କର୍ଣ୍ଣାଟକର ଟୁମକୁରୁଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଯୁବ ସମ୍ମେଳନକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରିଛନ୍ତି । ଏହି ସମ୍ମେଳନ ଯୁବଶକ୍ତି-ନୂତନ ଭାରତର ସଂକଳ୍ପ ବିଷୟବସ୍ତୁ ଉପରେ ଆୟୋଜନ କରାଯାଇଥିଲା  ।

ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋ ଅଭିଭାଷଣର 125ତମ ବର୍ଷ ପୂର୍ତ୍ତି ଏବଂ ଭଗିନୀ ନିବେଦିତାଙ୍କ 150ତମ ଜୟନ୍ତୀ ତଥା ଟୁମକୁରୁସ୍ଥିତ ରାମକୃଷ୍ଣ ବିବେକାନନ୍ଦ ଆଶ୍ରମର ରୌପ୍ୟ ଜୟନ୍ତୀ ଉପଲକ୍ଷେ ଟୁମକୁରୁଠାରେ ଏହି ସମ୍ମେଳନ ଆୟୋଜନ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ଯଥାସମ୍ଭବ ଯୁବପିଢ଼ିଙ୍କ ସହିତ ମିଶିବା ଲାଗି ଚେଷ୍ଟା କରିଥାନ୍ତି ଏବଂ ସେମାନଙ୍କ ଆଶା ଓ ଆକାଂକ୍ଷାକୁ ଜାଣିବା ସହ ତଦନୁଯାୟୀ କାର୍ଯ୍ୟ କରିବା ଲାଗି ପ୍ରୟାସ କରିଥା’ନ୍ତି  । ସେ କହିଥିଲେ ଯେ ଆଜିର ଆୟୋଜନର ମୁଖ୍ୟ କେନ୍ଦ୍ରବିନ୍ଦୁ ହେଉଛନ୍ତି ସ୍ୱାମୀ ବିବେକାନନ୍ଦ ।

ସେ କହିଥିଲେ ଯେ ସ୍ୱାଧୀନତା ଆନ୍ଦୋଳନ ସମୟରେ ବିଭିନ୍ନସ୍ତରରେ  ସ୍ୱାଧୀନତା ହାସଲ ଲାଗି ସମସ୍ତେ ଏକମନରେ ସଂକଳ୍ପ ନେଇଥିଲେ  । ଏଥିରେ ସାମାଜିକ ସଂସ୍କାର ପାଇଁ ମଧ୍ୟ ପ୍ରୟାସ ସାମିଲ ଥିଲା  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ 4 ବର୍ଷ ଧରି କେନ୍ଦ୍ର ସରକାର ଉତ୍ତର-ପୂର୍ବର ଭାବଗତ ଏକତ୍ରୀକରଣ ପାଇଁ ପ୍ରୟାସ କରି ସଫଳ ହୋଇଛନ୍ତି  । ସେ କହିଥିଲେ ଯେ ଏକତ୍ରୀକରଣ ଦ୍ୱାରା ହିଁ ଉଗ୍ରବାଦର ମୁକାବିଲା କରିହେବ  ।

ଏହାକୁ ହାସଲ କରିବା ଦିଗରେ ଜୀବନକୁ ସମର୍ପିତ କରିବା ଲାଗି ସଂକଳ୍ପ ନେବାକୁ ସେ ଯୁବପିଢ଼ିଙ୍କୁ ଆହ୍ୱାନ କରିଥିଲେ  । ସେ କହିଥିଲେ ଯେ ଯୁବପିଢ଼ି ରାଷ୍ଟ୍ରନିର୍ମାଣରେ ସେମାନଙ୍କ ଶକ୍ତିର ଉପଯୋଗ କରିବା ଉଚିତ ।

ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୂଦ୍ରା ଯୋଜନା, ଆତ୍ମନିଯୁକ୍ତି ଏବଂ ଦକ୍ଷତା ବିକାଶ ବିଷୟରେ ସେ ସୂଚନା ଦେଇଥିଲେ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଯୁବପିଢ଼ି ଏକ ଉତ୍ତମ ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଅତୀତରୁ ଶିକ୍ଷା ଲାଭ କରିବାକୁ ଚାହୁଁଛି  ।

Click here to read full text of speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s GDP growth likely to stay strong at 7-7.2% in FY27 despite global risks: Report

Media Coverage

India’s GDP growth likely to stay strong at 7-7.2% in FY27 despite global risks: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour