“ନୂତନ ଜାତୀୟ ଶିକ୍ଷା ନୀତି ନୂତନ ଶତାବ୍ଦୀ ପାଇଁ ଭାରତର ଯୁବଗୋଷ୍ଠୀ ପ୍ରସ୍ତୁତ କରୁଛି”
“ନିଜର ରୁଚି ଅନୁସାରେ ନୂତନ ସୁଯୋଗ ଯେପରି ପ୍ରତ୍ୟେକ ଯୁବକ-ଯୁବତୀ ପାଇବେ ସେଥିପାଇଁ କେନ୍ଦ୍ର ଓ ଉତ୍ତରାଖଣ୍ଡ ସରକାର ନିରବଚ୍ଛିନ୍ନ ଉଦ୍ୟମ କରୁଛନ୍ତି”
“ଏପର୍ଯ୍ୟନ୍ତ ଦେଶରେ ୩୮କୋଟି ଟଙ୍କାର ମୁଦ୍ରା ଋଣ ପ୍ରଦାନ କରାଯାଇଛି, ପ୍ରଥମଥର ନିମନ୍ତେ ପ୍ରାୟ ଆଠ କୋଟି ଯୁବକ ଯୁବତୀ ଉଦ୍ୟୋଗ ପତି ହୋଇପାରିଛନ୍ତି”
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୦.୦୨. ୨୦୨୩) ଉତ୍ତରାଖଣ୍ଡ ରୋଜଗାର ମେଳାକୁ ଆଭାସୀ ଜରିଆରେ ସମ୍ବୋଧିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୦.୦୨. ୨୦୨୩) ଉତ୍ତରାଖଣ୍ଡ ରୋଜଗାର ମେଳାକୁ ଆଭାସୀ ଜରିଆରେ ସମ୍ବୋଧିତ କରିଛନ୍ତି ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁମାନେ ଆଜି ନିଯୁକ୍ତିପତ୍ର ପାଇଛନ୍ତି ଏହା କେବଳ ସେମାନଙ୍କ ଜୀବନଧାରା ପରିବର୍ତ୍ତନ ପାଇଁ ସୁଯୋଗ ନୁହେଁ ବରଂ ଏକ ସାମଗ୍ରିକ ପରିବର୍ତ୍ତନ । ଦେଶର ଶିକ୍ଷା କ୍ଷେତ୍ରରେ ହେଉଥିବା ନୂତନ ପରୀକ୍ଷା ନିରୀକ୍ଷା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଧିକାଂଶ ନୂତନ ନିଯୁକ୍ତିକାରୀ ଶିକ୍ଷା କ୍ଷେତ୍ରରେ ହିଁ କାର୍ଯ୍ୟ କରିବେ ।” ନୂତନ ଜାତୀୟ ଶିକ୍ଷାନୀତି  ନୂତନ ଶତାବ୍ଦୀ ନିମନ୍ତେ ଭାରତରେ ଯୁବ ଗୋଷ୍ଠୀଙ୍କୁ ପ୍ରସ୍ତୁତ କରୁଛି” ବୋଲି କହି ଉତ୍ତରାଖଣ୍ଡ ଯୁବଗୋଷ୍ଠୀ ଏହି ସଂକଳ୍ପକୁ ଆଗେଇ ନେବାକୁ ଆହ୍ୱାନ ଜଣାଇଥିଲେ ।

ଉତ୍ତରାଖଣ୍ଡର ପ୍ରତ୍ୟେକ ଯୁବକ ଯୁବତୀ ଯେପରି ନିଜ ରୁଚି ଅନୁସାରେ ନୂତନ ସୁଯୋଗ ପାଇବେ ସେଥିପାଇଁ କିପରି ଉଭୟ କେନ୍ଦ୍ର ଓ ଉତ୍ତରାଖଣ୍ଡ ସରକାର ଉଦ୍ୟମ ଅବ୍ୟାହତ ରଖିଛନ୍ତି ସେ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସରକାରୀ ଚାକିରିରେ ଏହି ନିଯୁକ୍ତି ଅଭିଯାନ ଏ ଦିଗରେ ଏକ ପଦକ୍ଷେପ ବୋଲି ସେ କହିଥିଲେ ।

ଦେଶରେ ଲକ୍ଷ ଲକ୍ଷ ଯୁବକ-ଯୁବତୀ ଗତ କେତେ ମାସ ମଧ୍ୟରେ କେନ୍ଦ୍ର ସରକାରୀ ଚାକିରି ପାଇଛନ୍ତି ଓ ଉତ୍ତରାଖଣ୍ଡ ମଧ୍ୟ ସେଥିରେ ଅନ୍ତର୍ଭୁକ୍ତ ହୋଇଥିବାରୁ ସେ ଖୁସିବ୍ୟକ୍ତ କରିଥିଲେ । ଏଭଳି ନିଯୁକ୍ତି ଅଭିଯାନ ଦେଶର ବିଜେପି ଶାସିତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ  ବିରାଟ ଆକାରରେ ଆୟୋଜିତ ହେଉଛି । “ମୁଁ ଖୁସି ଯେ ଉତ୍ତରାଖଣ୍ଡ ଆଜି ଏହାର ଅଂଶ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।”

