The dawn of the new opportunities and the unity of aspirations of our young population connect us: PM Modi
The story of India’s own freedom struggle is intimately linked to Africa: PM Modi
For India, the moral principles of independence movement were not just confined to the boundaries of India. It was a universal quest for liberty, dignity, equality and opportunity for every human being: PM
India's principled support to Africa's liberation movements often came at cost to our nation’s trade. This mattered nothing in comparison to Africa's freedom: PM
Today, India and Africa stand on the threshold of a future of great promise: PM Modi
India is proud to be Africa’s partner. Uganda is central to our commitment to the continent: PM Modi
We are proud of the work of Indian peacekeepers in over a dozen UN peacekeeping missions in Africa: PM
In all the UN peacekeeping Missions in the world, 163 Indians have made the supreme sacrifice. This is the highest number for any country: PM Modi
India will work with you and for you. Our partnership will build instruments of empowerment in Africa: PM Modi

ମହାମହିମ ରାଷ୍ଟ୍ରପତି ୟୋୱେରୀ ମୁସେଭେନୀ,

ମହାମହିମ ଉପରାଷ୍ଟ୍ରପତି

ରାଇଟ ସମ୍ମାନନୀୟ ରେବେକା କାଡାଗା,

ଉଗାଣ୍ଡା ସଂସଦର ବାଚସ୍ପତି,

ସମ୍ମାନନୀୟ ମନ୍ତ୍ରୀଗଣ,

ସମ୍ମାନନୀୟ ସାଂସଦ ଗଣ

ମହାମହିମ,

ଭାଇ ଓ ଭଉଣୀମାନେ,

ନମସ୍କାର ।

ସଂସଦର ଆମନ୍ତ୍ରଣ କ୍ରମେ ମୁଁ ଏହି ସମ୍ବୋଧନ କରିଥିବାରୁ ମୁଁ ଗଭୀର ଭାବେ ସମ୍ମାନିତ ଅନୁଭବ କରୁଛି । ମୁଁ ପୂର୍ବରୁ ଅନ୍ୟ ସଂସଦଗୁଡ଼ିକରେ ସମାନ ସୁଯୋଗ ପାଇଛି । ତେବେ, ଏହା ସ୍ୱତନ୍ତ୍ର । ଏହି ସମ୍ମାନ ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ମିଳିଛି । ଏହା 125 କୋଟି ଭାରତବାସୀଙ୍କ ପାଇଁ ବଡ଼ ସମ୍ମାନ । ମୁଁ ସେମାନଙ୍କ ଶୁଭକାମନା ଏବଂ ବନ୍ଧୁତ୍ୱର ସୌହାର୍ଦ୍ଦ୍ୟ ଭାବନା ନେଇ ମୋ ସହିତ ଆସିଛି । ତାହା ମୁଁ ଏହି ସଂସଦ ଏବଂ ଉଗାଣ୍ଡାର ସବୁ ଲୋକମାନଙ୍କୁ ଜଣାଉଛି । ଆପଣମାନଙ୍କ ଉପସ୍ଥିତି, ବାଚସ୍ପତି ମହୋଦୟା, ମୋର ଲୋକସଭାର କଥା ମନେ ପକାଇ ଦେଉଛି, ସେଠାରେ ମଧ୍ୟ ଜଣେ ମହିଳା ବାଚସ୍ପତି ଅଛନ୍ତି । ମୁଁ ମଧ୍ୟ ଏଠାରେ ବହୁ ଯୁବ ସାଂସଦମାନଙ୍କୁ ଦେଖିପାରୁଛି । ଏହା ଗଣତନ୍ତ୍ର ପାଇଁ ଶୁଭ ଖବର । ଯେତେଥର ମୁଁ ଉଗାଣ୍ଡା ଆସିଛି, ମୁଁ ଆଫ୍ରିକାର ଏକ ରତ୍ନକୁ ଅନୁଭବ କରିବାର ସୁଯୋଗ ପାଇଛି । ଏହା ଅପରୂପ ସୌନ୍ଦର୍ଯ୍ୟ, ବିପୁଳ ସମ୍ପଦର ଭଣ୍ଡାର ଏବଂ ଧନୀ ଐତିହ୍ୟର ଭୂମି । ଏହାର ନଦୀ ଏବଂ ହ୍ରଦ ଏହି ବିସ୍ତୃତ ଅଂଚଳରେ ବହୁ ସଭ୍ୟତାକୁ ବିକଶିତ କରିଛି । ମୁଁ ଇତିହାସ ବିଷୟରେ ସଚେତନ ଅଛି ଯାହା ଆମକୁ ଆଜି ଏହି ବିନ୍ଦୁରେ ଆଣି ଛିଡ଼ା କରିଛି, ଯେତେବେଳେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ଅନ୍ୟ ଏକ ସାର୍ବଭୌମ ରାଷ୍ଟ୍ରର ସଂସଦର ସଦସ୍ୟମାନଙ୍କୁ ଉଦବୋଧନ ଦେଉଛନ୍ତି । ଆମର ପ୍ରାଚୀନ ସାମୁଦ୍ରିକ ସମ୍ପର୍କ, ସାମ୍ରାଜ୍ୟବାଦର କଳା ସମୟ, ସ୍ୱାଧୀନତା ପାଇଁ ସଂଘର୍ଷରେ ସହଭାଗୀତା, ବିଭାଜିତ ବିଶ୍ୱରେ  ସ୍ୱାଧୀନ ରାଷ୍ଟ୍ରଗୁଡ଼ିକର ଅନିଶ୍ଚିତ ମାର୍ଗ, ନୂତନ ସମ୍ଭାବନାର ସକାଳ ଏବଂ ଆମ ଯୁବ ଜନସଂଖ୍ୟା ଭିତରେ ପାରସ୍ପରିକ ଆକାଂକ୍ଷାର ମେଳକ(ସାମଞ୍ଜସ୍ୟ) । ଏ ସମସ୍ତ ଆମକୁ ଯୋଡ଼ିଛି ।

