• ମହାମହିମ ରାଷ୍ଟ୍ରପତି ସାଇରିଲ ରାମଫୋସା ମହୋଦୟ,

    ମହାମହିମ ରାଷ୍ଟ୍ରପତି ମାଇକେଲ ଟେମର ମହୋଦୟ,

    ମହାମହିମ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମହୋଦୟ,

    ମହାମହିମ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ ମହୋଦୟ,

    • ମୁଁ ରାଷ୍ଟ୍ରପତି ରାମଫୋସାଙ୍କୁ ଜୁଲାଇ ମାସରେ ଜୋହନ୍ସବର୍ଗରେ ବ୍ରିକ୍ସ ଶିଖର ସମ୍ମିଳନୀର ସଫଳତା ଏବଂ ଏହି ବୈଠକର ଆୟୋଜନ ପାଇଁ ଧନ୍ୟବାଦ ଜଣାଉଛି ।

    • ଆମେ ବ୍ରିକ୍ସରେ ବିଶ୍ୱର 42% ଜନସଂଖ୍ୟାର ପ୍ରତିନିଧିତ୍ୱ କରୁଛୁ । ବିଗତ କିଛି ବର୍ଷ ଧରି ବ୍ରିକ୍ସ ବିଶ୍ୱ ଅଭିବୃଦ୍ଧିର ଇଂଜିନ ଭାବେ ପରିଗଣିତ ହେଉଛି । ଯଦିଓ, ଏବେ ମଧ୍ୟ ବିଶ୍ୱ ଜିଡିପି (23%) ଏବଂ ବାଣିଜ୍ୟ (16%) ରେ ଆମର ଭାଗୀଦାରୀ ବଢ଼ିବାର ଯଥେଷ୍ଟ ଅଧିକ ସମ୍ଭାବନା ରହିଛି । ତାହା ଜନସଂଖ୍ୟା ଅନୁରୂପ ନୁହେଁ ।

  • ମହାମହିମ,

    • ଜଗତୀକରଣ ଲକ୍ଷ ଲକ୍ଷ ଲୋକଙ୍କୁ ଗରିବ ଅବସ୍ଥାରୁ ମୁକ୍ତି ଦେଇଛି । ଯଦିଓ, ଜଗତୀକରଣର ସୁଫଳର ସମାନ ବିତରଣକୁ ନେଇ ଆମ ସମ୍ମୁଖରେ ବହୁତ ଗୁଡ଼ିଏ ଆହ୍ୱାନ ରହିଛି । ବହୁପକ୍ଷୀୟଏବଂ ନିୟମ ଆଧାରିତ ବିଶ୍ୱ ବ୍ୟବସ୍ଥା ସମ୍ମୁଖରେ ନିରନ୍ତର ସମସ୍ୟା ଆସୁଛି ଏବଂ ସଂରକ୍ଷଣବାଦ ବୃଦ୍ଧି ପାଉଛି । ମୁଦ୍ରାର ଅବମୂଲ୍ୟାୟନ ଏବଂ ତୈଳ ଦରରେ ଦ୍ରୁତ ବୃଦ୍ଧି ବିଗତ କିଛି ବର୍ଷ ମଧ୍ୟରେ ଅର୍ଜିତ କରାଯାଇଥିବା ଲାଭ ପାଇଁ ଆହ୍ୱାନ ସୃଷ୍ଟି କରିଛି ।

    •  ବ୍ରିକ୍ସ ଦେଶ ସମୂହ ବିଶ୍ୱରେ ସ୍ଥିରତା ଏବଂ ବିକାଶରେ ଯୋଗଦାନ ଦେଉଛନ୍ତି । ଆମେ ବିଶ୍ୱର ଆର୍ଥିକ ଏବଂ ରାଜନୈତିକ ସଂରଚନାକୁ ଏକ ଭିନ୍ନ ଆକାର ଓ ରୂପ ଦେବାରେ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇଛେ ।

    • ଆମେ ବିଶ୍ୱ ଅର୍ଥନୈତିକ ପ୍ରଶାସନର ବିନ୍ଧାଣୀ ଭାବେ ଆହୁରି ଅଧିକ ପ୍ରତିନିଧିତ୍ୱ କରିବା ସହଲୋକତାନ୍ତ୍ରିକ କରିବାରେ ସାର୍ଥକ ଯୋଗଦାନ ଦେଇଛୁ ଆଉ ଏହି ଦିଗରେ ଆଗକୁ ମଧ୍ୟ କାର୍ଯ୍ୟ କରି ଚାଲିବୁ ।

