Kathmandu is a special city; it is a blend of ancient and modern: PM Modi
Sabka Saath, Sabka Vikaas is as much about global wellbeing as it is about India’s growth: PM Modi
With International Solar Alliance, India has taken the lead to mitigate adverse impacts of climate change: PM Modi
India stands shoulder to shoulder in Nepal’s development journey: PM Modi

 

ଶାକ୍ୟ ମହାଶୟ, ଆପଣ ଏବଂ ଆପଣଙ୍କ ସାଥୀମାନେ,

କାଠମାଣ୍ଡୁର ମହାନଗର ପାଳିକା ମୋ ପାଇଁ ଏହି ସ୍ୱାଗତ ସମାରୋହର ଆୟୋଜନ କରିଛନ୍ତି । ମୁଁ ଏଥିପାଇଁ ଆପଣ ସମସ୍ତଙ୍କ ନିକଟରେ ହୃଦୟର ସହିତ ବହୁତ ବହୁତ କୃତଜ୍ଞ  । ଏହା କେବଳ ମୋର ନୁହେଁ ଏ ହେଉଛି ସମ୍ପୂର୍ଣ୍ଣ ଭାରତର ସମ୍ମାନ । କେବଳ ମୁଁ ହିଁ ନୁହେଁ, ଶହେ ପଚିଶ କୋଟି ଭାରତୀୟ ମଧ୍ୟ କୃତଜ୍ଞ । କାଠମାଣ୍ଡୁ ସହିତ ଏବଂ ନେପାଳ ସହିତ, ପ୍ରତ୍ୟେକ ଭାରତୀୟଙ୍କର ଏକ ନିଜସ୍ୱ ଭାବଗତ ସଂପର୍କ ରହିଛି ଆଉ ଏହି ସୌଭାଗ୍ୟ ମୋତେ ମଧ୍ୟ ମିଳିଛି ।

ଯେତେବେଳେ ମୁଁ ରାଜନୀତିରେ ନ ଥିଲି, ମୁଁ ଯେତେବେଳେ ମଧ୍ୟ ନେପାଳ ଆସିଛି ତ, ମୋତେ ଶାନ୍ତି ଏବଂ ଆତ୍ମୀୟତାର ଅନୁଭୂତି ମିଳୁଛି । ଆଉ ଏହାର ସବୁଠାରୁ ବଡ଼ କାରଣ ହେଉଛି ଆପଣ ସମସ୍ତଙ୍କର ଭଲପାଇବା, ଆପଣମାନଙ୍କର ସ୍ନେହ, ଆପଣମାନଙ୍କର ଜୋରଦାର ସ୍ୱାଗତ, ସତ୍କାର ଏବଂ ସମ୍ମାନ ।

କାଲି ମୁଁ ଜନକପୁରରେ ଥିଲି, ଆଜିର ଯୁଗକୁ ଜନକପୁରର ଏକ ବହୁତ ବଡ଼ ସନ୍ଦେଶ ଦେଉଛି । ରାଜା ଜନକଙ୍କର କ’ଣ ବିଶେଷତ୍ୱ ଥିଲା । ସେ ଶସ୍ତ୍ରକୁ ଭାଙ୍ଗି ଦେଇଥିଲେ ଆଉ ସ୍ନେହ ସହିତ ଯୋଡ଼ି ଦେଇଥିଲେ । ଏହା ହେଉଛି ସେ ଭଳି ଧରଣୀ ଯାହା ଶସ୍ତ୍ରକୁ  ଭାଙ୍ଗି ଦେଇ ସ୍ନେହ ସହିତ ଯୋଡ଼ିଥାଏ ।

ସାଥୀଗଣ, ଯେତେବେଳେ ମଧ୍ୟ ମୁଁ କାଠମାଣ୍ଡୁ ବିଷୟରେ ଚିନ୍ତା କରିଥାଏ ତ ଯେଉଁ ଛବି ବାହାରି ଆସିଥାଏ, ତାହା କେବଳ ଏକ ସହରର ଛବି ହୋଇ ନଥାଏ । ସେହି ଛବି କେବଳ ଏକ ଭୌଗୋଳିକ ଘାଟିର ହୋଇ ନ ଥାଏ । କାଠମାଣ୍ଡୁ ହେଉଛି ଆମର ପଡ଼ୋଶୀ ଏବଂ ଅଭିନ୍ନ ମିତ୍ର ନେପାଳର ରାଜଧାନୀ, କେବଳ ଏତିକି ହିଁ ନୁହେଁ । ଭଗବାନ ବୁଦ୍ଧଙ୍କର ଜନ୍ମସ୍ଥଳୀ ଦେଶର କେବଳ ରାଜଧାନୀ ହିଁ ନୁହେଁ । ଏଭରେଷ୍ଟ ପର୍ବତର ଦେଶ, ଲିଲି ଗୁରାଜର ଦେଶର କେବଳ ରାଜଧାନୀ ନୁହେଁ । କାଠମାଣ୍ଡୁ ନିଜକୁ ନିଜ ମଧ୍ୟରେ ହେଉଛି ଏକ ସଂପୂର୍ଣ୍ଣ ଦୁନିଆ ଆଉ ଏହି ଦୁନିଆର ଇତିହାସ ହେଉଛି ସେତିକି ପୁରାତନ, ସେତିକି ଭବ୍ୟ ଆଉ ସେତିକି ବିଶାଳ ଯେତିକି ହିମାଳୟ ।

ମୋତେ କାଠମାଣ୍ଡୁ, ନେପାଳ ସଦା ସର୍ବଦା ଆକର୍ଷିତ କରିଛି । କାରଣ ଏ ସହର ହେଉଛି ଯେତିକି ଗହନ, ସେତିକି ଗତିମାନ ମଧ୍ୟ । ହିମାଳୟର କୋଳରେ ଅବସ୍ଥାପିତ ଏହା ହେଉଛି ଏକ ଅମୂଲ୍ୟ ରତ୍ନ । କାଠମାଣ୍ଡୁ କେବଳ କାଷ୍ଠ ଅର୍ଥାତ୍ କାଠର ମଣ୍ଡପ ନୁହେଁ । ଏହା ହେଉଛି ଆମର ସହଭାଗୀ, ସାଂସ୍କୃତିକ ଏବଂ ପରମ୍ପରାର ହେଉଛି ଏକ ଦିବ୍ୟ, ଭବ୍ୟ ମହଲ । ଏହି ସହରର ବିବିଧତା ମଧ୍ୟରେ ନେପାଳର ମହାନ ପରମ୍ପରା ଏବଂ ତାହାର ବିରାଟ ହୃଦୟର ଏକ ଝଲକ ଅନୁଭୂତ ହୋଇଥାଏ । ନାଗାର୍ଜୁନର ଜଙ୍ଗଲ ହେଉ ଅବା ଶିବପୁରୀର ପର୍ବତମାଳା, ଶହ ଶହ ଝରଣା ଏବଂ ଜଳଧାରା ଗୁଡ଼ିକର ଶିଥିଳତା ହେଉ କିମ୍ବା ବାଗମତିର ଉଦ୍ଗମ, ହଜାର-ହଜାର ମନ୍ଦିର, ମଞ୍ଜୁଶ୍ରୀର ଗୁମ୍ଫାସମୂହ ଏବଂ ବୌଦ୍ଧ ବିହାରମାନଙ୍କର ଏ ସହର ହେଉଛି ଦୁନିଆରେ ଅନନ୍ୟ ।

କୋଠାଗୁଡିକର ଛାତରୁ ଦେଖିଲେ ଗୋଟିଏ ପଟେ ଧୋଲାଗିରୀ ଓ ଅନ୍ନପୂର୍ଣ୍ଣା ଏବଂ ଅନ୍ୟ ପଟେ ସାଗରମାଥା, ଯେଉଁ ଦୁନିଆ ଯାହାକୁ ଏଭରେଷ୍ଟର ନାମରେ ଜାଣିଥାଏ ଏବଂ କାଞ୍ଚନଗଙ୍ଗା । ଏଭଳି ଦର୍ଶନ କେଉଁଠାରେ ଯଦି ସମ୍ଭବ ତାହା କେବଳ ଆଉ କେବଳ ମାତ୍ର କାଠମାଣ୍ଡୁରେ ହିଁ ସମ୍ଭବ ।

ବସନ୍ତପୁର ର ବାନଗୀ, ପାଟନର ପ୍ରତିଷ୍ଠା, ଭରତପୁରର ଭବ୍ୟତା, କିର୍ତ୍ତିପୁରର କଳା ଏବଂ ଲଳିତପୁରର ଲାଳିତ୍ୟ । କାଠମାଣ୍ଡୁ ଯେପରି ନିଜକୁ ନିଜ ମଧ୍ୟରେ ଇନ୍ଦ୍ରଧନୁର ସମସ୍ତ ରଙ୍ଗଗୁଡ଼ିକୁ ନିଜ ଭିତରେ ସାଉଁଟି କରି ରଖିଛି । ଏଠାକାର ପବନରେ ବହୁତ ଗୁଡ଼ିକ ପରମ୍ପରା ମିଶ୍ରିତ ହୋଇ ଯାଇଛି ଯେପରି ଚନ୍ଦନରେ ରୋଲି । ପଶୁପତିନାଥଙ୍କଠାରେ ପ୍ରାର୍ଥନା ଏବଂ ଭକ୍ତ ମାନଙ୍କର ଗହଳି ସ୍ୱୟଂଭୂର ସିଡ଼ିଗୁଡ଼ିକରେ ଆଧ୍ୟାତ୍ମର ଗହଳି-ଚହଳି, ବୌଦ୍ଧାରେ ପରିକ୍ରମା କରୁଥିବା ଶ୍ରଦ୍ଧାଳୁଙ୍କର ପ୍ରତିଟି ପାଦରେ ଓମ୍ ମଣି ପଦମେହମ୍ ର ଉଚ୍ଚାରଣ, ଏଭଳି ଲାଗୁଛି ଯେପରି ତାର ଗଡିକୁ ସରଗମ୍ ର ସାତୋଟି ସ୍ୱର କୋଳାଗ୍ରତ କରିଛନ୍ତି ।