ରାଷ୍ଟ୍ରପତି ମହାଶୟ,

ଆମର ଲୋକମାନେ ବିଭିନ୍ନ ରଜ୍ଜୁରେ ବାନ୍ଧି ହୋଇଛନ୍ତି ଯାହା ଉଗାଣ୍ଡା ଏବଂ ଭାରତକୁ ଏକତ୍ର କରିଛି । ଶତାଧିକ ବର୍ଷ ପୂର୍ବେ କଠିନ ଶ୍ରମ (Labour) ଉଗାଣ୍ଡାକୁ ଭାରତ ମହାସାଗର ଉପକୂଳ ସହ ରେଳବାଇ ଜରିଆରେ ଯୋଡ଼ିଥିଲା । ଆପଣଙ୍କ ମୂଲ୍ୟବାନ ଉପସ୍ଥିତି ଆଜି ଆମ ଲୋକମାନଙ୍କ ମଧ୍ୟରେ ବନ୍ଧୁତା ଏବଂ ଏକତାର ମୂଲ୍ୟବାନ ବନ୍ଧନକୁ ପ୍ରତିଫଳିତ କରୁଛି । ଆପଣ ଆପଣଙ୍କ ଦେଶ ଏବଂ କ୍ଷେତ୍ରରେ ଶାନ୍ତି ଏବଂ ସ୍ଥିରତା ଆଣିଛନ୍ତି । ବ୍ୟାପକ ଆହ୍ୱାନ ସତ୍ତ୍ୱେ ଆପଣ ଏହାକୁ ଅଭିବୃଦ୍ଧି ଏବଂ ପ୍ରଗତିର ମାର୍ଗକୁ ଆଣିଛନ୍ତି । ଆପଣ ମହିଳାମାନଙ୍କୁ ସଶକ୍ତ କରିଛନ୍ତି ଏବଂ ନିଜ ଦେଶକୁ ଅଧିକ ସମ୍ମିଳିତ କରିପାରିଛନ୍ତି । ଆପଣଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଭାରତୀୟ ବଂଶୋଦ୍ଭବ ଉଗାଣ୍ଡା ଲୋକମାନଙ୍କୁ ସେମାନଙ୍କ ସୁଖଦ ବାସସ୍ଥାନକୁ ଫେରିବା ଏବଂ ସେମାନଙ୍କ ଜୀବନକୁ ପୁଣିଥରେ ହାସଲ କରିବା ଏବଂ ସେମାନେ ଭଲ ପାଉଥିବା ରାଷ୍ଟ୍ରର ପୁନଃନିର୍ମାଣ ପାଇଁ ସହାୟକ ହୋଇଛି । ଦୀପାବଳି ପାଳନ ଲାଗି ସରକାରୀ ଆବାସକୁ ମୁକ୍ତ କରି ଆପଣ ଭାରତ ଏବଂ ଉଗାଣ୍ଡାକୁ ବାନ୍ଧି ରଖିଥିବା ବହୁପକ୍ଷୀୟ ସମ୍ପର୍କକୁ ଉଜାଗର କରିଛନ୍ତି । ଏଗୁଡ଼ିକ ମଧ୍ୟରୁ ସବୁଠୁ ପବିତ୍ର ଦୃଶ୍ୟ ନୀଳ ନଦୀର ଉତ୍ସ ଜିଞ୍ଜାରେ ଦେଖିବାକୁ ମିଳିଛି, ଯେଉଁଠି ମହାତ୍ମା ଗାନ୍ଧୀଙ୍କ ଚିତାଭସ୍ମର କିଛି ଅଂଶ ପୋତା ଯାଇଛି । ତାଙ୍କର ଜୀବନ ଏବଂ ଜୀବନର ଊର୍ଦ୍ଧରେ ସେ ଆଫ୍ରିକା ଏବଂ ଆଫ୍ରିକୀୟ ଲୋକମାନଙ୍କର ଥିଲେ । ଏବଂ ଜିଞ୍ଜାର ପବିତ୍ର ସ୍ଥାନରେ ଯେଉଁଠି ମହାତ୍ମା ଗାନ୍ଧୀଙ୍କ ଏକ ମୂର୍ତ୍ତି ଆଜି ରହିଛି ଆମେ ଏକ ଗାନ୍ଧୀ ଐତିହ୍ୟ କେନ୍ଦ୍ର ନିର୍ମାଣ କରିବୁ । ଆମେ ମହାତ୍ମା ଗାନ୍ଧୀଙ୍କ ଜନ୍ମର 150 ତମ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛୁ, ଏହି ଅବସରରେ ତାଙ୍କର ଲକ୍ଷ୍ୟ; ଏବଂ ତାଙ୍କର ସାମଗ୍ରୀକ ଏବଂ ସର୍ବକାଳୀନ ମୂଲ୍ୟବୋଧ ଓ ବାର୍ତ୍ତା ଯାହା ଆଫ୍ରିକାକୁ ମଧ୍ୟ ସ୍ୱାଧୀନତା ଏବଂ ନ୍ୟାୟ ପାଇଁ ଅନୁପ୍ରାଣିତ କରିଥିଲା ତାହାକୁ ସ୍ମରଣୀୟ କରିବା ଲାଗି ଏହାଠାରୁ ଭଲ ସ୍ମୃତିଅର୍ଘ୍ୟ ଆଉ କିଛି ହୋଇପାରିବ ନାହିଁ ।

