Plans of Megawatts to Gigawatts are Becoming Reality: PM
India’s Installed Renewable Energy Capacity Increased by Two and Half Times in Last six Years: PM
India has Demonstrated that Sound Environmental Policies Can also be Sound Economics: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତୃତୀୟ ବିଶ୍ୱ ଅକ୍ଷୟ ଶକ୍ତି ନିବେଶ (ରିନ୍ୟୁଏବୁଲ ଏନର୍ଜି ଇନ୍‌ଭେଷ୍ଟମେଣ୍ଟ) ସମ୍ମିଳନୀ ଏବଂ ଏକ୍ସପୋ 2020କୁ ଉଦ୍‌ଘାଟନ କରିଛନ୍ତି । ସଂକ୍ଷେପରେ ଅକ୍ଷୟ ଶକ୍ତି-ଇନ୍‌ଭେଷ୍ଟ 2020 ନାମରେ ପରିଚିତ ଏହି ସମ୍ମିଳନୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାର ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଉଦ୍ଘାଟିତ ହୋଇଛି । କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଇଛି । ଚଳିତବର୍ଷର ଏହି ଅକ୍ଷୟ ଶକ୍ତି-ଇନ୍‌ଭେଷ୍ଟ ସମ୍ମିଳନୀର ବାର୍ତ୍ତା ହେଉଛି ନିରନ୍ତର ଉର୍ଜ୍ଜା ହାସଲ ପାଇଁ ନବସୃଜନ (ଇନୋଭେସନ ଫର୍‌ ସଷ୍ଟେନେବୁଲ ଏନର୍ଜି ଟ୍ରାନ୍‌ଜିସନ) ।

ଏହି ସମ୍ମିଳନୀକୁ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ ଅକ୍ଷୟ ବା ନବୀକରଣୀୟ ଉର୍ଜ୍ଜା କ୍ଷେତ୍ରର ଅଗ୍ରଗତି ଘେନି ସନ୍ତୋଷ ପ୍ରକାଶ କରିଛନ୍ତି । ଖୁବ୍‌ କମ୍‌ ସମୟ ମଧ୍ୟରେ ଏହି କ୍ଷେତ୍ର ଉର୍ଜ୍ଜା ଉତ୍ପାଦନରେ ମେଗାୱାଟରୁ ଜିଗାୱାଟକୁ ଉନ୍ନୀତ ହୋଇଛି । ‘ଗୋଟିଏ ସୂର୍ଯ୍ୟ, ଗୋଟିଏ ବିଶ୍ୱ ଓ ଗୋଟିଏ ଗ୍ରୀଡ’ ଏବେ ବାସ୍ତବତାରେ ପରିଣତ ହୋଇଛି । ଏହି ସମ୍ମିଳନୀର ପୂର୍ବ ଅଧିବେଶନରେ ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ପୂରଣ ହେବାକୁ ଯାଉଥିବାରୁ ପ୍ରଧାନମନ୍ତ୍ରୀ ଏହି ବିକାଶ ଯାତ୍ରାକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଗତ 6 ବର୍ଷ ମଧ୍ୟରେ ଏ କ୍ଷେତ୍ରରେ ଭାରତ ଏକ ଅତୁଳନୀୟ ଯାତ୍ରାପଥରେ ଆଗେଇ ଚାଲିଛି । ଭାରତର ଉତ୍ପାଦନ, ଦକ୍ଷତା ଓ ନେଟୱାର୍କିଂ ଏ କ୍ଷେତ୍ରରେ ସଂପ୍ରସାରିତ ହୋଇଛି । ଫଳରେ ପ୍ରତ୍ୟେକ ଭାରତୀୟ ନିଜର ଆବଶ୍ୟକତା ଅନୁସାରେ ଯଥେଷ୍ଟ ବିଦ୍ୟୁତ୍‌ ଶକ୍ତି ପାଇପାରିବ । ସେ ଆହୁରି କହିଛନ୍ତି ଯେ ଏବେ ଭାରତ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ବିଶ୍ୱର ଚତୁର୍ଥ ସର୍ବବୃହତ୍‌ ରାଷ୍ଟ୍ର । ଏ କ୍ଷେତ୍ରରେ ଭାରତର ଗତିର ବେଗ ଅନ୍ୟ ପ୍ରମୁଖ ଦେଶ ତୁଳନାରେ ସବୁଠୁ ଅଧିକ ।

