Our focus is to make our education system the most advanced and modern for students of our country: PM
21st century is the era of knowledge. This is the time for increased focus on learning, research, innovation: PM Modi
Youngsters should not stop doing three things: Learning, Questioning, Solving: PM Modi

ଆପଣମାନେ ଏକକୁ ଆରେକ ସମାଧାନ ଉପରେ କାମ କରୁଛନ୍ତି । ଦେଶ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛି, ଏଗୁଡ଼ିକ ତା’ର ସମାଧାନ କରିବା ସହିତ ଡାଟା, ଡିଜିଟାଇଜେସନ ଏବଂ ହାଇଟେକ ଫ୍ୟୁଚରକୁ ନେଇ ଭାରତର ଆକାଂକ୍ଷାକୁ ମଧ୍ୟ ମଜବୁତ କରୁଛନ୍ତି ।

ସାଥୀଗଣ, ଆମେ ଏ କଥାକୁ ନେଇ ଗର୍ବିତ ଯେ ବିଗତ ଶତାବ୍ଦୀରେ ଆମେ ବିଶ୍ୱକୁ ଅନେକ ଉତ୍କୃଷ୍ଟ ବୈଜ୍ଞାନିକ, ଉନ୍ନତ ପ୍ରଯୁକ୍ତିବିତ, ପ୍ରଯୁକ୍ତି ଉଦ୍ୟମର ନେତୃତ୍ୱମାନଙ୍କୁ ଭେଟି ଦେଇଛୁ । କିନ୍ତୁ ଏହା ହେଉଛି ଏକ ବିଂଶ ଶତାବ୍ଦୀ ଏବଂ ଦ୍ରୁତ ଗତିରେ ବଦଳୁଥିବା ଦୁନିଆରେ ଭାରତ ନିଜର ସେହି ପ୍ରଭାବୀ ଭୂମିକା ତୁଲାଇବା ଲାଗି ସେତିକି ତୀବ୍ର ଗତିରେ ନିଜକୁ ବଦଳାଇବାକୁ ପଡ଼ିବ ।

ଏହି ଚିନ୍ତାଧାରା ସହିତ ଏବେ ଦେଶରେ ନବୋନ୍ମେଷ, ଗବେଷଣା, ଡିଜାଇନ, ବିକାଶ, ଉଦ୍ୟମିତା ଲାଗି ଆବଶ୍ୟକ ଇକୋ ସିଷ୍ଟମ ଦ୍ରୁତ ଗତିରେ ପ୍ରସ୍ତୁତ କରାଯାଉଛି । ଏବେ ଶଣିକ୍ଷାର ଗୁଣବତ୍ତା ଉପରେ ବିଶେଷ ଜୋର ଦିଆଯାଉଛି । ଏକବିଂଶ ଶତାବ୍ଦୀର ପ୍ରଯୁକ୍ତିକୁ ସାଧୀରେ ନେଇ, ଏହି ଶତାବ୍ଦୀର ଆବଶ୍ୟକତାକୁ ପୂରଣ କରୁଥିବା ଶିକ୍ଷା ବ୍ୟବସ୍ଥା ବର୍ତ୍ତମାନ ଅତ୍ୟନ୍ତ ଜରୁରି ।

 

ପ୍ରଧାନମନ୍ତ୍ରୀ ଇ-ବିଦ୍ୟା କାର୍ଯ୍ୟକ୍ରମ ହେଉ କିମ୍ବା ଅଟଳ ଇନୋଭେସନ ମିଶନ, ଦେଶରେ ବୈଜ୍ଞାନିକ ମନୋଭାବକୁ ବଢ଼ାଇବା ଲାଗି ଅନେକ କ୍ଷେତ୍ରରେ ଉଦ୍ୟମ କରାଯାଉଛି । ବୃତ୍ତି ସମ୍ପ୍ରସାରଣ ହେଉ କିମ୍ବା କ୍ରୀଡ଼ା କ୍ଷେତ୍ର ସହିତ ଜଡ଼ିତ ପ୍ରତିଭାମାନଙ୍କୁ ଆଧୁନିକ ସୁବିଧା ଓ ଆର୍ଥିକ ସହାୟତା, ଗବେଷଣାକୁ ପ୍ରୋତ୍ସାହନ ଦେଉଥିବା ଯୋଜନା ହେଉ ଅଥବା ଭାରତରେ ବିଶ୍ୱସ୍ତରୀୟ 20ଟି ଉତ୍କର୍ଷ ସଂସ୍ଥାନ ନିର୍ମାଣ ଅଭିଯାନ, ଅନଲାଇନ ଏଜୁକେସନ ନିମନ୍ତେ ନୂଆ ସମ୍ବଳର ନିର୍ମାଣ ହେଉ କିମ୍ବା ପୁଣି ସ୍ମାର୍ଟ ଇଣ୍ଡିଆ ହ୍ୟାକାଥନ ଭଳି ଅଭିଯାନ, ଏସବୁ ପ୍ରୟାସ ଭାରତର ଶିକ୍ଷା ବ୍ୟବସ୍ଥାକୁ ଆହୁରି ଆଧୁନିକ କରିବା, ଏଠାକାର ପ୍ରତିଭାମାନଙ୍କୁ ସମ୍ପୂର୍ଣ୍ଣ ସୁଯୋଗ ପ୍ରଦାନ କରିବା ନିମନ୍ତେ କରାଯାଉଛି ।