    • ଆମେ ମିଳିତ ଜାତିସଙ୍ଘ ଏବଂ ଏହାର ସୁରକ୍ଷା ପରିଷଦ ସହିତ ବହୁମୁଖୀ ଅନୁଷ୍ଠାନରେ ବିକାଶଶୀଳ ଦେଶକୁ ଆହୁରି ଅଧିକ ପ୍ରତିନିଧିତ୍ୱ ଦେବା ପାଇଁ ଗୋଟିଏ ସ୍ୱରରେ କଥା କହିବା ଆବଶ୍ୟକ । ଏହି ଲକ୍ଷ୍ୟ ରହିଛି କି ଯେଉଁଥିପାଇଁ ଆମେ ବ୍ରିକ୍ସ ଏକାଠି ହୋଇ ଆସିଛେ ।

    • ଆମକୁ ନିୟମ ଆଧାରିତ ବିଶ୍ୱ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ୟୁଏନ୍, ଡବ୍ଲ୍ୟୁଟିଓ,ୟୁ.ଏନ୍.ଏଫ୍.ସି.ସି, ବିଶ୍ୱ ବ୍ୟାଙ୍କ ଆଦି ବହୁମୁଖୀ ପ୍ରତିଷ୍ଠାନ ସହିତ ମିଳିମିଶି କାର୍ଯ୍ୟ କରିବାକୁ ହେବ ଯାହାଦ୍ୱାରା ଏହାର ପ୍ରାସଙ୍ଗିକତା ତିଷ୍ଠି ରହିବ ଏବଂ ତାହା ସମୟର ବାସ୍ତବିକତା ଗୁଡ଼ିକୁ ଦର୍ଶାଇବ । ଏହି ସମ୍ବନ୍ଧରେ ମୁଁ, ଜୋହାନ୍ସବର୍ଗରେ ନିଜ ସାକ୍ଷାତ ସମୟରେ “ସଂସ୍କାରବାଦୀ ବହୁପକ୍ଷୀୟ” ବ୍ୟବସ୍ଥା ବିଷୟରେ ପ୍ରସ୍ତାବ ଦେଇଥିଲି ।

    • ନୂତନ ଶିଳ୍ପ ବିପ୍ଳବ, କାର୍ଯ୍ୟର ଭବିଷ୍ୟତ ଆଦି ବିଷୟ ଗୁଡ଼ିକୁ ଜି-20 କାର୍ଯ୍ୟସୂଚୀରେ ସ୍ଥାନ ଦେଇ ବିଶ୍ୱ ବିକାଶର ଚର୍ଚ୍ଚାକୁ ସମୃଦ୍ଧ କରାଯାଇଛି । ଆମେ ବ୍ରିକ୍ସ ଦେଶସମୂହ ନୂତନ ଶିଳ୍ପ ବିପ୍ଳବରେ ସହଯୋଗ କରିବା ପାଇଁ ଆଗ୍ରହୀ ଅଟୁ ।

    • ଏହି ସନ୍ଦର୍ଭରେ, ଜଗତୀକରଣ ଏବଂ ସ୍ଥନାନ୍ତର ବିଷୟଗୁଡ଼ିକରେ ଭଲ ଭାବେ ବହୁ ପକ୍ଷୀୟ ସମନ୍ୱୟ ଏବଂ ସହଯୋଗ ଦ୍ୱାରା ସମ୍ବୋଧିତ କରିବାକୁ ହେବ । ବିଶ୍ୱ ଯୋଗାଣ ଶୃଙ୍ଖଳରେ ଶ୍ରମିକ ପ୍ରସଙ୍ଗର ପରିଚାଳନା, ସଂପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳର ଉତ୍କୃଷ୍ଟ କାର୍ଯ୍ୟକୁ ସୁନିଶ୍ଚିତ କରିବା ଜରୁରୀ ହେବ । ସମଗ୍ର ବିଶ୍ୱରେ ଶ୍ରମିକଙ୍କ ସାମାଜିକ ସଂରକ୍ଷଣ ଯୋଜନାଗୁଡ଼ିକୁ ସୁଗମ ଏବଂ ଶ୍ରମିକମାନଙ୍କର ସହଜ ଗମନାଗମନ ହେଉଛି ମହତ୍ୱପୂର୍ଣ୍ଣ ।

