The time is ripe to redefine ‘R&D’ as ‘Research’ for the ‘Development’ of the nation: PM Modi
Science is after all, but a means to a far greater end; of making a difference in the lives of others, of furthering human progress and welfare: PM
An 'Ethno-Medicinal Research Centre' has been set up in Manipur to undertake research on the wild herbs available in the North-East region: PM
State Climate Change Centres have been set up in 7 North-Eastern States: PM Modi
Our scientific achievements need to be communicated to society. This will help inculcate scientific temper among youth, says the Prime Minister
We are committed to increasing the share of non-fossil fuel based capacity in the electricity mix above 40% by 2030: Prime Minister
We have set a target of 100 GW of installed solar power by 2022: PM Narendra Modi
We have to be future ready in implementing technologies vital for the growth and prosperity of the nation, says PM Modi
I call upon the scientific community to extend its research from the labs to the land: PM

ମଣିପୁର ରାଜ୍ୟପାଳ, ଡ. ନଜମା ହେପାତୁଲ୍ଲା,

ମଣିପୁର ମୁଖ୍ୟମନ୍ତ୍ରୀ, ଶ୍ରୀ ଏନ ବୀରେନ ସିଂ,

ମନ୍ତ୍ରୀପରିଷଦରେ ସହଯୋଗୀ ଡ. ହର୍ଷବର୍ଦ୍ଧନ

ମଞ୍ଚରେ ଉପସ୍ଥିତ ଅନ୍ୟ ମହାନୁଭବ ଗଣ,

ପ୍ରତିନିଧିଗଣ,

ଭାଇ ଓ ଭଉଣୀମାନେ,

ନିକଟ ଅତୀତରେ ପରଲୋକ ଗମନ କରିଥିବା ତିନି ଜଣ ଅତ୍ୟନ୍ତ ସମ୍ମାନାସ୍ପଦ ଭାରତୀୟ ବୈଜ୍ଞାନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଁ ମୋର ବକ୍ତବ୍ୟ ଆରମ୍ଭ କରୁଛି । ସେମାନେ ହେଲେ ପଦ୍ମବିଭୂଷଣ ପ୍ରଫେସର ଯଶପାଲ, ପଦ୍ମ ବିଭୂଷଣ ପ୍ରଫେସର ୟୁଆର ରାଓ ଏବଂ ପଦ୍ମଶ୍ରୀ ଡ. ବଳଦେବ ରାଜ । ଏମାନେ ସମସ୍ତେ ଭାରତୀୟ ବିଜ୍ଞାନ ଏବଂ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି ।

ଆସନ୍ତୁ ସମଗ୍ର ବିଶ୍ୱବାସୀଙ୍କ ସହ ମିଶି ଆମ ସମୟର ସବୁଠୁ ମହାନତମ ପଦାର୍ଥ ବିଜ୍ଞାନୀ ଷ୍ଟିଫେନ ହକିଂଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା- ସେ ଆଧୁନିକ ମହାକାଶ ବିଜ୍ଞାନର ସବୁଠୁ ଉଜ୍ଜ୍ୱଳତମ ତାରକା ଥିଲେ । ସେ ଭାରତର ବନ୍ଧୁ ଥିଲେ ଏବଂ ଆମ ଦେଶକୁ ଦୁଇଥର ଆସିଥିଲେ । ସାଧାରଣ ଲୋକ ହକିଂଙ୍କୁ କୃଷ୍ଣଗର୍ତ୍ତ(ବ୍ଲାକ ହୋଲ) ବିଷୟରେ ତାଙ୍କ ଉପଲବ୍ଧୀ ପାଇଁ ନୁହେଁ, ବରଂ ସମସ୍ତ ପ୍ରତିକୂଳ ପରିସ୍ଥିତି ବିରୋଧରେ ଲଢ଼େଇ ପାଇଁ ତାଙ୍କର ଉତ୍ସାହ ଏବଂ ଉଚ୍ଚ ସମର୍ପଣ ଭାବନା ପାଇଁ ଜାଣିଥିଲେ । ସେ ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ପ୍ରେରଣାଦାୟୀ ପୁରୁଷ ଭାବେ ସ୍ମରଣୀୟ ହୋଇ ରହିବେ ।

ବନ୍ଧୁଗଣ,

ଆଜି ମୁଁ ଭାରତୀୟ ବିଜ୍ଞାନ କଂଗ୍ରେସର 105ତମ ଅଧିବେଶନ ଅବସରରେ ଏଠାରେ ଇମ୍ଫାଲକୁ ଆସି ଆନନ୍ଦିତ । ମୁଁ ବୈଜ୍ଞାନିକମାନଙ୍କ ଗହଣରେ ଉପସ୍ଥିତ ରହି ଆନନ୍ଦିତ, ଯେଉଁମାନଙ୍କ କାର୍ଯ୍ୟ ଉତ୍ତମ ତାହା ଭବିଷ୍ୟତ ପାଇଁ ମାର୍ଗପ୍ରଶସ୍ତ କରୁଛି । ମଣିପୁର ବିଶ୍ୱବିଦ୍ୟାଳୟ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ଦେଖି ମଧ୍ୟ ମୁଁ ଆନନ୍ଦିତ । ଏହି ବିଶ୍ୱବିଦ୍ୟାଳୟ ଉତ୍ତର-ପୂର୍ବାଂଚଳରେ ଉଚ୍ଚଶିକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହୋଇ ରହିଛି । ମୁ ଜାଣିବାକୁ ପାଇଛି ଯେ ଶତାବ୍ଦୀରେ ଦ୍ୱିତୀୟ ଥର ଲାଗି ଭାରତୀୟ ବିଜ୍ଞାନ କଂଗ୍ରେସ ଉତ୍ତର-ପୂର୍ବ ଭାରତରେ ଆୟୋଜନ କରାଯାଉଛି । ଏହା ଉତ୍ତର-ପୂର୍ବର ପୁନରୁତ୍ଥାନଶୀଳ ଉତ୍ସାହର ପ୍ରତୀକ ।

ଏହା ଭବିଷ୍ୟତ ପାଇଁ ଉତ୍ତମ । ବିଜ୍ଞାନ କାହିଁ କେଉଁ କାଳରୁ ପ୍ରଗତି ଏବଂ ସମୃଦ୍ଧିର ବାହକ ହୋଇଆସିଛି । ଆମ ଦେଶର ଶ୍ରେଷ୍ଠ ବିଜ୍ଞାନୀ ମସ୍ତିଷ୍କ ଭାବେ, ଏଠାରେ ଏକତ୍ରିତ ହୋଇଥିବା ଆପଣମାନେ ସମସ୍ତେ ଜ୍ଞାନ, ନବୋନ୍ମେଷ ଏବଂ ଉଦ୍ୟୋଗୀତାର ଶକ୍ତି କେନ୍ଦ୍ର ଏବଂ ପରିବର୍ତ୍ତନକୁ ଆଗେଇ ନେବା ଲାଗି ସମର୍ଥ ।

ଗବେଷଣା ଏବଂ ବିକାଶକୁ ପୁନଃପରିଭାଷିତ କରିବାର ସମୟ ଆସିଛି । ଦେଶର ‘ବିକାଶ’ ପାଇଁ ‘ଗବେଷଣା’-ବାସ୍ତବରେ ହେଉଛି ‘ଆର ଏଣ୍ଡ ଡି’ । ବିଜ୍ଞାନ ହେଉଛି ସର୍ବୋପରୀ, ଅନ୍ୟମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା, ମାନବୀୟ ପ୍ରଗତି ଏବଂ କଲ୍ୟାଣର ମାଧ୍ୟମ । ସମୟ ଆସିଯାଇଛି, ଆମକୁ ବିଜ୍ଞାନ ଏବଂ ପ୍ରଯୁକ୍ତିର ଶକ୍ତି ମାଧ୍ୟମରେ 125 କୋଟି ଭାରତୀୟଙ୍କ ‘ସହଜ ଜୀବନଧାରଣ’ ପାଇଁ ନିଜକୁ ସମର୍ପି ଦେବାକୁ ହେବ ।

