ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଉପଲବ୍ଧି ଉପରେ ହିଁ ଭାରତର ଅଭିବୃଦ୍ଧି ନିର୍ଭରଶୀଳ : ପ୍ରଧାନମନ୍ତ୍ରୀ ମୋଦୀ
'ଇଜ ଅଫ ଡୁଇଂ ସାଇନ୍ସ' କୁ ସୁନିଶ୍ଚିତ କରିବା ଏବଂ ନାଲିଫିତାର ପ୍ରଭାବ ହ୍ରାସ ଲାଗି ପ୍ରଯୁକ୍ତିର ପ୍ରଭାବୀ ଉପଯୋଗ ଦିଗରେ ଆମେ ଆମର ପ୍ରୟାସ ଜାରି ରଖିଛୁ : ପ୍ରଧାନମନ୍ତ୍ରୀ ମୋଦୀ
2024 ସୁଦ୍ଧା ଭାରତକୁ 100 ବିଲିଅନ୍ ଡ଼ଲାର ବାୟୋ ଉତ୍ପାଦନକରୀ ବିଶ୍ୱ ଶ୍ରେଣୀୟ ହବରେ ବ୍ୟବସ୍ଥାରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛୁ : ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବେଙ୍ଗାଲୁରୁସ୍ଥିତ କୃଷି ବିଜ୍ଞାନ ବିଶ୍ୱବିଦ୍ୟାଳୟ ଠାରେ 107ତମ ଭାରତୀୟ ବିଜ୍ଞାନ କଂଗ୍ରେସର ଉଦଘାଟନ କରିଛନ୍ତି ।

ଉଦଘାଟନୀ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଉପଲବ୍ଧି ଉପରେ ହିଁ ଭାରତର ଅଭିବୃଦ୍ଧି ନିର୍ଭରଶୀଳ । ଭାରତୀୟ ବିଜ୍ଞାନ ପ୍ରଯୁକ୍ତି ଓ ନବୋନ୍ମେଷ ପରିଦୃଶ୍ୟରେ ବୈପ୍ଳବାତ୍ମକ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି ।

“ଏ ଦେଶର ଉଦୀୟମାନ ଯୁବ ବିଜ୍ଞାନୀଙ୍କ ଲାଗି ମୋର ଲକ୍ଷ୍ୟ ହେଉଛି –“ଉଦ୍ଭାବନ, ପେଟେଂଟ, ଉତ୍ପାଦନ ଏବଂ ସମୃଦ୍ଧି” । ଏହି ଚାରିଟି ପଦକ୍ଷେପ ଭାରତକୁ ଦ୍ରୁତ ଅଭିବୃଦ୍ଧି ଦିଗରେ ଆଗେଇ ନେବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । “ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା ଉଦ୍ଭାବନ ହେଉଛି ଆମ ନୂତନ ଭାରତର ମାର୍ଗ” ବୋଲି ସେ କହିଥିଲେ ।

ସେ କହିଥିଲେ, “ନୂତନ ଭାରତ ପ୍ରଯୁକ୍ତି ଏବଂ ତାର୍କିକ ମନୋଭାବ ଚାହେଁ, ଫଳରେ ଆମେ ଆମ ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରକୁ ଏକ ନୂଆ ଦିଗ ଦେଇପାରିବା । ସେ କହିଥିଲେ, ବିଜ୍ଞାନ ଏବଂ ପ୍ରଯୁକ୍ତି ସମସ୍ତଙ୍କ ପାଇଁ ସମାନ ସୁବିଧାସୁଯୋଗ ଯୋଗାଇ ଦେବାରେ କ୍ଷେତ୍ର ପ୍ରସ୍ତୁତ କରିଥାଏ ଏବଂ ସମାଜକୁ ଯୋଡ଼ିବା ଦିଗରେ କାର୍ଯ୍ୟ କରିଥାଏ ।

ପ୍ରଧାନମନ୍ତ୍ରୀ କହିଥିଲେ, “ବର୍ତ୍ତମାନ ସମୟରେ ସୂଚନା ଏବଂ ସଞ୍ଚାର ପ୍ରଯୁକ୍ତିର ବିକାଶ ଫଳରେ ସମସ୍ତେ ଶସ୍ତା ଦରରେ ସ୍ମାର୍ଟ ଫୋନ ଏବଂ ଶସ୍ତା ଡାଟା ପାଇପାରୁଛନ୍ତି । ଏହା ଦେଶରେ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରୁଛି, ପୂର୍ବରୁ ଏହା ମାତ୍ର କିଛି ଲୋକଙ୍କ ସୁବିଧା ପାଇଁ ଉଦ୍ଦିଷ୍ଟ ଥିଲା । ଏହାଦ୍ୱାରା ସାଧାରଣ ଲୋକର ମନରେ ବିଶ୍ୱାସ ଜନ୍ମିଛି ଯେ ସେ ସରକାରଙ୍କ ଠାରୁ ବେଶୀ ଦୂରରେ ନାହିଁ । ଏବେ ସେ ସିଧାସଳଖ ସରକାରଙ୍କ ସହ ଯୋଡ଼ି ହୋଇପାରିବ ଏବଂ ତା’ କଥା ଶୁଣାଯାଇପାରିବ ।”

