ଯେତେବେଳେ ଚିପ୍‌ସ୍ କାମ ନ କରେ, ସେତେବେଳେ ଆପଣଙ୍କ କୋଡ କରେ କାମ ଆଇଟି କ୍ଷେତ୍ରକୁ କହିଲେ ପ୍ରଧାନମନ୍ତ୍ରୀ
ପ୍ରଯୁକ୍ତି ଶିଳ୍ପକୁ ବିଭିନ୍ନ ନିୟନ୍ତ୍ରଣରୁ ମୁକ୍ତ କରିବାକୁ ସରକାର ଚେଷ୍ଟା କରୁଛନ୍ତି : ପ୍ରଧାନମନ୍ତ୍ରୀ
ନୂତନ ସୁଯୋଗର ଫାଇଦା ନେବାକୁ ଯୁବ ଶିଳ୍ପଦ୍ୟୋଗୀ ସ୍ୱାଧୀନ ହେବା ଦରକାର: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ନାସକମ୍ ପ୍ରଯୁକ୍ତି ଓ ନେତୃତ୍ୱ ମଞ୍ଚ (NTLF) କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କରୋନା କାଳରେ ପ୍ରଯୁକ୍ତି ଶିଳ୍ପ ଦେଖାଇଥିବା ନମନୀୟତାର ଉଚ୍ଚପ୍ରଶଂସା କରିଥିଲେ । “ଯେତେବେଳେ ଚିପ୍‌ସ କାମ କରିବାରେ ଅକ୍ଷମ ହେଲା, ସେତେବେଳେ ଆପଣଙ୍କ କୋଡ କାମ ଜାରି ରଖିଲା” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅଭିବୃଦ୍ଧି ଆଶା ଯେତେବେଳେ ନିରାଶାରେ ପରିଣତ ହୋଇଥିଲା, ସେତେବେଳେ ଏହି କ୍ଷେତ୍ରରେ ଶତକଡା ଦୁଇଗୁଣ ଅଭିବୃଦ୍ଧି ହେବା ସହ ଚାରି ବିଲିୟନ ଡଲାର ରାଜସ୍ୱ ଆଦାୟ ହୋଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜିର ଭାରତ ପ୍ରଗତି ଅଭିମୁଖେ ଓ ସରକାର ଏହି ଭାବନାକୁ ଠିକ୍ ବୁଝିଛନ୍ତି । 130କୋଟି ଭାରତବାସୀଙ୍କ ଆଶା ଆକାଂକ୍ଷାକୁ ଆଖିଆଗରେ ରଖି ଆମେ ଏ ଦିଗରେ ଦ୍ରୁତ ଅଗ୍ରସର ହେଉଛୁ। ନୂତନ ଭାରତ ଗଠନ ପାଇଁ ଘରୋଇ କ୍ଷେତ୍ରରୁ ମଧ୍ୟ ବହୁତ ଆଶା ରଖିଥିବା ସେ କହିଛନ୍ତି । ଭବିଷ୍ୟତ ନେତୃତ୍ୱ ବିକାଶ ନିମନ୍ତେ ଏପରି କାଇଦା କଟକଣା ଆଦୌ ଶୁଭଙ୍କର ନୁହଁ । ସରକାର ପ୍ରଯୁକ୍ତି ଶିଳ୍ପକୁ ଏ ପ୍ରକାର କଟକଣାରୁ ମୁକ୍ତ କରିବାକୁ ଚେଷ୍ଟା କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଏ ଦିଗରେ ଜାତୀୟ ସଞ୍ଚାର ନୀତି, ଭାରତ ବୈଶ୍ୱିକ ସଫ୍ଟୱେର ପ୍ରଡକ୍ଟ ହବ୍ ଏବଂ ଅନ୍ୟାନ୍ୟ ସେବା ଯୋଗାଣକାରୀ (OSP)ଭଳି କରୋନା କାଳରେ ଜାରି ମାର୍ଗଦର୍ଶିକା ଇତ୍ୟାଦିର ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ନିକଟରେ କରାଯାଇଥିବା କୋହଳ ନୀତି ଓ ଭୂସର୍ଭେ ତଥ୍ୟାବଳୀ ଆଇଟି ବାତାବରଣକୁ ସୁଗମ କରିବା ସହ ଆତ୍ମନିର୍ଭର ଭାରତ ଅଭିଯାନକୁ ଫଳପ୍ରଦ ହେବାରେ ସହାୟକ ହେବ ।