ମୁଁ ଆଜି ଏଠାରେ ଛିଡ଼ା ହୋଇଛି, ଏହି ମଣିପୁରର ଏହି ସାହସିକ ମାଟିରେ, ଯେଉଁଠି ଏପ୍ରିଲ 1944ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଇଏନଏ ଦେଶର ସ୍ୱାଧୀନତା ପାଇଁ ଆହ୍ୱାନ କରିଥିଲା । ଆପଣ ଯେତେବେଳେ ମଣିପୁର ଛାଡ଼ିବେ, ମୁଁ ନିଶ୍ଚିତ ଯେ ଦେଶ ପାଇଁ କିଛି କରିବା ଲାଗି ସମାନ ଉତ୍ସାହ ନେଇ ଫେରିବେ ଯାହା ସବୁଦିନ ପାଇଁ ରହିବ । ମୁଁ ମଧ୍ୟ ନିଶ୍ଚିତ ଯେ ଆପଣ ଏଠାରେ ଭେଟିଥିବା ବୈଜ୍ଞାନିକମାନଙ୍କ ସହିତ ନିବିଡ଼ ଭାବେ କାର୍ଯ୍ୟ କରିବା ଲାଗି ସକ୍ଷମ ହେବେ ।

ସର୍ବୋପରି, ବିଜ୍ଞାନ ଏବଂ ପ୍ରଯୁକ୍ତିର ବଡ଼ ସମସ୍ୟାର ପ୍ରଭାବୀ ସମାଧାନ ଲାଗି ବିବିଧ କ୍ଷେତ୍ରର ବୈଜ୍ଞାନିକମାନଙ୍କ ମଧ୍ୟରେ ସମନ୍ୱୟ ଏବଂ ସହଯୋଗର ଆବଶ୍ୟକତା ରହିଛି । ବିଜ୍ଞାନ କ୍ଷେତ୍ରରେ ଉତ୍ତର-ପୂର୍ବ ରାଜ୍ୟ ପାଇଁ କେନ୍ଦ୍ର ସରକାର ବିଭିନ୍ନ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଗ୍ରାମୀଣ କୃଷି ପାଣିପାଗ ସେବା ମାଧ୍ୟମରେ କୃଷି ପାଣିପାଗ ସେବା ଯୋଗାଇ ଦିଆଯାଉଛି । ଏହା 5 ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କୁ ଲାଭ ପହଁଚାଉଛି । ଆମେ ଉତ୍ତର-ପୂର୍ବାଂଚଳର ସମସ୍ତ ଜିଲ୍ଲାକୁ ଏହି ନେଟୱାର୍କ ବିସ୍ତାରିତ କରିବା ଲାଗି ଚାହୁଁଛୁ । ବିଭିନ୍ନ ନୂଆ କେନ୍ଦ୍ର ଉପଯୋଗୀ ବିଜ୍ଞାନ ଏବଂ ପ୍ରଯୁକ୍ତିର ଲାଭ ଉତ୍ତର-ପୂର୍ବାଂଚଳକୁ ଆଣିପାରିଛି । ମଣିପୁରରେ ଏକ “Ethno Medicinal Research Centre” ପ୍ରତିଷ୍ଠା କରାଯାଇଛି । ଏହା ଉତ୍ତର-ପୂର୍ବାଂଚଳରେ ଉପଲବ୍ଧ ଔଷଧିୟ ଗୁଣାବଳୀ ଥିବା ଜଙ୍ଗଲୀ ଜଡ଼ିବୁଟି ସମ୍ପର୍କରେ ଗବେଷଣା କରିବ ।

ରାଜ୍ୟ ଜଳବାୟୁ ପରିବର୍ତ୍ତନ କେନ୍ଦ୍ର ସାତଟି ଉତ୍ତର-ପୂର୍ବ ରାଜ୍ୟରେ ପ୍ରତିଷ୍ଠା କରାଯାଇଛି । ଏହା ଜଳବାୟୁ ପରିବର୍ତ୍ତନ ବିପଦ ସମୀକ୍ଷା କରିବା ସହିତ ଜନସଚେତନତା ସୃଷ୍ଟି କରିବ । ଆମେ “ବାଉଁଶ”କୁ “ଗଛ” ପ୍ରଜାତି ବଦଳରେ “ଘାସ” ମାନ୍ୟତା ଦେଇଛୁ । ଏହା ବିଜ୍ଞାନ ଦୃଷ୍ଟିକୋଣରୁ ଉଚିତ ମଧ୍ୟ । ଏଥିପାଇଁ ଆମେ ଦଶନ୍ଧି ପୁରୁଣା ଆଇନରେ ପରିବର୍ତ୍ତନ କରିଛୁ । ଏହି ସଂଶୋଧନ ଦ୍ୱାରା ବାଉଁଶର ଅବାଧ ପରିବହନକୁ ଅନୁମତି ପ୍ରଦାନ କରିବ । ଏହା ଉତ୍ପାଦନ ଏବଂ ଉପଯୋଗ କେନ୍ଦ୍ରକୁ ବାଧାମୁକ୍ତ ଭାବେ ସମନ୍ୱିତ କରିବ । ବାଉଁଶ ଇକୋ ସିଷ୍ଟମରେ ଥିବା ସମ୍ପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳାର ବାସ୍ତବ ସମ୍ଭାବନା ବିଷୟରେ ଚାଷୀଙ୍କୁ ଅବଗତ କରାଇପାରିବ । ସରକାର ଜାତୀୟ ବାଉଁଶ ମିଶନ ପାଇଁ 12ଶହ କୋଟି ଟଙ୍କା ବ୍ୟୟବରଦା ସହିତ ସୁଧାର ଆଣିବାକୁ ଯାଉଛନ୍ତି । ଏହି ନିଷ୍ପତ୍ତି ଦ୍ୱାରା ମଣିପୁର ଭଳି ରାଜ୍ୟ ଉପକୃତ ହୋଇପାରିବେ ।