ଭାରତର ସାଂପ୍ରତିକ ଅକ୍ଷୟ ଶକ୍ତି ଉତ୍ପାଦନ ଦକ୍ଷତା 136 ଜିଗାୱାଟ । ଏହା ଆମର ମୋଟ ବିଜୁଳି ଉତ୍ପାଦନ କ୍ଷମତାର 36 ଶତାଂଶ ।  2017 ପରଠାରୁ ଭାରତ କୋଇଲାଭିତ୍ତିକ ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ଯେତିକି ବିଜୁଳି ଉତ୍ପାଦନ କରୁଥିଲା ଏବେ ଦେଶରେ ଅଣପାରମ୍ପରିକ ବା ଅକ୍ଷୟ ଶକ୍ତି ଉତ୍ପାଦନ ଦକ୍ଷତା ତାହାକୁ ଟପି ଯାଇଛି । ଏହି ପ୍ରଗତିରେ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଗତ 6 ବର୍ଷ ମଧ୍ୟରେ ଭାରତ ତାହାର ଅକ୍ଷୟ ଶକ୍ତି ଉତ୍ପାଦନ ଦକ୍ଷତା ଅଢେଇଗୁଣ ବଢାଇବାରେ ସଫଳ ହୋଇଛି । ଅକ୍ଷୟ ଶକ୍ତି କ୍ଷେତ୍ରରେ ଭାରତ ଯେତେବେଳେ ପୁଞ୍ଜି ନିବେଶ ଆରମ୍ଭ କଲା ସେତେବେଳେ ଏହା ସହଜ ନ ଥିଲା । ଏ କ୍ଷେତ୍ରରେ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ବହୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡୁଥିଲା । ତେବେ ନିରନ୍ତର ଏ କ୍ଷେତ୍ରରେ କାର୍ଯ୍ୟ କରାଯିବା ଫଳରେ ସଫଳତା ମିଳିଛି । ବିଜୁଳି ଉତ୍ପାଦନର ଖର୍ଚ୍ଚ ହ୍ରାସ ପାଇଛି । ଆମେ ବିଶ୍ୱକୁ ଦେଖାଇ ଦେଇଛୁ ଯେ ସୁସ୍ଥ ପରିବେଶ ନୀତି ଦ୍ୱାରା ଉତ୍ତମ ଅର୍ଥନୀତି ମଧ୍ୟ ତିଆରି କରିହେବ । ଗୋଟିଏ ମନ୍ତ୍ରଣାଳୟ ବା ବିଭାଗରେ ଉର୍ଜ୍ଜା ଦକ୍ଷତାକୁ ନିଶ୍ଚିତ କରିବା କାର୍ଯ୍ୟ ଆମେ ସୀମିତ କରି ରଖିନାହୁଁ । ସମଗ୍ର ସରକାର ଏହି ଲକ୍ଷ୍ୟ ପୂରଣ ଦିଗରେ ଲାଗିପଡିଛନ୍ତି । ଉର୍ଜ୍ଜା ଦକ୍ଷତା ବୃଦ୍ଧି ଉପରେ ଆମର ସମସ୍ତ ନୀତି ଓ କାର୍ଯ୍ୟକ୍ରମ ଅଗ୍ରାଧିକାର ଦେଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଇଲେକ୍ଟ୍ରୋନିକ ମ୍ୟାନୁଫାକ୍‌ଚରିଂ କ୍ଷେତ୍ରରେ ପ୍ରଦର୍ଶନଭିତ୍ତିକ ପ୍ରୋତ୍ସାହନ ବା ପିଏଲ୍‌ଆଇ ଯୋଗାଣ ବ୍ୟବସ୍ଥା ସଫଳ ହେବା ପରେ ଆମେ ହାଇଏଫିସିଏନ୍ସି ସୋଲାର ମଡ୍ୟୁଲ କ୍ଷେତ୍ରରେ ସମାନ ପ୍ରୋତ୍ସାହନ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଥିଲୁ ଏବଂ ତାହା କାର୍ଯ୍ୟକାରୀ ହେଉଛି । ସେ କହିଛନ୍ତି ଯେ ସୁଗମ ବ୍ୟବସାୟ ବା ଇଜ୍‌ ଅଫ୍‌ ଡୁଇଂ ବିଜିନେସକୁ ନିଶ୍ଚିତ କରିବା ପାଇଁ ଆମେ ସର୍ବାଧିକ ଗୁରୁତ୍ୱ ଦେଇ କାମ କରୁଛୁ । ନିବେଶକଙ୍କୁ ଏଥିପାଇଁ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ଆମେ ଉତ୍ସର୍ଗୀକୃତ ପ୍ରୋଜେକ୍ଟ ଡେଭଲପ୍‌ମେଣ୍ଟ ସେଲମାନ ପ୍ରତିଷ୍ଠା କରିଛୁ । ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ଆସନ୍ତା ଦଶନ୍ଧିରେ ଭାରତରେ ପ୍ରକାଣ୍ଡ ଅକ୍ଷୟ ଶକ୍ତି ଯୋଜନା କାର୍ଯ୍ୟକାରୀ ହେବ । ଏହା ଫଳରେ ଦେଶରେ ବାର୍ଷିକ 20 ବିଲିୟନ ଡଲାର ମୂଲ୍ୟର ବାଣିଜ୍ୟ ବ୍ୟବସାୟ ସୁବିଧା ସୃଷ୍ଟି ହେବ । ଭାରତର ଏହି ଅକ୍ଷୟ ଶକ୍ତି ଯାତ୍ରାରେ ସାମିଲ ହେବାକୁ ସେ ଏହି ଅବସରରେ ନିବେଶକ, ବିକାଶକ ଏବଂ ବ୍ୟବସାୟୀଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି ।

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Stranded in Tehran, 50 Iranian Sikhs return safely to India

Media Coverage

Stranded in Tehran, 50 Iranian Sikhs return safely to India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Unnati Sharma on winning Bronze in Women’s 63 kg Judo
August 02, 2026

The Prime Minister, Shri Narendra Modi, has congratulated Unnati Sharma on winning the Bronze medal in the Women’s 63 kg Judo category at the Commonwealth Games 2026.

The Prime Minister said that Unnati Sharma’s commitment and determination were clearly visible throughout the competition.

Shri Modi wished her continued success in all her future endeavours.

The Prime Minister wrote on X;

“More glory for India in Judo!

Congratulations to Unnati Sharma for winning the Bronze Medal in the Women's 63 kg category at the Commonwealth Games 2026. Her commitment and determination were clearly visible during the games. May she keep excelling in all her forthcoming endeavours.

#CWG2026”