ଯୁବ ଉଦ୍ୟୋଗୀମାନେ ନୂତନ ସୁଯୋଗର ସମ୍ପୂର୍ଣ୍ଣ ସୁବିଧା ନେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାଆରୋପ କରିଛନ୍ତି । ଷ୍ଟାର୍ଟଅପ୍ ଓ ଉଦ୍‌ଭାବକମାନଙ୍କ ଉପରେ ସରକାରଙ୍କ ସମ୍ପୂର୍ଣ୍ଣ ଆସ୍ଥା ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଆତ୍ମପ୍ରମାଣପତ୍ର ପ୍ରଦାନ, ପ୍ରଶାସନରେ ପ୍ରଯୁକ୍ତି ସମାଧାନ, ଡିଜିଟାଲ ଇଣ୍ଡିଆ ଜରିଆରେ ତଥ୍ୟ ହାସଲ ପ୍ରକ୍ରିୟାରେ ଅଗ୍ରଗତି ଘଟିଛି ।

ପ୍ରଶାସନିକ ସ୍ୱଚ୍ଛତା ଯୋଗୁଁ ସରକାରଙ୍କ ଉପରେ ଜନସାଧରଣଙ୍କ ଆସ୍ଥାବୃଦ୍ଧି ପାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଜନସାଧାରଣଙ୍କ ଦ୍ୱାରା ପରୀକ୍ଷାନିରୀକ୍ଷା ପାଇଁ ପ୍ରଶାସନିକ ବ୍ୟବସ୍ଥାକୁ ଫାଇଲ ମଧ୍ୟରେ ସୀମାବଦ୍ଧ ନ ରଖି ଡ୍ୟାସବୋର୍ଡରେ ସ୍ଥାନିତ କରାଯାଉଛି ।GeMପୋର୍ଟାଲ ଜରିଆରେ ସରକାରଙ୍କ କାର୍ଯ୍ୟ ପଦ୍ଧତି ଓ ସ୍ୱଚ୍ଛତା ଆଣିବା ଲାଗି ଉନ୍ନତି ପରିଲକ୍ଷିତ ହୋଇଛି ।

ସରକାରୀ କାର୍ଯ୍ୟରେ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଭିତ୍ତିଭୂମି କ୍ଷେତ୍ରରେ ଭୂତାତ୍ତ୍ୱିକ ଟ୍ୟାଗିଂ ଗରୀବ ଲୋକଙ୍କ ନିମନ୍ତେ ଘରୋଇ ପ୍ରକଳ୍ପଗୁଡିକର ଶୀଘ୍ର ସମାପନ ଇତ୍ୟାଦିର ଉଦାହରଣ ଦେଇଥିଲେ । ଗ୍ରାମାଞ୍ଚଳରେ ଘରବାଡିର ମ୍ୟାପିଂ ପାଇଁ ଡ୍ରୋନର ଉପଯୋଗ ତଥା ଟିକସ ବ୍ୟାପାରରେ ସ୍ୱଚ୍ଛତା ଆଣିବା ପାଇଁ ପ୍ରଯୁକ୍ତି ବିଦ୍ୟାର ଅଧିକ ଉପଯୋଗ କରାଯାଉଛି । ପ୍ରଧାନମନ୍ତ୍ରୀ ଷ୍ଟାର୍ଟଅପ୍ ଉଦ୍ୟୋଗୀମାନଙ୍କୁ କେବଳ ମୂଲ୍ୟାୟନ ଓ ପ୍ରସ୍ଥାନ ଉପରେ ନିଜକୁ ସୀମାବଦ୍ଧ କରି ନ ରଖିବାକୁ ଆହ୍ୱାନ ଜଣାଇଛନ୍ତି । “ଆପଣମାନେ ଚଳିତ ଶତାବ୍ଦୀ ପର୍ଯ୍ୟନ୍ତ କିପରି ଆପଣଙ୍କ ଉଦ୍ୟୋଗ ତିଷ୍ଠି ରହିବ ସେଥିଲାଗି ଉଦ୍ୟମ କରନୁ । କିପରି ଆପଣମାନେ ବିଶ୍ୱସ୍ତରୀୟ ସାମଗ୍ରୀ ଉତ୍ପାଦନ କରି ବୈଶ୍ୱିକ ଉତ୍କର୍ଷ ପ୍ରତିଷ୍ଠ କରିବେ” ସେଥିପାଇଁ ପ୍ରୟାସ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସମସ୍ୟାର ଦେଶୀୟ ସମାଧାନ ବାହାର କରିବାକୁ ଶ୍ରୀ ମୋଦୀ ବୈଷୟିକବିଦ୍‌ମାନଙ୍କୁ କହିଛନ୍ତି । ଭାରତୀୟ ପ୍ରଯୁକ୍ତି ବିଦ୍ୟାର ନେତୃତ୍ୱକୁ ବଳବତର ରଖି ପ୍ରତିଯୋଗିତାର ନୂତନ ମାନଙ୍କ ପ୍ରତିଷ୍ଠା କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ମଧ୍ୟ ଦେଇଛନ୍ତି ।

