The fundamentals of our economy are sound. We are well set to become a 5 trillion dollar economy in the near future: PM
In the last four years, we have jumped 65 places in the World Bank’s Ease of Doing Business ranking, to 77th: PM Modi
Research and innovation would be the driving force in 4th industrial revolution era: PM Modi

ମହାମହିମ,

ୟୁନମୋ ସଙ୍ଗବାଣିଜ୍ୟଶିଳ୍ପ ଏବଂ ଶକ୍ତି ମନ୍ତ୍ରୀ,

ଉପସ୍ଥିତ ମାନ୍ୟଗଣ ଉଦ୍ୟୋଗ ନେତୃତ୍ୱ

ବନ୍ଧୁଗଣ,

ସମସ୍ତଙ୍କୁ ଶୁଭ ଅପରାହ୍ନ, ସିଓଲଠାରେ ଆପଣମାନଙ୍କ ସହ ସାକ୍ଷାତ କରି ମୁଁ ଅତ୍ୟନ୍ତ ଖୁସି  । 12 ମାସ ମଧ୍ୟରେ କୋରିଆର ଉଦ୍ୟୋଗ ନେତୃତ୍ୱଙ୍କ ସହ ଏହା ମୋର ତୃତୀୟ ସାକ୍ଷାତକାର  । ଏହା କିଛି ଲକ୍ଷ୍ୟ ନେଇ କରାଯାଇଛି  । ମୁଁ ଅଧିକରୁ ଅଧିକ କୋରିଆର ବ୍ୟବସାୟକୁ ଭାରତକୁ ଆକର୍ଷିତ ହେବାର ଦେଖିବାକୁ ଚାହୁଁଛି  । ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି ସେତେବେଳେ ମଧ୍ୟ ମୁଁ କୋରିଆ ଗସ୍ତ କରିଥିଲି  । କୋରିଆ ସେତେବେଳେ ଏବଂ ଏବେ ମଧ୍ୟ ମୋ ପାଇଁ ଆର୍ଥିକ ବିକାଶର ଏକ ଆଦର୍ଶ  ।

ବନ୍ଧୁଗଣ,

ଭାରତ ଆଜି 125 କୋଟି ଜନସାଧାରଣଙ୍କର ଦେଶ ହୋଇପାରିଛି ଯିଏକି ଏକ ବଡ ପରିବର୍ତ୍ତନ ଦେଇ ଗତିକରୁଛି

ଏଥିରେ ହେଉଥିବା ପରିବର୍ତ୍ତନ ମଧ୍ୟରେ,

  • କୃଷି ନେତୃତ୍ୱାଧୀନ ଅର୍ଥବ୍ୟବସ୍ଥାରୁ ଉଦ୍ୟୋଗ ଏବଂ ସେବାଗୁଡିକ ନେତୃତ୍ୱ ଅର୍ଥବ୍ୟବସ୍ଥା
  • ଏକ ଏଭଳି ଅର୍ଥବ୍ୟବସ୍ଥା ଯାହା ବୈଶ୍ୱିକ ସ୍ତରରେ ଆନ୍ତଃ ସଂପର୍କ ସହ ଜଡିତ ଥିବ
  • ଏକ ଏଭଳି ଅର୍ଥବ୍ୟବସ୍ଥା ଯାହା ନାଲି ଟେପ ପାଇଁ ପରିଚୟରୁ ନାଲି କାର୍ପେଟ ପାଇଁ ପରିଚିତ ହେବ