ସାଥୀଗଣ, ଏହି ଅଧ୍ୟାୟ ସହ ଜଡ଼ିତ କିଛିଦିନ ପୂର୍ବରୁ ନୂଆ ଶିକ୍ଷା ନୀତି ଘୋଷଣା କରାଯାଇଛି । ଏହି ନୀତିରେ ଏକବିଂଶ ଶତାବ୍ଦୀର ଯୁବପିଢ଼ିଙ୍କ ଚିନ୍ତାଧାରା, ସେମାନଙ୍କର ଆବଶ୍ୟକତା, ସେମାନଙ୍କର ଆଶା-ଆକାଂକ୍ଷାକୁ ଦେଖି ପ୍ରସ୍ତୁତ କରିବା ଲାଗି ବ୍ୟାପକ ପ୍ରୟାସ କରାଯାଇଛି ।
ଏହା ବାସ୍ତବ ଅର୍ଥରେ ସମଗ୍ର ଭାରତ ବର୍ଷ, ଭାରତର ସ୍ୱପ୍ନ, ଭାରତର ଭବିଷ୍ୟତ ପିଢ଼ିର ଆଶାଆକାଂକ୍ଷାକୁ ନିଜ ଭିତରେ ସମାହିତ କରି ନୂତନ ଭାରତର ଶିକ୍ଷା ନୀତି ରୂପରେ ଉଭା ହୋଇଛି । ଏଥିରେ ପ୍ରତ୍ୟେକ କ୍ଷେତ୍ର, ପ୍ରତ୍ୟେକ ରାଜ୍ୟର ବିଦ୍ୱାନମାନଙ୍କର ବିଚାରକୁ ସମାବିଷ୍ଟ କରାଯାଇଛି । ତେଣୁ ଏହା କେବଳ ଏକ ନୀତି ଦସ୍ତାବିଜ ନୁହେଁ ବରଂ 130 କୋଟିରୁ ଊର୍ଦ୍ଧ୍ଵ ଭାରତୀୟଙ୍କ ଆକାଂକ୍ଷାର ପ୍ରତିଫଳନ ।

 

ସାଥୀଗଣ, ଆପଣମାନେ ନିଜ ଆଖପାଖରେ ଦେଖିପାରୁଥିବେ, ଆଜି ବି ଅନେକ ପିଲାମାନଙ୍କୁ ଲାଗୁଛି ଯେ ସେମାନଙ୍କୁ ଏପରି ଏକ ବିଷୟ ଆଧାରରେ ତୁଳନା କରାଯାଉଛି, ଯେଉଁଥିରେ ସେମାନଙ୍କର କୌଣସି ଆଗ୍ରହ ନାହିଁ । ମାତା-ପିତାଙ୍କର, ସମ୍ପର୍କୀୟ, ବନ୍ଧୁ, ସମ୍ପୂର୍ଣ୍ଣ ପରିବେଶର ପ୍ରେସର ରହିଲେ ଅନ୍ୟମାନେ ଚୟନ କରୁଥିବା ବିଷୟ ସେମାନେ ପଢ଼ିବା ଆରମ୍ଭ କରିଥାନ୍ତି । ଏହି ବାଧ୍ୟବାଧକତା ଦେଶର ଜନସଂଖ୍ୟାରେ ଏପରି ଏକ ସମୁଦାୟ ସୃଷ୍ଟି କରିଛି, ଯେଉଁମାନେ ଲେଖାପଢ଼ା ତ’ ଜାଣିଛନ୍ତି, କିନ୍ତୁ ସେମାନେ ଯାହା ପଢ଼ିଛନ୍ତି ସେଥିମଧ୍ୟରୁ ଅଧିକାଂଶ ତାଙ୍କର କାମରେ ଲାଗୁ ନାହିଁ । ଏକାଧିକ ଡିଗ୍ରୀ ହାସଲ କରିଥିଲେ ସୁଦ୍ଧା ସେମାନେ ନିଜ ଭିତରେ ଏକ ଅଧୁରାପଣର ଅନୁଭବ କରୁଛନ୍ତି । ସେମାନଙ୍କ ଭିତରେ ଯେଉଁ ଆତ୍ମବିଶ୍ୱାସ, ମନୋବଳ ରହିବା ଆବଶ୍ୟକତା ତା’ର ଅଭାବ ରହୁଛି । ଏହାର ପ୍ରଭାବ ସେମାନଙ୍କର ସମ୍ପୂର୍ଣ୍ଣ ଜୀବନଯାତ୍ରା ଉପରେ ପଡ଼ୁଛି ।