ଆଗାମୀ 2047ରେ ଦେଶ ସ୍ୱାଧୀନତାର ଶହେ ବର୍ଷ ପୂର୍ତ୍ତି ପାଳନ କରିବା ବେଳକୁ ବିଶ୍ୱସ୍ତରୀୟ ସାମଗ୍ରୀ ଦେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱଆରୋପ କରିବା ସହ ଆପଣମାନେ ନିଜର ଲକ୍ଷ୍ୟ ସ୍ଥିର କରନ୍ତୁ ଓ ଦେଶ ଆପଣମାନଙ୍କ ସହ ଅଛି ବୋଲି କହିଛନ୍ତି ।

ଏକବିଂଶ ଶତାବ୍ଦୀରେ ଭାରତ ସାମ୍ନା କରିବାକୁ ଥିବା ବୈଷୟିକ ମଜବୁତ ସମାଧାନ ସୂତ୍ର ଦେବା ଉପରେ ପ୍ରଧାନମନ୍ତ୍ରୀ ପ୍ରଯୁକ୍ତି ଶିଳ୍ପଦ୍ୟୋଗୀମାନଙ୍କୁ କହିଛନ୍ତି । କୃଷିର ଆବଶ୍ୟକତା ପାଇଁ ଜଳ ଓ ସାର ସମସ୍ୟାର ସମାଧାନ ସୂତ୍ର, ସ୍ୱାସ୍ଥ୍ୟ ଓ ସୁଧାର, ଟେଲି ମେଡିସିନ ଓ ଶିକ୍ଷା, କୌଶଳ ବିକାଶ ଦିଗରେ ସୁଚିନ୍ତିତ ସମାଧାନ ସୂତ୍ର ବାହାର କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଜାତୀୟ ଶିକ୍ଷାନୀତି, ଅଟଳ ଟିଙ୍କରିଂ ଲ୍ୟାବ, ଅଟଳ ଉଷ୍ମାୟନ କେନ୍ଦ୍ର ଇତ୍ୟାଦି ବୈଷୟିକ ସହାୟତା ଯୋଗାଉଥିବାବେଳେ ସେମାନେ ଆଇଟି ଶିଳ୍ପର ସହାୟତା ଲୋଡୁଛନ୍ତି ।

ପ୍ରଧାନମନ୍ତ୍ରୀ ଉଦ୍ୟୋଗଗୁଡିକୁ ସେମାନଙ୍କ ବାଣିଜ୍ୟିକ ସାମାଜିକ ଦାୟିତ୍ୱ ପ୍ରତି ସଚେତନ ହେବାକୁ ପରାମର୍ଶ ଦେବା ସହ ସେମାନେ ଡିଜିଟାଲ ଶିକ୍ଷା ଓ ଅନଗ୍ରସର ଅଞ୍ଚଳର ବିକାଶ ଉପରେ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦେଇଛନ୍ତି । ଟାୟାର ଟୁ ଓ ଟାୟାର ଥ୍ରୀ ସହର ଗୁଡିକରେ ସୃଷ୍ଟି ହେଉଥିବା ସୁଯୋଗ ଗୁଡିକର ଉପଯୋଗ କରିବାକୁ ଶ୍ରୀ ମୋଦି ଉଦ୍ୟୋଗପତି ଓ ଉଦ୍‌ଭାବକମାନଙ୍କୁ ପରାମର୍ଶ ଦେଇଛନ୍ତି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Budget 2026-27 lays blueprint for a future-ready digital ecosystem

Media Coverage

Budget 2026-27 lays blueprint for a future-ready digital ecosystem
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 2, 2026
February 02, 2026

Citizens Celebrate PM Modi's Roadmap to Prosperity: Budget 2026 Drives Investment, Jobs, and Sustainable Growth for Every Indian