ମହାମହିମଗଣ,

ଭାରତର ନିଜସ୍ୱ ସ୍ୱାଧୀନତା ସଂଗ୍ରାମ ନିବିଡ଼ ଭାବେ ଆଫ୍ରିକା ସହ ଜଡ଼ିତ । ଏହା କେବଳ 21 ବର୍ଷ ଧରି ଗାନ୍ଧୀଜୀ ଆଫ୍ରିକାରେ ବିତାଇବା କିମ୍ବା ଏଠାରେ ପ୍ରଥମ ଅସହଯୋଗ ଆନ୍ଦୋଳନର ନେତୃତ୍ୱ ନେବାରେ ସୀମିତ ନାହିଁ । ଭାରତ ପାଇଁ, ସ୍ୱାଧୀନତା ଆନ୍ଦୋଳନ ନୈତିକ ଆଦର୍ଶ, କିମ୍ବା ଶାନ୍ତିପୂର୍ଣ୍ଣ ମାର୍ଗରେ ଏହାକୁ ଅବଲମ୍ବନ କରିବା, କେବଳ ଭାରତ କିମ୍ବା ଭବିଷ୍ୟର ଭାରତର ସୀମା ମଧ୍ୟରେ ଆବଦ୍ଧ ନୁହେଁ । ଏହା ପ୍ରତ୍ୟେକ ମଣିଷ ପାଇଁ ସ୍ୱାଧୀନତା, ସମ୍ମାନ, ସମାନତା ଏବଂ ସମ୍ଭାବନାର ସାମଗ୍ରୀକ ଅନୁସନ୍ଧାନ ଥିଲା । ଏହା ଆଫ୍ରିକା ବ୍ୟତୀତ ଅନ୍ୟ କେଉଁଠି ଉପଯୋଗ ହୋଇନଥିଲା । ଆମ ସ୍ୱାଧୀନତାର 21 ବର୍ଷ ପୂର୍ବରୁ ଆମ ଜାତୀୟ ଆନ୍ଦୋଳନର ନେତୃବୃନ୍ଦ ଭାରତର ସ୍ୱାଧୀନତା ସଂଗ୍ରାମକୁ ବିଶ୍ୱବ୍ୟାପି ସାମ୍ରାଜ୍ୟବାଦୀ ଶାସନ, ବିଶେଷ କରି ଆଫ୍ରିକାରେ ଥିବା ଉପନିବେଶବାଦ ବିରୋଧୀ ସଂଘର୍ଷ ସହିତ ଯୋଡ଼ିଥିଲେ । ଆଫ୍ରିକା ବନ୍ଧନରେ ଥିବା ପର୍ଯ୍ୟନ୍ତ ଭାରତର ସ୍ୱାଧୀନତା ସଂଗ୍ରାମ ଅସମ୍ପୂର୍ଣ୍ଣ ହୋଇ ରହିବ ବୋଲି ମହାତ୍ମା ଗାନ୍ଧୀ ଦୃଢ଼ ଭାବେ ବିଶ୍ୱାସ କରୁଥିଲେ । ସ୍ୱାଧୀନ ଭାରତ ତାଙ୍କ ଶବ୍ଦକୁ ଭୁଲି ପାରିବ ନାହିଁ । ବାଂଡୁଙ୍ଗ ଠାରେ ଭାରତ ଆଫ୍ରୋ-ଏସୀୟ ଐକ୍ୟକୁ ଗ୍ରହଣ କରିଥିଲା । ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟ ବିରୋଧରେ ଦୃଢ଼ ଭାବେ ଛିଡ଼ା ହୋଇଥିଲା । ପୂର୍ବତନ ରୋଡେସିଆ- ଯାହା ଏବେ ଜିମ୍ବାୱେ, ଗୁଏନା ବାସାଉର, ଆଙ୍ଗୋଲା ଏବଂ ନାମିବିୟା ଭାବେ ପରିଚିତ ସେଥିରେ ନେତୃତ୍ୱ ନେଇଥିଲୁ ଏବଂ ସାହସର ସହିତ ଛିଡ଼ା ହୋଇଥିଲୁ । ଗାନ୍ଧୀଜୀଙ୍କ ଶାନ୍ତିପୂର୍ଣ୍ଣ ବିରୋଧ ନେଲସନ ମାଣ୍ଡେଲା, ଦେଶମଣ୍ଡ ଟୁଟୁ, ଆଲବର୍ଟ ଲୁଥୁଲି, ଜୁଲିଅସ ନାଇରେରେ ଏବଂ କ୍ୱାମେ କ୍ରୁମାଙ୍କ ଭଳି ନେତାଙ୍କୁ ଅନୁପ୍ରାଣିତ କରିଥିଲା । ଭାରତ ଏବଂ ଆଫ୍ରିକାର ପ୍ରାଚୀନ ବୁଦ୍ଧିମତା ଏବଂ ଶାନ୍ତିପୂର୍ଣ୍ଣ ବିରୋଧର ସ୍ଥାୟୀ ଶକ୍ତିକୁ ନେଇ ଇତିହାସ ସାକ୍ଷୀ ରହିଛି । ଗାନ୍ଧୀଜୀଙ୍କ ମାର୍ଗରେ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିପାରିଥିଲା । ଆଫ୍ରିକାର ସ୍ୱାଧୀନତା ଆନ୍ଦୋଳନ ପ୍ରତି ଭାରତର ନୈତିକ ସମର୍ଥନ ଅନେକ ସମୟରେ ଆପଣ ଦେଶର ବାଣିଜ୍ୟକୁ ପ୍ରଭାବିତ କରୁଥିଲା । କିନ୍ତୁ, ତାହା ଆଫ୍ରିକାର ସ୍ୱାଧୀନତା ସହ ଆଦୌ ତୁଳନୀୟ ନୁହେଁ ।

ମହାମହିମଗଣ,

ଗତ 7 ଦଶନ୍ଧି ଧରି ଆମର ଅର୍ଥନୈତିକ ଏବଂ ଅନ୍ତର୍ଜାତୀୟ ଭାଗିଦାରୀ ଅର୍ଥନୈତିକ ଆବେଗ ତଥା ନୈତିକ ମୂଲ୍ୟବୋଧ ଏବଂ ଭାବପୂର୍ଣ୍ଣ ସମ୍ପର୍କ ଦ୍ୱାରା ପରିଚାଳିତ ହୋଇଆସିଛି । ଆମେ ଏକ ସ୍ୱଚ୍ଛ ଏବଂ ସମାନତାପୂର୍ଣ୍ଣ ବଜାର ଏବଂ ସମ୍ବଳ ପ୍ରତି ଗ୍ରହଣୀୟତାର ସନ୍ଧାନ କରୁଛୁ । ବିକାଶକୁ ଆମେ ବିଶ୍ୱବାଣିଜ୍ୟର ମୂଳଭିତ୍ତି  କରିବା ଲାଗି ଆମେ ମିଳିତ ଭାବେ ସଂଘର୍ଷ କଲୁ । ଦକ୍ଷିଣ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଅର୍ଥନୈତିକ ଭାଗିଦାରୀକୁ ବହୁମୂଖୀ କରିବା ଲାଗି ଆମେ କାର୍ଯ୍ୟ କଲୁ । ଆମର ଡାକ୍ତର ଏବଂ ଶିକ୍ଷକମାନେ ଆଫ୍ରିକାକୁ ପେସାଦାର ସମ୍ଭବନା ସନ୍ଧାନ କରିବାକୁ ଗଲେ ନାହିଁ କିନ୍ତୁ ବନ୍ଧୁତା ଏବଂ ସ୍ୱାଧୀନ ରାଷ୍ଟ୍ର ଭାବେ ବିକାଶର ସହଭାଗୀ ଉଦ୍ଦେଶ୍ୟକୁ ପୂରଣ କରିବାକୁ ଯାଇଥିଲେ । ଯେପରି ରାଷ୍ଟ୍ରପତି ମୁସେଭେନୀ ଦିଲ୍ଲୀରେ ଅନୁଷ୍ଠିତ ତୃତୀୟ ଭାରତ ଆଫ୍ରିକା ଶିଖର ସମ୍ମିଳନୀ କଥା କହିଲେ ଏବଂ ମୁଁ ଉଦ୍ଧୃତ କରିବାକୁ ଚାହୁଁଛି- “ଆମେ ସାମ୍ରାଜ୍ୟବାଦୀ ଶକ୍ତି ବିରୋଧରେ ଲଢ଼ିଥିଲୁ । ଚାଲନ୍ତୁ ଆଜି ଆପୋସ ସମୃଦ୍ଧି ପାଇଁ ଲଢ଼ିବା ।”

ମହାମହିମ ଗଣ,

ଆଜି ଭାରତ ଏବଂ ଅଫ୍ରିକା ଭବିଷ୍ୟତର ଏକ ମହାନ ପ୍ରତିଶ୍ରୁତିର ଦ୍ୱାରଦେଶରେ ଛିଡ଼ା ହୋଇଛନ୍ତି – ଏକ ଆତ୍ମବିଶ୍ୱାସପୂର୍ଣ୍ଣ, ନିରାପଦ, ଯୁବସୁଲଭ, ନବସର୍ଜନାକାରୀ ଏବଂ ଉତ୍ସାହୀ ଲୋକମାନଙ୍କ ସହିତ । ଆଫ୍ରିକାର ପ୍ରଗତିରେ ଉଗାଣ୍ଡା ଏକ ଉଦାହରଣ । ଏହା ଲିଙ୍ଗଗତ ସମାନତା, ବର୍ଦ୍ଧିତ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ମାନକ, ଏବଂ ସମ୍ପ୍ରସାରିତ ଭିତ୍ତିଭୂମି ଓ ଯୋଗାଯୋଗ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛି । ଏହା ବର୍ଦ୍ଧିତ ବାଣିଜ୍ୟ ଏବଂ ନିବେଶର ଅଂଚଳ । ଆମେ ଉଦ୍ଭାବନର ଏକ ଗତି ଦେଖିପାରୁଛୁ । ଆଫ୍ରିକାର ପ୍ରତ୍ୟେକ ଖୁସିରେ ଭାରତ ଆନନ୍ଦିତ ହୋଇଥାଏ କାରଣ ଆମ ବନ୍ଧୁତାର ଏକ ନିବିଡ଼ ବନ୍ଧନ ରହିଛି ।

ମହାମହିମଗଣ,

ଭାରତ ଆଫ୍ରିକାର ସହଭାଗୀ ହୋଇ ଗର୍ବିତ । ଏବଂ ଉଗାଣ୍ଡା ଏହି ମହାଦେଶରେ ଆମ ପ୍ରତିବଦ୍ଧତାର କେନ୍ଦ୍ରରେ ରହିଛି । ଗତକାଲି ଆମେ ଉଗାଣ୍ଡା ପାଇଁ ଦୁଇଟି କ୍ରେଡିଟ ଲାଇନ ଘୋଷଣା କଲୁ । ପ୍ରଥମେ, ବିଦ୍ୟୁତ ଲାଇନ ପାଇଁ 141 ନିୟୁତ ଆମେରିକୀୟ ଡଲାର ଏବଂ ଦ୍ୱିତୀୟରେ କୃଷି ଏବଂ ଦୁଗ୍ଧ ଉତ୍ପାଦନ ପାଇଁ 64 ନିୟୁତ ଆମେରିକୀୟ ଡଲାର । ଅତୀତ ଭଳି ଆମେ ଉଗାଣ୍ଡା ଲୋକମାନଙ୍କ ଆଶା ଆକାଂକ୍ଷା- କୃଷି ଏବଂ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ତାଲିମ, ଭିତ୍ତିଭୂମି ଏବଂ ଶକ୍ତି, ସରକାରରେ ଦକ୍ଷତା ନିର୍ମାଣ ଏବଂ ପ୍ରତିରକ୍ଷାରେ ତାଲିମ କ୍ଷେତ୍ରରେ ସହଯୋଗ ଜାରି ରଖିବୁ । ଅନ୍ତର୍ଜାତୀୟ ସୌର ମେଣ୍ଟରେ ଯୋଗ ଦେବା ଲାଗି ନିଷ୍ପତ୍ତି ନେଇଥିବାରୁ ମୁଁ ରାଷ୍ଟ୍ରପତି ମୁସେଭେନୀ ଏବଂ ଏହି ସଦନକୁ ପ୍ରଶଂସା କରୁଛି ।

ମହାମହିମଗଣ,

ଉଗାଣ୍ଡା ଭଳି, ଆମେ ଆଫ୍ରିକାର ବ୍ୟାପକ କ୍ଷେତ୍ରରେ ଆମର ସହଭାଗୀତା ଏବଂ ସମ୍ପର୍କକୁ ପ୍ରସାରିତ କରିଛୁ । ଗତ ଚାରି ବର୍ଷ ମଧ୍ୟରେ, ଆମର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ମୁଁ ମୋଟାମୋଟି ଆଫ୍ରିକାର 25ରୁ ଊର୍ଦ୍ଧ୍ଵ ରାଷ୍ଟ୍ର ଗସ୍ତ କରିସାରିଛୁ । ଆମର ମନ୍ତ୍ରୀମାନେ ସମସ୍ତ ଆଫ୍ରିକୀୟ ରାଷ୍ଟ୍ର ଗସ୍ତ କରିସାରିଛନ୍ତି ।  ଅକ୍ଟୋବର 2015ରେ ତୃତୀୟ ଆଫ୍ରିକା-ଭାରତ ଶିଖର ସମ୍ମିଳନୀରେ 54ଟି ରାଷ୍ଟ୍ର ଏବଂ ରାଷ୍ଟ୍ର ଏବଂ ସରକାରୀ ସ୍ତରରେ 40 ଜଣ ମୁଖ୍ୟଙ୍କୁ ଆତିଥ୍ୟ ପ୍ରଦାନ କରି ଆମେ ଗର୍ବିତ । ଅନ୍ତର୍ଜାତୀୟ ସୌର ମେଂଟର ଉଦଘାଟନୀ ସମ୍ମିଳନୀରେ ବହୁ ଆଫ୍ରିକୀୟ ନେତୃବୃନ୍ଦଙ୍କୁ ଆତିଥ୍ୟ ପ୍ରଦାନ କରିବାର ସୁଯୋଗ ଆମକୁ ମିଳିଛି । ଏ ସବୁକୁ ଛାଡ଼ି ଦେଲେ ଆଫ୍ରିକାର 32 ଜଣ ରାଷ୍ଟ୍ର ଏବଂ ସରକାରୀ ମୁଖ୍ୟ ଗତ ଚାରି ବର୍ଷ ମଧ୍ୟରେ ଭାରତ ଗସ୍ତ କରିଛନ୍ତି । ଭାରତରେ ପ୍ରଥମ ଆଫ୍ରିକୀୟ ଉନ୍ନୟନ ବ୍ୟାଙ୍କର ବୈଠକ ଗତବର୍ଷ ଆୟୋଜନ କରି ମୋ ରାଜ୍ୟ ଗୁଜରାଟ ଗର୍ବିତ । ଏବଂ ଆମେ ମଧ୍ୟ 18ଟି ନୂଆ ଦୂତାବାସ ଆଫ୍ରିକାରେ ଖୋଲୁଛୁ ।

ମହାମହିମଗଣ,

40ରୁ ଊର୍ଦ୍ଧ୍ଵ ଆଫ୍ରିକୀୟ ଦେଶରେ 11 ବିଲିୟନ ଆମେରିକୀୟ ଡଲାରର 180ଟି ଲାଇନ ଅଫ କ୍ରେଡିଟ କାର୍ଯ୍ୟକାରୀ କରିବା ଆମ ଭାଗିଦାରୀ ମଧ୍ୟରେ ରହିଛି । ବିଗତ ଭାରତ-ଆଫ୍ରିକା ଶିଖର ସମ୍ମିଳନୀରେ, ଆମେ 10 ବିଲିୟନ ଆମେରିକୀୟ ଡଲାର ଲାଇନ ଅଫ କ୍ରେଡିଟ ଏବଂ 600 ନିୟୁତ ଡଲାରର ସହାୟତା ଅନୁଦାନ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲୁ । ପ୍ରତିବର୍ଷ 8 ହଜାର ଆଫ୍ରିକୀୟ ଯୁବକଯୁବତୀ ବିଭିନ୍ନ କାର୍ଯ୍ୟକ୍ରମରେ ତାଲିମ ନେଉଛନ୍ତି । ସବୁ ସମୟ ଭଳି, ଆମର ପ୍ରୟାସ ଆମର ପ୍ରାଥମିକତା ଦ୍ୱାରା ପରିଚାଳିତ । ଆଫ୍ରିକା ସହିତ ଆମର ବାଣିଜ୍ୟ ବର୍ତ୍ତମାନ 62 ବିଲିୟନ ଆମେରିକୀୟ ଡଲାରକୁ ଟପିଛି । ଏହା ଗତବର୍ଷ ଅପେକ୍ଷା 21 ପ୍ରତିଶତ ଅଧିକ । ଭାରତକୁ ଆଫ୍ରିକାର ରପ୍ତାନ ବୃଦ୍ଧି ପାଉଛି । ଏବଂ ଆମର ଅର୍ଥନୈତିକ ସମ୍ପର୍କ ବର୍ତ୍ତମାନ ଡିଜିଟାଲ ଅର୍ଥବ୍ୟବସ୍ଥାରେ ନୂଆ ଉଦ୍ଭାବନର ନୂଆ ଭାଗିଦାରୀ ଦ୍ୱାରା ପରିଚାଳିତ । ସମଗ୍ର ଆଫ୍ରିକା ମହାଦେଶରେ ଇ-ନେଟୱାର୍କ ଯୋଗାଯୋଗ ଏବେ 48ଟି ଆଫ୍ରିକୀୟ ଦେଶକୁ ଭାରତ ସହିତ ଏବଂ ପରସ୍ପର ସହ ଯୋଡ଼ିଛି । ଆଫ୍ରିକାରେ ଡିଜିଟାଲ ନବୀକରଣ ପାଇଁ ଏହା ମେରୁଦଣ୍ଡ ସାଜିପାରେ । କେତେକ ଉପକୂଳବର୍ତ୍ତୀ ରାଷ୍ଟ୍ର ସହ, ଆମର ଭାଗିଦାରୀ ବର୍ତ୍ତମାନ ପରିବର୍ଦ୍ଧିତ ଭାବେ ନୀଳ ଅର୍ଥବ୍ୟବସ୍ଥାକୁ ନିରନ୍ତର ଢଙ୍ଗରେ ଉପଯୋଗ କରିବା ଲାଗି ପ୍ରୟାସ କରୁଛି । ଏବଂ ଭାରତୀୟ ଔଷଧ ସେହିସବୁ ରୋଗର ଉପଶମ କରିବାରେ ସଫଳ ହୋଇଛି ଯାହା ଦିନେ ଆଫ୍ରିକାର ଭବିଷ୍ୟତ ପ୍ରତି ବିପଦ ରହିଥିଲା । ସେମାନେ ମଧ୍ୟ ଅନେକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ ଏବଂ ଗ୍ରହଣୀୟ କରିବାରେ ଲାଗିଛନ୍ତି ।

