PM thanks the medical fraternity for the exemplary fight against the extraordinary circumstances of the second wave of Covid
Strategy of starting vaccination programme with front line warriors has paid rich dividends in second wave: PM
Home Based Care of patients must be SOP driven: PM
Imperative to expand telemedicine service in all tehsils and districts of the country: PM
Psychological care as well as physical care important: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋଭିଡ ସଂକ୍ରାନ୍ତ ପରିସ୍ଥିତି ସମ୍ପର୍କରେ ଆଜି ଦେଶର ବିଭିନ୍ନ ସ୍ଥାନରୁ ଡାକ୍ତରମାନଙ୍କ ଦଳ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି।

କୋଭିଡର ଦ୍ବିତୀୟ ଲହରୀ ସମୟରେ ଦେଖାଦେଇଥିବା ଅଭୂତପୂର୍ବ ପରିସ୍ଥିତି ବିରୋଧରେ  ଲଢ଼େଇ କରି ଉଲ୍ଲେଖନୀୟ ଉଦାହରଣ ପ୍ରସ୍ତୁତ କରିଥିବାରୁ ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟସେବା ଜଗତ ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ ଆଜି ସାରା ଦେଶ ସେମାନଙ୍କ ନିକଟରେ ଋଣୀ ହୋଇ ରହିଛି। ସେ ଉଲ୍ଲେଖ କରିଥିଲେ ଯେ ରେକର୍ଡ ସମୟ ମଧ୍ୟରେ ନମୁନା ପରୀକ୍ଷା, ଔଷଧ ଯୋଗାଣ କିମ୍ବା ନୂତନ ଭିତ୍ତିଭୂମି ନିର୍ମାଣ ହେଉ, ଏସବୁ କାର୍ଯ୍ୟ ଦ୍ରୁତ ବେଗରେ କାର୍ଯ୍ୟକାରୀ କରାଯାଉଛି। ଅକ୍ସିଜେନ ଉତ୍ପାଦନ ଏବଂ ଯୋଗାଣ କ୍ଷେତ୍ରରେ ରହିଥିବା ସମସ୍ୟା ଦୂର କରାଯାଉଛି। ଏମବିବିଏସ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ କୋଭିଡ ଚିକିତ୍ସାରେ ନିୟୋଜିତ କରିବା ଏବଂ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଆଶା ଓ ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ଅତିରିକ୍ତ ସହାୟତା ଯୋଗାଇ ଦେବା ଆଦି ମାନବ ସମ୍ବଳ ବୃଦ୍ଧି ପାଇଁ ଦେଶରେ ପଦକ୍ଷେପ ଗ୍ରହଣ କରାଯାଇଛି।

ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ ଅଗ୍ରଣୀ ଯୋଦ୍ଧାମାନଙ୍କୁ ପ୍ରଥମେ ଟିକାକରଣ କରାଇବାର ରଣନୀତି ଦ୍ବିତୀୟ ଲହରୀ ସମୟରେ ଉତ୍ତମ ଫଳାଫଳ ପ୍ରଦାନ କରିଛି। ଦେଶରେ ପାଖାପାଖି 90 ପ୍ରତିଶତ ସ୍ବାସ୍ଥ୍ୟସେବା ପେସାଦାର ପ୍ରଥମ ଡୋଜ ଟିକା ନେଇସାରିଛନ୍ତି। ଟିକା ଅଧିକାଂଶ ଡାକ୍ତରଙ୍କ ନିରାପତ୍ତା ସୁନିଶ୍ଚିତ କରିଛି।

ଦୈନିକ କାର୍ଯ୍ୟରେ ଅକ୍ସିଜେନ ଅଡିଟ୍ ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ଡାକ୍ତରମାନଙ୍କୁ ଅନୁରୋଧ କରିଥିଲେ। ଅଧିକାଂଶ ସଂଖ୍ୟକ ରୋଗୀ ଏବେ ‘ଗୃହ ସଙ୍ଗରୋଧ’ରେ ରହୁଥିବା ଉଲ୍ଲେଖ କରି ସେ ଡାକ୍ତରମାନଙ୍କୁ ଅନୁରୋଧ କରିଥିଲେ ଯେ ଘରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଏସଓପି ଅନୁଯାୟୀ ସ୍ବାସ୍ଥ୍ୟସେବା ଦିଆଯିବା ଆବଶ୍ୟକ। ସେ କହିଥିଲେ ଯେ ଟେଲିମେଡ଼ିସିନ ସେବା ଗୃହ ସଙ୍ଗରୋଧରେ ରହୁଥିବା ରୋଗୀଙ୍କ କ୍ଷେତ୍ରରେ ଏକ ବଡ଼ ଭୂମିକା ନିର୍ବାହ କରିଛି ଏବଂ ଏହି ସେବା ଗ୍ରାମାଞ୍ଚଳ କ୍ଷେତ୍ରକୁ ମଧ୍ୟ ସମ୍ପ୍ରସାରିତ ହେବା ଆବଶ୍ୟକ। ଗ୍ରାମାଞ୍ଚଳରେ ଦଳଗତ ହୋଇ ଟେଲିମେଡ଼ିସିନ ସେବା ଯୋଗାଇ ଦେଉଥିବା ଡାକ୍ତରମାନଙ୍କୁ ସେ ପ୍ରଶଂସା କରିଥିଲେ। ସେ ବିଭିନ୍ନ ରାଜ୍ୟର ଡାକ୍ତରମାନଙ୍କୁ ଅନୁରୋଧ କରି କହିଥିଲେ ଯେ ସେମାନେ ସେହିପରି ଦଳ ଗଠନ କରନ୍ତୁ, ଶେଷ ବର୍ଷର ଏମବିବିଏସ ଡାକ୍ତରୀ ଛାତ୍ର ଓ ଏମବିବିଏସ ଇଣ୍ଟର୍ଣ୍ଣମାନଙ୍କୁ ପ୍ରଶିକ୍ଷିତ କରନ୍ତୁ। ଯାହାଫଳରେ ଦେଶର ସମସ୍ତ ତହସିଲ ଓ ଜିଲ୍ଲାରେ ଟେଲି ମେଡ଼ିସିନ ସେବା ସୁନିଶ୍ଚିତ କରିବା ଲାଗି କାମ ଆରମ୍ଭ ହୋଇପାରିବ।

