India is youthful and hence, we must harness our demographic dividend: PM Modi
We also need to give importance towards living in harmony with nature and not think about short term gains: PM
Every rupee, every resource from the Government of India is devoted for the welfare of Indians: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକକୁ ତାଙ୍କ ଗସ୍ତର ପ୍ରଥମ ଚରଣରେ ମାଙ୍ଗାଲୁରୁ ଠାରେ ପହଂଚିଥିଲେ । ସେ ଧର୍ମସ୍ଥଳକୁ ଯାଇଥିଲେ, ସେଠାରେ ସେ ଶ୍ରୀ ମଞ୍ଜୁନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ।

ଉଜିରେ ଠାରେ ଆୟୋଜିତ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ହିତାଧିକାରୀମାନଙ୍କୁ ଶ୍ରୀ ମୋଦୀ ରୂପେ କାର୍ଡ ବଂଟନ କରିଥିଲେ । ସେ ଏକ ଲୋଗୋ ଉନ୍ମୋଚନ କରିବା ସହ “ପୃଥିବୀ ମାତାର ସୁରକ୍ଷା, ଏବଂ ପରବର୍ତ୍ତୀ ପିଢ଼ିକୁ ହସ୍ତାନ୍ତର” କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

Addressing the gathering, he expressed happiness at the opportunity to pray to Lord Manjunatha.

ମଞ୍ଜୁନାଥଙ୍କ ଦର୍ଶନ କରିବାର ସୌଭାଗ୍ୟ ପାଇଁ ସେ ଆନନ୍ଦିତ ବୋଲି ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ।

ସେ କହିଥିଲେ ଯେ ଚଳିତ ଶତାବ୍ଦୀ ଦକ୍ଷତା ବିକାଶର ସମୟ । ଭାରତ ଏକ ଯୁବପିଢ଼ିଙ୍କ ରାଷ୍ଟ୍ର । ଏଥିପାଇଁ ଆମକୁ ଆମ ଜନସଂଖ୍ୟାଗତ ଲାଭାଂଶକୁ ବ୍ୟବହାର କରିବା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ ।

ଆମ ଋଷିମୁନିମାନେ ଏପରି ଅନୁଷ୍ଠାନ ପ୍ରତିଷ୍ଠା ଏବଂ ବିକଶିତ କରିଛନ୍ତି ଯାହା ଶହ ଶହ ବର୍ଷ ଧରି ଆମ ସମାଜକୁ ସହାୟତା ଯୋଗାଇ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କୁ ରୂପେ କାର୍ଡ ହସ୍ତାନ୍ତର ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ଡିଜିଟାଲ ଦେଣନେଣ ପ୍ରତି ବୃଦ୍ଧି ପାଉଥିବା ଉତ୍ସାହ ଦେଖି ଆନନ୍ଦିତ ।


ଭୀମ ଆପ ବ୍ୟବହାର କରିବା ଏବଂ ନଗଦବିହୀନ କାରବାରକୁ ଆପଣାଇବା ଲାଗି ସେ ଲୋକମାନଙ୍କୁ ଆହ୍ୱାନ କରିଥିଲେ । ଏହା ସାଧୁତା ଏବଂ ସଚ୍ଚୋଟତାର ସମୟ; ଶାସନତନ୍ତ୍ର ଓ ବ୍ୟବସ୍ଥାକୁ ଧୋକା ଦେଉଥିବା ବ୍ୟକ୍ତିଙ୍କ ପାଇଁ ଆମ ସମାଜରେ କୌଣସି ସ୍ଥାନ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ସରକାରଙ୍କ ପ୍ରତିଟି ଟଙ୍କା ଏବଂ ପ୍ରତ୍ୟେକ ସମ୍ବଳ ଭାରତୀୟଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ । ବିନା ଦୁର୍ନୀତିରେ ବିକାଶର ସୁଫଳ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଂଚୁ ଏହା ସୁନିଶ୍ଚିତ କରିବା ଲାଗି ତାଙ୍କ ସରକାର ପ୍ରୟାସ କରୁଛି ବୋଲି ସେ ଉଲ୍ଲେଖ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's food services market to reach USD 150 billion by FY31, online share to rise to 18%: Report

Media Coverage

India's food services market to reach USD 150 billion by FY31, online share to rise to 18%: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 10, 2026
July 10, 2026

Building Viksit Bharat: PM Modi Accelerating India's Growth at Home and Across the World