ପ୍ରଧାନମନ୍ତ୍ରୀ ଯୁବ ବୈଜ୍ଞାନିକମାନଙ୍କୁ ଗ୍ରାମୀଣ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ଆହ୍ୱାନ କରିଥିଲେ, କାରଣ ସେଠାରେ ଶସ୍ତା ଏବଂ ଉନ୍ନତ ଉଦ୍ଭାବନ ଲାଗି ବ୍ୟାପକ ସମ୍ଭାବନା ରହିଛି ।

107ତମ ଆଇଏସସିର ବିଷୟବସ୍ତୁ – “ବିଜ୍ଞାନ ଓ ପ୍ରଯୁକ୍ତି : ଗ୍ରାମୀଣ ବିକାଶ”, ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କେବଳ ବିଜ୍ଞାନ ଓ ପ୍ରଯୁକ୍ତି କାରଣରୁ ସରକାରଙ୍କ ବିଭିନ୍ନ ଯୋଜନା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିଛି ।

ସେ ଉଲ୍ଲେଖ କରିଥିଲେ ଯେ ବିଶ୍ୱସ୍ତରରେ ବିଶ୍ଳେଷଣାତ୍ମକ ବିଜ୍ଞାନ ଓ ଇଞ୍ଜିନିୟରିଂ ପ୍ରକାଶନୀ ସଂଖ୍ୟା ଦୃଷ୍ଟିରୁ ଭାରତ ବର୍ତ୍ତମାନ ତୃତୀୟ ସ୍ଥାନରେ ରହିଛି । “ମୁଁ ଜାଣିବାକୁ ପାଇଛି ଯେ ବିଶ୍ଳେଷଣାତ୍ମକ ବିଜ୍ଞାନ ଓ ଇଞ୍ଜିନିୟରିଂ ପ୍ରକାଶନୀ ସଂଖ୍ୟାରେ ଭାରତ ସାରା ବିଶ୍ୱରେ ତୃତୀୟସ୍ଥାନକୁ ଉନ୍ନୀତ ହୋଇଛି । ସାରା ବିଶ୍ୱରେ ଏହି ଅଭିବୃଦ୍ଧି ହାର ମାତ୍ର 4% ରହିଥିବା ବେଳେ ଭାରତ 10% ହାରରେ ଏହି କ୍ଷେତ୍ରରେ ଅଭିବୃଦ୍ଧି ହାସଲ କରୁଛି ।”

ନବୋନ୍ମେଷ ସୂଚକାଙ୍କରେ ଭାରତ 52ତମ ରାଙ୍କକୁ ଉନ୍ନୀତ ହେବା ବିଷୟରେ ସେ ଉଲ୍ଲେଖ କରିଥିଲେ । ପୂର୍ବ 50 ବର୍ଷ ଅପେକ୍ଷା ଗତ 5 ବର୍ଷ ମଧ୍ୟରେ ସରକାରଙ୍କ କାର୍ଯ୍ୟକ୍ରମ ଅଧିକ ଇନକ୍ୟୁବେଟର ସୃଷ୍ଟି କରିଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତମ ପ୍ରଶାସନର ଲକ୍ଷ୍ୟ ହାସଲ କରିବା ଲାଗି ବ୍ୟାପକ ସ୍ତରରେ ପ୍ରଯୁକ୍ତିର ଉପଯୋଗ କରାଯାଉଛି । “ଗତକାଲି ଆମ ସରକାର 6 କୋଟି ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ କିସାନ ଯୋଜନା ଅଧୀନରେ କିସ୍ତି ଜାରି କରିଥିଲେ । ଆଧାର ସକ୍ଷମ ପ୍ରଯୁକ୍ତି କାରଣରୁ ଏହା ସମ୍ଭବପର ହୋଇପାରିଲା”, ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ ଯେ ଶୌଚାଳୟ ନିର୍ମାଣ ଏବଂ ଗରିବଙ୍କୁ ବିଦ୍ୟୁତ ସଂଯୋଗ କ୍ଷେତ୍ରରେ ପ୍ରଯୁକ୍ତି ହିଁ କାମରେ ଲାଗିପାରିଛି । ଜିଓ ଟ୍ୟାଗିଂ ଓ ଡାଟା ସାଇନ୍ସ ଭଳି ପ୍ରଯୁକ୍ତି କାରଣରୁ ଗ୍ରାମୀଣ ଓ ସହରାଞ୍ଚଳରେ ବହୁ ପ୍ରକଳ୍ପ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ହୋଇପାରିଛି ।