ପ୍ରଧାନମନ୍ତ୍ରୀ ମଧ୍ୟ ମ୍ୟୁକୋରମିକୋସିସ (କବକ ସଂକ୍ରମଣ) ସମ୍ପର୍କରେ ଆଲୋଚନା କରିଥିଲେ ଏବଂ କହିଥିଲେ ଯେ ଏ ଦିଗରେ ସକ୍ରିୟ ପଦକ୍ଷେପ ଗ୍ରହଣ କରିବା ଏବଂ ଏ ସମ୍ପର୍କରେ ସଚେତନା ସୃଷ୍ଟି କରିବା ଲାଗି ଡାକ୍ତରମାନେ ଅତିରିକ୍ତ ପ୍ରୟାସ କରିବା ଆବଶ୍ୟକ। ଆହୁରି ସେ ଶାରୀରିକ ଯତ୍ନ ସହିତ ମାନସିକ ଯତ୍ନ  ଉପରେ ମଧ୍ୟ ଗୁରୁତ୍ବାରୋପ କରିଥିଲେ। ସେ କହିଥିଲେ ଯେ ଏହି ଭୂତାଣୁ ବିରୋଧରେ ଦୀର୍ଘ ଲଢ଼େଇ ନିଶ୍ଚିତ ଭାବେ ସ୍ବାସ୍ଥ୍ୟସେବା ଜଗତ ପାଇଁ ଆହ୍ବାନପୂର୍ଣ୍ଣ ହୋଇଛି, କିନ୍ତୁ ନାଗରିକମାନଙ୍କର ବିଶ୍ବାସର ଶକ୍ତି ଏ ଲଢ଼େଇରେ ସେମାନଙ୍କ ସହ ରହିଛି।

ଏହି ଆଲୋଚନା ସମୟରେ, ଡାକ୍ତରମାନେ ସଂକ୍ରମଣ ବୃଦ୍ଧି ପାଇବା ସମୟରେ ମାର୍ଗଦର୍ଶନ ଓ ନେତୃତ୍ବ ପାଇଁ ଧନ୍ୟବାଦ ଜଣାଇଥିଲେ। ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାକରଣରେ ପ୍ରାଥମିକତା ଦେଇଥିବାରୁ ଡାକ୍ତରମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। କୋଭିଡର ପ୍ରଥମ ଲହରୀ ପରଠାରୁ ସେମାନେ କରିଥିବା ପ୍ରସ୍ତୁତି ଏବଂ ଦ୍ବିତୀୟ ଲହରୀ ସମୟରେ ସେମାନେ ସମ୍ମୁଖୀନ ହେଉଥିବା ଆହ୍ବାନଗୁଡ଼ିକ ସମ୍ପର୍କରେ ସେମାନେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ଡାକ୍ତରମାନେ ସେମାନଙ୍କର ଅଭିଜ୍ଞତା, ଶ୍ରେଷ୍ଠ ପ୍ରଚଳନ ଓ ଅଭିନବ ପ୍ରୟାସ ବିଷୟରେ କହିଥିଲେ। ସେମାନେ ସୂଚନା ଦେଇଥିଲେ ଯେ କୋଭିଡ ମୁକାବିଲା ସମୟରେ ଅଣକୋଭିଡ ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ନିମନ୍ତେ ସମସ୍ତ ପଦକ୍ଷେପ ନିଆଯିବା ଆବଶ୍ୟକ। ଔଷଧର ଅନୁପଯୁକ୍ତ ବ୍ୟବହାର ସମ୍ପର୍କରେ ସତର୍କ କରାଇବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଦିଗରେ ରହିଥିବା ଅଭିଜ୍ଞତା ସମ୍ପର୍କରେ ସେମାନେ କହିଥିଲେ।

ଏହି ବୈଠକରେ ସଦସ୍ୟ (ସ୍ବାସ୍ଥ୍ୟ) ନୀତି ଆୟୋଗ, ସ୍ବାସ୍ଥ୍ୟ ସଚିବ, ଫାର୍ମାସ୍ୟୁଟିକାଲ ସଚିବ ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches ORV Sagar Manthan, boosting ocean research fleet

Media Coverage

India launches ORV Sagar Manthan, boosting ocean research fleet
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives in mishap in Nanded
September 11, 2026
Prime Minister announces ex-gratia from PMNRF

The Prime Minister, Shri Narendra Modi has expressed grief over the loss of lives due to a mishap in Nanded, Maharashtra.

The Prime Minister conveyed his thoughts to the bereaved families in this hour of grief and prayed for the speedy recovery of the injured.

Shri Modi announced that an ex-gratia of Rs. 2 lakh from the Prime Minister’s National Relief Fund (PMNRF) would be given to the next of kin of each deceased. The injured would be given Rs. 50,000.

In a post on X, the Prime Minister’s Office said;

“Saddened by the loss of lives due to a mishap in Nanded, Maharashtra. My thoughts are with the bereaved families in this hour of grief. Praying for the speedy recovery of the injured.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi”