Vaccination efforts are on at a quick pace. This helps women and children in particular: PM Modi
Through the power of technology, training of ASHA, ANM and Anganwadi workers were being simplified: PM Modi
A little child, Karishma from Karnal in Haryana became the first beneficiary of Ayushman Bharat. The Government of India is devoting topmost importance to the health sector: PM
The Government of India is taking numerous steps for the welfare of the ASHA, ANM and Anganwadi workers: PM Modi

ପ୍ରଧାନମନ୍ତ୍ରୀ ଆଜି ଭିଡିଓ ବ୍ରିଜ ଜରିଆରେ ଦେଶବ୍ୟାପୀ ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ତଥା ଏଏନଏମ (ଅକ୍ଜିଲାରୀ ନର୍ସ ମିଡ ୱାଇଫ) ମାନଙ୍କ ସହ ମତ ବିନିମୟ କରିଥିଲେ  । ପୋଷଣ ସମ୍ବନ୍ଧୀତ ସେବା କ୍ଷେତ୍ରରେ ସଂସ୍କାର ଆଣିବା ତଥା ପୋଷଣ ଅଭିଯାନ- ଦେଶରେ କୁପୋଷଣ ହ୍ରାସ କରିବା ଲକ୍ଷ୍ୟ ହାସଲ କରିବା ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ସେମାନଙ୍କ ପଦକ୍ଷେପ, ଅଭିନବ ଉପାୟ ଏବଂ ଜ୍ଞାନ କୌଶଳର ଉପଯୋଗ କରିଥିବାରୁ ସଂପୃକ୍ତ ତିନି ଶ୍ରେଣୀର କର୍ମଚାରୀମାନଙ୍କୁ ସେ ପ୍ରଶଂସା କରିଥିଲେ  ।

ପ୍ରଧାନମନ୍ତ୍ରୀ ପ୍ରାଥମିକ ସ୍ତରର ସ୍ୱାସ୍ଥ୍ୟ କର୍ମୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନକୁ ସ୍ୱୀକାର କରି ସେମାନଙ୍କୁ ମଜବୁତ ଏବଂ ସୁସ୍ଥ ଦେଶ ଗଠନ କରିବା ପାଇଁ ଧନ୍ୟବାଦ ଦେଇଥିଲେ  । ଚଳିତ ମାସକୁ ପୋଷଣ ମାସ ଭାବେ ପାଳନ କରାଯାଉଛି ଏବଂ ପୋଷଣ ମାସର ଅଂଶବିଶେଷ ଭାବେ ପ୍ରଧାନମନ୍ତ୍ରୀଙ୍କ ଏହି ମତ ବିନିମୟ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା  । ସାରା ଦେଶରେ ପୋଷଣ ବା ପୁଷ୍ଟିସାଧନ ସମ୍ବନ୍ଧିତ ସୂଚନା ଘରେ ଘରେ ପହଂଚାଯିବ  ।

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ପୋଷଣ ମିଶନ ବିଷୟରେ ଆଲୋଚନା କରି କହିଥିଲେ ଯେ ରାଜସ୍ଥାନର ଝୁନଝୁନୁଠାରେ ଆରମ୍ଭ କରାଯାଇଥିବା ପୋଷଣ ଅଭିଯାନର ଲକ୍ଷ୍ୟ ବାଙ୍ଗରା, ରକ୍ତହୀନତା,କୁପୋଷଣ ଏବଂ ଜନ୍ମ ସମୟରେ କମ ଓଜନ ଆଦି ସ୍ୱାସ୍ଥ୍ୟ ସମ୍ବନ୍ଧୀତ ସମସ୍ୟାଗୁଡିକ ହ୍ରାସ କରିବା  । ସେ କହିଥିଲେ ଯେ ଏହି ଅଭିଯାନରେ ଅଧିକରୁ ଅଧିକ ସଂଖ୍ୟାରେ ମହିଳା ଏବଂ ପିଲାମାନଙ୍କୁ ସାମିଲ କରିବାର ଆବଶ୍ୟକତା ରହିଛି  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର କୁପୋଷଣ ତଥା ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ସମ୍ବନ୍ଧୀତ ପଦକ୍ଷେପଗୁଡିକ ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି  । ଟୀକାକରଣ କାର୍ଯ୍ୟକ୍ରମ ଦୃତ ଗତିରେ ଚାଲିଛି ଏବଂ ମହିଳା ଏବଂ ପିଲାମାନଙ୍କ ପାଇଁ ଏହା ସହାୟକ ହୋଇଛି  ।

ଏହି ଅବସରରେ ଦେଶର ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଏବଂ ଲାଭାର୍ଥୀମାନେ ପ୍ରଧାନମନ୍ତ୍ରୀଙ୍କ ସହିତ ନିଜର ଅନୁଭୂତି ବାଣ୍ଟିଥିଲେ  । ପ୍ରଧାନମନ୍ତ୍ରୀ ମିଶନ ଇନ୍ଦ୍ରଧନୂଷକୁ ପ୍ରଭାବୀ ଢଙ୍ଗରେ ଲାଗୁ କରିବା ତଥା ତିନି ଲକ୍ଷ ଗର୍ଭବତୀ ମହିଳା ତଥା 85 କୋଟିରୁ ଅଧିକ ପିଲାଙ୍କୁ ଟୀକାକରଣ କରିବାରେ ଟିମ ‘ଥ୍ରୀ ଏ’- ଆଶା,ଏଏନଏମ, ଅଙ୍ଗନୱାଡି କର୍ମଚାରୀମାନଙ୍କ ପ୍ରଚେଷ୍ଟା ଏବଂ ସମର୍ପଣ ଭାବକୁ  ବେଶ ପ୍ରଶଂସା କରିଥିଲେ  ।

ପ୍ରଧାନମନ୍ତ୍ରୀ ମତ ବିନିମୟ ସମୟରେ ସୁରକ୍ଷିତ ମାତୃତ୍ୱ ଅଭିଯାନ ବିଷୟରେ ଆହୁରୀ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ନିବେଦନ କରିଥିଲେ  ।

ପ୍ରଧାନମନ୍ତ୍ରୀ ନବଜାତ ଯତ୍ନ କାର୍ଯ୍ୟକ୍ରମର ସଫଳତାକୁ ପ୍ରଶଂସା କରିଥିଲେ  । ଏହା ଦ୍ୱାରା ପ୍ରତିବର୍ଷ ଦେଶର 1.25 ନିୟୁତ ପିଲା ଉପକୃତ ହୋଇ ପାରୁଛନ୍ତି  । ଏବେ ଏହାର ନାମ “ଗୃହ ଆଭିମୁଖୀ ଶିଶୁ ଯତ୍ନ” କରାଯାଇଛି ଏବଂ ଏହା ଅନ୍ତର୍ଗତ ପୂର୍ବରୁ ଆଶା କର୍ମୀ ଶିଶୁ ଜନ୍ମର ପ୍ରଥମ 42 ଦିନରେ 6 ଥର ଗସ୍ତ କରୁଥିବା ସ୍ଥଳେ ଏବେ ଆଶା କର୍ମୀମାନେ ପ୍ରଥମ 15 ମାସରେ 11 ଥର ଗସ୍ତ କରିବେ ।

ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ଏବଂ ଦେଶର ବିକାଶ ବିଷୟରେ ଆଲୋଚନା କରି କହିଥିଲେ  ଯେ ଯଦି ଦେଶର ପିଲାମାନେ ଦୁର୍ବଳ ହେବେ ତେବେ ଦେଶର ବିକାଶ ଧିମେଇ ଯିବ  । କୌଣସି ନବଜାତ ଶିଶୁ ପାଇଁ ଜୀବନର ପ୍ରଥମ ଏକ ହଜାର ଦିନ ଅତ୍ୟନ୍ତ ଗଂଭୀର ହୋଇଥାଏ  । ଏହି ସମୟରେ ପୁଷ୍ଟିକର ଖାଦ୍ୟପେୟ ଏବଂ ଖାଦ୍ୟ ସମ୍ବନ୍ଧୀତ ଅଭ୍ୟାସରୁ ହିଁ ପିଲାମାନଙ୍କ ଶରୀର କିଭଳି ହେବ, କିଭଳି ପଢାପଢି କରିବ ଏବଂ ମାନସିକ ଭାବେ କିଭଳି ମଜବୁତ ହେବ ତାହା ସୁନିଶ୍ଚିତ କରାଇବ  । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦି ନାଗରିକ ସୁସ୍ଥ ରହିବେ ତେବେ ଦେଶର ବିକାଶକୁ କେହି ମଧ୍ୟ ରୋକିପାରିବେ  । ଏଥିପାଇଁ ପ୍ରଥମ ଏକ ହଜାର ଦିନରେ ଦେଶର ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ଏକ ମଜବୁତ ବ୍ୟବସ୍ଥା ବିକଶିତ କରିବା କ୍ଷେତ୍ରରେ ପ୍ରଚେଷ୍ଟା କରାଯାଉଛି  ।

