ଗୃହରେ ଆଗତ କରାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ।

ଆଜି କିଛି ସଦସ୍ୟମାନଙ୍କର ନକାରାତ୍ମକତାକୁ ଦେଶ ଦେଖିଛି । ବିକାଶକୁ କିଛି ବ୍ୟକ୍ତି  କିପରି ପ୍ରବଳ ଭାବେ ବିରୋଧ କରୁଛନ୍ତି ତାହା ଭାରତ ଦେଖିଛି ।

ଯଦି ଆପଣ ତର୍କ ପାଇଁ ପ୍ରସ୍ତୁତ ନାହାନ୍ତି, ତେବେ ଏ ପ୍ରସ୍ତାବକୁ କାହିଁକି ଆଗତ କଲେ? ଆପଣମାନେ ଏହି ପ୍ରସ୍ତାବକୁ ବିଳମ୍ବ କରିବା ପାଇଁ କାହିଁକି ଚେଷ୍ଟା କରୁଛନ୍ତି?

ସେମାନଙ୍କୁ କେବଳ ଗୋଟିଏ କଥା କହିବାର ଅଛି ଯେ- ମୋଦୀଙ୍କୁ ହଟାଅ ।

ଆମେ ବିରୋଧି ଦଳର ସଦସ୍ୟମାନଙ୍କ ମଧ୍ୟରେ ଯାହା ଦେଖିଲୁ ତାହା ହେଉଛି କେବଳ ଗର୍ବ । ଏହି ସଦସ୍ୟମାନଙ୍କୁ ମୁଁ କହି ରଖିବାକୁ ଚାହେଁ ଯେ ଜନସାଧାରଣ ହିଁ ଆମକୁ ନିର୍ବାଚିତ କରିଛନ୍ତି । ସେଥିପାଇଁ ଆମେ ଏଠାକୁ ଆସିଛୁ ।

କ୍ଷମତାକୁ ଆସିବା ପାଇଁ ସେ ଏତେ ତରବର କାହିଁକି?

ସକାଳେ ଭୋଟିଂ ଶେଷ ହୋଇନଥିଲା, ବିତର୍କ ମଧ୍ୟ ଶେଷ ହୋଇନଥିଲା, ଜଣେ ସଦସ୍ୟ ମୋ ନିକଟକୁ ଧାଇଁ ଆସି କହିଲେ-ଉଠ, ଉଠ, ଉଠ…

ଜଣେ ମୋଦୀଙ୍କୁ ଉଠାଇବା ପାଇଁ ଦେଖନ୍ତୁ ସେମାନେ କାହାକୁ କାହାକୁ ଏକାଠି କରିବାକୁ ଚେଷ୍ଟା କରୁଛନ୍ତି ।

ଆମ ସ୍ୱାର୍ଥ ପାଇଁ ଆମେ ଏଠାରେ ନାହୁଁ ।

125 କୋଟି ଭାରତୀୟଙ୍କ ଆଶୀର୍ବାଦ ପାଇଁ ଆମେ ଏଠାରେ ଅଛୁ ।

‘ସବକା ସାଥ ସବକା ବିକାଶ’ ମନ୍ତ୍ର ସହିତ ଆମେ ଦେଶସେବା କରିଛୁ ।

ଏହି ଗ୍ରାମମାନଙ୍କ ମଧ୍ୟରୁ ଅଧିକାଂଶ ପୂର୍ବ ଭାରତ ଏବଂ ଉତ୍ତର ପୂର୍ବ ଭାରତରେ ଅବସ୍ଥିତ ।

ଆମ ସରକାରଙ୍କ ପାଇଁ ସମ୍ମାନର ବିଷୟ ହେଉଛି 70 ବର୍ଷ ଧରି ଅନ୍ଧକାର ମଧ୍ୟରେ ଥିବା 18,000 ଗ୍ରାମଗୁଡ଼ିକରବିଦ୍ୟୁତକରଣ ଦିଗରେ କାର୍ଯ୍ୟ କରିବା ।

ରେକର୍ଡ ଗତିରେ ପାଇଖାନା ନିର୍ମାଣ କରାଯାଇଛି ।

ଉଜ୍ଜ୍ୱଳା ଯୋଜନା ଫଳରେ ମହିଳାମାନେ ଏକ ଧୂଆଁମୁକ୍ତ ଜୀବନ ନିର୍ବାହ କରୁଛନ୍ତି ।

ଆମ ସରକାର ଗରିବମାନଙ୍କ ପାଇଁ ବ୍ୟାଙ୍କ ଖାତା ଖୋଲିଛନ୍ତି । ପୂର୍ବରୁ ବ୍ୟାଙ୍କର ଦ୍ୱାର ଗରିବମାନଙ୍କ ପାଇଁ କେବେ ଖୋଲୁନଥିଲା ।

ଏହି ସରକାର ହିଁ ଆୟୁଷ୍ମାନ ଭାରତ ଭଳି ଏକ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି ଯାହାକି ଗରିବମାନଙ୍କୁ ଉଚ୍ଚ ଗୁଣାତ୍ମକ ମାନର ସ୍ୱାସ୍ଥ୍ୟସେବା ପ୍ରଦାନ କରିବ ।

