ମୁଁ ଆପଣମାନଙ୍କ ଆଖିରେ ଭବିଷ୍ୟତର ସ୍ୱପ୍ନ ଦେଖିପାରୁଛି : ପ୍ରଧାନମନ୍ତ୍ରୀ
ବିଶ୍ୱସ୍ତରରେ ଆପଣମାନେ ବ୍ରାଣ୍ଡ ଇଣ୍ଡିଆକୁ ସୁଦୃଢ଼ କରୁଛନ୍ତି
ଭାରତର ନବୋନ୍ମେଷରେ ଅର୍ଥନୀତି ଓ ଉପଯୋଗିତାର ମହାନ ସମାହାର ହୋଇଛି

ଆପଣମାନେ ଯେଉଁ ସ୍ଥାନରେ କାର୍ଯ୍ୟ କରନ୍ତୁ, ରୁହନ୍ତୁ ପଛେ ମାତୃଭୂମିର ଆବଶ୍ୟକତାକୁ ସବୁବେଳେ ଧ୍ୟାନରେ ରଖନ୍ତୁ ବୋଲି ମାଡ୍ରାସସ୍ଥିତ ଭାରତୀୟ ପ୍ରଦ୍ୟୋଗିକୀ ସଂସ୍ଥାନର 56ତମ ସମାବର୍ତନ ସମାରୋହରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, “ମୋ ସମ୍ମୁଖରେ ଉଭୟ ମିନି ଇଣ୍ଡିଆ ଓ ନିଉ ଇଣ୍ଡିଆର ଭାବନାକୁ ମୁଁ ଦେଖିପାରୁଛି । ଏଠି ଉତ୍ସାହ, ଔଜ୍ଜଲ୍ୟ ଓ ସକାରାତ୍ମକତା ରହିଛି । ଆପଣମାନଙ୍କ ଆଖିରେ ମୁଁ ଭବିଷ୍ୟତର ସ୍ୱପ୍ନ ଦେଖିପାରୁଛି । ଆପଣମାନଙ୍କ ଆଖିରେ ମୁଁ ଭାରତର ଭାଗ୍ୟ ଦେଖିପାରୁଛି” । ସ୍ନାତକ ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ଶିକ୍ଷକମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସହାୟକ କର୍ମଚାରୀଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । “ମୁଁ ସହାୟକ କର୍ମଚାରୀଙ୍କ ଭୂମିକା ବିଷୟରେ ମଧ୍ୟ ଉଲ୍ଲେଖ କରିବାକୁ ଚାହୁଁଛି । ଏମାନେ ନିରବ ଭାବେ ପ୍ରଚ୍ଛଦପଟ୍ଟରେ ରହି ଆପଣମାନଙ୍କ ଖାଦ୍ୟ ପ୍ରସ୍ତୁତ କରିଥା’ନ୍ତି, ଶ୍ରେଣୀ ଗୃହ ଓ ଛାତ୍ରାବାସକୁ ସଫା ରଖିଥାନ୍ତି” ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଯୁବପିଢ଼ିଙ୍କ ସାମର୍ଥ୍ୟରେ ଏକ ବିଶ୍ୱାସ ରହିଛି । “ମୋର ଆମେରିକା ଗସ୍ତ ସମୟରେ ଆମର ଆଲୋଚନା ସମୟରେ ସାଧାରଣତଃ ଗୋଟିଏ କଥା ଉଠୁଥିଲା । ତାହା ହେଉଛି ନିଉ ଇଣ୍ଡିଆ ବିଷୟରେ ଆଶାବାଦ । ଭାରତୀୟ ସମୁଦାୟ ସାରା ବିଶ୍ୱରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି, ବିଶେଷ କରି ବିଜ୍ଞାନ, ପ୍ରଯୁକ୍ତି ଓ ନବୋନ୍ମେଷ କ୍ଷେତ୍ରରେ । ଏହାକୁ କିଏ ବଳ ଦେଉଛି? ଏମାନଙ୍କ ମଧ୍ୟରୁ ଅଧିକାଂଶ ଆପଣଙ୍କ ଆଇଆଇଟିର ପୂର୍ବତନ ଛାତ୍ର । ଆପଣମାନେ ବିଶ୍ୱସ୍ତରରେ ବ୍ରାଣ୍ଡ ଇଣ୍ଡିଆକୁ ସୁଦୃଢ଼ କରୁଛନ୍ତି ।”

“ଆଜି ଯେତେବେଳେ ଭାରତ 5 ଶହ କୋଟି ଡଲାରର ଅର୍ଥବ୍ୟବସ୍ଥା ହେବାକୁ ଲକ୍ଷ୍ୟ ରଖିଛି, ଆପଣମାନଙ୍କ ନବୋନ୍ମେଷ ଓ ପ୍ରଯୁକ୍ତିର ଆକାଂକ୍ଷା ଏହି ସ୍ୱପ୍ନ ପୂରଣ ଦିଗରେ ସହାୟକ ହେବ । ସବୁଠୁ ପ୍ରତିଦ୍ୱନ୍ଦ୍ୱୀ ଅର୍ଥବ୍ୟବସ୍ଥା ହେବାରେ ଏହା ଭାରତର ଆଧାର ହେବ । ଭାରତର ନବୋନ୍ମେଷ ହେଉଛି ଅର୍ଥନୀତି ଏବଂ ଉପଯୋଗିତାର ଏକ ମହାନ ସମାହାର” ।