    • ମହିଳାମାନଙ୍କର ସଶକ୍ତିକରଣ ଏବଂ ଭବିଷ୍ୟତ ପାଇଁ ନିରନ୍ତର ଖାଦ୍ୟ ଭଳି, ସାମାଜିକ – ଆର୍ଥିକ ପ୍ରସଙ୍ଗ ଜି-20 ଶିଖର ବୈଠକରେ ଉପସ୍ଥାପନ କରାଯିବ । ପ୍ରଥମେ ମୁଁ ନିରନ୍ତର ବିକାଶ ଏବଂ ଭିତ୍ତିଭୂମି ଉପରେ ବିପର୍ଯ୍ୟୟ ମୁକାବିଲା ଭିତିଭୂମିର ଆବଶ୍ୟକତା ଉପରେ ପ୍ରସ୍ତାବ ଦେଇଥିଲି । ଆମେ ଏହାକୁ ମିଳିମିଶି ଆଗକୁ ବଢ଼ାଇନେବା ପାଇଁ କାମ କରିବାକୁ ପଡ଼ିବ ।

 

ମହାମହିମ,

• ଭାରତ ବ୍ରିକ୍ସ ରାଜନୈତିକ ଭାବ ବିନିମୟକୁ ପ୍ରୋତ୍ସାହନ କ୍ଷେତ୍ରରେ ହେଉଥିବା ପ୍ରଗତିକୁ ମହତ୍ୱ ଦେଉଛି ଆଉ ଏହାର ପ୍ରଶଂସା କରୁଛି । ଏହି ସମ୍ବନ୍ଧରେ ଆମର ବିଦେଶ ମନ୍ତ୍ରୀମାନେ, ଏନ୍ଏସ୍ଏ,ଏବଂ ମଧ୍ୟପ୍ରାଚ୍ୟର ସ୍ୱତନ୍ତ୍ର ରାଷ୍ଟ୍ରଦୂତମାନଙ୍କ ସହ ସାକ୍ଷାତ ବିଶେଷ ଯୋଗଦାନ ଦେଇଛି ।

• ଆମେ ସମସ୍ତେ ଏହି କଥାରେ ସହମତ ଯେ ଆଜି ଆତଙ୍କବାଦ ଏବଂ ମୌଳବାଦ ସମଗ୍ର ଦୁନିଆ ଆଗରେ ବଡ଼ ଆହ୍ୱାନ ପାଲଟିଛି । ଏହା ନା କେବଳ ଶାନ୍ତି ଏବଂ ସୁରକ୍ଷା ପାଇଁ ହେଉଛି ବିପଦଜନକ ବରଂ ଆର୍ଥିକ ବିକାଶ ପାଇଁ ମଧ୍ୟ ଏକ ବଡ ଆହ୍ୱାନ ।

• ଆମେ ସମସ୍ତ ଦେଶ ସହିତ ଏଫ୍ଏଟିଏଫ୍ ମାନକର କାର୍ଯ୍ୟକାରିତା ପାଇଁ ଅନୁରୋଧ କରିଛୁ । ଆତଙ୍କବାଦୀଙ୍କ ନେଟୱାର୍କ ସେମାନଙ୍କୁ ଆର୍ଥିକ ସହାୟତା ଏବଂ ସେମାନଙ୍କ ଯାତାୟାତରେ ପ୍ରତିବନ୍ଧକ ଲଗାଇବା ପାଇଁ ମିଳିତ ଜାତିସଂଘର ଆତଙ୍କବାଦ ମୁକାବିଲା କାର୍ଯ୍ୟଖସଡ଼ାକୁ ସୁଦୃଢ଼ କରିବା ଦିଗରେବ୍ରିକ୍ସ ଏବଂ ଜି-20 ଦେଶ ସମୂହକୁ ମିଳିମିଶି କାମ କରିବାକୁ ହେବ ।