ପ୍ରଧାନମନ୍ତ୍ରୀ କହିଥିଲେ, ‘ଇଜ ଅଫ ଡୁଇଂ ସାଇନ୍ସ’ (ବିଜ୍ଞାନକୁ ଅଧିକ ମହତ୍ୱ ଦେବା)କୁ ସୁନିଶ୍ଚିତ କରିବା ଏବଂ ନାଲିଫିତାର ପ୍ରଭାବ ହ୍ରାସ ଲାଗି ପ୍ରଯୁକ୍ତିର ପ୍ରଭାବୀ ଉପଯୋଗ ଦିଗରେ ଆମେ ଆମର ପ୍ରୟାସ ଜାରି ରଖିଛୁ ।

ଡିଜିଟାଲାଇଜେସନ, ଇ-କମର୍ସ, ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଓ ମୋବାଇଲ ବ୍ୟାଙ୍କିଙ୍ଗ ସେବା ଦ୍ୱାରା ଗ୍ରାମୀଣ ଜନ ସାଧାରଣ ବିଶେଷ ଭାବେ ଲାଭାନ୍ୱିତ ହେଉଛନ୍ତି । ସେ କହିଥିଲେ ବିଭିନ୍ନ ଗ୍ରାମୀଣ ବିକାଶମୂଳକ ପ୍ରୟାସରେ ପ୍ରଯୁକ୍ତିର ଉପଯୋଗ କରାଯାଇପାରିବ, ବିଶେଷ କରି ଏହା ଜରିଆରେ ମିତବ୍ୟୟୀ କୃଷି ଏବଂ କ୍ଷେତରୁ ଉପଭୋକ୍ତାଙ୍କ ପର୍ଯ୍ୟନ୍ତ ଏକ ଯୋଗାଣ ଶୃଙ୍ଖଳା ନେଟୱାର୍କ ବିକଶିତ କରାଯାଇପାରିବ ।

ଫସଲ ବର୍ଜ୍ୟ ଜଳାଇବା, ଭୂତଳ ଜଳସ୍ତର ସଂରକ୍ଷଣ, ସଂକ୍ରାମକ ରୋଗ ନିରାକରଣ, ପରିବେଶ ଅନୁକୂଳ ପରିବହନ ଆଦି ନିମନ୍ତେ ପ୍ରଯୁକ୍ତିଭିତ୍ତିକ ସମାଧାନ ଖୋଜିବା ଲାଗି ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ ।

ଭାରତକୁ 5 ଲକ୍ଷ କୋଟି ଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବାର ଲକ୍ଷ୍ୟ ଦିଗରେ ବିଜ୍ଞାନ ଓ ପ୍ରଯୁକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ସେ ଜୋର ଦେଇ କହିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଆଇ-ଷ୍ଟେମ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିଥିଲେ ।

 

 

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s 5G traffic surges 70% Y-o-Y: Nokia report

Media Coverage

India’s 5G traffic surges 70% Y-o-Y: Nokia report
NM on the go

Nm on the go

Always be the first to hear from the PM. Get the App Now!
...
A bunch of moments from PM Modi’s Assam visit that stood out
April 01, 2026

Prime Minister Narendra Modi visited a tea garden in Assam’s Dibrugarh and interacted with the women working there. Walking through the plantation, he briefly joined them in plucking tea leaves and observed their work up close.

The PM’s interaction with the plantation workers was a memorable one. Calling tea the soul of Assam, the Prime Minister acknowledged the contribution of tea garden workers in shaping the state’s identity and sustaining a sector that reaches markets across the world.

The women working in the tea plantation shared various aspects of their culture. The PM praised the tea garden communities for their hard work and perseverance, noting that it has strengthened Assam’s pride.

In a special gesture, the women also sang a traditional song paying homage to Jagat Janani Maa. It reflected how tradition remains closely linked with everyday life in the tea gardens, offering a glimpse into the lives and contributions of those who form the backbone of Assam’s tea industry.