There is something very special about the land of Rajasthan. This is a land of courage: PM
Be it living in harmony with nature or defending our nation, Rajasthan has shown the way: PM Modi
The Central Government and the State Government are working together for the progress of Rajasthan: PM Modi in Jaipur
PM Modi highlights historic increase of 1.5 times in MSP, says Government is working for welfare of our hardworking farmers
Our aim is inclusive and all-round development: PM: PM Modi
There is no tolerance towards corruption. All our efforts are aimed at building a New India: Prime Minister

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜୟପୁରଠାରେ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି ।

ଏଥିସହ ପ୍ରଧାନମନ୍ତ୍ରୀ ରାଜସ୍ତାନର ବିଭିନ୍ନ ସ୍ଥାନରେ 13ଟି ସହରାଞ୍ଚଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତ ସରକାର ତଥା ରାଜସ୍ଥାନ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ହେଉଥିବା ବିଭିନ୍ନ କଲ୍ୟାଣମୂଳକ ଯୋଜନାର ରୂପାୟନ ଏବଂ ଏହାଦ୍ୱାରା ଉପକୃତ ହେଉଥିବା କେତେକ ହିତାଧିକାରୀମାନଙ୍କ ଅନୁଭୂତିର ଅଡ଼ିଓ- ଭିଜୁଆଲ ଉପସ୍ଥାପନ ଦେଖିଥିଲେ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବସୁନ୍ଧରା ରାଜେ ସିନ୍ଧିଆ ଏହି ଅଡ଼ିଓ ଭିଜୁଆଲ କାର୍ଯ୍ୟକ୍ରମ ଉପସ୍ଥାପନର ପରିଚାଳନା କରିଥିଲେ । ଏହି କଲ୍ୟାଣ ଯୋଜନାମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାମିଲ ।

ପରେ ଜୟପୁରଠାରେ ଆୟୋଜିତ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଆଜି ସେ ପ୍ରତ୍ୟକ୍ଷ ଭାବେ ବିଭିନ୍ନ କଲ୍ୟାଣକର ଯୋଜନାରୁ ରାଜ୍ୟର ହିତାଧିକାରୀମାନେ କିଭଳି ଉପକୃତ ହେଉଛନ୍ତି ତାହା ଦେଖିବାର ସୁଯୋଗ ପାଇଛନ୍ତି । ରାଜସ୍ଥାନ କିଭଳି ଭାବେ ଆଗନ୍ତୁକ ପର୍ଯ୍ୟଟକମାନଙ୍କୁ ସ୍ୱାଗତ କରୁଛନ୍ତି ତାହା ମଧ୍ୟ ଦେଖିଛନ୍ତି । ଏହିସବୁ ପର୍ଯ୍ୟଟକମାନେ ରାଜ୍ୟରେ ଗତ କିଛି ବର୍ଷ ଭିତରେ କିଭଳି ପ୍ରଗତି ସାଧିତ ହୋଇପାରିଛି ତାହା ସ୍ୱଚକ୍ଷୁରେ ଦେଖିପାରିବେ । ରାଜସ୍ଥାନକୁ ସାହସର ଭୂମି ବୋଲି ବର୍ଣ୍ଣନା କରି ପ୍ରଧାମନ୍ତ୍ରୀ କହିଲେ ଯେ ଏଠାରେ ଲୋକମାନେ ପ୍ରକୃତି ସହ ଶାନ୍ତି ଓ ସଂହତିର ସହ ବସବାସ କରିଆସୁଛନ୍ତି ଏବଂ ଦେଶର ସୁରକ୍ଷା କରୁଛନ୍ତି । ଏଦିଗରେ ରାଜସ୍ଥାନ ଅନ୍ୟମାନଙ୍କ ଲାଗି ପଥପ୍ରଦର୍ଶନ ହୋଇଛି ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବସୁନ୍ଧରାରାଜେ ସିନ୍ଧିଆଙ୍କୁ ଭୂୟସୀ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ ଯେ ସେ ରାଜ୍ୟରେ କର୍ମସଂସ୍କୃତିରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛନ୍ତି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର କାନ୍ଧକୁ କାନ୍ଧ ମିଳାଇ ରାଜସ୍ଥାନର ଉନ୍ନତି କଳ୍ପେ କାର୍ଯ୍ୟ କରୁଛନ୍ତି । ହିତାଧିକାରୀମାନଙ୍କୁ ଯୋଜନାର ସୁଫଳ ମିଳିବା ଏବଂ ସେମାନେ ଶାନ୍ତିରେ ଜୀବନଯାପନ କରୁଥିବା ଆଜି ସେ ନିଜେ ଲକ୍ଷ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଏହା ଯେଭଳି ଏହି ସଭାରେ ଉପସ୍ଥିତ ସମସ୍ତଙ୍କ ନିକଟରେ ପହଞ୍ଚିବ ତାହା ସୁନିଶ୍ଚିତ କରିବା ତାଙ୍କ ସରକାରଙ୍କ ଲକ୍ଷ୍ୟ ।

ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାର ଦେଶର କୃଷକମାନଙ୍କ ଉନ୍ନତି ନିମନ୍ତେ କି କି କାର୍ଯ୍ୟ କରୁଛନ୍ତି ତାହା ବିଶଦ୍ ଭାବେ ସୂଚାଇଥିଲେ । ସରକାର ଏବେ ବର୍ତ୍ତମାନର ଖରିଫ ଋତୁର ବିଭିନ୍ନ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି ଯେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ବିଭିନ୍ନ କଲ୍ୟାଣ ଯୋଜନା ଦ୍ୱାରା ରାଜ୍ୟର ପ୍ରଗତି ସାଧିତ ହୋଇପାରିଛି । ସେଥି ମଧ୍ୟରେ ସ୍ୱଚ୍ଛ ଭାରତ ଅଭିଯାନ,ଜନ ଧନ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୁଦ୍ରା ଯୋଜନା, ଉଜ୍ଜ୍ୱଳା ଯୋଜନା ଓ ସୌଭାଗ୍ୟ ଯୋଜନା ଅନ୍ୟତମ ବୋଲି ସେ ଉଲ୍ଲେଖ କରିଥିଲେ ।

ରାଜସ୍ଥାନ ରାଜ୍ୟ ଗଠନର ଆଗାମୀ ବର୍ଷ 70 ବର୍ଷ ପୂରଣ ହେଉଥିବା ସୂଚାଇ ପ୍ରଧାନମନ୍ତ୍ରୀ କହିଲେ ଯେ ରାଜସ୍ଥାନକୁ ଦେଶର ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ସକାଶେ ରାଜ୍ୟବାସୀ ସଂକଳ୍ପବଦ୍ଧ ହେବା ଉଚିତ । ଏହା ନୂତନ ଭାରତ ନିର୍ମାଣରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Modi Govt’s 12 years are transformational for industry’

Media Coverage

‘Modi Govt’s 12 years are transformational for industry’
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 12, 2026
June 12, 2026

Breaking Barriers, Building Bharat: PM Modi’s Historic Push for Gender Equality and Inclusive Growth