"ଦକ୍ଷିଣ-ପୂର୍ବ ଏସିଆର ଦ୍ୱାର ଭାବେ ପୂର୍ବ ଭାରତକୁ ବିକଶିତ କରିବା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ :ପ୍ରଧାନମନ୍ତ୍ରୀ ମୋଦୀ "
" ଆଇଆଇଟି ଭୁବନେଶ୍ୱର ଓଡିଶାରେ ଶିଳ୍ପ ପ୍ରଗତିକୁ ଅଧିକ ବେଗରେ ଆଗେଇ ନେବ ଏବଂ ଜନସାଧାରଣଙ୍କ ଜୀବନ ସ୍ତରରେ ଉନ୍ନତି ଆଣିବା ପାଇଁ ବୈଷୟିକ ଜ୍ଞାନର ବିକାଶ ଦିଗରେ କାର୍ଯ୍ୟ କରିବ :ପ୍ରଧାନମନ୍ତ୍ରୀ "
"ଓଡିଶାର ସାମଗ୍ରୀକ ବିକାଶ ଲାଗି କେନ୍ଦ୍ର ସରକାର ସଂକଳ୍ପ :ପ୍ରଧାନମନ୍ତ୍ରୀ ମୋଦୀ "

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 2018 ଡିସେମ୍ବର 24ରେ ଓଡିଶା ଗସ୍ତ କରିଥିଲେ ।

ଆଇଆଇଟି ଭୁବନେଶ୍ୱର କ୍ୟାମ୍ପସରେ ପ୍ରଧାନମନ୍ତ୍ରୀ ପାଇକ ବିଦ୍ରୋହ ସ୍ମାରକୀ ଷ୍ଟାମ୍ପ ଏବଂ ମୁଦ୍ରା ଉନ୍ମୋଚନ କରିଥିଲେ । 1817ରେ ବ୍ରିଟିଶ ଶାସନ ବିରୋଧରେ ପାଇକ ବିଦ୍ରୋହ ଲଢ଼େଇ ହୋଇଥିଲା ।

ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରରେ ପାଇକ ବିଦ୍ରୋହକୁ ନେଇ ଏକ ଚେୟାର ପ୍ରତିଷ୍ଠା ହେବା ନେଇ ମଧ୍ୟ ଘୋଷଣା କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ଲଳିତଗିରି ସଂଗ୍ରହାଳୟ ଉଦଘାଟନ କରିଥିଲେ । ପ୍ରତ୍ନତତ୍ୱ ଦୃଷ୍ଟିରୁ ଓଡିଶାର ଲଳିତଗିରି ବିଶେଷ ଗୁରୁତ୍ୱ ବହନ କରୁଥିବା ଏକ ପ୍ରସିଦ୍ଧ ବୌଦ୍ଧ କେନ୍ଦ୍ର ଯେଉଁଠାରେ କି ସ୍ତୂପ, ବୌଦ୍ଧ ବିହାର ଏବଂ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ରହିଛି ।

ଶ୍ରୀ ମୋଦୀ ଆଇଆଇଟି ଭୁବନେଶ୍ୱର କ୍ୟାମ୍ପସକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ସେ ମଧ୍ୟ ଭୁବନେଶ୍ୱରରେ ନୂତନ ଇଏସଆଇସି ହସପିଟାଲକୁ ଉଦଘାଟିତ କରିଥିଲେ । ସେ ପାଇପଲାଇନ ଏବଂ ରାସ୍ତା ପ୍ରକଳ୍ପଗୁଡ଼ିକର ମଧ୍ୟ ଆଧାରଶିଳା ସ୍ଥାପନ କରିଥିଲେ ।

ଏହି ଅବସରରେ ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଲେ ଯେ ଉଦଘାଟିତ ହୋଇଥିବା କିମ୍ବା ଶିଳାନ୍ୟାସ କରାଯାଇଥିବା ମୋଟ ପ୍ରକଳ୍ପର ମୂଲ୍ୟ 14,000 କୋଟି ଟଙ୍କାରୁ ଅଧିକ ହେବ । ଦକ୍ଷିଣ-ପୂର୍ବ ଏସିଆର ଦ୍ୱାର ଭାବେ ପୂର୍ବ ଭାରତକୁ ବିକଶିତ କରିବା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଆଇଆଇଟି ଭୁବନେଶ୍ୱର ଓଡିଶାରେ ଶିଳ୍ପ ପ୍ରଗତିକୁ ଅଧିକ ବେଗରେ ଆଗେଇ ନେବ ଏବଂ ଜନସାଧାରଣଙ୍କ ଜୀବନ ସ୍ତରରେ ଉନ୍ନତି ଆଣିବା ପାଇଁ ବୈଷୟିକ ଜ୍ଞାନର ବିକାଶ ଦିଗରେ କାର୍ଯ୍ୟ କରିବ ।

ରାଜ୍ୟରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି, ରାସ୍ତା ନେଟୱାର୍କ, ତୈଳ ଓ ପାଇପଲାଇନ ଭିତ୍ତିଭୂମି ସମ୍ପ୍ରସାରିତ କରିବା ଯୋଜନା ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ସୂଚନା ପ୍ରଦାନ କରିଥିଲେ ।

ପ୍ରଧାନମନ୍ତ୍ରୀ ଓଡିଶାର ସାମଗ୍ରୀକ ବିକାଶ ଲାଗି କେନ୍ଦ୍ର ସରକାରଙ୍କ ସଂକଳ୍ପକୁ ଦୋହରାଇଥିଲେ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Modiplomacy: A billion people, one brand

Media Coverage

Modiplomacy: A billion people, one brand
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”