ସାଥୀଗଣ, ନୂଆ ଶିକ୍ଷା ନୀତି ମାଧ୍ୟମରେ ଏହି ଆଭିମୁଖ୍ୟକୁ ବଦଳାଇବା ଲାଗି ପ୍ରୟାସ କରାଯାଉଛି, ପୂର୍ବରୁ ଥିବା ଅଭାବକୁ ଦୂର କରାଯାଉଛି । ଭାରତର ଶିକ୍ଷା ବ୍ୟବସ୍ଥାରେ ଏବେ ଏକ ବ୍ୟବସ୍ଥିତ ସଂସ୍କାର, ଶିକ୍ଷାର ଉଦ୍ଦେଶ୍ୟ ଏବଂ ବିଷୟବସ୍ତୁ, ଉଭୟକୁ ପରିବର୍ତ୍ତନ କରିବାର ପ୍ରୟାସ କରାଯାଇଛି ।

ବନ୍ଧୁଗଣ,

ଏକବିଂଶ ଶତାବ୍ଦୀ ହେଉଇ ଜ୍ଞାନର ଶତାବ୍ଦୀ । ବର୍ତ୍ତମାନ ସମୟରେ ଶିକ୍ଷଣ, ଗବେଷଣା, ନବୋନ୍ମେଷ ଉପରେ ଅଧିକ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି । ଭାରତର ଜାତୀୟ ଶିକ୍ଷା ନୀତି, 2020ରେ ଠିକ ଏହି ଦିଗ ପ୍ରତି ହିଁ ଧ୍ୟାନ ଦିଆଯାଇଛି । ଏହି ନୀତି ଆପଣଙ୍କ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଅଭିଜ୍ଞତାକୁ : ଫଳପ୍ରଦ, ବିସ୍ତୃତ କରିବ । ଏହା ଆପଣଙ୍କ ପ୍ରକୃତ ଆଗ୍ରହ ପାଇଁ ମାର୍ଗଦର୍ଶନ କରିବ ।
ବନ୍ଧୁଗଣ, ଭାରତରେ ଆପଣମାନେ ଶ୍ରେଷ୍ଠ ଓ ଜାଜ୍ଜୁଲ୍ୟମାନ ପ୍ରତିଭା । ଏହି ହ୍ୟାକାଥନ ଜରିଆରେ ସମସ୍ୟା ସମାଧାନ କରିବା ଆପଣଙ୍କ ପାଇଁ ପ୍ରଥମ ନୁହେଁ, ଶେଷ ମଧ୍ୟ ନୁହେଁ । ମୁଁ ଚାହୁଁଛି, ଆପଣମାନେ ଏବଂ ଆପଣଙ୍କ ଭଳି ଯୁବପିଢ଼ି ତିନୋଟି କଥା କେବେ ଛାଡ଼ନ୍ତୁ ନାହିଁ : ଅଧ୍ୟୟନ, ଅନୁସନ୍ଧାନ ଓ ସମାଧାନ ।

ଆପଣ ଯେତେବେଳେ ଶିକ୍ଷା ଲାଭ କରିଥାନ୍ତି, ଆପଣମାନେ ପ୍ରଶ୍ନ ପଚାରିବାର ଜ୍ଞାନ ହାସଲ କରିଥାନ୍ତି । ଆପଣ ପ୍ରଶ୍ନ ପଚାରିଲେ, ସମସ୍ୟା ସମାଧାନ ଲାଗି ଅଭିନବ ପଦ୍ଧତି ପାଇପାରିଥାନ୍ତି । ଆପଣମାନେ ତାହା କରିପାରିଲେ ପ୍ରଗତି ହାସଲ କରିଥାନ୍ତି । ଆପଣମାନଙ୍କ ପ୍ରୟାସ କାରଣରୁ ଆମର ଦେଶ ପ୍ରଗତୀ ହାସଲ କରିଥାଏ । ଆମ ପୃଥିବୀ ସମୃଦ୍ଧ ହୋଇଥାଏ ।