ମହାମହିମଗଣ,

ଆମେ ସମୃଦ୍ଧି ପାଇଁ ମିଳିତ ଭାବେ ଛିଡ଼ା ହୋଇଥିବାରୁ ଆମେ ଶାନ୍ତି ପାଇଁ ମଧ୍ୟ ମିଳିତ ଭାବେ ଛିଡ଼ା ହୋଇଛି । ନୀଳ ହେଲମେଟରେ ଭାରତୀୟ ସେନାବାହିନୀ ସେବା ଯୋଗାଇ ଦେଇଥିବାରୁ ଆଫ୍ରିକାର ଶିଶୁମାନେ ସେମାନଙ୍କ ଶାନ୍ତିର ଭବିଷ୍ୟତକୁ ଦେଖିପାରୁଛନ୍ତି । 1960ରେ କଙ୍ଗୋକୁ ଆମର ପ୍ରଥମ ଅଭିଯାନ ପରଠାରୁ ଆଫ୍ରିକାରେ ଡଜନରୁ ଊର୍ଦ୍ଧ୍ଵ ଶାନ୍ତିରକ୍ଷା ଅଭିଯାନରେ ଭାରତୀୟ ଶାନ୍ତିସେନାର କାର୍ଯ୍ୟକୁ ନେଇ ଆମେ ଗର୍ବିତ । ବିଶ୍ୱର ସମସ୍ତ ମିଳିତ ଜାତିସଂଘ ଶାନ୍ତି ଅଭିଯାନରେ 163 ଜଣ ଭାରତୀୟ ସୈନ୍ୟବାହିନୀ ମହାନ ବଳିଦାନ ଦେଇଛନ୍ତି । ଏହା କୌଣସି ଦେଶ ପାଇଁ ସବୁଠୁ ଅଧିକ ସଂଖ୍ୟା । ଏମାନଙ୍କ ମଧ୍ୟରୁ ପାଖାପାଖି 70 ପ୍ରତିଶତ କେବଳ ଆଫ୍ରିକାରେ ପ୍ରାଣବଳୀ ଦେଇଛନ୍ତି । ଆଜି 6 ହଜାରରୁ ଊର୍ଦ୍ଧ୍ଵ ଭାରତୀୟ ଆଫ୍ରିକାର 5ଟି ଶାନ୍ତିରକ୍ଷାକାରୀ ଅଭିଯାନରେ ନିୟୋଜିତ ରହିଛନ୍ତି । ଲାଇବେରିଆରେ ମିଳିତ ଜାତିସଂଘର ପ୍ରଥମ କେବଳ ମହିଳା ପୋଲିସ ୟୁନିଟ ଭାବେ ଭାରତୀୟ ମହିଳାମାନେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ଆମର ପ୍ରତିରକ୍ଷା ଏବଂ ନିରପତ୍ତା ସହଯୋଗ ଆଫ୍ରିକୀୟ ଦେଶ ସହିତ ବୃଦ୍ଧି ପାଇବାରେ ଲାଗିଛି । ଆମେ ଆତଙ୍କବାଦ ଏବଂ ଜଳଦସ୍ୟୁ ନିରୋଧୀ କାର୍ଯ୍ୟକଳାପ ଏବଂ ସମୁଦ୍ରପଥକୁ ନିରାପଦ ରଖିବା ଦିଗରେ କାର୍ଯ୍ୟ କରୁଛୁ ।

ମହାମହିମଗଣ,

ଆଫ୍ରିକା ସହିତ ଭାରତର ସମ୍ପର୍କ 10ଟି ନୀତି ଆଧାରରେ ଜାରି ରହିବ ।

ପ୍ରଥମତଃ, ଆଫ୍ରିକା ପାଇଁ ଶୀର୍ଷ ପ୍ରାଥମିକତା ହୋଇ ରହିବ । ଆଫ୍ରିକା ସହିତ ଆମ ସମ୍ପର୍କକୁ ଆମେ ଗଭୀର ଏବଂ ସୁଦୃଢ଼ କରିଚାଲିବୁ । ଯାହା ଆମେ ଦେଖାଇସାରିଛୁ, ଏହା ନିୟମିତ ଏବଂ ନିରନ୍ତର ଭାବେ ଜାରି ରହିବ ।

ଦ୍ୱିତୀୟତଃ, ଆପଣ ବିକାଶ ଭାଗିଦାରୀ ଆମର ପ୍ରାଥମିକତା ଦ୍ୱାରା ପରିଚାଳିତ ହେବ । ଏହା ଏପରି ସର୍ତ୍ତ ଉପରେ ଆଧାରିତ ହେବ ଯାହା ଆପଣଙ୍କୁ ସୁହାଇବ, ଯାହା ଆପଣଙ୍କ ସମ୍ଭାବନାକୁ ମୁକ୍ତ କରିବ ଏବଂ ଆପଣଙ୍କ ଭବିଷ୍ୟତକୁ ସୀମିତ କରିବ ନାହିଁ । ଆମେ ଆଫ୍ରିକୀୟ ପ୍ରତିଭା ଏବଂ ଦକ୍ଷତା ଉପରେ ନିର୍ଭର କରିବୁ । ଆମେ ଅଧିକରୁ ଅଧିକ ସ୍ଥାନୀୟ ସାମର୍ଥ ନିର୍ମାଣ କରିବୁ ଏବଂ ଯଥାସମ୍ଭବ ସ୍ଥାନୀୟ ସୁଯୋଗ ସୃଷ୍ଟି କରିବୁ ।

