ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମଠାରେ କ୍ରେଡାଇ ୟୁଥକନ-2019କୁ ସମ୍ବୋଧନ କରିଥିଲେ ।




ଉପସ୍ଥିତ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ  2022 ସୁଦ୍ଧା ପ୍ରତ୍ୟେକ ବାସହୀନ ବ୍ୟକ୍ତିକୁ ଆବାସ ଯୋଗାଇବା ଲାଗି ଦ୍ରୁତ ଗତିରେ କାର୍ଯ୍ୟ ଜାରି ରହିଛି । ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ 1.5 କୋଟି ଆବାସ ନିର୍ମାଣ କରାଯାଇଛି ଏଥିମଧ୍ୟରୁ 15 ଲକ୍ଷ ଆବାସ ସହରାଂଚଳ ଗରିବଙ୍କ ପାଇଁ ନିର୍ମାଣ କରାଯାଇଛି । ସେ ଉଲ୍ଲେଖ କରିଥିଲେ ଯେ ବର୍ତ୍ତମାନର କେନ୍ଦ୍ର ସରକାରଙ୍କ ଅଧୀନରେ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ପାରଦର୍ଶିତା ଆସିପାରିଛି । ସେ କହିଥିଲେ ଯେ ଯେତେବେଳେ ସରକାର ସଠିକ ଉଦ୍ଦେଶ୍ୟ ନେଇ ନୀତି ପ୍ରଣୟନ କରିଥାଏ, ଏହା ଦୁର୍ନୀତି ଦୂର କରିଥାଏ ଏବଂ ଉତ୍ତମ ଫଳାଫଳ ପ୍ରଦାନ କରିଥାଏ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ରିଅଲ ଇଷ୍ଟେଟ ନିୟାମକ ପ୍ରାଧିକରଣ (ରେରା) ଉପଭୋକ୍ତା ଏବଂ ରିଅଲ ଇଷ୍ଟେଟ ଡେଭଲପର୍ସଙ୍କ ମଧ୍ୟରେ ବିଶ୍ୱାସକୁ ସୁଦୃଢ଼ କରିଛି । ସେ କହିଥିଲେ ଯେ 28ଟି ରାଜ୍ୟରେ ରେରା ବିଜ୍ଞପିତ ହୋଇଛି । 35 ହଜାରରୁ ଅଧିକ ରିଅଲ ଇଷ୍ଟେଟ ପ୍ରକଳ୍ପ ଏବଂ 27ହଜାରରୁ ଅଧିକ ରିଅଲ ଇଷ୍ଟେଟ ଏଜେଣ୍ଟ ରେରା ଅଧୀନରେ ପଞ୍ଜିକୃତ ହୋଇଛନ୍ତି ଏବଂ ଲକ୍ଷାଧିକ ଫ୍ଲାଟ ନିର୍ମାଣ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଗତ ଚାରିବର୍ଷ ମଧ୍ୟରେ ବ୍ୟବସାୟିକ ସୁଗମତା ମାନ୍ୟତାରେ ଭାରତର ଉତ୍ଥାନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ବ୍ୟବସାୟିକ ସୁଗମତାକୁ ସୁନିଶ୍ଚିତ କରିବା ଲାଗି ସରକାର ପ୍ରତିବଦ୍ଧ । ଏହି ପରିପ୍ରେକ୍ଷୀରେ, ସେ ଉଲ୍ଲେଖ କରିଥିଲେ ଯେ ନିର୍ମାଣ ଅନୁମତି ସମେତ ସମସ୍ତ ସରକାରୀ ମଞ୍ଜୁରି ପୂର୍ବାପେକ୍ଷା ଅଧିକ ଦ୍ରୁତ ଗତିରେ ପ୍ରଦାନ କରାଯାଉଛି ।

ଆବାସ ଉଦ୍ୟୋଗ ଏବଂ ଗୃହ କ୍ରେତାମାନଙ୍କ ସହାୟତା ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ଟିକସ ସଂସ୍କାର ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ବିଭିନ୍ନ ନିର୍ମାଣ ସାମଗ୍ରୀ ଉପରେ ଜିଏସଟି ଦର ହ୍ରାସ ବିଷୟରେ ସେ ଉଲ୍ଲେଖ କରିଥିଲେ । ସେ କହିଥିଲେ, ଚଳିତ ବଜେଟରେ ମଧ୍ୟବିତଙ୍କ ପାଇଁ ଆୟକର ରିହାତି ପ୍ରଦାନ କରାଯାଇଛି । ସେ କହିଥିଲେ ଯେ ଏହିସବୁ ପଦକ୍ଷେପର ସଂଚିତ ଲାଭ ଆବାସ କ୍ଷେତ୍ର ଏବଂ ଗୃହକ୍ରେତାମାନଙ୍କୁ ଲାଭାନ୍ୱିତ କରିବ ।

ସାଧାରଣ ନାଗରିକଙ୍କ ଘର ମାଲିକାନା ହାସଲ କରିବା ସ୍ୱପ୍ନକୁ ବାସ୍ତବ ରୂପ ଦେବାରେ କ୍ରେଡାଇର ଯୋଗଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ‘ନୂତନ ଭାରତ’ ରୂପ ନେବା ସମୟରେ ୟୁଥକନର ଆୟୋଜନ କରାଯାଉଛି । ସେ କହିଥିଲେ ଯେ ନୂତନ ଭାରତକୁ ରୂପ ଦେବାରେ ଦେଶର ଯୁବକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଏଥିପୂର୍ବରୁ, ତାଲକୋଟରା ଷ୍ଟାଡିୟମରେ କ୍ରେଡାଇ ପକ୍ଷରୁ ଆୟୋଜିତ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
EPFO settles 8.3 crore claims in FY26; cheque leaf upload reform benefits 7 crore members, says govt

Media Coverage

EPFO settles 8.3 crore claims in FY26; cheque leaf upload reform benefits 7 crore members, says govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in a mishap in Chamba, Himachal Pradesh
August 08, 2026

The Prime Minister, Shri Narendra Modi, condoled loss of lives due to a mishap in Chamba, Himachal Pradesh. "My thoughts are with the families who have lost their loved ones. May those injured recover at the earliest", Shri Modi stated.

The Prime Minister posted on X:

The loss of lives due to a mishap in Chamba, Himachal Pradesh, is deeply saddening. My thoughts are with the families who have lost their loved ones. May those injured recover at the earliest: PM @narendramodi