ମୋତେ ଅବଗତ କରାଯାଇଛି କି କିଛି ଉତ୍ସବ ଯେପରି ନେୱାରୀ ସମ୍ପ୍ରଦାୟର ଉତ୍ସବ ଏଭଳି ମଧ୍ୟ ରହିଛି ଯେଉଁଥିରେ ବୌଦ୍ଧ ଏବଂ ହିନ୍ଦୁ ମାନ୍ୟତା ଗୁଡ଼ିକର ତଥା ପ୍ରଥା ଗୁଡ଼ିକର ଅଭୂତପୂର୍ବ ସଙ୍ଗମ ରହିଛି । ପରମ୍ପରା ଆଉ ସଂସ୍କୃତି କାଠମାଣ୍ଡୁର ହସ୍ତକଳା ଏବଂ କଳାକାର ମାନଙ୍କୁ ଅଦ୍ୱିତୀୟ କରିଛି । ତାହା ହୁଏତ ହାତରେ ତିଆରି କରାଯାଇଥିବା କାଗଜ କିମ୍ବା ତାରା ଆଉ ବୁଦ୍ଧଙ୍କ ଭଳି ମୂର୍ତ୍ତି, ଭରତପୁରର ମାଟିରୁ ତିଆରି କରାଯାଇଥିବା ବାସନ ଅବା ପାଟଣାର ପଥର, କାଠ ଏବଂ ଧାତୁର କାମ ହେଉ । ନେପାଳର ଏହା ହେଉଛି ଅଦ୍ୱିତୀୟ କଳା ଏବଂ କଳାକୃତିର ଏ ମହାକୁମ୍ଭ ଆଉ ମହାକୁମ୍ଭ ହେଉଛି କାଠମାଣ୍ଡୁ ଆଉ ମୁଁ ଖୁସି ଯେ ଏଠାକାର ଯୁବ ପିଢି ଏହି ପରମ୍ପରାକୁ ଭଲ ଭାବରେ ତୁଲାଉଛନ୍ତି । ଆଉ ସେଥିରେ ଯୁବ ଅନୁକୂଳ ପରିବର୍ତ୍ତନ ଆଣି କିଛି ନୂତନତ୍ୱ ମଧ୍ୟ ମିଶାଉଛନ୍ତି ।

ସାଥୀଗଣ, ଏ ପର୍ଯ୍ୟନ୍ତ ମୋର ନେପାଳର ଦୁଇଥର ଯାତ୍ରାରେ ପଶୁପତିନାଥଙ୍କ ଦର୍ଶନ କରିବାର ସୌଭାଗ୍ୟ ମିଳିଥିଲା । ଏହି ଯାତ୍ରାରେ ମୋତେ ଭଗବାନ ପଶୁପତିନାଥଙ୍କ ବ୍ୟତୀତ ପବିତ୍ର ଜନକପୁର ଧାମ ଏବଂ ମୁକ୍ତିନାଥ ତିନୋଟି ଯାକ ପବିତ୍ର ତୀର୍ଥ ସ୍ଥାନକୁ ଯିବାର ସୁଅବସର ମିଳିଥିଲା । ଏହି ତିନୋଟି ସ୍ଥାନ କେବଳ ମାତ୍ର ମହତ୍ୱପୂର୍ଣ୍ଣ ତୀର୍ଥସ୍ଥଳ ହିଁ ନୁହେଁ । ଏହା ହେଉଛି ଭାରତ ଏବଂ ନେପାଳର ଦୃଢ଼ ଏବଂ ଅତୁଟ ସମ୍ବନ୍ଧର ହିମାଳୟ । ଆଗକୁ ଯାଇ ଯେତେବେଳେ ମଧ୍ୟ ନେପାଳ ଯାତ୍ରାର ସୁଯୋଗ ମିଳିବ ମୁଁ ସମୟ ବାହାର କରି ଭଗବାନ ବୁଦ୍ଧଙ୍କର ଜନ୍ମସ୍ଥଳୀ ଲୁମ୍ବିନୀ ଯିବାର କାର୍ଯ୍ୟକ୍ରମ ମଧ୍ୟ ନିଶ୍ଚିତ ଭାବେ ପ୍ରସ୍ତୁତ କରିବି ।

ସାଥୀଗଣ, ଶାନ୍ତି, ପ୍ରକୃତି ସହିତ ସନ୍ତୁଳନ ଆଉ ଆଧ୍ୟାତ୍ମିକ ଜୀବନର ମୂଲ୍ୟବୋଧରେ ପରିପୂର୍ଣ୍ଣ ଆମର ଦୁଇ ଦେଶର ଯେଉଁ ମୂଲ୍ୟବୋଧ ବ୍ୟବସ୍ଥା ରହିଛି ଏହା ହେଉଛି ସଂପୂର୍ଣ୍ଣ ମାନବ ଜାତିର, ସଂପୂର୍ଣ୍ଣ ବିଶ୍ୱର ଏକ ଅମୂଲ୍ୟ ଐତିହ୍ୟ । ଆଉ ଏଥିପାଇଁ ଏହା କୌଣସି ଆଶ୍ଚର୍ଯ୍ୟ ଚକିତ ହେବାର କଥା ନୁହେଁ । ଯେ ସାରା ଦୁନିଆରୁ ଲୋକମାନେ ଶାନ୍ତିର ଅନ୍ୱେଷଣରେ ଭାରତ ଆଉ ନେପାଳ ଆଡ଼କୁ ଟାଣି ହୋଇ ଚାଲି ଆସନ୍ତି ।

କେହି ବନାରସ ଯାଇଥାଏ ତ କେହି ବୋଧଗୟା, କେହି ହିମାଳୟର କୋଳରେ ଯାଇ ରହିଥାଏ ତ କେହି ବୁଦ୍ଧବିହାରମାନଙ୍କରେ, ସାଧନା ହେଉଛି ଏକ, ଏବଂ ଏକ ଅନ୍ୱେଷଣ । ଆଧୁନିକ ଜୀବନର ବ୍ୟସ୍ତତାର ସମାଧାନ ଭାରତ ଏବଂ ନେପାଳର ସହଭାଗୀ ମୂଲ୍ୟବୋଧମାନଙ୍କରେ ମିଳିବ ।

ସାଥୀଗଣ, ବାଗମତୀର କୂଳରେ କାଠମାଣ୍ଡୁରେ ପଶୁପତିନାଥ ଏବଂ ଗଙ୍ଗା ନଦୀ କୂଳରେ କାଶୀ ବିଶ୍ୱନାଥ । ବୁଦ୍ଧଙ୍କର ଜନ୍ମସ୍ଥଳୀ ଲୁମ୍ବିନୀ, ତପସ୍ଥଳୀ ବୋଧଗୟା ଏବଂ ସନ୍ଦେଶ କ୍ଷେତ୍ର ସାରନାଥ ।

ସାଥୀଗଣ, ଆମେ ସମସ୍ତେ ହେଉଛେ ହଜାର-ହଜାର ବର୍ଷର ସହଭାଗୀ ପରମ୍ପରାର ଧନୀ । ଆମର ଏଇ ସହଭାଗୀ ପରମ୍ପରା ହେଉଛି ଦୁଇ ଦେଶର ଯୁବପିଢିଙ୍କର ସମ୍ପତ୍ତି ଏଥିରେ ଅନେକ ଅତୀତର ମୂଳ, ବର୍ତ୍ତମାନର ବୀଜ(ମଞ୍ଜି) ଆଉ ଭବିଷ୍ୟତର ଅଙ୍କୁର ରହିଛି ।

ସାଥୀଗଣ, ସମଗ୍ର ବିଶ୍ୱରେ ଆଜି ଅନେକ ପ୍ରକାରର ପରିବର୍ତ୍ତନର ସମୟ ଚାଲୁ ରହିଛି । ବିଶ୍ୱସ୍ତରୀୟ ବାତାବରଣ ଅନେକ ଅସ୍ଥିରତା ଓ ଅନିଶ୍ଚିତତାକୁ ନେଇ ପଡ଼ି ରହିଛି ।

ସାଥୀଗଣ, ହଜାର-ହଜାର ବର୍ଷ ଧରି ବସୁଧୈବ କୁଟୁମ୍ବକମ ଅର୍ଥାତ୍ ସମଗ୍ର ବିଶ୍ୱ ହେଉଛି ଗୋଟିଏ ପରିବାର । ଏହା ଭାରତର ଦର୍ଶନ ରହି ଆସିଛି । ସମସ୍ତଙ୍କ ସହିତ ସମସ୍ତଙ୍କ ବିକାଶ ଆମେ ଆମର ବିଦେଶ ସହଯୋଗ ଉପରେ ମଧ୍ୟ ସେତିକି ହିଁ ପବିତ୍ରତାର ସହିତ ଆଗକୁ ହାତ ବଢ଼ାଉଛୁ । ଭାରତୀୟ ଶାସ୍ତ୍ରରେ ପ୍ରାର୍ଥନାରେ ରହିଛି ‘ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟାଃ । ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ଭାଗ୍ୟବେତ’ ଅର୍ଥାତ୍ ସମସ୍ତେ ପ୍ରସନ୍ନ ରହନ୍ତୁ, ସମସ୍ତେ ସୁସ୍ଥ ରହନ୍ତୁ, ସମସ୍ତଙ୍କର କଲ୍ୟାଣ ହେଉ, କାହାକୁ ହେଲେ ମଧ୍ୟ ଦୁଃଖ ନ ମିଳୁ । ଭାରତର ମନୀଷିଗଣ ସଦା ସର୍ବଦା ଏହି ସ୍ୱପ୍ନ ଦେଖିଛନ୍ତି । ଏହି ଆଦର୍ଶକୁ ପ୍ରାପ୍ତ କରିବା ପାଇଁ ଆମର ବିଦେଶ ନୀତି ସମସ୍ତଙ୍କୁ ସାଥୀରେ ନେଇ ଚାଲିବା ଉପରେ ହେଉଛି ଆଧାରିତ । ବିଶେଷ କରି ପଡ଼ୋଶୀମାନଙ୍କ ମଧ୍ୟରେ ଭାରତର ଅନୁଭବ ଏବଂ ଭାରତର ସୁଯୋଗ ଗୁଡ଼ିକୁ ଯୋଡ଼ିଥାଉ । ପଡ଼ୋଶୀ ପ୍ରଥମ (Neighbour First) ଆମର ସଂସ୍କୃତିରେ କେବଳ ବିଦେଶ ନୀତି ହିଁ ନୁହେଁ, ଆମର ଏହା ଜୀବନ ଶୈଳୀ । ବହୁତ ଗୁଡ଼ିଏ ଉଦାହରଣ ରହିଛି ସ୍ୱୟଂ ବିକାଶଶୀଳ ହୋଇ ମଧ୍ୟ ଭାରତ 50 ବର୍ଷରୁ ମଧ୍ୟ ଅଧିକ ସମୟ ଧରି ଭାରତୀୟ ବୈଷୟିକ ଏବଂ ଆର୍ଥିକ ନିଗମ  କାର୍ଯ୍ୟକ୍ରମ ଅନ୍ତର୍ଗତ 160ରୁ ଅଧିକ ଦେଶରେ ଦକ୍ଷତା ବିକାଶ ପାଇଁ ସହଯୋଗ ଏବଂ ସେହି ଦେଶମାନଙ୍କର ଆବଶ୍ୟକତା ଅନୁସାରେ ଆମେ ସହଯୋଗ କରି ଆସିଛୁ ।