ନିମ-ପ୍ରଲେପିତ ୟୁରିଆର ନିଷ୍ପତ୍ତି ଭାରତର କୃଷକମାନଙ୍କୁ ସହାୟତା କରିଛି ।

ଷ୍ଟାର୍ଟ-ଅପ ଜଗତରେ ଭାରତ ଏହାର ପଦଚିହ୍ନ ଅଙ୍କିତ କରିଛି । ମୁଦ୍ରା ଯୋଜନା ବହୁ ଯୁବବର୍ଗଙ୍କ ସ୍ୱପ୍ନ ପୂରଣ କରୁଛି ।

ଭାରତୀୟ ଅର୍ଥବ୍ୟବସ୍ଥା ଶକ୍ତିଶାଳୀ ହେଉଛି ଏବଂ ଭାରତ ମଧ୍ୟ ବିଶ୍ୱ ଅର୍ଥବ୍ୟବସ୍ଥାକୁ ଶକ୍ତିଶାଳୀ କରୁଛି ।

କଳାଧନ ବିରୋଧରେ ଲଢ଼େଇ ଜାରି ରହିବ । ମୁଁ ଜାଣିଛି ଯେ ଏଥିପାଇଁ ମୁଁ ଅନେକ ଶତୃ ତିଆରି କରିଛି କିନ୍ତୁ ଠିକ ଅଛି କି ଇସିଆଇ, ବିଚାର ବିଭାଗ, ଆରବିଆଇ ତଥା ଆନ୍ତର୍ଜାତିକ ଏଜେନ୍ସିମାନଙ୍କ ଉପରେ କଂଗ୍ରେସର କୌଣସି ବିଶ୍ୱାସ ନାହିଁ । ସେମାନଙ୍କର କୌଣସି କଥା ଉପରେ ବିଶ୍ୱାସ ନାହିଁ ।

ଆମେ ଏଠାକୁ କାହିଁକି ଆସିଛୁ? ସବୁ କଥାକୁ ନେଇ ଛୋଟପିଲା ଭଳି ବ୍ୟବହାର ଶୋଭା ପାଏ ନାହିଁ ।

ଜଣେ ନେତା ଡୋକଲାମ ବିଷୟରେ କହୁଥିଲେ । ସେହି ନେତା ଯିଏକି ଆମ ସୈନ୍ୟବାହିନୀକୁ ଛାଡି ଚୀନର ରାଷ୍ଟ୍ରଦୂତଙ୍କୁ ବିଶ୍ୱାସ କରିଥିଲେ । ରାଫେଲ ଯୁଦ୍ଧ ବିମାନକୁ ନେଇ ଏକ ଖାମଖିଆଲ ଅଭିଯୋଗ ଯୋଗୁ ଉଭୟ ଦେଶଙ୍କୁ ବିବୃତି ପ୍ରଦାନ କରିବାକୁ ପଡିଲା ।

କଂଗ୍ରେସକୁ ମୋର ଅନୁରୋଧ ଯେ ଦୟାକରି ଜାତୀୟ ସୁରକ୍ଷାକୁ ନେଇ ରାଜନୀତି କରନ୍ତୁ ନାହିଁ ।

ଆମର ସେବା ବାହିନୀ ପ୍ରତି ଏ ଅପମାନକୁ ମୁଁ ସହ୍ୟ କରିବି ନାହିଁ ।

ଆପଣ ଯେମିତି ଚାହିଁବେ ମୋତେ ଗାଳିଦେଇ ପାରିବେ । କିନ୍ତୁ ଭାରତର ଯବାନଙ୍କୁ ଅପମାନିତ କରିବା ବନ୍ଦ କରନ୍ତୁ ।

ଆପଣ ସର୍ଜିକାଲ ଷ୍ଟ୍ରାଇକକୁ ଜୁମଲା ଷ୍ଟ୍ରାଇକ କହିଲେ ।

1999 ମସିହା ବିଷୟରେ ମୋତେ ମନେ ପକାଇ ଦିଆଯାଇଥିଲା ଯେତେବେଳେ କି ସେ ରାଷ୍ଟ୍ରପତି ଭବନ ବାହାରେ ଠିଆ ହୋଇଥିଲେ ଏବଂ କହିଲେ ଯେ ଆମର ସଂଖ୍ୟା ଏବେ ୨୭୨ ଏବଂ ଆହୁରି ଅଧିକ ଆମ ସହିତ ଯୋଗ ଦେଉଛନ୍ତି । ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାରକୁ ଅସ୍ଥିର କରିଦେଇଥିଲେ ଏବଂ ନିଜେ ଏକ ସରକାର ଗଢ଼ିନଥିଲେ ।

ମୁଁ ଏକ ବିବୃତି ପାଠ କରୁଛି- “କିଏ କହୁଛି କି ଆମ ପାଖରେ ସଂଖ୍ୟା ନାହିଁ ।”

