ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଆୟୋଜିତ କିର୍ଲୋସ୍କର ବ୍ରଦର୍ସ ଲିଃ (କେବିଏଲ)ର ଶତବାର୍ଷିକୀ ସମାରୋହରେ ଯୋଗ ଦେଇଥିଲେ । କେବିଏଲକୁ ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଏକ ସ୍ମାରକୀ ଡାକ ଟିକେଟ ଉନ୍ମୋଚନ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ କିର୍ଲୋସ୍କର ବ୍ରଦର୍ସର ପ୍ରତିଷ୍ଠାତା ସ୍ୱର୍ଗତ ଶ୍ରୀ ଲକ୍ଷ୍ମଣରାଓ କିର୍ଲୋସ୍କରଙ୍କ ଜୀବନୀ ପୁସ୍ତକର ହିନ୍ଦୀ ସଂସ୍କରଣ ‘ଯାନ୍ତ୍ରିକ କୀ ଯାତ୍ରା-ଯନ୍ତ୍ର ନିର୍ମାଣ କରିଥିବା ବ୍ୟକ୍ତି’କୁ ଉନ୍ମୋଚନ କରିଥିଲେ ।

ଶତାବାର୍ଷିକୀ ସମାରୋହ ଲାଗି କିର୍ଲୋସ୍କର ବ୍ରଦର୍ସ ଲିଃକୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାହସିକ ପଦକ୍ଷେପ ନେବାର ଭାବନା, ନୂଆ କ୍ଷେତ୍ରକୁ ପ୍ରସାରିତ ହେବାର ମନୋବୃତ୍ତି ଆଜି ବି ପ୍ରତ୍ୟେକ ଭାରତୀୟ ଉଦ୍ୟୋଗୀଙ୍କ ପରିଚୟ ହୋଇ ରହିଛି । ଭାରତୀୟ ଉଦ୍ୟୋଗୀ ଦେଶର ପ୍ରଗତି ଏବଂ ନିଜ କ୍ଷମତାକୁ ବଢ଼ାଇବା ତଥା ସଫଳତାର ନୂତନ ଉଚ୍ଚତା ଛୁଇଁବା ଲାଗି ସର୍ବଦା ତତ୍ପର । ସେ କହିଥିଲେ ଯେ ଆଜି ଯେତେବେଳେ ଆମେ ଏକ ନୂଆ ବର୍ଷ ଏବଂ ନୂତନ ଦଶକରେ ପ୍ରବେଶ କରୁଛି ମୁଁ ଏହା ନିଦ୍ୱର୍ନ୍ଦ୍ୱରେ ଏହା କହିପାରେ ଯେ ଏହା ହେବ ଭାରତୀୟ ଉଦ୍ୟୋଗୀଙ୍କ ଦଶନ୍ଧି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଲୋକମାନଙ୍କର ପ୍ରକୃତ ଶକ୍ତି ସେତିକିବେଳେ ସାମ୍ନାକୁ ଆସିପାରିବ ଯେତେବେଳେ ସରକାର ଉଦ୍ୟୋଗଗୁଡ଼ିକ ଲାଗି ବାଧା ସୃଷ୍ଟି କରିବେ ନାହିଁ ବରଂ ସେମାନଙ୍କ ସାଥୀ ହୋଇ ଛିଡ଼ା ହେବେ । ସେ କହିଥିଲେ ଯେ ଗତ କିଛି ବର୍ଷ ମଧ୍ୟରେ ଆମର ଆଭିମୁଖ୍ୟ ହୋଇଛି ଉଦ୍ଦେଶ୍ୟମୂଳକ ସଂସ୍କାର, ସଚ୍ଚୋଟ ପ୍ରଦର୍ଶନ ଏବଂ ବ୍ୟାପକ ପରିବର୍ତ୍ତନ । ଆମେ ଏପରି ଏକ ଶାସନ ଦେବା ଲାଗି ପ୍ରୟାସ କରିଛୁ ଯାହା ସମ୍ପୂର୍ଣ୍ଣ ପେସାଦାର ଢଙ୍ଗରେ କାର୍ଯ୍ୟର ପୂର୍ଣ୍ଣ ପ୍ରଗତିରେ ବିଶ୍ୱାସ କରିଥାଏ । ଗତ 5 ବର୍ଷ ମଧ୍ୟରେ ଦେଶରେ ସମ୍ପୂର୍ଣ୍ଣ ସଚ୍ଚୋଟତା ଏବଂ ପାରଦର୍ଶିତା ସହିତ କାମ କରିବାର ପରିବେଶ ସୃଷ୍ଟି ହୋଇଛି । ଦେଶରେ ବିଶ୍ୱସନୀୟତା ଏବଂ ସମ୍ପୂର୍ଣ୍ଣ ପାରଦର୍ଶିତା ସହିତ କାମ କରିବାର ପରିବେଶ ବଜାୟ ରହିଛି । ଏହା ଦେଶକୁ ବଡ଼ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଓ ଏହାକୁ ନିର୍ଦ୍ଧାରିତ ସମୟରେ ଶେଷ କରିବା ଲାଗି ସାହସ ଦେଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ 2018-19 ଆର୍ଥିକ ବର୍ଷରେ ୟୁପିଆଇ ମାଧ୍ୟମରେ ପାଖାପାଖି 9 ଲକ୍ଷ କୋଟି ଟଙ୍କାର କାରବାର ହୋଇଛି । ଚଳିତ ଆର୍ଥିକ ବର୍ଷରେ କେବଳ ଡିସେମ୍ବର ମାସ ସୁଦ୍ଧା ଏହି ତଥ୍ୟ ପାଖାପାଖି 15 କୋଟି ଟଙ୍କା ପର୍ଯ୍ୟନ୍ତ ପହଁଚିଯାଇଛି । ଆପଣମାନେ ଏଥିରୁ ଅନୁମାନ କରିପାରିବେ ଯେ ଦେଶରେ କିଭଳି ଭାବେ ଡିଜିଟାଲ କାରବାରର ପ୍ରଚଳନ ବଢ଼ିଚାଲିଛି । ଉଜାଲା ଯୋଜନା ଗତକାଲି 5 ବର୍ଷ ପୂରଣ କରିଛି । ଏହା ଆମ ସମସ୍ତଙ୍କ ପାଇଁ ସନ୍ତୋଷର ବିଷୟ ଯେ ସାରା ଦେଶରେ ବର୍ତ୍ତମାନସୁଦ୍ଧା 36 କୋଟିରୁ ଅଧିକ ଏଲଇଡି ବଲବ ବଂଟାଯାଇସାରିଛି ।

ସେହିପରି ମେକ ଇନ ଇଣ୍ଡିଆ ଅଭିଯାନର ସଫଳତା ଆମ ଉଦ୍ୟୋଗର ଶକ୍ତି । ମୁଁ ଭାରତୀୟ ଉଦ୍ୟୋଗ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇଁ ଏପରି କାହାଣୀ ଦେଖିବା ଲାଗି ଚାହୁଁଛି ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
 FTA with New Zealand to boost India's export competitiveness, open growth avenues: India Inc

Media Coverage

FTA with New Zealand to boost India's export competitiveness, open growth avenues: India Inc
NM on the go

Nm on the go

Always be the first to hear from the PM. Get the App Now!
...
Prime Minister participates in an energetic football session with youngsters in Gangtok, Sikkim
April 28, 2026

Prime Minister Shri Narendra Modi today participated in a vibrant football session with youngsters during a pleasant morning in Gangtok, Sikkim.

​The Prime Minister wrote on X:

"Nothing like playing some football with my young friends in Sikkim on a lovely Gangtok morning!"

"Clearly, an energising football session with these youngsters!"

" A football morning in Gangtok! We learnt, we played, we celebrated and above everything else, we enjoyed the game…."