ଗତ ବର୍ଷ ଭାରତ ଗୋଟିଏ ଦକ୍ଷିଣ ଏସିଆ ଉପଗ୍ରହ ପ୍ରେରଣ କରିଥିଲା ତା’ଦ୍ୱାରା ଆମର ମହାକାଶ କ୍ଷମତାର ସୁପରିଣାମ ଆମର ପଡ଼ୋଶୀ ଦେଶମାନଙ୍କୁ ଉପହାର ସ୍ୱରୂପ ଉପଲବ୍ଧ ହେଉଛି । ଆଉ ଏହି ସଭା ମଂଚରେ ଯେତେବେଳେ ଦକ୍ଷିଣ ଏସିଆ ଶିଖର ବୈଠକ ପାଇଁ ମୁଁ ଆସିଥିଲି ତ ମୁଁ ଏହି ମଂଚରେ ଏ କଥାର ଘୋଷଣା କରିଥିଲି । ଏହା ସହିତ ହିଁ ଆମେ ଏହି କଥା ଉପରେ ମଧ୍ୟ ଧ୍ୟାନ ଦେଉଛୁ କି ଦୁନିଆ ସାମ୍ନାରେ ଯେଉଁ ବଡ଼ ଆହ୍ୱାନ ସବୁ ରହିଛି ଯେଉଁଗୁଡ଼ିକୁ କୌଣସି ମଧ୍ୟ ଦେଶ ଏକୁଟିଆ ଲଢ଼ି ପାରିବ ନାହିଁ, ସେଗୁଡ଼ିକର ସାମ୍ନା କରିବା ପାଇଁ ଆମେ କିଭଳି ଭାବେ ଅନ୍ତରାଷ୍ଟ୍ରୀୟ ସହଭାଗିତାର ବିକାଶ କରିବୁ । ଉଦାହରଣ ସ୍ୱରୂପ 2016ରେ ଭାରତ ଏବଂ ଫ୍ରାନ୍ସ ମିଶି ଜଳବାୟୁ ପରିବର୍ତ୍ତନ ସନ୍ଦର୍ଭ ଉପରେ ଏକ ନୂତନ ଅନ୍ତରାଷ୍ଟ୍ରୀୟ ବୁଝାମଣା ଭିତ୍ତିକ ଅନୁଷ୍ଠାନର କଳ୍ପନା କଲେ । ଏହି ବୈପ୍ଳବିକ ପଦକ୍ଷେପ ଏବେ ଏକ ସଫଳ ପ୍ରୟୋଗରେ ପରିବର୍ତ୍ତିତ ହୋଇ ଯାଇଛି ।

ଏ ବର୍ଷ ମାର୍ଚ୍ଚ ମାସରେ ଫ୍ରାନ୍ସର ରାଷ୍ଟ୍ରପତି ଶ୍ରୀମାନ ମାକରୋଂ  ଏବଂ ପାଖାପାଖି 50ଟି ଅନ୍ୟାନ୍ୟ ଦେଶ ଗୁଡ଼ିକର ନେତା ମାନେ ଦିଲ୍ଲୀରେ ଏହି ଅନ୍ତରାଷ୍ଟ୍ରୀୟ ସୌର ମେଂଟର ପ୍ରଥମ ସମ୍ମେଳନରେ ଭାଗ ନେଲେ । ଏଭଳି ପ୍ରୟାସ ଦ୍ୱାରା ଜଳବାୟୁ ପରିବର୍ତ୍ତନ ଭଳି ଆହ୍ୱାନର ମୁକାବିଲା କରିବା ପାଇଁ ବୈଷୟିକ ଏବଂ ଆର୍ଥିକ ସହଭାଗିତାଗୁଡ଼ିକୁ ବିକଶିତ କରିବା ପାଇଁ ଛୋଟ ଛୋଟ ବିକାଶଶୀଳ ଦେଶ ଗୁଡ଼ିକର ଆବଶ୍ୟକତା ଗୁଡ଼ିକୁ ପୂରଣ କରିବାରେ ବହୁତ ବଡ଼ ସାହାଯ୍ୟ ମିଳିବ, ଏହା ହେଉଛି ମୋର ବିଶ୍ୱାସ ।

ସାଥୀଗଣ, ଯେତେବେଳେ ଭାରତୀୟ ମାନେ ନେପାଳ ଆଡ଼କୁ ଦେଖନ୍ତି ତ ଆମକୁ ନେପାଳକୁ ଦେଖିକରି ବହୁତ ଖୁସି ଲାଗିଥାଏ । ନେପାଳର ପରିବେଶରେ ରହିଛି ଆଶାର, ଉଜ୍ଜ୍ୱଳ ଭବିଷ୍ୟତ କାମନାର, ଲୋକତନ୍ତ୍ରର ଦୃଢ଼ତାର ଏବଂ ସମୃଦ୍ଧ ନେପାଳ, ସୁଖୀ ନେପାଳର ଦୃଷ୍ଟିଭଙ୍ଗୀ- ଆଉ ଏହି ପରିବେଶକୁ ତିଆରି କରିବାରେ ଆପଣ ମାନଙ୍କର ସମସ୍ତଙ୍କର ବହୁତ ବଡ଼ ଯୋଗଦାନ ରହିଛି ।

