PM Modi meets the JP Morgan International Council in New Delhi
Development of world class infrastructure, healthcare and providing quality education are policy priorities for the Govt: PM

ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜେପି ମୋର୍ଗାନ ଅନ୍ତର୍ଜାତୀୟ ପରିଷଦର ସଦସ୍ୟମାନଙ୍କୁ ଭେଟିଛନ୍ତି । 2007 ପରେ ପ୍ରଥମ ଥର ଲାଗି ଭାରତରେ ଅନ୍ତର୍ଜାତୀୟ ପରିଷଦର ଏହି ବୈଠକ ଅନୁଷ୍ଠିତ ହୋଇଛି ।

ଏହି ଅନ୍ତର୍ଜାତୀୟ ପରିଷଦରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, ପୂର୍ବତନ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଜନ ହାୱାର୍ଡ, ପୂର୍ବତନ ଆମେରିକୀୟ ପରରାଷ୍ଟ୍ର ସଚିବ ହେନେରୀ କିସିଙ୍ଗର ଓ କଣ୍ଡୋଲିଜା ରାଇସ, ପୂର୍ବତନ ପ୍ରତିରକ୍ଷା ସଚିବ ରବର୍ଟ ଗେଟ୍ସ ପ୍ରମୁଖ ବିଶ୍ୱସ୍ତରର ରାଷ୍ଟ୍ରନେତା ସାମିଲ ରହିଛନ୍ତି । ଏମାନଙ୍କ ବ୍ୟତୀତ ବିଶ୍ୱ ବ୍ୟବସାୟ ଓ ଆର୍ଥିକ ଜଗତର ଅଗ୍ରଣୀ ବ୍ୟକ୍ତିବିଶେଷ ଯଥା ଜେପି ମୋର୍ଗାନ ଚେଜର ଜେମି ଡିମୋନ, ଟାଟା ଗ୍ରୁପର ରତନ ଟାଟା ଏବଂ ନେସଲେ, ଆଲିବାବା, ଆଲଫା, ଇବରଡୋଲା, କ୍ରାଫ୍ଟ ହେଞ୍ଜ ଆଦି କମ୍ପାନୀର ଅଗ୍ରଣୀ ପ୍ରତିନିଧିମାନେ ସାମିଲ ଥିଲେ ।

ଭାରତରେ ଏହି ପରିଷଦକୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ 2024 ସୁଦ୍ଧା ଭାରତକୁ 5 ଲକ୍ଷ କୋଟି ଆମେରିକୀୟ ଡଲାରର ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲାଗି ତାଙ୍କର ସଂକଳ୍ପ ବିଷୟରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱସ୍ତରୀୟ ଭୌତିକ ଭିତ୍ତିଭୂମି, ସୁଲଭ ସ୍ୱାସ୍ଥ୍ୟସେବାରେ ଉନ୍ନତି ଏବଂ ଉନ୍ନତ ମାନର ଶିକ୍ଷାଦାନ ଆଦି ତାଙ୍କ ସରକାରଙ୍କ ପ୍ରମୁଖ ନୀତିଗତ ପ୍ରାଥମିକତା ।

ସରକାରଙ୍କ ନୀତି ପ୍ରଣୟନରେ ଜନସାଧାରଣଙ୍କ ଭାଗିଦାରୀ ଏକ ମାର୍ଗଦର୍ଶୀ ସିଦ୍ଧାନ୍ତ ହୋଇ ରହିଆସିଛି । ବୈଦେଶିକ ନୀତି କ୍ଷେତ୍ରରେ ଭାରତ ଏହାର ରଣନୈତିକ ସହଭାଗୀ ଏବଂ ନିବିଡ଼ ପଡ଼ୋଶୀମାନଙ୍କ ସହିତ ଏକ ସ୍ୱଚ୍ଛ ବହୁପକ୍ଷୀୟ ବୈଶ୍ୱିକ ବ୍ୟବସ୍ଥା ନିର୍ମାଣ କରିବା ଦିଗରେ କାର୍ଯ୍ୟ କରିଆସୁଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour