Atal Tunnel will transform the lives of the people of the region: PM
Atal Tunnel symbolizes the commitment of the government to ensure that the benefits of development reach out to each and every citizen: PM
Policies now are not made on the basis of the number of votes, but the endeavour is to ensure that no Indian is left behind: PM
A new dimension is now going to be added to Lahaul-Spiti as a confluence of Dev Darshan and Buddha Darshan: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶର ଶିଶୁ ଓ ଲାହୋଲ-ସ୍ଫୀତିଠାରେ ଅନୁଷ୍ଠିତ ଆଭାର ସମାରୋହରେ ଆଜି (03.10.2020) ଅଂଶଗ୍ରହଣ କରିଛନ୍ତି ।

ଟନେଲର ପରିବର୍ତ୍ତିତ ପ୍ରଭାବ

ରୋହତଙ୍ଗ ଗିରିପଥ ଶୀତଦିନେ ଗମନାଗମନ ପାଇଁ ବନ୍ଦ ହୋଇଯାଉଥିବାରୁ କିପରି ବୁଲାଣି ବାଟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦଳର ଜଣେ କର୍ମକର୍ତ୍ତା ଭାବେ ସେଠାକୁ ଯାଇଥିଲେ ଆଜି ତାହାର ସ୍ମୃତିଚାରଣ କରିଛନ୍ତି । ସେ ଠାକୁରସେନ ନେଗୀଙ୍କ ସହ ସେତେବେଳେ ଯେଉଁ ମତ ବିନିମୟ କରିଥିଲେ ତାହାର ମଧ୍ୟ ଅବତାରଣା କରିଛନ୍ତି । ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ସେତେବେଳର ସମସ୍ୟା ସମ୍ପର୍କରେ ଭଲଭାବରେ ଅବଗତ ଥିଲେ ଏବଂ 2000ରେ ଏହାର ନିର୍ମାଣ ପାଇଁ ଘୋଷଣା କରିଥିଲେ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି 9 କିଲୋମିଟର ଦୀର୍ଘ ଟନେଲ ଯୋଗୁଁ ପ୍ରାୟ 45 ରୁ 46 କିଲୋମିଟର ଦୂରତ୍ଵ ହ୍ରାସ ପାଇଛି । ଏହି ସୁଡଙ୍ଗ ନିର୍ମାଣର ପ୍ରଭାବ ଯୋଗୁଁ ସେ ଅଞ୍ଚଳର ଲୋକମାନଙ୍କ ଜୀବନମାନରେ ଅନେକ ପରିବର୍ତ୍ତନ ଆସିବ । ଲାହୋଲ-ସ୍ଫୀତି ଓ ପାଙ୍ଗି ପ୍ରଭୁତି ଅଞ୍ଚଳର ଚାଷୀ, ଉଦ୍ୟାନକୃଷି ଓ ପଶୁପାଳନରେ ସଂଶ୍ଳିଷ୍ଟ ବ୍ୟକ୍ତି, ଛାତ୍ରଛାତ୍ରୀ ଓ ବ୍ୟବସାୟୀଙ୍କ ପାଇଁ ଏହି ସୁଡଙ୍ଗ ବହୁମାତ୍ରାରେ ଉପାଦେୟ ହେବ । ଉତ୍ପାଦିତ ସାମଗ୍ରୀ ନଷ୍ଟ ହେବା ପୂର୍ବରୁ ଶୀଘ୍ର ବଜାରରେ ପହଞ୍ଚିପାରିବ । ସେ ଅଞ୍ଚଳରେ ଉପଲବ୍ଧ ଚନ୍ଦ୍ରମୁଖୀ ଆଳୁ ନୂତନ ବଜାର ଓ କ୍ରେତାଙ୍କ ପାଖରେ ମଧ୍ୟ ପହଞ୍ଚିପାରିବ । ଲାହୋଲ–ସ୍ଫୀତି ଅଞ୍ଚଳରେ ଉପଲବ୍ଧ ଔଷଧୀୟ ଗୁଳ୍ମରାଜି ସହଜରେ ବିଶ୍ଵବ୍ୟାପୀ ଏହାର ପରିଚୟ ସୃଷ୍ଟି କରିପାରିବ । ଏହି ଟନେଲ ଯୋଗୁଁ ପିଲାମାନଙ୍କ ଶିକ୍ଷାଦାନ ପ୍ରକ୍ରିୟା ମଧ୍ୟ ସୁଗମ ହେବ ।

ପର୍ଯ୍ୟଟନ  ନିଯୁକ୍ତି ସୁଯୋଗ

ସେ ଅଞ୍ଚଳର ପର୍ଯ୍ୟଟନ ବିଭବ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଅବତାରଣା କରିଛନ୍ତି । ଲାହୋଲ–ସ୍ଫୀତି ବର୍ତ୍ତମାନ ଦେବ ଦର୍ଶନ ଓ ବୁଦ୍ଧ ଦର୍ଶନର ମିଳନସ୍ଥଳରେ ପରିଣତ ହେବାକୁ ଯାଉଛି । ସ୍ଫୀତି ଇଲାକାରେ ଅବସ୍ଥିତ ବୌଦ୍ଧ ମଠକୁ ବିଶ୍ଵର ଅଧିକାଂଶ ଅଞ୍ଚଳରୁ ପର୍ଯ୍ୟଟକ ପରିଦର୍ଶନରେ ଆସିପାରିବେ । ଏହି ଅଞ୍ଚଳ ପୂର୍ବ–ଏସିଆ ଓ ଅନ୍ୟାନ୍ୟ ଅଞ୍ଚଳ ପାଇଁ ଏକ ବୌଦ୍ଧ ପରିଦର୍ଶନ ସ୍ଥଳରେ ପରିଣତ ହେବ । ପର୍ଯ୍ୟଟନର ଅଭିବୃଦ୍ଧି ଯୋଗୁଁ ଯୁବଗୋଷ୍ଠୀଙ୍କୁ ଅଧିକ ନିଯୁକ୍ତି ସୁଯୋଗ ମଧ୍ୟ ମିଳିବ ।

ସମସ୍ତଙ୍କ ପାଖରେ ପହଞ୍ଚ       

ଅଟଳ ଟନେଲ ସରକାରଙ୍କ ଏକ ଅଙ୍ଗୀକାରବଦ୍ଧତାର ପ୍ରତୀକ ବୋଲି ବିବେଚନା କରି ପ୍ରତ୍ୟେକ ନାଗରିକଙ୍କ ପାଖରେ ଯେପରି ବିକାଶର ସୁଫଳ ପହଞ୍ଚିବ ସେଥିପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଲାହୋଲ-ସ୍ଫୀତି ଭଳି ଅନେକ ଅଞ୍ଚଳ ରାଜନୈତିକ ଉଦ୍ଦେଶ୍ୟ କାରଣରୁ ବହୁ ଦିନରୁ ଅବହେଳିତ ହୋଇ ରହିଥିଲା । ଦେଶରେ ବର୍ତ୍ତମାନ ନୂତନ ଚିନ୍ତାଧାରାର ଅଭିବୃଦ୍ଧି ଘଟିଛି । କେବଳ ଭୋଟକୁ ଚାହିଁ ନୀତି ନିର୍ଦ୍ଧାରଣ କରାଯାଉନାହିଁ ବରଂ ଦେଶର କେହି ଯେପରି ପଛରେ ନ ରହିଯାଆନ୍ତି, ସେଥିପ୍ରତି ଅଗ୍ରାଧିକାର ଦିଆଯାଉଛି । ଲାହୋଲ–ସ୍ଫୀତି ଏହାର ଏକ ବଳିଷ୍ଠ ଉଦାହରଣ ବୋଲି ସେ କହିଛନ୍ତି । ଏହା ଏପରି ଏକ ଜିଲ୍ଲା ଯେଉଁଠି ସବୁ ଘରକୁ ପାଇପ ଯୋଗେ ପାନୀୟ ଜଳ ସୁନିଶ୍ଚିତ କରାଯାଇଛି ।

ଦେଶର ଦଳିତ, ଆଦିବାସୀ ଓ ବଞ୍ଚିତ ଶ୍ରେଣୀର ଲୋକମାନଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ନେଇ ସରକାରଙ୍କର ଅଙ୍ଗୀକାରବଦ୍ଧତାକୁ ପ୍ରଧାନମନ୍ତ୍ରୀ ଏଠାରେ ଦୋହରାଇଛନ୍ତି । ଗ୍ରାମାଞ୍ଚଳ ବିଦ୍ୟୁତିକରଣ, ଏଲପିଜି ଗ୍ୟାସର ଉପଲବ୍ଧତା, ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଚିକିତ୍ସା ସୁବିଧା ଭଳି କେତକ ସରକାରଙ୍କ ଉଚ୍ଚାଭିଳାଷୀ ପଦକ୍ଷେପ ସମ୍ପର୍କରେ ସେ ସୂଚନା ଦେଇଛନ୍ତି । ତେବେ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ ଜନସାଧାରଣ ସତର୍କ ରହିବାକୁ ଆହ୍ଵାନ ଦେଇ ସେ ତାଙ୍କର ମନ୍ତବ୍ୟ ଶେଷ କରିଛନ୍ତି ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Meets Amazon CEO Andy Jassy, Tech Giant To Invest $48 Billion In India By 2030

Media Coverage

PM Modi Meets Amazon CEO Andy Jassy, Tech Giant To Invest $48 Billion In India By 2030
NM on the go

Nm on the go

Always be the first to hear from the PM. Get the App Now!
...
Governor of Gujarat meets the Prime Minister
June 25, 2026

Governor of Gujarat, Shri Acharya Devvrat met with the Prime Minister Shri Narendra Modi, today.

The Prime Minister posted on X;

Governor of Gujarat, Shri @ADevvrat met Prime Minister @narendramodi today.