ବନ୍ଧୁଗଣ,

ଭାରତୀୟ ବିଜ୍ଞାନ କଂଗ୍ରେସର ସମୃଦ୍ଧ ପରମ୍ପରା ରହିଛି । ଏହା ଆଚାର୍ଯ୍ୟ ଜଗଦୀଶ ଚନ୍ଦ୍ର ବୋଷ, ସିଭି ରମଣ, ମେଘନାଦ ଶାହାଙ୍କ ଭଳି ଭାରତର ଶ୍ରେଷ୍ଠ ବୈଜ୍ଞାନିକମାନଙ୍କ ନେତୃତ୍ୱରେ ଆଗେଇ ଆସିଛି । ମହାନ ବୈଜ୍ଞାନିକମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଉତ୍କର୍ଷର ଉଚ୍ଚାଦର୍ଶରୁ ନୂତନ ଭାରତ ପ୍ରେରଣା ଲାଭ କରିବା ଉଚିତ । ବିଭିନ୍ନ ସମୟରେ ଆମ ଆଲୋଚନା ସମୟରେ ମୁଁ ବୈଜ୍ଞାନିକମାନଙ୍କୁ ଆମ ସାମାଜିକ ଏବଂ ଅର୍ଥନୈତିକ ସମସ୍ୟାର ସମାଧାନ ଖୋଜିବା ଲାଗି କହିଛି । ସମାଜର ଗରିବ ଏବଂ ବଂଚିତ ଲୋକମାନଙ୍କ ଲାଭ ନିମନ୍ତେ ନୂଆ ଆହ୍ୱାନ ଗ୍ରହର କରିବା ଲାଗି ମୁଁ ସେମାନଙ୍କୁ ପରାମର୍ଶ ଦେଇଛି ।

ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଭାରତୀୟ ବିଜ୍ଞାନ କଂଗ୍ରେସରେ ଚୟନ କରାଯାଇଥିବା ବିଷୟବସ୍ତୁ “ବିଜ୍ଞାନ ଏବଂ ପ୍ରଯୁକ୍ତି ମାଧ୍ୟମରେ ଅପହଂଚମାନଙ୍କ ନିକଟରେ ପହଁଚିବା” ସମ୍ପୂର୍ଣ୍ଣ ଭାବେ ଉପଯୁକ୍ତ । ଏହି ବିଷୟବସ୍ତୁ ମୋ ହୃଦୟର ଅତି ନିକଟତର ।