ସୁଯୋଗ ପ୍ରଦାନକାରୀ ଭୂମି ଭାବେ ଭାରତ ନିଜର ପରିଚୟ ସୃଷ୍ଟି କରିପାରିଛି  । ଯେତେବେଳେ ଆମେ ‘ଇଣ୍ଡିଆନ ଡ୍ରିମ’ କୁ ସାକାର କରିବା ପାଁଇ କାର୍ଯ୍ୟ କରୁଛୁ, ସେତେବେଳେ ଆମେ ସମାନ ବିଚାରଧାରା ଥିବା ଅଂଶୀଦାରଙ୍କ ଅନ୍ୱେଷଣ କରିଥାଉ  । ଏବଂ, ସେମାନଙ୍କ ମଧ୍ୟରେ ଦକ୍ଷିଣ କୋରିଆ ହେଉଛି ବାସ୍ତବରେ ଅଂଶୀଦାର ହୋଇପାରିବ  । ଭାରତ-କୋରିଆ ବ୍ୟବସାୟିକ ସଂପର୍କ ବିଗତ ଦଶନ୍ଧିରେ ଏବଂ ଖାସକରି ବିଗତ କିଛି ବର୍ଷ ମଧ୍ୟରେ ଏକ ଦୀର୍ଘ ରାସ୍ତା ପ୍ରସ୍ତୁତ କରିସାରିଛି । କୋରିଆର ଶୀର୍ଷ 10ଟି ବ୍ୟବସାୟିକ ଅଂଶୀଦାରଙ୍କ ମଧ୍ୟରୁ କୋରିଆ ଉତ୍ପାଦଗୁଡିକୁ ରତ୍ପାନି କରିବାରେ ଭାରତର ସ୍ଥାନ ଷଷ୍ଠରେ ରହିଛି  । ଆମ ବ୍ୟାବସାୟର ମାତ୍ରା 2018 କ୍ୟାଲେଣ୍ଡର ବର୍ଷରେ 21.5 ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚିପାରିଛି  । 2030 ମସିହା ସୁଦ୍ଧା 50 ବିଲିୟନ ଡଲାରର ଦ୍ୱିପାକ୍ଷୀକ ବ୍ୟବସାୟ ଲକ୍ଷ୍ୟ ହାସଲ କରିବା ପାଇଁ ବ୍ୟାପକ ଆର୍ଥିକ ଅଂଶୀଦାରୀତାକୁ ଆହୁରି ତୀବ୍ରତର କରିବାକୁ ଆଲୋଚନା କରାଯାଇଛି  । କେବଳ ବ୍ୟବସାୟ, ପୁଞ୍ଜି ନିବେଶ ସନ୍ଦର୍ଭରେ ମଧ୍ୟ ଆମେ ସକାରାତ୍ମକ ମନୋଭାବ ପୋଷଣ କରୁଛୁ  । ଏବଂ ଭାରତରେ କୋରିଆାର ପୁଞ୍ଜି ନିବେଶ ପ୍ରାୟ 6 ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚି ପାରିଛି  ।