ବନ୍ଧୁଗଣ, ଭାରତର ଜାତୀୟ ଶିକ୍ଷା ନୀତି ଏସବୁ ଭାବନା ପ୍ରତିଫଳିତ କରିଥାଏ । ଆମେ ବହିବସ୍ତାନିର ବୋଝ ହ୍ରାସ କରିବାକୁ ଚାହୁଁଛୁ, ଯାହା ବିଦ୍ୟାଳୟ ଠାରୁ ବାହାରେ ତିଷ୍ଠି ପାରିନଥାଏ । ଏହା ବଦଳରେ ଆମେ ଜୀବନ ପାଇଁ ସହାୟକ ହେଉଥିବା ଶିକ୍ଷାର ବରଦାନ ସେବାକୁ ଚାହୁଁଛୁ । କେବଳ ସାଧାରଣ ଭାବେ ମନେ ରଖିବା ବଦଳରେ ମହତ୍ୱପୂର୍ଣ୍ଣ ଚିନ୍ତା ଧାରା ଉପରେ ଆମେ ଗୁରୁତ୍ୱାରୋପ କରୁଛୁ । ବହୁ ବର୍ଷ ଧରି, ବ୍ୟବସ୍ଥାର ସୀମାବଦ୍ଧତା ଛାତ୍ରଛାତ୍ରୀଙ୍କ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇଛି । ଆଉ ନୁହେଁ! ଜାତୀୟ ଶିକ୍ଷା ନୀତି ଯୁବ ଭାରତର ଆକାଂକ୍ଷାକୁ ପ୍ରତିଫଳିତ କରୁଛି । ଏହା ବ୍ୟବସ୍ଥା କୈନ୍ଦ୍ରିକ ନୁହେଁ, ଏହା ଜନକୈନ୍ଦ୍ରିକ ଓ ଭବିଷ୍ୟତ କୈନ୍ଦ୍ରିକ ।

 

ବନ୍ଧୁଗଣ, ଏହି ନୀତିର ସବୁଠୁ ଉତ୍ସାହଜନକ ଦିଗଟି ହେଉଛି ଆନ୍ତଃବିଷୟକ ଅଧ୍ୟୟନ ଉପରେ ଜୋର ଦିଆଯିବା । ଏହି ଚିନ୍ତାଧାରା ଦିନକୁ ଦିନ ଲୋକପ୍ରିୟତା ଅର୍ଜନ କରୁଛି । ଏହା ହେବା ମଧ୍ୟ ଉଚିତ । ଗୋଟିଏ ଢାଂଚା ସମସ୍ତଙ୍କ ପାଇଁ ପ୍ରଜୁଯ୍ୟ ନୁହେଁ । କେବଳ ଗୋଟିଏ ବିଷୟ ଆପଣଙ୍କର ଆକଳନ କରିପାରିବ ନାହିଁ । କିଛି ନୂଆ ଆବିଷ୍କାର କରିବା କ୍ଷେତ୍ରରେ କୌଣସି ସୀମା ରହିବା ଅନୁଚିତ । ମାନବ ସଭ୍ୟତାରେ ଅନେକ ମହାମନିଷୀମାନଙ୍କର ଉଦାହରଣ ରହିଛି ଯେଉଁମାନେ ବିବିଧ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଛନ୍ତି । ଆର୍ଯ୍ୟଭଟ୍ଟ ହୁଅନ୍ତୁ ଅବା ଲିଓନାର୍ଡୋ ଦା ଭିନ୍ସି, ଅବା ପୁଣି ହେଲେନ କେଲର, ଗୁରୁଦେବ ରବିନ୍ଦ୍ର ନାଥ ଠାକୁର । ବର୍ତ୍ତମାନ ଆମେ କଳା, ବିଜ୍ଞାନ, ବାଣିଜ୍ୟ ମଧ୍ୟରେ ରହିଥିବା ପାରମ୍ପରିକ ସୀମା ହଟେଇ ଦେଇଛୁ । ଯଦି କେହି ଆଗ୍ରହୀ ଅଛନ୍ତି, ସେ ଗଣିତ ଓ ସଙ୍ଗୀତ, କିମ୍ବା କୋଡିଙ୍ଗ ଓ ରସାୟନ ବିଜ୍ଞାନ ଏକ ସଙ୍ଗେ ଶିକ୍ଷା ଲାଭ କରିପାରିବେ । ବିଦ୍ୟାର୍ଥୀ କ’ଣ ପଢ଼ିବାକୁ ଚାହୁଁଛି ତାହା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି । ସମାଜ କ’ଣ ଚାହୁଁଛି ତାହା ବିଦ୍ୟାର୍ଥୀ ପଢ଼ିବ ନାହିଁ । ଆନ୍ତଃବିଷୟକ ଅଧ୍ୟୟନ ଆପଣଙ୍କୁ ନିୟନ୍ତ୍ରଣ ପ୍ରଦାନ କରିବ । ଏହି ପ୍ରକ୍ରିୟାରେ ଆପଣ ନମନୀୟତାର ବିକଳ୍ପ ପାଇବେ ।

ଜାତୀୟ ଶିକ୍ଷା ନୀତିରେ, ନମନୀୟତାକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି । ଏକାଧିକ ପ୍ରବେଶ ଓ ପ୍ରସ୍ଥାନର ବ୍ୟବସ୍ଥା ଏଥିରେ ରହିଛି । ବିଦ୍ୟାର୍ଥୀଙ୍କ ପାଇଁ କୌଣସି ଗୋଟିଏ ମାର୍ଗ ଥିବା ବ୍ୟବସ୍ଥା ନାହିଁ । ସ୍ନାତକ ଅଧ୍ୟୟନ ତିନି କିମ୍ବା ଚାରି ବର୍ଷର ହୋଇପାରେ । ଛାତ୍ରଛାତ୍ରୀମାନେ ଏକାଡେମିକ ବ୍ୟାଙ୍କ ଅଫ କ୍ରେଡିଟର ସୁବିଧା ନେଇପାରିବେ, ଏଥିରେ ହାସଲ କରାଯାଇଥିବା ସମସ୍ତ ଏକାଡେମିକ କ୍ରେଡିଟ ରହିପାରିବ । ଶେଷରେ ଡିଗ୍ରୀ ହାସଲ କରିବା ସମୟରେ ଏଗୁଡ଼ିକୁ ହସ୍ତାନ୍ତରିତ ଓ ଗଣତି କରାଯାଇପାରିବ । ଏପରି ନମନୀୟତା ଆମ ଶିକ୍ଷା ବ୍ୟବସ୍ଥାରେ ଦୀର୍ଘଦିନର ଆବଶ୍ୟକତା ଭାବେ ରହିଆସିଥିଲା । ମୁଁ ଆନନ୍ଦିତ ଯେ ଜାତୀୟ ଶିକ୍ଷା ନୀତିରେ ଏହି ପ୍ରସଙ୍ଗ ପ୍ରତି ଗୁରୁତ୍ୱାରୋପ କରାଯାଇଛି ।

ବନ୍ଧୁଗଣ, ପ୍ରାଥମିକ ଶିକ୍ଷା ସ୍ତରରୁ ସମସ୍ତଙ୍କ ନିକଟରେ ଶିକ୍ଷାର ଉପଲବ୍ଧତା ଉପରେ ଜାତୀୟ ଶିକ୍ଷା ନୀତିରେ ଗୁରୁତ୍ୱାରୋପ କରାଯାଇଛି । ଉଚ୍ଚ ଶିକ୍ଷା କ୍ଷେତ୍ରରେ, ମୋଟ ପଞ୍ଜୀକରଣ ଅନୁପାତକୁ 2035 ସୁଦ୍ଧା 50 ପ୍ରତିଶତକୁ ବଢ଼ାଇବା ଲାଗି ଲକ୍ଷ୍ୟ ରଖାଯାଇଛି । ଲିଙ୍ଗଗତ ସମାବେଶ ପାଣ୍ଠି, ସ୍ୱତନ୍ତ୍ର ଶିକ୍ଷା ଅଂଚଳ, ମୁକ୍ତ ଓ ଦୂରସ୍ଥ ଶିକ୍ଷା ପାଇଁ ବିକଳ୍ପ ଆଦି ପଦକ୍ଷେପ ମଧ୍ୟ ବିଶେଷ ସହାୟକ ହୋଇପାରିବ ।