• ଆର୍ଥିକ ଅପରାଧୀମାନଙ୍କୁ ଏବଂ ପଳାତକଙ୍କ ବିରୁଦ୍ଧରେ ଆମକୁ ମିଳିମିଶି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଏହି ସମସ୍ୟା ବିଶ୍ୱର ଆର୍ଥିକ ସ୍ଥିରତା ପାଇଁ ଗୁରୁତର ବିପଦ ହୋଇପାରେ ।

ମହାମହିମ,

• ଜି-20ରେ ଆମର ସହଯୋଗର ଆଧାର ସୁଦୃଢ଼ ହେବାରେ ଲାଗିଛି । ଆମର ବ୍ରିକ୍ସ ଢ଼ାଂଚାରେ,ଜି-20ପ୍ରସଙ୍ଗରେ ପରାମର୍ଶ ଏବଂ ସହଯୋଗ କରି ଚାଲିଛୁ ।

• ଜି-20 ଶିଖର ସମ୍ମିଳନୀରେ ଏକ ବିକାଶଶୀଳ ଦେଶ ଅଧ୍ୟକ୍ଷତା କରୁଛି, ଏହା ହେଉଛି ଏକ ଶୁଭ ଅବସର ଯେ, ଜି-20ର କାର୍ଯ୍ୟସୂଚୀ ଆଉ ଏହାର ପରିଣାମର ଦୃଷ୍ଟିକୋଣ ବିକାଶଶୀଳ ଦେଶ ଗୁଡ଼ିକର ପ୍ରାଥମିକତା ଉପରେ ଅଣାଯାଉ ।

• ମୁଁ ଶେଷରେ ପୁଣି ଥରେ ରାଷ୍ଟ୍ରପତି ରାମଫୋସାଙ୍କ ଦ୍ୱାରା ଜୋହନ୍ସବର୍ଗ ଶିଖର ବୈଠକର ସଫଳ ଆୟୋଜନ ଏବଂ ଏହି ବୈଠକର ସଫଳତା ପାଇଁ ଧନ୍ୟବାଦ ଜଣାଉଛି ।

• ମୁଁ ଆଗାମୀ ବ୍ରିକ୍ସ ଶିଖର ବୈଠକରେ ଅଧ୍ୟକ୍ଷତା ପାଇଁ ବ୍ରାଜିଲ ଏବଂ ତାଙ୍କ ନେତୃତ୍ୱକୁ ଭାରତର ପୂର୍ଣ୍ଣ ସମର୍ଥନ ଏବଂ ସହଯୋଗର ବିଶ୍ୱାସ ମଧ୍ୟ ଦେଉଛି । ମୋର ଭରସା ରହିଛି କି ବ୍ରାଜିଲର ଅଧ୍ୟକ୍ଷତାରେବ୍ରିକ୍ସ ସହଯୋଗ ନୂତନ ଶିଖରରେ ପହଂଚିବ ।

ମହାମହିମ,

• ମୁଁ ବ୍ରାଜିଲର ରାଷ୍ଟ୍ରପତିଙ୍କୁ ଏଥିପାଇଁ ମଧ୍ୟ କୃତଜ୍ଞତା ଜଣାଉଛି କି ବିଗତ 6 ଥର ଆପଣଙ୍କ ମାର୍ଗଦର୍ଶନ ମିଳି ଚାଳିଛି ଏବଂ ଆପଣଙ୍କ ସହିତ କାମ କରିବାର ସୁଯୋଗ ମିଳିଛି । ଆଉ ଯେପରି ଆପଣ କହିଲେ କି ଏହା ଆପଣଙ୍କ ସହିତ ହେଉଛି ଆମର ଶେଷ ବୈଠକ ।

ବହୁତ ବହୁତ ଶୁଭକାମନା

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s digital economy enters mature phase as video dominates: Nielsen

Media Coverage

India’s digital economy enters mature phase as video dominates: Nielsen
NM on the go

Nm on the go

Always be the first to hear from the PM. Get the App Now!
...
Share your ideas and suggestions for 'Mann Ki Baat' now!
May 05, 2026

Prime Minister Narendra Modi will share 'Mann Ki Baat' on Sunday, May 31st. If you have innovative ideas and suggestions, here is an opportunity to directly share it with the PM. Some of the suggestions would be referred by the Prime Minister during his address.

Share your inputs in the comments section below.