2015ରେ ମୋର କୋରିଆ ଗସ୍ତ ପରେ ବ୍ୟବସାୟର ସଂପୂର୍ଣ୍ଣ ଜୀବନ ଚକ୍ରରେ ପୁଞ୍ଜି ନିବେଶକମାନଙ୍କୁ ମାର୍ଗଦର୍ଶନ, ସହଯୋଗ ଏବଂ ସେମାନଙ୍କ ପଥ ସୁଗମ କରିବା ପାଇଁ  ‘ଇନଭେଷ୍ଟ ଇଣ୍ଡିଆ’ ଅଧିନରେ ସ୍ୱତନ୍ତ୍ର କୋରିଆ ସୁବିଧା ସେଲ ‘କୋରିଆ ପ୍ଲସ’ ର ଶୁଭାରମ୍ଭ କରାଯାଇଛି  । ଭାରତରେ ହୁଣ୍ଡାଇ, ସାମସଙ୍ଗ, ଏଲଜି ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ବିଶ୍ୱାସ ଜିଣିସାରିଛନ୍ତି  । ଏବଂ ଏହି କ୍ରମରେ କିୟା ମଧ୍ୟ ଅତିଶୀଘ୍ର ସାମିଲ ହେବାକୁ ଯାଉଛି  । 600ରୁ ଅଧିକ କୋରିଆ କଂପାନୀଗୁଡିକ ଭାରତରେ ପୁଞ୍ଜି ନିବେଶ କରିଛନ୍ତି  । ଏବଂ ଆମେ ଆହୁରି ଅନେକଙ୍କୁ ସ୍ୱାଗତ କରିବୁ ବୋଲି ଆଶା ରଖିଛୁ  । ଏବଂ ଆପଣଙ୍କ ମାର୍ଗକୁ ସୁଗମ କରିବା ପାଇଁ କୋରିଆର ଜନସାଧାରଣଙ୍କ ପାଇଁ ଭିସା ଅନ ଆରାଇଭାଲ ମଧ୍ୟ ଲାଗୁ କରାଯାଇଛି  । ବିଗତ ବର୍ଷ ଅକ୍ଟୋବର ପରଠାରୁ ଆମେ ଭାରତରେ କୋରିଆ ବ୍ୟାପାର କାର୍ଯ୍ୟାଳୟଗୁଡିକର ଉପସ୍ଥିତିକୁ ପ୍ରୋତ୍ସାହିତ କରିଛୁ  । ଏବଂ ମୁଁ ଅତ୍ୟନ୍ତ ଖୁସି ଯେ କିଛି ଦିନ ପୂର୍ବେ ଅହମଦାବାଦଠାରେ କୋଟ୍ରାର ଷଷ୍ଠ କାର୍ଯ୍ୟାଳୟ ଖୋଲାଯାଇଛି  । ଭାରତରେ ଏବେ ଚାଲିଥିବା କାର୍ଯ୍ୟ ବିଷୟରେ ଆପଣମାନଙ୍କୁ ଆଉକିଛି ତଥ୍ୟ ପ୍ରଦାନ କରୁଛି  । ଆମ ଅର୍ଥବ୍ୟବସ୍ଥାର ଭିତ୍ତିଭୂମି ବର୍ତ୍ତମାନ ଉତ୍ତମ ସ୍ଥିତିରେ ଅଛି  । ନିକଟ ଭବିଷ୍ୟତରେ 5 ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥା ପାଇଁ ଆମେ ପ୍ରସ୍ତୁତ । ସମଗ୍ର ସଂସାରରେ କୌଣସି ବଡ ଅର୍ଥବ୍ୟବସ୍ଥା ବର୍ଷ ବର୍ଷ ଧରି 7 ପ୍ରତିଶତରୁ ଅଧିକ ବୃଦ୍ଧି ହେଉନାହିଁ  । ହାର୍ଡ ପଲିସି ଅନୁଯାୟୀ ଗୁଡ୍ସ ଆଣ୍ଡ ସର୍ଭିସ ଟ୍ୟାକ୍ସର ଶୁଭାରମ୍ଭ କରାଯାଇଛି  । ବିଗତ ଚାରି ବର୍ଷ ମଧ୍ୟରେ ଭାରତ ୱାର୍ଲ୍ଡ ବ୍ୟାଙ୍କର ଇଜ ଅଫ ଡୁଇଙ୍ଗ ବିଜନେସ କ୍ଷେତ୍ରରେ 65 ସ୍ଥାନକୁ ଅତିକ୍ରମ କରି 77 ତମ ସ୍ଥାନରେ ପହଞ୍ଚିପାରିଛି  । ଏବଂ ଆଗାମୀ ବର୍ଷ ଶୀର୍ଷ 50ତମ ସ୍ଥାନରେ ପହଞ୍ଚିବା ପାଇଁ ପ୍ରତିଶୃତିବଦ୍ଧ  । ଆଜି ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ପାଇଁ ଭାରତ ସବୁଠାରୁ ସ୍ୱାଗତଯୋଗ୍ୟ ଦେଶ ମଧ୍ୟରୁ ଅନ୍ୟତମ  । 90 ପ୍ରତିଶତରୁ ଅଧିକ କ୍ଷେତ୍ର ଏବେ ଅନୁମୋଦନ କରିବା ପାଇଁ ସ୍ୱଚାଳିତ ମାର୍ଗରେ ରହିଛି  । ଏହାର ପରିଣାମସ୍ୱରୂପ ଏବଂ ଭାରତର ଆତ୍ମବିଶ୍ୱାସ ଯୋଗୁ, ଆମେ ବିଗତ ଚାରି ବର୍ଷ ମଧ୍ୟରେ 250 ବିଲିୟନ ଡଲାରରୁ ଅଧିକ ଏଫଡିଆଇ ପ୍ରାପ୍ତ କରିପାରିଛୁ  ।

ବନ୍ଧୁଗଣ,

ଭାରତରେ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି । ଏହି କାରଣରୁ ଆମେ ଆର୍ଥିକ ସମାବେଶ ପାଇଁ ମଜଭୁତ ପଦକ୍ଷେପ ନେଇଛୁ  । ବିଗତ ତିନି ବର୍ଷ ମଧ୍ୟରେ, ପୂର୍ବରୁ ବ୍ୟାଙ୍କ ଖାତା ନଥିବା 300 ମିଲିୟନ ଲୋକମାନଙ୍କର ବ୍ୟାଙ୍କ ଖାତା ଖୋଲିପାରିଛୁ  । ଭାରତୀୟ ହାଉସ ହୋଲ୍ଡର 99 ପ୍ରତିଶତଙ୍କ ପାଖରେ ବ୍ୟାଙ୍କ ଖାତା ଅଛି ଏବଂ 12 ବିଲିୟନରୁ ଅଧିକ ଡଲାର ଏହି ଖାତାରେ ଜମା କରାଯାଇଛି  । ଏବେ ସେମାନଙ୍କୁ ପେନସନ ଏବଂ ବୀମା ଅର୍ଥ ପାସବୁକ ଜରିଆରେ ଜମା ହୋଇପାରୁଛି । ମୁଦ୍ରା ଯୋଜନାରେ ବିଗତ ତିନି ବର୍ଷରେ 90 ମିଲିୟନ ଡଲାରରୁ ଅଧିକ ଲୋକଙ୍କୁ ମାଇକ୍ରୋ କ୍ରେଡିଟରେ 128 ମିଲିୟନ ଲୋକଙ୍କ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିଛି  । ସେଥିମଧ୍ୟରୁ 74 ପ୍ରତିଶତ ଋଣ ମହିଳାମାନଙ୍କୁ ପ୍ରଦାନ କରାଯାଇଛି  । ବାୟୋମେଟ୍ରିକ ଚିହ୍ନଟ ପ୍ରଣାଳୀ, ବ୍ୟାଙ୍କ ଖାତା ଏବଂ ମୋବାଇଲ ଫୋନ ବ୍ୟବହାରର ଲାଭ ଉଠାଇପାରିଛୁ  । 50 ବିଲିୟନ ଡଲାରରୁ ଅଧିକ ସିଧାସଳଖ ଭାବେ ହିତାଧୀକାରୀଙ୍କୁ ହସ୍ତାନ୍ତରିତ କରାଯାଇଛି ଏବଂ ମଧ୍ୟସ୍ଥି ବ୍ୟବସ୍ଥାକୁ ସମାପ୍ତ କରାଯାଇଛି  ।

ଗ୍ରାମୀଣ ବିଦ୍ୟୁତିକରଣ କ୍ଷେତ୍ରରେ ଅଗ୍ରଗତି କରିଛୁ  । ଭାରତକୁ ଏବେ ଅନ୍ତର୍ରାଷ୍ଟ୍ରୀୟ ଶକ୍ତି ଏଜେନ୍ସୀ ଦ୍ୱାରା 2018ରେ ଗ୍ରାମୀଣ ସ୍ତରରେ ବିଦ୍ୟୁତିକରଣ କରାଯାଇଛି  । ଅକ୍ଷୟ ଶକ୍ତି କ୍ଷେତ୍ରରେ, ଆମେ ସମଗ୍ର ଦୁନିଆରେ ସର୍ବୋତ୍ତମ ଉତ୍ପାଦକଙ୍କ ସୂଚୀରେ ଷଷ୍ଠ ସ୍ଥାନରେ ପହଞ୍ଚି ପାରିଛୁ  । ଏହିସବୁ ପଦକ୍ଷେପ ଜରିଆରେ, ଦେଶର ସମସ୍ତ କୋଣ ଅନୁକୋଣରେ ଆମ ଲୋକମାନଙ୍କ ଜୀବନ ଶୈଳୀ ବଦଳୁଛି  । ଏହା ଶାସନ ଏବଂ ସାର୍ବବଜନୀନ ସେବାକୁ ପରିବର୍ତ୍ତିତ କରୁଛି  ।