2015 ଭୂମିକମ୍ପର ଭୟାବହ ପରିସ୍ଥିତି ପରେ ନେପାଳ ଆଉ ବିଶେଷ ଭାବେ କାଠମାଣ୍ଡୁର ଲୋକମାନେ ଯେଉଁ ଧୈର୍ଯ୍ୟ ଆଉ ଅଦମ୍ୟ ସାହସର ପରିଚୟ ଦେଇଛନ୍ତି, ତାହା ହେଉଛି ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ । ଏହା ହେଉଛି ଆପଣଙ୍କ ସମାଜର ଦୃଢ଼ ନିଷ୍ଠା ଆଉ କର୍ମଠତାର ପ୍ରମାଣ ଯେ ଏତେ କମ୍ ସମୟ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ମଧ୍ୟ ନେପାଳରେ ଏକ ନୂତନ ବ୍ୟବସ୍ଥାର ନିର୍ମାଣ ହୋଇଛି । ଭୂମିକମ୍ପ ପରେ କେବଳ ପ୍ରାସାଦଗୁଡ଼ିକର ନୁହେଁ, ଦେଶ ଏବଂ ସମାଜର ମଧ୍ୟ ଏକ ପ୍ରକାରରେ ପୁନଃନିର୍ମାଣ ହୋଇଛି । ଆଜି ନେପାଳରେ ସଂଘୀୟ, ପ୍ରାଦେଶିକ ଏବଂ ସ୍ଥାନୀୟ ତିନି ସ୍ତରରେ ଗଣତାନ୍ତ୍ରିକ ସରକାର ଅଛି । ଆଉ ତିନି ସ୍ତରର ନିର୍ବାଚନ ଗୋଟିଏ ବର୍ଷ ଭିତରେ ସଫଳତାପୂର୍ବକ ଆୟୋଜିତ କରାଯାଇଛି । ଏହି ଶକ୍ତି ଆପଣମାନଙ୍କ ଭିତରେ ଅନ୍ତର୍ନିହିତ ହୋଇ ରହିଛି ଆଉ ସେଥିପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ହୃଦୟର ସହିତ ଶୁଭେଚ୍ଛା ଜଣାଉଛି ।

ସାଥୀଗଣ, ନେପାଳ ଯୁଦ୍ଧରୁ ବୁଦ୍ଧ ପର୍ଯ୍ୟନ୍ତ ଏକ ବହୁତ ଦୀର୍ଘ ଯାତ୍ରା କରି ଆସିଛି । ଗୁଳିର କଥା କହୁଥିଲା । ଗୁଳିକୁ ଛାଡ଼ି ମତଦାନ ଅଧିକାର ସାବ୍ୟସ୍ତ କରିବାର ରାସ୍ତାକୁ ବାଛିଛନ୍ତି । ଏହି ଯାତ୍ରା ହେଉଛି ଯୁଦ୍ଧରୁ ବୁଦ୍ଧ ପର୍ଯ୍ୟନ୍ତ । କିନ୍ତୁ ଲକ୍ଷ୍ୟ ଏବେ ମଧ୍ୟ ଆହୁରି ଦୂରରେ ରହିଛି, ବହୁତ ଆଗ ପର୍ଯ୍ୟନ୍ତ ଯିବାକୁ ଅଛି । ଏକ ପ୍ରକାରରେ କହିବାକୁ ଗଲେ ଏବେ ଆମେ ମାଉଂଟ ଏଭରେଷ୍ଟର ମୂଳ ଶିବିରରେ ପହଂଚି ଯାଇଛେ । କିନ୍ତୁ ଶିଖରର ଚଢ଼ିବା ପ୍ରକ୍ରିୟା ଏବେ ଆମକୁ ସ୍ଥିର କରିବାକୁ ଅଛି ଆଉ ଯେଉଁ ପ୍ରକାରରେ ପର୍ବତାରୋହୀମାନଙ୍କୁ ନେପାଳର ପର୍ବତାରୋହୀ/ସେର୍ପାମାନଙ୍କର ଦୃଢ଼ ବ୍ୟକ୍ତିଗତ ସହଯୋଗ ଏବଂ ସମର୍ଥନ ମିଳେ ସେହିଭଳି ଭାବେ ନେପାଳର ଏହି ବିକାଶ ଯାତ୍ରାରେ ଭାରତ ଆପଣଙ୍କ ପାଇଁ ସେର୍ପାର କାମ କରିବା ପାଇଁ ପ୍ରସ୍ତୁତ ରହିଛି ।