ତୃତୀୟତଃ, ଆମେ ଆମ ବଜାରକୁ ମୁକ୍ତ ଏବଂ ସହଜ କରିବୁ ତଥା ଭାରତ ସହ ବାଣିଜ୍ୟକୁ ଆହୁରି ଆକର୍ଷଣୀୟ କରିବୁ । ଆଫ୍ରିକାରେ ନିବେଶ ଲାଗି ଆମେ ଆପ ଶିଳ୍ପଜଗତକୁ ସହାୟତା କରିବୁ ।

ଚତୁର୍ଥତଃ, ଆଫ୍ରିକାର ବିକାଶ ଲାଗି ଆମେ ଡିଜିଟାଲ ବିପ୍ଳବ, ଜନସେବା ଯୋଗାଣରେ ଉନ୍ନତି, ଶିକ୍ଷା ଏବଂ ସ୍ୱାସ୍ଥ୍ୟରେ ଉନ୍ନତି, ଡିଜିଟାଲ ସାକ୍ଷରତା, ଆର୍ଥିକ ଅନ୍ତର୍ଭୂକ୍ତିକରଣ ଏବଂ ବଞ୍ଚିତ ବର୍ଗଙ୍କୁ ମୁଖ୍ୟଧାରାକୁ ଆଣିବା କ୍ଷେତ୍ରରେ ଭାରତୀୟ ଅଭିଜ୍ଞତାକୁ ଉପଯୋଗ କରିବୁ ।

ଏହା କେବଳ ମିଳିତ ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ଆମ ଭାଗିଦାରୀ ପାଇଁ ହେବ ନାହିଁ, ବରଂ ଡିଜିଟାଲ ଯୁଗରେ ଆଫ୍ରିକୀୟ ଯୁବକମାନଙ୍କୁ ଉପଯୁକ୍ତ ସ୍ଥାନ ଦେବା ଲାଗି ଆମର ପ୍ରୟାସ ହେବ ।

ପଞ୍ଚମରେ, ଆଫ୍ରିକାରେ ବିଶ୍ୱର 60 ପ୍ରତିଶତ କୃଷି ଉପଯୋଗୀ ଭୂମି ରହିଛି, କିନ୍ତୁ ବିଶ୍ୱ ଉତ୍ପାଦନର ମାତ୍ର 10 ପ୍ରତିଶତ ଏଠାରେ ଉତ୍ପାଦିତ ହୋଇପାରୁଛି । ଆମେ ଆପଣମାନଙ୍କ ସହିତ ଆଫ୍ରିକାର କୃଷି କଲ୍ୟାଣ ପାଇଁ କାର୍ଯ୍ୟ କରିବୁ ।

ଷଷ୍ଠରେ ଆମର ଭାଗିଦାରୀ ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା କରିବ । ଅନ୍ତର୍ଜାତୀୟ ଜଳବାୟୁ ବ୍ୟବସ୍ଥା ସୁନିଶ୍ଚିତ କରିବା, ଜୈବ ବିବିଧତାର ସଂରକ୍ଷର ଏବଂ ସ୍ୱଚ୍ଛ ତଥା ଦକ୍ଷ ଶକ୍ତି ଉତ୍ସ ଗ୍ରହଣକୁ ସୁନିଶ୍ଚିତ କରିବା ଲାଗି ଆମେ ଆଫ୍ରିକା ସହିତ କାର୍ଯ୍ୟ କରିବୁ ।

ସପ୍ତମରେ, ଆତଙ୍କବାଦ ଓ ଉଗ୍ରବାଦର ମୁକାବିଲା, ଆମର ସାଇବର କ୍ଷେତ୍ରକୁ  ନିରାପଦ ଏବଂ ସୁରକ୍ଷିତ ରଖିବା ଏବଂ ଶାନ୍ତି ରକ୍ଷା ଓ ଅଗ୍ରଗତି କ୍ଷେତ୍ରରେ ମିଳିତ ଜାତିସଂଘକୁ ସହାୟତା କରିବା କ୍ଷେତ୍ରରେ ଆମର ସହଯୋଗ ଏବଂ ଆପୋସ ସାମର୍ଥ୍ୟକୁ ଆମେ ସୁଦୃଢ଼ କରିବୁ ।

ଅଷ୍ଟମରେ,  ସବୁ ରାଷ୍ଟ୍ରଗୁଡ଼ିକର ଲାଭ ପାଇଁ ସମୁଦ୍ରକୁ ଖୋଲା ଏବଂ ମୁକ୍ତ ରଖିବା ଲାଗି ଆମେ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକ ସହିତ କାର୍ଯ୍ୟ କରିବୁ । ଆଫ୍ରିକାର ପୂର୍ବ ଉପକୂଳ ଏବଂ ପୂର୍ବ ଭାରତ ମହାସାଗରରେ ଆମେ ପ୍ରତିଦ୍ୱନ୍ଦ୍ୱିତା ନୁହେଁ ସହଯୋଗ ଚାହୁଁ । ସେଥିପାଇଁ ଭାରତ ମହାସାଗରର ନିରାପତ୍ତା କ୍ଷେତ୍ରରେ ଭାରତର ଆଭିମୁଖ୍ୟ ସହଯୋଗୀ ଏବଂ ସମ୍ମିଳିତ ଯାହା ଏହି କ୍ଷେତ୍ରରେ ସମସ୍ତଙ୍କର ନିରାପତ୍ତା  ଏବଂ ଅଭିବୃଦ୍ଧିର ମୂଳଦୂଆ ଉପରେ ଆଧାରିତ ।

ନବମରେ, ଏହା ମୋ ପାଇଁ ବିଶେଷ ଭାବେ ଗୁରୁତ୍ୱପୂର୍ଣ୍ଣ:  ଆଫ୍ରିକା ସହିତ ବିଶ୍ୱର ସମ୍ପର୍କ ବୃଦ୍ଧି ପାଉଥିବାରୁ, ଆମେ ସମସ୍ତେ ମିଳିତ ଭାବେ ଏଥିପାଇଁ କାର୍ଯ୍ୟ କରିବା ଉଚିତ ଯେପରି ଆଫ୍ରିକା ପୁଣିଥରେ ଶତ୍ରୁତାର ମହତ୍ୱାକାଂକ୍ଷା ମଞ୍ଚରେ ପରିଣତ ହୋଇନଯାଉ, ବରଂ ଏହା ଆଫ୍ରିକାର ଯୁବକମାନଙ୍କ ଆଶା ଆକାଂକ୍ଷାର ଲାଳନପାଳନର ସ୍ଥାନରେ ପରିଣତ ହେଉ ।

ଦଶମରେ, ଭାରତ ଏବଂ ଆଫ୍ରିକା ସାମ୍ରାଜ୍ୟବାଦ ବିରୋଧରେ ଲଢ଼େଇ କରିଥିବାରୁ, ଆମେ ମିଳିତ ଭାବେ ଏକ ଉପଯୁକ୍ତ, ପ୍ରତିନିଧିସ୍ତରୀୟ ଏବଂ ଗଣତାନ୍ତ୍ରିକ ବିଶ୍ୱ ବ୍ୟବସ୍ଥା ଦିଗରେ କାର୍ଯ୍ୟ କରିବୁ । ଏଥିରେ ଭାରତ ଏବଂ ଆଫ୍ରିକାରେ ରହୁଥିବା ମାନବ ଜଗତ ଏକ ତୃତୀୟାଂଶ ଲୋକମାନଙ୍କର ସ୍ୱର ଏବଂ ଭୂମିକା ରହିଥିବ । ଆଫ୍ରିକାକୁ ସମାନ ସ୍ଥାନ ନଦେବା ପର୍ଯ୍ୟନ୍ତ ବିଶ୍ୱସ୍ତରୀୟ ସଂଗଠନରେ ସଂସ୍କାର ପାଇଁ ଭାରତର ପ୍ରୟାସ ଅଧୁରା ରହିଯିବ । ଏହା ଆମ ବୈଦେଶିକ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ।

ମହାମହିମଗଣ,

ବର୍ତ୍ତମାନର ସମୟ ଯଦି ସ୍ୱାଧୀନତା ଏବଂ ସମାନତା ପାଇଁ ମିଳିତ ଭାବେ ଉତଥାନ କରୁଥିବା ରାଷ୍ଟ୍ରଗୁଡ଼ିକର ଶତାବ୍ଦୀ ହେବ, ଯଦି ଏହା ଏପରି ଏକ ସମୟ ହେବ ଯେଉଁଠି ସମ୍ଭାବନାର ଆଲୋକ ସମ୍ପୂର୍ଣ୍ଣ ମାନବ ସମାଜକୁ ଆଲୋକିତ କରିବ,  ଯଦି ଏହା ଏପରି ଏକ ସମୟ ହେବ ଯେଉଁଠି ଆମ ପୃଥିବୀର ଅଧିକ ଆଶାବାଦୀ ଭବିଷ୍ୟତ ହେବ, ତା’ହେଲେ ଏହି ଚମତ୍କାର ମହାଦେଶ ଆଫ୍ରିକାକୁ ଅବଶିଷ୍ଟ ବିଶ୍ୱ ସହିତ ପାଦ ସହ ପାଦ ମିଳାଇ ଚାଲିବାକୁ ହେବ । ଭାରତ ଆପଣମାନଙ୍କ ପାଇଁ ଏବଂ ଆପଣମାନଙ୍କ ଲାଗି କାର୍ଯ୍ୟ କରିବ । ଆମର ଭାଗିଦାରୀ ଆଫ୍ରିକାରେ ସଶକ୍ତିକରଣର ସରଞ୍ଜାମ ନିର୍ମାଣ କରିବ । ପାରଦର୍ଶିତା, ଏବଂ ସମାନତାର ନୀତି ଉପରେ ସମ୍ମାନର ସହ ଆପଣଙ୍କ ପ୍ରୟାସରେ ଆମେ ବନ୍ଧୁ ଭାବେ ଆପଣମାନଙ୍କ ସହିତ ଛିଡ଼ା ହେବୁ । ଆମେ ଆପଣଙ୍କ ପାଇଁ କହିବୁ ଏବଂ ଆପଣଙ୍କ ସହିତ ରହିବୁ ।  ଭାରତର ଦୁଇ ତୃତୀୟାଂଶ ଏବଂ ଆଫ୍ରିକାର ତୃତୀୟାଂଶଙ୍କ ବୟସ 35 ବର୍ଷରୁ କମ । ଏବଂ ଯଦି ଭବିଷ୍ୟତ ଯୁବକମାନଙ୍କ ପାଇଁ, ତା’ହେଲେ ଏହି ଶତାବ୍ଦୀ ଆମର, ଆମେ ଏହାକୁ ରୂପ ଦେଇପାରିବା ଏବଂ ନିର୍ମାଣ କରିପାରିବା । ଏବଂ ଚାଲନ୍ତୁ ଆମେ ଉଗାଣ୍ଡାର ଉକ୍ତି – “ଆନାୟେଜିତାହିଦିହୁଫାଇଦି” ଦ୍ୱାରା ପରିଚାଳିତ ହେବା- ଯାହାର ଅର୍ଥ ହେଉଛି ଅତିରିକ୍ତ ପ୍ରୟାସ କରୁଥିବା ବ୍ୟକ୍ତି ଲାଭବାନ ହେବ । ଭାରତ ଆଫ୍ରିକା ପାଇଁ ସେହି ଅତିରିକ୍ତ ପ୍ରୟାସ କରିଛି । ଏବଂ ସବୁବେଳେ ଏହା ଜାରି ରଖିବ । ଆଫ୍ରିକାର ଲାଭ ପାଇଁ ।

ଆପଣମାନଙ୍କୁ ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ

ଆସାନ୍ତେ ସାନା

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.