ଆମେ ଦେଶରେ ଗବେଷଣା ଓ ଉଦ୍ଭାବନ ପାଇଁ ଏକ ସୁଦୃଢ଼ ପରିସଂସ୍ଥାନ ତିଆରି କରିବା ଦିଗରେ କାର୍ଯ୍ୟ କରିଛୁ । ବିଭିନ୍ନ ସଂସ୍ଥାନରେ ଅଟଳ ଇନକ୍ୟୁବେସନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଷ୍ଟାର୍ଟଅପଗୁଡ଼ିକ ପାଇଁ ବଜାର ଖୋଜିବା ଆମର ପରବର୍ତ୍ତୀ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ, “ଆପଣମାନଙ୍କ କଠିନ ପରିଶ୍ରମ ଅସମ୍ଭବକୁ ସମ୍ଭବ କରିଛି । ଆପଣମାନଙ୍କୁ ଅନେକ ସୁଯୋଗ ଅପେକ୍ଷା କରି ରହିଛି, ସେଥିମଧ୍ୟରୁ ସବୁଗୁଡ଼ିକ ସହଜ ନୁହେଁ । ସ୍ୱପ୍ନ ଦେଖିବା ବନ୍ଦ କରନ୍ତୁ ନାହିଁ, ନିଜକୁ ଆହ୍ୱାନ କରି ଚାଲନ୍ତୁ । ଏହି ମାର୍ଗରେ ଆପଣମାନେ ନିଜର ଶ୍ରେଷ୍ଠ ସାମର୍ଥ୍ୟ ହାସଲ କରିପାରିବେ” ।

ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ, ଆପଣମାନେ ଯେଉଁ ସ୍ଥାନରେ କାର୍ଯ୍ୟ କରନ୍ତୁ, ରୁହନ୍ତୁ ପଛେ, ମାତୃଭୂମି, ଭାରତ ମାତାର ଆବଶ୍ୟକତାକୁ ସବୁବେଳେ ଧ୍ୟାନରେ ରଖନ୍ତୁ । ଆପଣମାନଙ୍କ କାର୍ଯ୍ୟ, ଗବେଷଣା, ନବୋନ୍ମେଷ କିଭଳି ଭାବେ ଆପଣମାନଙ୍କ ମାତୃଭୂମିର କାମରେ ଲାଗିପାରିବ ସେ ବିଷୟରେ ଚିନ୍ତା କରନ୍ତୁ । ଏହା ମଧ୍ୟ ଆପଣଙ୍କ ସାମାଜିକ ଉତ୍ତରଦାୟିତ୍ୱ ।”

“ଆଜି, ଏକ ସମାଜ ଭାବେ, ଆମେ ଥରେ ଉପଯୋଗ ହେଉଥିବା ପ୍ଲାଷ୍ଟିକକୁ ବର୍ଜନ କରିବାକୁ ଯାଉଛୁ । ଏହାର ପରିବେଶ ଅନୁକୂଳ ବିକଳ୍ପ କ’ଣ ହୋଇପାରିବ, ଯାହାର ଉପଯୋଗ ସମାନ ଥିବ କିନ୍ତୁ ପୂର୍ବ ପରି କୌଣସି କୁପ୍ରଭାବ ନଥିବ? ଆପଣମାନଙ୍କ ଭଳି ନବୋନ୍ମେଷୀଙ୍କ ଆଡ଼କୁ ଦେଖିଲେ ମନରେ ଏହି ଭାବନା ଆସିଥାଏ । ତଥ୍ୟ ବିଜ୍ଞାନ, ରୋଗ ନିଦାନ, ବ୍ୟବହାରିକ ବିଜ୍ଞାନ ଓ ଚିକିତ୍ସା ବିଜ୍ଞାନ ସହ ପ୍ରଯୁକ୍ତିର ମିଶ୍ରଣ ହେଲେ ଉତ୍ସାହଜନକ ଅନ୍ତର୍ଦୃଷ୍ଟି ସାମ୍ନାକୁ ଆସିଥାଏ”, ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ସ୍ୱାମୀ ବିବେକାନନ୍ଦଙ୍କ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, “ଦୁଇ ପ୍ରକାରର ଲୋକ ଅଛନ୍ତି-କିଛି ବଂଚିଥାନ୍ତି ଏବଂ କିଛି ତିଷ୍ଠି ରହିଥାନ୍ତି । କିନ୍ତୁ ଯେଉଁମାନେ ଅନ୍ୟମାନଙ୍କ ପାଇଁ ବଂଚିଥାନ୍ତି ସେମାନେ ସୁଖଦ ଓ ପରିପୂର୍ଣ୍ଣ ଜୀବନ ଅତିବାହିତ କରିଥାନ୍ତି ।

ଶିକ୍ଷା ଓ ଅଧ୍ୟୟନ ଏକ ନିରନ୍ତର ପ୍ରକ୍ରିୟା ବୋଲି ମତବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ତାଙ୍କର ଅଭିଭାଷଣ ଶେଷ କରିଥିଲେ । ଏହି ସଂସ୍ଥାନରୁ ବିଦାୟ ନେବା ପରେ ମଧ୍ୟ ନିରନ୍ତର ଶିକ୍ଷା ଗ୍ରହଣ ଓ ଆବିଷ୍କାର ଜାରି ରଖିବା ଲାଗି ସେ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଥିଲେ ।

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 28, 2026
August 28, 2026

India’s Growth Story, Grounded: Inclusion, Exports, and Infrastructure Under One Vision of PM Modi