କଂଗ୍ରେସ ଚରଣ ସିଂହ’ଙ୍କ ସହିତ କ’ଣ କଲା? ସେମାନେ ଚନ୍ଦ୍ର ଶେଖରଙ୍କ ସହ କ’ଣ କଲେ, ଦେବଗୌଡାଙ୍କ ସହ ସେମାନେ କ’ଣ କଲେ, ଆଇ.କେ.ଗୁଜରାଲଙ୍କ ସହ ସେମାନେ କ’ଣ କଲେ? ଦୁଇଥର ଅର୍ଥ ଶକ୍ତି ବଳରେ ଭୋଟ କ୍ରୟ କରିବାରେ କଂଗ୍ରେସ ସାମିଲ ରହିଛି ।

ସମଗ୍ର ଦେଶ ଆଜି ଦେଖିଛି ଯେ ଆଖି କ’ଣ କଲା? ସମସ୍ତଙ୍କ ଆଗରେ ଏହା ସ୍ପଷ୍ଟ ।

କଂଗ୍ରେସ ଆନ୍ଧ୍ରପ୍ରଦେଶକୁ ଭାଗ ଭାଗ କରିଦେଲା ଏବଂ ସେମାନଙ୍କ କାର୍ଯ୍ୟ ସେତେବେଳେ ଲଜ୍ଜାଜନକ ଥିଲା ।

ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାର ବିକାଶ ପାଇଁ ଏନଡିଏ ସରକାର ସଂକଳ୍ପବଦ୍ଧ ରହିଛନ୍ତି ।

ମୁଁ ଆନ୍ଧ୍ରପଦେଶର ମୁଖ୍ୟମନ୍ତ୍ରୀଙ୍କୁ କହିଥିଲି ଯେ କେବଳ ୱାଇଏସଆର କଂଗ୍ରେସ ପାର୍ଟି ସହିତ ଆଭ୍ୟନ୍ତରୀଣ ରାଜନୀତି ଯୋଗୁ ଆପଣ ଏପରି କରୁଛନ୍ତି ।

ଆନ୍ଧ୍ରପ୍ରଦେଶର ଜନସାଧାରଣଙ୍କୁ ମୁଁ କହିବାକୁ ଚାହିଁବି ଯେ ଆମେ ସେମାନଙ୍କ ପାଇଁ କାମ କରିବା ଚାଲୁ ରଖିବୁ । ଆନ୍ଧ୍ରପ୍ରଦେଶର ବିକାଶ ପାଇଁ ଯାହା କିଛି ସମ୍ଭବ ତାହା କରିବା ପାଇଁ ଆମେ ସବୁ କିଛି କରିବୁ ।

ଗୋଟିଏ ଫୋନ କଲରେ ସେମାନଙ୍କ ଘନିଷ୍ଠ ମିତ୍ରଙ୍କୁ ଋଣ ମିଳିଯାଉଥିଲା ଏବଂ ଏହାର ଯନ୍ତ୍ରଣା ଭୋଗୁଥିଲା ଦେଶ ।

ଏନପିଏ ସମସ୍ୟା ସମ୍ବନ୍ଧରେ ମୁଁ ଆପଣମାନଙ୍କୁ କହିବାକୁ ଚାହିଁବି । ଇଂଟରନେଟ ବ୍ୟାଙ୍କିଙ୍ଗର ବହୁ ପୂର୍ବରୁ କଂଗ୍ରେସ ଦଳ ଫୋନ ବ୍ୟାଙ୍କିଙ୍ଗ ଆରମ୍ଭ କରିଥିଲା ଏବଂ ଏହାଫଳରେ ଏନପିଏ ସମସ୍ୟା ସୃଷ୍ଟି ହୋଇଥିଲା ।

ମୁସଲିମ ମହିଳାମାନଙ୍କ ନ୍ୟାୟ ଅନ୍ୱେଷଣ ପଥରେ ଏହି ସରକାର ସେମାନଙ୍କ ସହ ଠିଆ ହୋଇଛନ୍ତି ।

ହିଂସାର ଯେକୌଣସି ଘଟଣା ଦେଶପାଇଁ ଲଜ୍ଜା ଆଣିଥାଏ ।

ମୁଁ ପୁଣିଥରେ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରିବି ଯେ ଯେଉଁମାନେ ହିଂସାରେ ଜଡିତ ଅଛନ୍ତି ସେମାନଙ୍କୁ ଦଣ୍ଡିତ କରନ୍ତୁ ।

ରେକର୍ଡ ଗତିରେ ରାସ୍ତା ନିର୍ମାଣ ହେଉଥିବାର ଭାରତ ଦେଖୁଛି, ଗ୍ରାମଗୁଡ଼ିକୁ ସଂଯୁକ୍ତ ହେଉଛନ୍ତି, ଆଇ-ୱେ ନିର୍ମିତ ହେଉଛି, ରେଳପଥରେ ବିକାଶ ହେଉଛି ।

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”