ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ବାର୍ମେର ଅଂଚଳର ପାଚପଦ୍ରାଠାରେ ନବନିର୍ମିତ ରାଜସ୍ଥାନ ତୈଳ ବିଶୋଧନାଗାର କାର୍ଯ୍ୟର ଶୁଭାରମ୍ଭ କରିବା ସହ ଏହି ଅବସରରେ ଆୟୋଜିତ ଏକ ବିଶାଳ ଜନ ସମାବେଶକୁ ସମ୍ବୋଧିତ କରିଥିଲେ ।

ସମାବେଶରେ ଉପସ୍ଥିତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବସୁନ୍ଧରା ରାଜେ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ କିଛିଦିନ ତଳେ ଭାରତ ଉତ୍ସାହ ଉଦ୍ଦୀପନାର ସହ ମକର ସଂକ୍ରାନ୍ତି ପାଳନ କରିଛି । ଏହି ପର୍ବ ସମୃଦ୍ଧିର ଅଗ୍ରବାହକ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜସ୍ଥାନ ଆସି ଏକ ନୂତନ ତୈଳ ବିଶୋଧନାଗାରକୁ ଉଦଘାଟନ କରିବା ତାଙ୍କ ପାଇଁ ଅତ୍ୟନ୍ତ ଆନନ୍ଦ ଓ ଗୌରବର ବିଷୟ । ଏହି ପ୍ରକଳ୍ପ ରାଜସ୍ଥାନ ତଥା ଦେଶବାସୀଙ୍କ ପାଇଁ ସୁଖ ଓ ସମୃଦ୍ଧି ଆଣିଦେବ ।

ଏବେ ଆମ ଦେଶବାସୀଙ୍କ ପାଇଁ ସଂକଳ୍ପରୁ ସିଦ୍ଧି ହାସଲ କରିବାର ସମୟ ଆସିଛି । ଆମେ ଆମର ଲକ୍ଷ୍ୟ ଓ ଆହ୍ୱାନ ଗୁଡିକୁ ଚିହ୍ନଟ କରି 2022 ସୁଦ୍ଧା ଏକ ନୂଆ ଭାରତ ଗଠନ ଦିଗରେ ଅଗ୍ରସର ହେବା । ଏହି ବର୍ଷ ଭାରତ ତାର ସ୍ୱାଧୀନତାର 75 ବର୍ଷ ପୂରଣ କରୁଥିବାରୁ ନୂଆ ଭାରତର ଲକ୍ଷ୍ୟ ହାସଲ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରାକ୍ତନ ଉପରାଷ୍ଟ୍ରପତି ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଭୈରୋଁ ସିଂହ ଶେଖାୱତଙ୍କ ଅବଦାନର ସ୍ମୃତିଚାରଣ କରିଥିଲେ । ରାଜସ୍ଥାନର ବିକାଶ ଓ ଆଧୂନିକୀକରଣ ଲାଗି ଶ୍ରୀ ଶେଖାୱତ ଅନେକ କାର୍ଯ୍ୟ କରିଛନ୍ତି ବୋଲି ସେ କହିଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯଶବନ୍ତ ସିଂହଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରଧାନମନ୍ତ୍ରୀ ତାଙ୍କ ଅବଦାନର ମଧ୍ୟ ସ୍ମୃତିଚାରଣ କରିଥିଲେ ।

ରାଜସ୍ଥାନରେ ମରୁଡି ପରିସ୍ଥିତି ଏବଂ ପ୍ରଭାବିତ ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ସମ୍ଭାଳିବା ଦିଗରେ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ସରକାର ସଫଳତା ପୂର୍ବକ କାର୍ଯ୍ୟ କରିଥିବାରୁ ପ୍ରଧାନମନ୍ତ୍ରୀ ତାର ଉଚ୍ଚ ପ୍ରଶଂସା କରିଥିଲେ ।

ତାଙ୍କ ସରକାର କ୍ଷମତାକୁ ଆସିବା ପରେ ପ୍ରତିରକ୍ଷା ବାହିନୀର କର୍ମଚାରୀମାନଙ୍କୁ ଏକ ରେଙ୍କ- ଏକ ପେନସନ୍ ବାବଦରେ ଦେଇଥିବା ପ୍ରତିଶୃତିକୁ ପାଳନ କରିଛନ୍ତି । ଦେଶ ରକ୍ଷା କାର୍ଯ୍ୟରେ ନିୟୋଜିତ ଥିବା ପ୍ରତିରକ୍ଷା କର୍ମଚାରୀମାନଙ୍କ କଲ୍ୟାଣ ଦିଗରେ ସରକାର ଯାହା କିଛି କରିବାକୁ ପ୍ରସ୍ତୁତ ଅଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜନଧନ ଯୋଜନା ଆରମ୍ଭ ଯୋଗୁଁ ଗରିବ ଲୋକେ ବ୍ୟାଙ୍କ ସେବାର ସୁବିଧା ପାଇ ପାରିଛନ୍ତି । ବର୍ତ୍ତମାନ ସୁଦ୍ଧା ଉଜ୍ଜ୍ୱଳା ଯୋଜନା ଅଧିନରେ ବିପିଏଲ ପରିବାରର ମହିଳାମାନଙ୍କୁ ମାଗଣାରେ ରନ୍ଧନ ଗ୍ୟାସ ସଂଯୋଗ ଦିଆଯାଉଛି । ଗ୍ରାମ୍ୟ ବିଦ୍ୟୁତକରଣ କ୍ଷେତ୍ରରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଦେଶର 18 ହଜାର ବିଜୁଳି ବିହୀନ ଗ୍ରାମ ମଧ୍ୟରୁ ଅଧିକାଂଶ ଗ୍ରାମକୁ ବିଜୁଳି ଯୋଗାଇ ଦିଆଯାଇଛି । ରାଜସ୍ଥାନର ଲୋକମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

 

 

Click here to read PM's speech 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How ODOP is helping Pratapgarh turn its amla into a bigger business

Media Coverage

How ODOP is helping Pratapgarh turn its amla into a bigger business
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 1, 2026
September 01, 2026

#ModiHaiTohMumkinHai: Economy, Diplomacy and Atmanirbhar Milestones in One Social-Media Sweep