ବନ୍ଧୁଗଣ, ଆମ ସମ୍ବିଧାନର ନିର୍ମାତା, ଆମେ ଦେଶର ମହାନ ଶିକ୍ଷାବିତ୍ତ ବାବା ସାହେବ ଆମ୍ବେଦକର କହିଥିଲେ, ଶିକ୍ଷା ଏପରି ହେବା ଉଚିତ ଯାହା ସମସ୍ତଙ୍କ ନିକଟରେ ପହଁଚୁଥିବ, ସମସ୍ତଙ୍କ ପାଇଁ ସୁଲଭ ହୋଇଥିବ । ଏହି ଶିକ୍ଷା ନୀତି, ତାଙ୍କର ଏହି ବିଚାର ପ୍ରତି ମଧ୍ୟ ସମର୍ପିତ । ଏହି ଶିକ୍ଷା ନୀତି, ଚାକିରି ଆଶାୟୀଙ୍କ ପରିବର୍ତ୍ତେ ଚାକିରି ସୃଷ୍ଟିକାରୀ ତିଆରି କରିବା ଉପରେ ଗୁରୁତ୍ୱ ଦେଉଛି । ଅର୍ଥାତ ଏକପ୍ରକାରରେ ଏହା ଆମର ମନୋଭାବରେ, ଆମର ଆଭିମୁଖ୍ୟରେ ସଂସ୍କାର ଆଣିବାର ପ୍ରୟାସ । ଏହି ନୀତି ମାଧ୍ୟମରେ ଏପରି ଆତ୍ମନିର୍ଭରଶୀଳ ଯୁବପିଢ଼ି ନିର୍ମାଣ କରିବାର ଲକ୍ଷ୍ୟ ରଖାଯାଇଛି, ଯାହା ନିକଟରେ ଚାକିରି କରିବା, ସେବା କରିବା କିମ୍ବା ଉଦ୍ୟମୀ ହେବା ଲାଗି ନିଷ୍ପତ୍ତି ନେବାର କ୍ଷମତା ରହିଥିବ ।
ବନ୍ଧୁଗଣ, ଆମ ଦେଶରେ ଭାଷା ସବୁବେଳେ ଏକ ସମ୍ବେଦନଶୀଳ ବିଷୟ ହୋଇ ରହିଆସିଛି । ଏହାର ଏକ ବଡ଼ କାରଣ ହେଉଛି ଆମର ଏଠାରେ ସ୍ଥାନୀୟ ଭାଷାକୁ ଯଥାରୂପରେ ରହିବାକୁ ଛାଡ଼ି ଦିଆଯାଇଛି, ତା’କୁ ପୋଷିତ କରିବା କିମ୍ବା ଆଗକୁ ବଢ଼ିବାର ସୁଯୋଗ ମିଳିନାହିଁ । ଏବେ ଶିକ୍ଷା ନୀତିରେ ଯେଉଁ ପରିବର୍ତ୍ତନ ଆସିଛି, ତାହା ଦ୍ୱାରା ଭାଷାଗୁଡ଼ିକ ଆଗକୁ ବଢ଼ିବ, ସେଗୁଡ଼ିକ ଆହୁରି ବିକଶିତ ହୋଇପାରିବେ । ଏଗୁଡ଼ିକ ଭାରତୀୟ ଜ୍ଞାନକୁ ବଢ଼ାଇବା ସହିତ ଭାରତର ଏକତାକୁ ମଧ୍ୟ ସମୃଦ୍ଧ କରିବେ । ଆମ ଭାରତୀୟ ଭାଷାରେ ଅନେକ ସମୃଦ୍ଧ ରଚନା ରହିଛି, ଶହ ଶହ ବର୍ଷ ପୁରୁଣା ଜ୍ଞାନ ରହିଛି, ଅନୁଭୂତି ରହିଛି, ଏଗୁଡ଼ିକର ଏବେ ଆହୁରି ଅଧିକ ବିସ୍ତାର ହେବ । ଏହାଦ୍ୱାରା ବିଶ୍ୱ ମଧ୍ୟ ଭାରତର ସମୃଦ୍ଧ ଭାଷା ସହିତ ପରିଚିତ ହୋଇପାରିବ । ଆହୁରି ଏକ ବଡ଼ ଲାଭ ହେବ ଯେ ଛାତ୍ରଛାତ୍ରୀଙ୍କୁ ନିଜ ପ୍ରାରମ୍ଭିକ ବଷଗୁଡ଼ିକରେ ନିଜ ଭାଷାରେ ହିଁ ଶିଖିବାର ସୁଯୋଗ ମିଳିପାରିବ ।
ଏହାଦ୍ୱାରା ସେମାନଙ୍କ ପ୍ରତିଭା ଆହୁରି ପ୍ରଷ୍ଫୁଟିତ ହୋଇପାରିବ । ସେମାନଙ୍କ ନିକଟରେ ବୁଝିବାର ଅଧିକ ସୁଯୋଗ ରହିବ । ସେମାନେ ସହଜ ହୋଇ, ବିନା ଚାପରେ ଅନେକ କଥା ଶିଖିପାରିବେ, ଶିକ୍ଷା ସହିତ ଯୋଡ଼ି ହୋଇପାରିବେ । ବର୍ତ୍ତମାନ ଜିଡିପି ଆଧାରରେ ବିଶ୍ୱର ଶୀର୍ଷ 20ଟି ଦେଶର ତାଲିକାକୁ ଦେଖିଲେ ଅଧିକାଂଶ ଦେଶ ନିଜର ରାଷ୍ଟ୍ରଭାଷା, ମାତୃଭାଷାରେ ହିଁ ଶିକ୍ଷାଦାନ କରୁଛନ୍ତି । ଏ ଦେଶଗୁଡ଼ିକ ନିଜ ଦେଶର ଯୁବକମାନଙ୍କ ଚିନ୍ତାଧାରା ଓ ବୁଦ୍ଧିମତାକୁ ନିଜ ଭାଷାରେ ହିଁ ବିକଶିତ କରୁଛନ୍ତି । ବିଶ୍ୱ ସହିତ ବାର୍ତ୍ତାଳାପ କରିବା ଲାଗି ଅନ୍ୟ ଭାଷା ଉପରେ ମଦ୍ୟ ଗୁରୁତ୍ୱାରୋପ କରୁଛନ୍ତି । ଏହି ନୀତି ଓ ରଣନୀତି ଏକବିଂଶ ଶତାବ୍ଦୀର ଭାରତ ପାଇଁ ମଧ୍ୟ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ । ଭାରତ ନିକଟରେ ଭାଷାର ଅଦ୍ଭୂତ ଭଣ୍ଡାର ରହିଛି, ଯେଉଁଗୁଡ଼ିକୁ ଶିଖିବା ଲାଗି ଗୋଟିଏ ଜୀବନକାଳ ମଧ୍ୟ କମ ହୋଇଯିବ ଏବଂ ଆଜି ବିଶ୍ୱ ମଧ୍ୟ ଏଥିପାଇଁ ଲାଳାୟିତ ।
ବନ୍ଧୁଗଣ, ନୂଆ ଶିକ୍ଷା ନୀତିର ଆଉ ଏକ ବିଶେଷତ୍ୱ ମଧ୍ୟ ରହିଛି । ଏଥିରେ ଲୋକାଲ ଉପରେ ଯେତିକି ଗୁରୁତ୍ୱାରୋପ କରାଯାଇଛି, ତା’କୁ ଗ୍ଲୋବାଲ ସହିତ ଯୋଡ଼ିବା ଲାଗି ମଧ୍ୟ ସେତିକି ଜୋର ଦିଆଯାଇଛି । ଗୋଟିଏ ପଟେ ସ୍ଥାନୀୟ ଲୋକକଳା, ବିଦ୍ୟା, ଶାସ୍ତ୍ରୀୟ କଳା ଓ ଜ୍ଞାନକୁ ସ୍ୱାଭାବିକ ସ୍ଥାନ ଦେବା କଥା କୁହାଯାଇଥିବା ବେଳେ ଅନ୍ୟପଟେ ଶୀଷ ବୈଶ୍ୱିକ ଶିକ୍ଷାନୁଷ୍ଠାନଗୁଡ଼ିକୁ ଭାରତରେ କ୍ୟାମ୍ପସ ଖୋଲିବା ନିମନ୍ତେ ଆମନ୍ତ୍ରଣ କରାଯାଇଛି । ଏହାଦ୍ୱାରା ଆମର ଯୁବକମାନଙ୍କୁ ଭାରତରେ ହିଁ ବିଶ୍ୱସ୍ତରୀୟ ସୁଯୋଗ ଓ ଅବସର ମିଳିବ ତଥା ବୈଶ୍ୱିକ ପ୍ରତିଦ୍ୱନ୍ଦ୍ୱିତା ଲାଗି ଅଧିକ ପ୍ରସ୍ତୁତି ମଧ୍ୟ ହୋଇପାରିବ । ଏହାଦ୍ୱାରା ଭାରତରେ ବିଶ୍ୱସ୍ତରୀୟ ସଂସ୍ଥାନ ନିର୍ମାଣରେ, ଭାରତକୁ ଗ୍ଲୋବାଲ ଏଜୁକେସନର କେନ୍ଦ୍ର ହେବାରେ ଅନେକ ସହାୟତା ମିଳିପାରିବ ।