2018ରେ ପଦ୍ମଶ୍ରୀ ପୁରସ୍କାର ପାଇଥିବା ରାଜଗୋପାଳନ ବାସୁଦେବନଙ୍କ କଥା ନିଆଯାଉ । ସେ ମଦୁରାଇର ଜଣେ ଅଧ୍ୟାପକ ହିସାବରେ ପ୍ଲାଷ୍ଟିକ ଆବର୍ଜନାର ଉପଯୋଗ କରି ସଡ଼କ ନିର୍ମାଣ ପ୍ରଣାଳୀ ବିକଶିତ କରିଛନ୍ତି ଏବଂ ଏହି ଅଭିନବ ପଦ୍ଧତିର ପେଟେଣ୍ଟ ହାସଲ କରିଛନ୍ତି । ଏହି ପଦ୍ଧତିରେ ନିର୍ମାଣ କରାଯାଇଥିବା ରାସ୍ତା ଦୀର୍ଘସ୍ଥାୟୀ, ଜଳନିରୋଧୀ ଏବଂ ଅଧିକ ଭାରବାହୀ । ସେହିପରି ପ୍ଲାଷ୍ଟିକ ଆବର୍ଜନା ଫୁଲିବା ସମସ୍ୟାର ଉପଯୋଗ ଲାଗି ସେ ଏକ ଗଠନମୂଳକ ସମାଧାନ ପାଇପାରିଛନ୍ତି । ପ୍ରଫେସର ବାସୁଦେବନ ଏହି ପ୍ରଯୁକ୍ତି ଭାରତ ସରକାରଙ୍କୁ ମାଗଣାରେ ଦେଇଛନ୍ତି । ଏହି ପ୍ରଯୁକ୍ତି ଜରିଆରେ 11ଟି ରାଜ୍ୟରେ 5 ହଜାର କିମି ରାସ୍ତା ନିର୍ମାଣ କରାଯାଇସାରିଛି ।

ସେହିପରି 2018ରେ ଅରବିନ୍ଦ ଗୁପ୍ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି । ବୈଜ୍ଞାନିକ ପରୀକ୍ଷଣ ଲାଗି ଘରକରଣା ସାମଗ୍ରୀ ଏବଂ ଆବର୍ଜନା ଉପଯୋଗ କରି ଅଦରକାରୀ ସାମଗ୍ରୀରୁ ଖେଳନା ତିଆରି କରିବା ସହ ବିଜ୍ଞାନ ଅଧ୍ୟୟନ କରିବା ଲାଗି ସେ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଛନ୍ତି । ଚିନ୍ତାକିନ୍ଦୀ ମାଲେଶମଙ୍କୁ 2017ରେ ପଦ୍ମଶ୍ରୀ ଦିଆଯାଇଥିଲା । ସେ ଲକ୍ଷ୍ମୀ ଏଏସୟୁ ମେସିନ ଉଦ୍ଭାବନ କରିଛନ୍ତି ଯାହା ଶାଢ଼ୀ ବୁଣିବାର ସମୟ ଏବଂ ଶ୍ରମ ହ୍ରାସ କରିବାରେ ସହାୟକ ହୋଇଛି । ତେଣୁ ମୁଁ ଆପଣମାନଙ୍କୁ ଆହ୍ୱାନ କରୁଛି ଯେ ଆପଣମାନଙ୍କ ଗବେଷଣାର ଦିଗ ଆମ ସମୟରେ ଦେଖାଦେଇଥିବା ସମସ୍ୟା ସମାଧାନ କରିବା ଏବଂ ଲୋକମାନଙ୍କ ଆଶାଆକାଂକ୍ଷା ପୂରଣ କରିବା ଆଡ଼କୁ ରହୁ । ବୈଜ୍ଞାନିକ ସାମାଜିକ ଦାୟିତ୍ୱବୋଧ ବର୍ତ୍ତମାନ ସମୟର ଆବଶ୍ୟକତା ।

