ ଦେଶର କମ୍ପାନୀମାନେ ହିଁ ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ ମାଧ୍ୟମ । ଆମେ ଏଥିପାଇଁ ଆବଶ୍ୟକ ସର୍ତ୍ତାବଳୀର ସରଳୀକରଣ ନିମନ୍ତେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଚାଲୁଛୁ ଓ ସକଳ ପ୍ରକାର ଲଜିଷ୍ଟିକାଲ ସମସ୍ୟାର ସମାଧାନ କରୁଛୁ । ଆଜି ଭାରତର ଟିକସ ସ୍ୟବସ୍ଥା ଅତି ମାତ୍ରାରେ ସରଳ ହୋଇଛି ଏବଂ ସ୍ୱଚ୍ଛତା ଅବଲମ୍ବନ ଯୋଗୁ ଏହା ଅଧିକ ସୁଦୃଢ଼ ହୋଇଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଭାରତ ଏଫଡ଼ିଆଇ ନୀତି ଓ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ପଦକ୍ଷେପ କ୍ଷେତ୍ରରେ ଅଭୂତପୂର୍ବ ସଂସ୍କାର ଘଟାଇଛି ଯାହାକି ନିବେଶକମାନଙ୍କ ଏଠାରେ ପୁଂଜି ନିବେଶ ନିମନ୍ତେ ପ୍ରୋତ୍ସାହନ ଯୋଗାଇଛି । ସେ କହିଲେ ଯେ ଏହା ଦ୍ୱାରା ବିଗତ କିଛି ମାସ ମଧ୍ୟରେ ଭାରତକୁ ଏଫଡ଼ିଆ ପ୍ରବାହରେ ରେକର୍ଡ଼ ବୃଦ୍ଧି ପରିଲକ୍ଷିତ ହୋଇଛି । ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମର ବିକାଶ ଘଟାଇ ଆମେ ଆଧୁନିକ ସଂସାଧନ ତଥା ବିବିଧ ମଡ଼େଲଯୁକ୍ତ ସଂଯୋଗ ବ୍ୟବସ୍ଥା କ୍ଷେତ୍ରକୁ କ୍ଷିପ୍ର ଗତିରେ ପରିବର୍ତ୍ତିତ ହେଉଛୁ । ସେ କହିଲେ ଯେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ, ଆମେ ୧୧୧ ଟ୍ରିଲିୟନ୍‍ ଟଙ୍କା ବିନିଯୋଗ କରି ଆମର ସଂସାଧନକୁ ରାଷ୍ଟ୍ରୀୟ ଭିତ୍ତିଭୂମି ପାଇପଲାଇନ ମାଧ୍ୟମରେ ସୁଦୃଢ଼ କରିବୁ । ବିଶ୍ୱର ଯୁବ ରାଷ୍ଟ୍ରଙ୍କ ଠାରୁ ଏହି ପ୍ରତ୍ୟାଶା ରହିଛି ଏବଂ ତାହା କେବଳ ସରକାରଙ୍କ ଠାରୁ ନୁହେଁ,ଘରୋଇ କ୍ଷେତ୍ରଙ୍କର ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାର ଅଛି ଏବଂ ଏହା ଦେଶରେ ବ୍ୟବସାୟ ବାଣିଜ୍ୟର ପ୍ରଭୂତ ସୁଯୋଗ ସୃଷ୍ଟି କରିଛି ଯାହାର ସୁଯୋଗ ସଭିଏଁ ଉଠାଇବା ନିମନ୍ତେ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଥିଲେ ।

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From 17,000 Violent Incidents To Bastar Olympics: How PM Modi Got The Maoists To Turn In

Media Coverage

From 17,000 Violent Incidents To Bastar Olympics: How PM Modi Got The Maoists To Turn In
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Prime Minister Abiy Ahmed Ali and Prosperity Party on electoral victory
June 23, 2026

Prime Minister Shri Narendra Modi congratulated Prime Minister Abiy Ahmed Ali and the Prosperity Party on their decisive victory in the Ethiopian parliamentary elections.

The Prime Minister noted that India deeply cherishes its historic, multifaceted and deep-rooted ties with Ethiopia. Recalling his visit to Ethiopia last year, he expressed his desire to work closely with Prime Minister Abiy Ahmed Ali to further strengthen the India-Ethiopia Strategic Partnership and the bonds of friendship between the peoples of the two countries.

Shri Modi posted on X;

Heartiest congratulations to my friend, Prime Minister Abiy Ahmed Ali and the Prosperity Party for a decisive victory in the Ethiopian parliamentary elections.

India greatly cherishes its historic, multifaceted and deep-rooted ties with Ethiopia. I fondly recall my visit to Ethiopia last year and look forward to working closely together to further strengthen our Strategic Partnership and the bonds of friendship between our peoples.

@AbiyAhmedAli