ସାଥୀଗଣ, ଦେଶର ଯୁବଶକ୍ତି ଉପରେ ମୋର ସବୁବେଳେ ଭରସା ରହିଆସିଛି । କାହିଁକି ଏ ଭରସା, ତାହା ଦେଶର ଯୁବପିଢ଼ିମାନେ ବାରମ୍ବାର ପ୍ରମାଣିତ କରିଆସିଛନ୍ତି । ନିକଟରେ କରୋନାରୁ ସୁରକ୍ଷିତ ରହିବା ଲାଗି ଫେସ ଶିଲ୍ଡର ଚାହିଦା ଖୁବ ବଢ଼ିଯାଇଥିଲା । ଏହି ଚାହିଦାକୁ ଥ୍ରୀଡି ପ୍ରିଂଟିଂ ଟେକ୍ନୋଲୋଜି ସହିତ ସମ୍ପୂର୍ଣ୍ଣ କରିବା ଲାଗି ବହୁସଂଖ୍ୟକ ଯୁବପିଢ଼ି ଆଗେଇ ଆସିଲେ । ପିପିଇ ଓ ଅନ୍ୟ ମେଡ଼ିକାଲ ଉପକରଣ ଲାଗି ଯେପରି ଦେଶର ଯୁବ ଇନୋଭେଟର୍ସମାନେ, ଉଦ୍ୟମୀମାନେ ଆଗେଇ ଆସିଲେ, ତା’ର ଚର୍ଚ୍ଚା ଏବେ ସବୁଆଡ଼େ । ଆରୋଗ୍ୟ ସେତୁ ଆପ ରୂପରେ ଯୁବ ଡେଭଲପର୍ସମାନେ କୋଭିଡର ଟ୍ରାକିଂ ଲାଗି ଏକ ଉନ୍ନତ ମାଧ୍ୟମ ଦେଶକୁ ଖୁବ କମ ସମୟ ମଧ୍ୟରେ ପ୍ରସ୍ତୁତ କରି ଦେଇଛନ୍ତି ।
ବନ୍ଧୁଗଣ, ଆପଣମାନେ ସମସ୍ତେ ଯୁବକ, ଆତ୍ମନିର୍ଭର ଭାରତର ଆକାଂକ୍ଷା ଶକ୍ତି ଅଟନ୍ତି । ଦେଶର ଗରିବମାନଙ୍କୁ ଏକ ଉନ୍ନତ ଜୀବନ ଦେବା ଲାଗି, ସହଜ ଜୀବନଧାରଣ ନିମନ୍ତେ ଆମର ଲକ୍ଷ୍ୟ ହାସଲ କରିବାରେ ଆପଣମାନେ ସମସ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ । ସବୁବେଳେ ମୋର ବିଶ୍ୱାସ ରହିଆସିଛି ଯେ ଦେଶର ସବୁ ସମସ୍ୟାର ସମାଧାନ ମାର୍ଗ ଯୁବପିଢ଼ିଙ୍କ ନିକଟରେ ରହିଛି । ପ୍ରତ୍ୟେକ ଆବଶ୍ୟକତା ସମୟରେ ଯେତେବେଳେ ମଧ୍ୟ ଦେଶ ନିଜ ଯୁବ ଇନୋଭେଟର୍ସଙ୍କ ଆଡ଼କୁ ଦେଖିଛି, ସେମାନେ ନିରାଶ କରିନାହାନ୍ତି ।

ସ୍ମାର୍ଟ ଇଣ୍ଡିଆ ହ୍ୟାକାଥନ ମାଧ୍ୟମରେ ମଧ୍ୟ ବିଗତ ବର୍ଷ ଅଦ୍ଭୂତ ନବୋନ୍ମେଷ ଦେଶକୁ ମିଳିଛି । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଏହି ହ୍ୟାକାଥନ ପରେ ମଧ୍ୟ ଆପଣମାନେ ସମସ୍ତେ ଯୁବ ସାଥୀ, ଦେଶର ଆବଶ୍ୟକତାକୁ ବୁଝି, ଦେଶକୁ ଆତ୍ମନିର୍ଭରଶୀଳ କରିବା ଲାଗି, ନୂଆ ନୂଆ ସମାଧାନ ଉପରେ କାମ କରିଚାଲିବେ ।

ମୁଁ ପୁଣିଥରେ ଆପଣମାନଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି ।

ବହୁତ ବହୁତ ଧନ୍ୟବାଦ ।

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”