ବନ୍ଧୁଗଣ,

ଏହି ଅଧିବେଶନର ବିଷୟବସ୍ତୁ ମଧ୍ୟ କେତେକ ପ୍ରଶ୍ନ ସୃଷ୍ଟି କରୁଛି । ଭାରତୀୟ ଶିଶୁଙ୍କୁ ବିଜ୍ଞାନ ପ୍ରତି ଆକୃଷ୍ଟ କରାଇବା ଲାଗି ଆମେ କ’ଣ ଯଥେଷ୍ଟ ପଦକ୍ଷେପ ନେଇଛୁ? ସେମାନଙ୍କ ଅନ୍ତର୍ନିହିତ ପ୍ରତିଭା ବିକାଶ ଲାଗି ଆମେ ସେମାନଙ୍କୁ ଉପଯୁକ୍ତ ପରିବେଶ ପ୍ରଦାନ କରିଛୁ କି? ଆମର ବୈଜ୍ଞାନିକ ଉପଲବ୍ଧୀଗୁଡ଼ିକ ସକ୍ରିୟ ଭାବେ ସମାଜରେ ସଂଚରିତ ହେବା ଆବଶ୍ୟକ । ଏହା ଯୁବପିଢ଼ି ମଧ୍ୟରେ ବିଜ୍ଞାନ ମନସ୍କତା ବୃଦ୍ଧି କରିବ । ଏହା ମଧ୍ୟ ବିଜ୍ଞାନକୁ କ୍ୟାରିଅର ଭାବେ ନେବା ଲାଗି ଆମର ଯୁବ ମସ୍ତିଷ୍କଙ୍କୁ ଆଗ୍ରହୀ ଏବଂ ଉତ୍ସାହିତ କରିବ । ଆମକୁ ପିଲାମାନଙ୍କ ପାଇଁ ଆମର ଜାତୀୟ ସଂସ୍ଥାନ ଏବଂ ଗବେଷଣାଗାରଗୁଡ଼ିକୁ ଉନ୍ମୁକ୍ତ କରିବାକୁ ହେବ । ମୁଁ ବୈଜ୍ଞାନିକମାନଙ୍କୁ ଆହ୍ୱାନ କରୁଛି ଯେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ପାଇଁ ଢାଂଚା ବିକଶିତ କରିବା ପ୍ରତି ସେମାନେ ଦୃଷ୍ଟି ଦିଅନ୍ତୁ । ମୁଁ ମଧ୍ୟ ସେମାନଙ୍କୁ ଆହ୍ୱାନ କରୁଛି ଯେ ସେମାନେ ପ୍ରତିବର୍ଷ 100 ଜଣ ଦଶମ, ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ବିଦ୍ୟାର୍ଥୀଙ୍କ ସହ 100ଘଣ୍ଟା ବିତାଇ ବିଜ୍ଞାନ ଏବଂ ପ୍ରଯୁକ୍ତିର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରନ୍ତୁ । 100 ଘଣ୍ଟା ଏବଂ 100 ଛାତ୍ର, କଳ୍ପନା କରନ୍ତୁ ଏହି ମାଧ୍ୟମରେ କେତେଜଣ ବୈଜ୍ଞାନିକ ସୃଷ୍ଟି ହୋଇପାରିବେ!

2030 ସୁଦ୍ଧା ବିଦ୍ୟୁତ ସମଷ୍ଟିରେ ଅଣଜୀବାଷ୍ମ ଇନ୍ଧନର ଭାଗ 40 ପ୍ରତିଶତରୁ ଉର୍ଦ୍ଧ୍ଵକୁ ବୃଦ୍ଧି କରିବା ଲାଗି ଆମେ ପ୍ରତିବଦ୍ଧ । ବହୁଦେଶୀୟ ସୌର ମେଣ୍ଟ ଏବଂ ନବୋନ୍ମେଷ ଅଭିଯାନରେ ଭାରତ ନେତୃତ୍ୱ ନେଉଛି । ସ୍ୱଚ୍ଛଶକ୍ତି ଲାଗି ଗବେଷଣା ଏବଂ ବିକାଶକୁ ଏହିପରି ମେଣ୍ଟ ପ୍ରୋତ୍ସାହନ ଯୋଗାଇଦେବ । ଆଣବିକ ଶକ୍ତି ବିଭାଗ 10ଟି ନୂଆ ଘରୋଇ ଚାପଯୁକ୍ତ ଉଚ୍ଚ ଜଳ ରିଆକ୍ଟର ପ୍ରତିଷ୍ଠା କରୁଛି । ପ୍ରତ୍ୟେକ ରିଆକ୍ଟରର କ୍ଷମତା 700 ମୋଗାୱାଟ । ଏହା ଘରୋଇ ଆଣବିକ ଶିଳ୍ପ ପାଇଁ ବୃହତ ପ୍ରୋତ୍ସାହନ । ଏକ ବୃହତ ଆଣବିକା ଉତ୍ପାଦନକାରୀ ରାଷ୍ଟ୍ର ଭାବେ ଏହା ଭାରତର ବିଶ୍ୱସ୍ତତାକୁ ବୃଦ୍ଧି କରିବ । ନିକଟ ଅତୀତରେ ସିଏସଆଇଆର ହାତ ଧରା ଦୁଗ୍ଧ ପରୀକ୍ଷା ଯନ୍ତ୍ର ଉଦ୍ଭାବନ କରିଛି । ଏହା ମାତ୍ର କେତେ ସେକେଣ୍ଡ ମଧ୍ୟରେ ଦୁଗ୍ଧର ମାନ ପରୀକ୍ଷାରେ ପରିବାରଗୁଡ଼ିକ ପାଇଁ ସହାୟକ ହୋଇପାରିବ । ବିରଳ ଜିଗଗତ ରୋଗ ଚିହ୍ନଟ ଲାଗି ଉନ୍ନତ କିଟ ନିର୍ମାଣ ଏବଂ କୃଷକଙ୍କ ଆୟ ବୃଦ୍ଧି ଲାଗି ଉଚ୍ଚମାନର ସୁଗନ୍ଧିତ ଏବଂ ଔଷଧିୟ ଗୁଳ୍ମ କ୍ଷେତ୍ରରେ ସିଏସଆଇଆର ଉଲ୍ଲେଖନୀୟ ଉବଲବ୍ଧୀ ହାସଲ କରିଛି ।