ଗତ ମାସରେ ପ୍ରଧାନମନ୍ତ୍ରୀ ଶ୍ରୀମାନ ଓଲି ମହାଶୟଙ୍କର ଭାରତ ଗସ୍ତ ସମୟରେ, ଆଉ କାଲି ଏବଂ ଆଜିର ମୋର ଏହି ନେପାଳ ଗସ୍ତରେ ମୋର ଏହି ସନ୍ଦେଶ ରହିଛି କି ମୋର ଏହି ଭାବନାକୁ ମୁଁ ଅଲଗା-ଅଲଗା ଶବ୍ଦରେ ବ୍ୟକ୍ତ କରିଛି । ନେପାଳ ନିଜର ଆବଶ୍ୟକତା ଏବଂ ପ୍ରାଥମିକତାଗୁଡ଼ିକ ଅନୁସାରେ ଆଗକୁ ବଢ଼ୁ । ଏହା ମୁଁ ବଡ଼ ଦାୟିତ୍ୱବାନ ହୋଇ କହୁଛି । ନେପାଳ ନିଜର ଆଉ ନିଜ ପ୍ରାଥମିକତା ଏବଂ ନିଜର ଆବଶ୍ୟକତାଗୁଡ଼ିକ ଅନୁସାରେ ଆଗକୁ ବଢ଼ୁ । ଆପଣଙ୍କର ସଫଳତା ପାଇଁ ଭାରତ ସର୍ବଦା ନେପାଳ ସହିତ କାନ୍ଧରେ କାନ୍ଧ ମିଶାଇ ଚାଲିବ । ଆପଣଙ୍କର ସଫଳତାରେ ହିଁ ଭାରତର ହେଉଛି ସଫଳତା । ନେପାଳର ଖୁସିରେ ହିଁ ହେଉଛି ଭାରତର ଖୁସି ।

କାର୍ଯ୍ୟ ହୁଏତ ରେଲୱେ ଲାଇନ୍ସର ହେଉ କିମ୍ବା ସଡ଼କ ନିର୍ମାଣର ହେଉ, ଜଳବିଦ୍ୟୁତ ଶକ୍ତିର ହେଉ ଅବା ହେଉ ଟ୍ରାନ୍ସମିସନ୍ ଲାଇନର ହେଉ, ସମନ୍ୱିତ ତନଖି ଫାଟକର ହେଉ କିମ୍ବା ତୈଳ ପାଇପ୍ ଲାଇନ ଅବା ଭାରତ ଏବଂ ନେପାଳର ସାଂସ୍କୃତିକ ଏବଂ ଲୋକମାନଙ୍କ ମଧ୍ୟରେ ବ୍ୟକ୍ତି ରୁ ବ୍ୟକ୍ତି (People to People) ଦୃଢ଼ ସମ୍ବନ୍ଧଗୁଡ଼ିକୁ ଆହୁରି ମଧ୍ୟ ଶକ୍ତି ଦେବାର କାମ ହେଉ । ଆପଣଙ୍କର ପ୍ରତ୍ୟେକ ଆବଶ୍ୟକତା ଗୁଡ଼ିକରେ ଆମେ ସାଥୀରେ ଚାଲୁଛୁ ଆଉ ଆଗକୁ ଯାଇ ମଧ୍ୟ ଚାଲିବୁ । ଆମେ କାଠମାଣ୍ଡୁକୁ ଭାରତ ସହିତ ରେଳ ଲାଇନ୍ ଦ୍ୱାରା ଯୋଡ଼ିବାର ପ୍ରକଳ୍ପର ସମ୍ଭାବ୍ୟ ରିପୋର୍ଟ କାମ କରିବା ଆରମ୍ଭ କରି ଦେଲୁଣି । ଆଉ ଏବେ ତ ବୋଧହୁଏ ଏଠାରେ ନେପାଳରେ ଏହାର କେତେ ଚର୍ଚ୍ଚା ହେଉଛି ସେ କଥା ମୋତେ ଜଣା ନାହିଁ । ଏହି ଦିନମାନଙ୍କରେ ଏବେ ଭାରତରେ ଆଇପିଏଲ୍ ମ୍ୟାଚ୍ ଚାଲୁ ରହିଛି । ଆଉ ଏବେ ନେପାଳ ମଧ୍ୟ ଆଇପିଏଲ୍ ସହିତ ଯୋଡ଼ି ହୋଇ ଯାଇଛି ।

ଏହି ଯାତ୍ରାରେ ବର୍ତ୍ତମାନର ବହୁତ ଗୁଡ଼ିଏ ଦିଗ ସହିତ ଆପଣ ପରିଚିତ ଅଛନ୍ତି । ମୋତେ ଅବଗତ କରାଯାଇଛି କି ପ୍ରଥମ ଥର ପାଇଁ ନେପାଳର ଜଣେ ଯୁବ ଖେଳାଳୀ ସନ୍ଦିପ ଲମିଛାନେ ଆଇପିଏଲ୍ ରେ ଭାଗ ନେଉଛନ୍ତି । ମୁଁ ଆଶା କରୁଛି କି ଆଗାମୀ ଦିନମାନଙ୍କରେ କେବଳ କ୍ରିକେଟ ହିଁ ନୁହେଁ ଅନ୍ୟ ଖେଳ ଗୁଡ଼ିକ ମାଧ୍ୟମରେ ମଧ୍ୟ ଆମର ବ୍ୟକ୍ତି ରୁ ବ୍ୟକ୍ତି (People to People)ସମ୍ବନ୍ଧ ଦୃଢ଼ ହୋଇ ରହିବ ।