ବନ୍ଧୁଗଣ,

ଅର୍ଥଶାସ୍ତ୍ରର ପ୍ରଗତି ବିଶ୍ୱ ସ୍ତରୀୟ ଭିତ୍ତିଭୂମି ସହିତ ଅତି ନିକଟରୁ ଜଡିତ  । ଟ୍ରାନ୍ସପୋର୍ଟ, ପାୱାର, ପୋର୍ଟସ, ସିପବିଲ୍ଡିଂ, ହାଉସିଂ ଏବଂ ଅର୍ବାନ ଇନଫ୍ରାଷ୍ଟକ୍ଚରର ଭାରତରେ ଆବଶ୍ୟକତା ରହିଛି ଏବଂ କୋରିଆରେ ମଜବୁତ ଜ୍ଞାନ କୌଶଳ କ୍ଷମତା ରହିଛି  । 2022 ସୁଦ୍ଧା 700 ବିଲିୟନ ଡଲାରରୁ ଅଧିକ ଇନଫ୍ରାଷ୍ଟ୍ରକ୍ଚରରେ ପୁଞ୍ଜି ନିବେଶ କରାଯିବାର ଅନୁମାନ କରାଯାଉଛି  । ସାଗରମାଳା ପ୍ରକଳ୍ପ ଅଧିନରେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ପୁରସ୍କାର ପାଇଁ 10 ବିଲିୟନ ଡଲାରରୁ ଅଧିକ ପୁଞ୍ଜି ନିବେଶ ପାଇଁ ଚୟନିତ କରାଯାଇଛି  । ସହରୀ ଆବଶ୍ୟକତା ଅନୁଯାୟୀ ବିକାଶ ଏବଂ ସ୍ମାର୍ଟ ସିଟି, ସ୍ୱଚ୍ଛତା କ୍ଷେତ୍ରରେ କାର୍ଯ୍ୟ କରାଯାଉଛି  । 500 ମିଲିୟନରୁ ଅଧିକ ଭାରତୀୟ ଜନସଂଖ୍ୟା 2025 ସୁଦ୍ଧା ସହରରେ ବସବାସ କରିବେ ଏବଂ ଏହାଦ୍ୱାରା ଭାରତରେ ସ୍ମାର୍ଟ ସମାଧାନ ପାଇଁ ସହଯୋଗର ସୁଯୋଗ ମିଳିବ  । ଦ୍ରୁତ ଆର୍ଥିକ ବିକାଶର ଲକ୍ଷ୍ୟ ରଖି ଭାରତ ମଧ୍ୟ ସ୍ଥାୟୀ ଆର୍ଥିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ  । ଅଟୋମୋବାଇଲ କ୍ଷେତ୍ରରେ ରାଷ୍ଟ୍ରୀୟ ଇଲେକ୍ଟ୍ରିକ ମୋବିଲିଟି ମିଶନର ଶସ୍ତା ଏବଂ କୁଶଳ ଇଲେକ୍ଟ୍ରିକ ବାହନ ଉପଲବ୍ଧ କରାଯିବାର ଉଦ୍ଦେଶ୍ୟ ଥିଲା । ଦକ୍ଷିଣ କୋରିଆ ଇଲେକ୍ଟ୍ରିକ ବାହନଗୁଡିକର ଏକ ପ୍ରମୁଖ ନିର୍ମାତା ହେବା ଯୋଗୁ ଭାରତରେ ଏହି କ୍ଷେତ୍ରରେ ଏକ ବଡ ସୁଯୋଗ ରହିଛି  ।

ବନ୍ଧୁଗଣ,

ଚତୁର୍ଥ ଔଦ୍ୟୋଗିକ କ୍ରାନ୍ତି ଯୁଗରେ ଅନୁସନ୍ଧାନ ଏବଂ ନବପ୍ରବର୍ତ୍ତନ ହିଁ ପ୍ରେରକ ଶକ୍ତି ହେବ  ।  ଷ୍ଟାର୍ଟ ଅପ ଇଣ୍ଡିଆ  1.4 ବିଲିୟନ ଡଲାର ଅର୍ଥରେ ଫ୍ଲାଗସିପ ପ୍ରୋଗ୍ରାମ ଆରମ୍ଭ କରାଯାଇଛି  । ରାଷ୍ଟ୍ରପତି ମୁନଙ୍କ କୁଶଳ ନେତୃତ୍ୱରେ ଦକ୍ଷିଣ କୋରିଆ ଷ୍ଟାର୍ଟ ଅପ ଏବଂ ଉଦ୍ୟୋଗ ଅନୁକୂଳ ବାତାବରଣ ପାଇଁ ପୁଞ୍ଜି ନିବେଶ ବୃଦ୍ଧି କରିବା ପାଇଁ 2020 ସୁଦ୍ଧା 9.4 ବିଲିୟନ ଡଲାର ଖର୍ଚ୍ଚ କରିବା କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଥିଲେ  । ନୀତିଗତ ନିୟମରେ ଭାରତ ଓ କୋରିଆ ଦୁଇ ଦେଶ ପାଇଁ ସମାନ ଲାଭ କ୍ଷେତ୍ରର ଏକ ପ୍ରତିବିମ୍ବ  । ଭାରତ-କୋରିଆ ଷ୍ଟାର୍ଟ ଅପ କେନ୍ଦ୍ରର ଆମର ଦୃଷ୍ଟିଭଙ୍ଗୀ-କୋରିଆ ଷ୍ଟାର୍ଟ ଅପ ଏବଂ ଭାରତୀୟ ପ୍ରତିଭାଗୁଡିକର ସ୍ୱତନ୍ତ୍ର ଭାବେ ସଂଯୋଗ କରିବା ପାଇଁ ଏକ କେନ୍ଦ୍ର ପ୍ରତିଷ୍ଠା ହେବ  । ଦକ୍ଷିଣ କୋରିଆ ରାଷ୍ଟ୍ରୀୟ ଆଇଟି ଉଦ୍ୟୋଗ ସମ୍ବର୍ଦ୍ଧନ ଏଜେନ୍ସୀ ଭାରତରେ କୋରିଆ ଷ୍ଟାର୍ଟ ଅପ ସୁବିଧା ପାଇଁ ପୂର୍ବରୁ ହିଁ ବେଙ୍ଗାଲୁରୁରେ ନିଜ ଭାରତୀୟ କାର୍ଯ୍ୟାଳୟ ଖୋଲାଯାଇଛି  । ଦୁଇ ଦେଶ ଅନୁସନ୍ଧାନ, ନବାଚାର ଏବଂ ଉଦ୍ଦ୍ୟୋଗ ଆଧାରରେ ଭବିଷ୍ୟତରେ ସହଯୋଗ ପାଇଁ ଏକ ସଂସ୍ଥାଗତ ଢାଞ୍ଚା ପାଇଁ ଭାରତ-କୋରିଆ ଫ୍ୟୁଚର ଷ୍ଟ୍ରାଟେଜୀ ଗ୍ରୁପ ଏବଂ ଇଣ୍ଡିଆ-କୋରିଆ କେନ୍ଦ୍ର ରିସର୍ଚ୍ଚ ଆଣ୍ଡ ଇନୋଭେସନ କୋଅପରେସନର ସ୍ଥାପନା କରିବାର ନିଷ୍ପତ୍ତି ନିଆଯାଇଛି  ।