ଏକ ପୁରୁଣା ପ୍ରବାଦର ପୁନରୁଦ୍ଧାର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପାହାଡର ଯୁବାଗୋଷ୍ଠୀ ଓ ପାଣି ପାହାଡର କୌଣସି କାମରେ ଆସନ୍ତି ନାହିଁ ।” କେନ୍ଦ୍ର ସରକାରଙ୍କ ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ଆଜି  ଉତ୍ତରାଖଣ୍ଡର ଯୁବାଗୋଷ୍ଠୀ ନିଜର ଗ୍ରାମକୁ ଫେରୁଛନ୍ତି କାରଣ ପାହାଡ ଅଞ୍ଚଳରେ ନିଯୁକ୍ତି ଓ ଆତ୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାରେ ଲାଗିଛି ବୋଲି ସେ କହିଥିଲେ ।ଉତ୍ତରାଖଣ୍ଡର ଭିତ୍ତିଭୂମି ଉପରେ ଆଲୋକପାତ କରି କହିଥିଲେ ଯେ ନୂତନ  ସଡକ ଓ ରେଳପଥ ବିଛା ହେବା ଯୋଗୁଁ  ସଂଯୋଗକୀରଣ ବୃଦ୍ଧି ପାଇବା ସହ ନିଯୁକ୍ତି ସୁଯୋଗ ମଧ୍ୟ ଅଧିକ ହୋଇଛି । ଚାରିଆଡେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଥିବାବେଳେ ସେ ନିର୍ମାଣ ଶ୍ରମିକ, ଯନ୍ତ୍ରୀ, କଞ୍ଚାମାଲ, ଶିଳ୍ପ ଓ ଦୋକାନର ଉଦାହରଣ ମାନ ଦେଇଥିଲେ । ପରିବହନ କ୍ଷେତ୍ରରେ ମଧ୍ୟ ଚାହିଦା ବୃଦ୍ଧି ଯୋଗୁଁ ନୂତନ ସୁଯୋଗମାନ ସୃଷ୍ଟି ହେଉଛି । ଆଗରୁ ଉତ୍ତରାଖଣ୍ଡର  ଗ୍ରାମାଞ୍ଚଳରୁ ଯୁବାଗୋଷ୍ଠୀ ବଡ ବଡ ନଗରୀଗଗୁଡିକୁ ନିଯୁକ୍ତି ଆଶାରେ ଯାଉଥିବାବେଳେ ଏବେ ଗ୍ରାମାଞ୍ଚଳରେ ଇଣ୍ଟରନେଟ ଓ ଡିଜିଟାଲ ସେବା ବଳରେ ହଜାର ହଜାର ଯୁବକ ଯୁବତୀ ସାଧାରଣ ସେବା କେନ୍ଦ୍ରରେ କାର୍ଯ୍ୟରତ ଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

ରେଳ, ସଡକ ଓ ଇଣ୍ଟରନେଟ ଦ୍ୱାରା ଦୂରଦୂରାନ୍ତ ଅଞ୍ଚଳଗୁଡିକ ସଂଯୁକ୍ତ ହେବା ଯୋଗୁଁ ଉତ୍ତରାଖଣ୍ଡର ପର୍ଯ୍ୟଟନ କ୍ଷେତ୍ର ସମ୍ପ୍ରସାରିତ ହେବାରେ ଲାଗିଛି ଓ ନୂଆ ନୂଆ ସ୍ଥାନମାନ ପର୍ଯ୍ୟଟନ ମାନ ଚିତ୍ରରେ ସ୍ଥାନ ପାଇବାରେ ଲାଗିଛି । ସେଥିପାଇଁ ଉତ୍ତରାଞ୍ଚଳର ଯୁବାଗୋଷ୍ଠୀ ଦୂରଦୂରାନ୍ତ ନଗରୀଗୁଡିକୁ  ନ ଯାଇ ନିଜ ଘର ନିକଟରେ ନିଯୁକ୍ତି ସୁଯୋଗ ପାଉଛନ୍ତି । ପର୍ଯ୍ୟଟନ କ୍ଷେତ୍ରରେ ମୁଦ୍ରା ଯୋଜନା, ନିଯୁକ୍ତି ଓ ଆତ୍ମ ନିଯୁକ୍ତି ସୁଯୋଗ ବୃଦ୍ଧି କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦୋକାନ, ଢାବା, ଅତିଥି ନିବାସ ଓ ହୋମଷ୍ଟେ ର ଉଦାହରଣ ଦେଇ ଏଥିପାଇଁ ଦଶଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ଗ୍ୟାରେଣ୍ଟିରେ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । “ ଏପର୍ଯ୍ୟନ୍ତ ଦେଶରେ ୩୮କୋଟି ଟଙ୍କା ପର୍ଯ୍ୟନ୍ତ ମୁଦ୍ରା ଋଣ ପ୍ରଦାନ କରାଯାଇଛି । ପ୍ରଥମ ଥର ପାଇଁ ଆଠକୋଟି ଯୁବକଯୁବତୀ ଉଦ୍ୟୋଗପତି ହୋଇପାରିଛନ୍ତି” ବୋଲି ସେ କହିଥିଲେ । ଏଥିରେ ତଫସିଲଭୁକ୍ତ ଜାତି, ଉପଜାତି ଓ ଅନ୍ୟାନ୍ୟ ଅନଗ୍ରସର ଶ୍ରେଣୀଙ୍କ ସଂଖ୍ୟା ସର୍ବାଧିକ ।

 ସମ୍ବୋଧନ ଶେଷରେ ପ୍ରଧାନମନ୍ତ୍ରୀ ଏହି ଅମୃତକାଳ ଭାରତର ଯୁବଗୋଷ୍ଠୀ ନିମନ୍ତେ ଅଭୂତ ସମ୍ଭାବନାମାନ ଆଣିଦେଇଥିବାରୁ ସେମାନଙ୍କ ସେବା ଦ୍ୱାରା ଦେଶର ବିକାଶ ପାଇଁ ସେମାନଙ୍କ ସେବାକୁ ଦୃଢ କରିବାକୁ ନିବେଦନ କରିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 28, 2026
August 28, 2026

India’s Growth Story, Grounded: Inclusion, Exports, and Infrastructure Under One Vision of PM Modi