ସାଥୀଗଣ, ଏହି ଶବ୍ଦଗୁଡ଼ିକ ସହିତ ମୁଁ ଆଉ ଥରେ ପୁଣି କାଠମାଣ୍ଡୁ ମେୟର ଶ୍ରୀମାନ ଶାକ୍ୟ ମହାଶୟଙ୍କର, କାଠମାଣ୍ଡୁ ପ୍ରଶାସନଙ୍କର, ନେପାଳର ସରକାରଙ୍କର, ଆଦରଣୀୟ ମୁଖ୍ୟମନ୍ତ୍ରୀ ମହୋଦୟଙ୍କର, ବୈଦେଶିକ ମନ୍ତ୍ରୀଙ୍କର ଆଉ ଆପଣ ସମସ୍ତଙ୍କୁ ହୃଦୟର ସହିତ କୃତଜ୍ଞତା ଜ୍ଞାପନ କରୁଛି । ଆଉ ହୃଦୟରେ ସେହି ଭାବ ରହିଛି ଯାହା ଆପଣ ମାନଙ୍କ ହୃଦୟରେ ରହିଛି ତାହା ମୋ ହୃଦୟରେ ରହିଛି ଯାହା ପ୍ରତ୍ୟେକ ନେପାଳୀଙ୍କ ହୃଦୟରେ ରହିଛି ତାହା ପ୍ରତ୍ୟେକ ହିନ୍ଦୁସ୍ଥାନୀଙ୍କ ହୃଦୟରେ ରହିଛି ଆଉ ତାହା ହେଉଛି ଏହା ଯେ….

ନେପାଳ ଭାରତ ମୈତ୍ରୀ ଅମର ରହୋସ…..

ନେପାଳ ଭାରତ ମୈତ୍ରୀ ଅମର ରହୋସ…..

ନେପାଳ ଭାରତ ମୈତ୍ରୀ ଅମର ରହୋସ…..

 ବହୁତ-ବହୁତ ଧନ୍ୟବାଦ ।

 

 

 

 

 

 

 

 

 

 

 

 

 

 

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
India Semiconductor Mission: How India plans to become the world’s next chip powerhouse

Media Coverage

India Semiconductor Mission: How India plans to become the world’s next chip powerhouse
NM on the go

Nm on the go

Always be the first to hear from the PM. Get the App Now!
...
PM chairs high-level meeting to review the progress of the fisheries sector
May 15, 2025
Focus of the discussion on Fishing in the EEZ and High Seas
PM Calls for using Satellite Technology to Boost Fisheries and Fishermen Safety
PM Stresses Modernization of Fisheries with Smart Harbours, Drone Transport, and Value-Added Supply Chains
On the lines of agro tech in the agriculture sector, PM suggests enhanced adoption of fish tech in the fisheries sector for improving production, processing and marketing practices
PM discusses Fisheries in Amrit Sarovars and promotion of Ornamental Fisheries for livelihood support
PM suggests exploration of multifarious use of seaweeds for fuel purposes, as nutritional inputs, in pharmaceuticals and other sectors
PM calls for strategy to Boost Fish Supply in Landlocked Areas

Prime Minister Shri Narendra Modi chaired a high-level meeting to review the progress of the fisheries sector, with focus on Fishing in the Exclusive Economic Zone(EEZ) and High Seas, at his residence at Lok Kalyan Marg earlier today.

Prime Minister emphasized the extensive use of satellite technology to harness better use of fish resources and give safety instructions to fishermen.

Prime Minister stressed on modernization of the sector through smart harbours and markets, use of drones in transportation of the catch and its marketing. He said that there is a need to move toward a healthier system of functioning so as to add value in the supply chain.

Further, Prime Minister suggested exploration of the usage of drones, as per technical protocols, for transportation of fresh fish from production centres to big nearby markets in cities / towns in consultation with civil aviation.

Prime Minister underlined the need for improvements in processing and packaging of the produce. Facilitation of investments from the private sector was also discussed.

Regarding the use of technology, Prime Minister said that similar to agro tech in the agriculture sector, adoption of fish tech in the fisheries sector should be enhanced for improving the production, processing and marketing practices.

Prime Minister said that taking up fisheries production in Amrit Sarovars will not only improve the sustenance of these water bodies but also improve the livelihoods of the fishermen. He also highlighted that ornamental fisheries also needs to be promoted as an avenue for income generation.

Prime Minister said that a strategy should be worked out to serve the needs of landlocked areas where there is high demand for fish but not enough supply.

Prime Minister suggested that usage of seaweeds for fuel purposes, as nutritional inputs, in pharmaceuticals and other sectors should be explored. He said that all the departments concerned should work together and use technology to create the required outputs and outcomes in the seaweed sector, ensuring complete ownership.

Prime Minister also suggested undertaking capacity building of fishermen in modern fishing practices. He also suggested maintenance of a negative list of items that hinder the growth of the sector so that action plans can be made to overcome these and further enhance Ease of Doing Business and Ease of Living of the fishermen.

During the meeting, a presentation was also done on the progress made in important initiatives, compliances to the suggestions given during the last review, and the proposed enabling framework for sustainable harnessing of fisheries from the Indian Exclusive Economic Zone(EEZ) and High Seas.

Since 2015, Government of India has stepped-up investment to Rs. 38,572 crore through various GoI schemes and programs namely Blue Revolution Scheme, Fisheries and Aquaculture Infrastructure Development Fund (FIDF), Pradhan Mantri Matsya Sampada Yojana (PMMSY), Pradhan Mantri Matsya Samridhi Sah Yojana (PM-MKSSY) and Kisan Credit Card (KCC). India has registered an annual fish production of 195 lakh tons in 2024-25 with sectoral growth rate of more than 9%.

The meeting was attended by the Union Minister of Fisheries, Animal Husbandry and Dairying Shri Rajiv Ranjan Singh alias Lalan Singh, Principal Secretary to PM Dr. P.K. Mishra, Principal Secretary-2 to PM Shri Shaktikanta Das, Advisor to PM Shri Amit Khare, Secretary of the Department of Fisheries and senior officials.