ବନ୍ଧୁଗଣ,

ଏହା ଆମ ନାଗରିକମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ କୋରିଆ ଗଣରାଜ୍ୟ ସହିତ ମିଶି କାର୍ଯ୍ୟ କରିବାର ଆମର ଆଗ୍ରହ ରହିଛି  । ସରକାରମାନଙ୍କ ଦ୍ୱାରା କରାଯାଇଥିବା ପ୍ରଚେଷ୍ଟାଗୁଡିକୁ ସେ ପର୍ଯ୍ୟନ୍ତ ଅନୁଭବ କରାଯାଇପାରିବ ନାହିଁ ଯେ ପର୍ଯ୍ୟନ୍ତ ଆପଣମାନଙ୍କ ଭଳି ଉଦ୍ୟୋଗ ନେତୃତ୍ୱ ସମାନ ସ୍ୱପ୍ନ ଦେଖିନାହାଁନ୍ତି  । ମୁଁ ଏହି ସମ୍ମିଳନୀରୁ ନିଷ୍କର୍ଷ ବାହାର କରିବାକୁ ଚାହୁଁଛି  ।

हुंजा खाम्योन पल्ली खाजीमन

हमके खाम्योन मल्ली खम्निदा

ମୁଁ ସଂପୂର୍ଣ୍ଣ ଭାବେ ସହମତ ଯେ, ‘ଯଦି ଆପଣ ଏକୁଟିଆ ଯିବେ ତେବେ ଶୀଘ୍ର ଯିବେ, କିନ୍ତୁ ଯଦି ଆପଣ ସାଥୀହୋଇ ଯିବେ ତେବେ ଅନେକ ଦୂରକୁ ଯାଇପାରିବେ’ ।

ଧନ୍ୟବାଦ

ଅଶେଷ ଅଶେଷ ଧନ୍ୟବାଦ  ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's GDP grows 7.8% in Q1FY27 despite disruptions from West Asia crisis

Media Coverage

India's GDP grows 7.8% in Q1FY27 despite disruptions from West Asia crisis
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting the qualities of a truly wise person
September 01, 2026

Prime Minister Shri Narendra Modi shared a Sanskrit Subhashitam today, highlighting the qualities of a truly wise person.

The Prime Minister wrote on X;

"यस्य कृत्यं न जानन्ति मन्त्रं वा मन्त्रितं परे।

कृतमेवास्य जानन्ति स वै पण्डित उच्यते॥"

A truly wise person is one whose plans and actions remain hidden from others until they are completed. Such a disciplined, discerning and thoughtful person is rightly regarded as truly wise.