ଏହା ଗୁରୁତ୍ୱପୂର୍ଣ୍ଣ ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ ସ୍ୱଚ୍ଛ ଭାରତ ଅଭିଯାନରେ ଶୌଚାଳୟର ବ୍ୟବହାର 3 ଲକ୍ଷ ନିରୀହଙ୍କ ଜୀବନ ବଂଚାଇ ପାରିଛି  । ସ୍ୱଚ୍ଛତା ପ୍ରତି ସମର୍ପଣ ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ପୁନର୍ବାର ଶୁଭେଚ୍ଛା ଜଣାଇଥିଲେ  । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆୟୁଷ୍ମାନ ଭାରତର ପ୍ରଥମ ଲାଭାର୍ଥୀ ବେବୀ କରିସ୍ମା ବିଷୟରେ ଚର୍ଚ୍ଚା କରି କହିଥିଲେ ଯେ ବେବୀ କରିସ୍ମା ଆୟୁଷ୍ମାନ ବେବୀ ଭାବେ ପ୍ରସିଦ୍ଧ  । ସେ କହିଥିଲେ ଯେ ବେବୀ କରିସ୍ମା 10 କୋଟିରୁ ଅଧିକ ଲୋକଙ୍କ ଆଶାର ପ୍ରତୀକ ହୋଇପାରିଛି ଯିଏ ଚଳିତ ମାସ 23 ତାରିଖରେ ରାଞ୍ଚିରେ ଶୁଭାରମ୍ଭ କରାଯିବାକୁ ଥିବା ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ଦ୍ୱାରା ଲାଭାନ୍ୱିତ ହେବେ  ।

ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଶା କର୍ମୀମାନଙ୍କୁ ପ୍ରଦାନ କରାଯାଉଥିବା ନିୟମିତ ପ୍ରୋତ୍ସାହନ ଅର୍ଥ ଦୁଇଗୁଣ କରିବା ପାଇଁ ଘୋଷଣା କରିଛନ୍ତି  । ଏହା ବ୍ୟତୀତ ସମସ୍ତ ଆଶା କର୍ମୀ ଏବଂ ସେମାନଙ୍କ ସହକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ତଥା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ ନିଃଶୁଳ୍କ ବୀମା ପ୍ରଦାନ କରାଯିବ  ।

ପ୍ରଧାନମନ୍ତ୍ରୀ ଅଙ୍ଗନୱାଡି କର୍ମଚାରୀମାନଙ୍କୁ ପ୍ରଦାନ କରାଯାଉଥିବା ପାରିଶ୍ରମିକ ଅର୍ଥରେ ମଧ୍ୟ ବୃଦ୍ଧି ଘୋଷଣା କରିଛନ୍ତି  । ଏବେ ଯେଉଁମାନଙ୍କୁ 3000 ଟଙ୍କା ମିଳୁଥିଲା ସେମାନଙ୍କୁ 4,500ଟଙ୍କା ମିଳିବ  । ସେହିଭଳି 2,200 ଟଙ୍କା ପାଉଥିବା କର୍ମଚାରୀମାନଙ୍କୁ 3,500 ଟଙ୍କା ମିଳିବ  । ଅଙ୍ଗନୱାଡି ସହାୟକମାନଙ୍କ ପାରିଶ୍ରମିକ ଅର୍ଥ 1,500 ଟଙ୍କାରୁ 2,250 ଟଙ୍କାକୁ ବୃଦ୍ଧି କରାଯାଇଛି  ।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India Post launches drone delivery pilot across Himachal, Assam

Media Coverage

India Post launches drone delivery pilot across Himachal, Assam
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 22, 2026
August 22, 2026

Citizens Appreciate PM Modi’s Leadership Driving India’s Growth, Innovation and Connectivity