ଭାରତରୁ ଯକ୍ଷ୍ମା ଉନ୍ମୁଳନ ଲାଗି ଆମେ ଦୃଢ଼ ପଦକ୍ଷେପ ନେଉଛୁ । କିଛିଦିନ ପୂର୍ବେ ନୂଆଦିଲ୍ଲୀରେ ଅନୁଷ୍ଠିତ “ଯକ୍ଷ୍ମା ବିଲୋପ ସମ୍ମିଳନୀ”ରେ ଆମେ 2025 ସୁଦ୍ଧା ଯକ୍ଷ୍ମା ଉନ୍ମୁଳନ ଲାଗି ରଖିଥିବା ଲକ୍ଷ୍ୟ ଉପସ୍ଥାପନ କରିଥିଲୁ । ଆମର ଏହି ଲକ୍ଷ୍ୟ ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଯକ୍ଷ୍ମା ବିଲୋପ ଲକ୍ଷ୍ୟ 2030 ଠାରୁ 5 ବର୍ଷ ଆଗୁଆ ନିର୍ଦ୍ଧାରଣ କରାଯାଇଛି । ଆମର ମହାକାଶ ଗବେଷଣା କାର୍ଯ୍ୟକ୍ରମରେ ଏକ ସଙ୍ଗେ 100 ଉପଗ୍ରହ ମହାକାଶରେ ଅବସ୍ଥାପିତ କରିବାର କ୍ଷମତା ରହିଛି । ଭାରତୀୟ ବୈଜ୍ଞାନିକମାନଙ୍କ କଠିନ ପରିଶ୍ରମ ଏବଂ ସମର୍ପଣ କାରଣରୁ ଏହା ସମ୍ଭବ ହୋଇପାରିଛି ।

ଚନ୍ଦ୍ରାୟଣ-1ର ସଫଳତା ପରେ ଆସନ୍ତା କିଛିମାସ ମଧ୍ୟରେ ଆମେ ଚନ୍ଦ୍ରାୟଣ-2 ଅଭିଯାନ ଲାଗି ଯୋଜନା କରିଛୁ । ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ ପ୍ରୟାସରେ ଆମେ ଚନ୍ଦ୍ର ପୃଷ୍ଠରେ ମାନବବିହୀନ ଯାନ ଅବତରଣ ଏବଂ ସଂଚରଣ କରିବା ଲାଗି ଲକ୍ଷ୍ୟ ରଖିଛୁ । ଗତ ଶତାବ୍ଦୀର ମହାନ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ “ମାଧ୍ୟାକର୍ଷଣ ତରଙ୍ଗ” ତତ୍ତ୍ଵ ପ୍ରଦାନ କରିଥିଲେ । ଆମ ପାଇଁ ଏହା ଅତି ଗର୍ବର ବିଷୟ ଯେ 9ଟି ଭାରତୀୟ ସଂସ୍ଥାନର 37 ଜଣ ଭାରତୀୟ ବୈଜ୍ଞାନିକ ଅନ୍ତର୍ଜାତୀୟ ଲେଜର ଇଂଟରଫେରୋମିଟର ମାଧ୍ୟାକର୍ଷଣ ତରଙ୍ଗ ବିଜ୍ଞାନାଗାର (ଲିଗୋ) ସହାଭାଗୀତାରେ ଭାଗ ନେଇଥିଲେ ଏବଂ ତିନି ବର୍ଷ ପୂର୍ବେ ଏହି ସିଦ୍ଧାନ୍ତକୁ ସତ୍ୟ ବୋଲି ପ୍ରମାଣିତ କରିଥିଲେ । ଦେଶରେ ତୃତୀୟ ଲିଗୋ ଡିଟେକ୍ଟର ପ୍ରତିଷ୍ଠା କରିବା ଲାଗି ଆମ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି । ଲେଜର, ଆଲୋକ ତରଙ୍ଗ ଏବଂ କମ୍ପ୍ୟୁଟିଂ କ୍ଷେତ୍ରରେ ଏହା ଆମ ମୂଳ ବିଜ୍ଞାନ ଜ୍ଞାନ ବଢ଼ାଇବାରେ ସହାୟକ ହେବ । ଏହାକୁ ବାସ୍ତବ ରୂପରେ ପରିଣତ କରିବା ଲାଗି ଆମ ବୈଜ୍ଞାନିକମାନେ ନିରବଚ୍ଛିନ୍ନ ଭାବେ ପ୍ରୟାସ କରୁଥିବା ମୁଁ ଜାଣିବାକୁ ପାଇଛି । ସହରର ଗୁରୁତ୍ୱପୂର୍ଣ୍ଣ ବିଜ୍ଞାନ ସଂସ୍ଥାନ ନିକଟରେ ଉତ୍କର୍ଷ କ୍ଲଷ୍ଟର ବିକଶିତ କରିବା ଲାଗି ମୁଁ ଆଲୋଚନା କରିଛି । ସହରଆଧାରିତ ଗବେଷଣା ଏବଂ ବିକାଶ କ୍ଲଷ୍ଟର ପ୍ରତିଷ୍ଠା କରିବାର ଉଦ୍ଦେଶ୍ୟ ହେଉଛି ବିଜ୍ଞାନ ଓ ପ୍ରଯୁକ୍ତି ଅଂଶୀଦାର, ବିଭିନ୍ନ ଅନୁଷ୍ଠାନର ଶିକ୍ଷାବିତ, ଉଦ୍ୟୋଗୀ ଏବଂ ଷ୍ଟାର୍ଟଅପଗୁଡ଼ିକୁ ଏକତ୍ରିତ କରିବା । ଏହା ନୂତନ ଆବିଷ୍କାରକୁ ପ୍ରୋତ୍ସାହନ ଦେବା ସହିତ ବିଶ୍ୱସ୍ତରୀୟ ଉଜ୍ଜ୍ୱଳ ଗବେଷଣା କେନ୍ଦ୍ର ବିକାଶରେ ସହାୟକ ହୋଇପାରିବ ।

ନିକଟରେ ଆମେ ନୂଆ “ପ୍ରଧାନମନ୍ତ୍ରୀ ଗବେଷଣା ଫେଲୋଜ” ଯୋଜନାକୁ ଅନୁମୋଦନ କରିଛୁ । ଏହି ଯୋଜନା ଅଧୀନରେ ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଆଇଆଇଏସସି, ଆଇଆଇଟି, ଆଇଆଇଏସଇଆର ଏବଂ ଟ୍ରିପଲଆଇଟି ଆଦିର ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଆଇଆଇଟି ଏବଂ ଆଇଆଇଏସସିରେ ସିଧାସଳଖ ପିଏଚଡି କରିବା ଲାଗି ପ୍ରସ୍ତାବ ଦିଆଯିବ । ଏହି ଯୋଜନା ଆମ ଦେଶରେ ପ୍ରତିଭା ଚାଲାଣ (Brain Drain)ସମସ୍ୟା ସମାଧାନ କରିବାରେ ସହାୟକ ହେବ । ଅତ୍ୟାଧୁନିକ ବିଜ୍ଞାନ ଏବଂ ପ୍ରଯୁକ୍ତି ମଞ୍ଚରେ ସ୍ୱଦେଶୀ ଗବେଷଣାକୁ ପ୍ରୋତ୍ସାହନ ଦେବା ଦିଗରେ ଏହା ମାର୍ଗପ୍ରଶସ୍ତ କରିବ ।

ବନ୍ଧୁଗଣ,

ଭାରତରେ ବୃହତ ସାମାଜିକ-ଅର୍ଥନୈତିକ ସମସ୍ୟା ରହିଛି ଯାହାଦ୍ୱାରା ଆମ ଜନଂସଖ୍ୟାର ଅଧିକାଂଶ ଭାଗ ପ୍ରଭାବିତ । ବିଜ୍ଞାନ ଏବଂ ପ୍ରଯୁକ୍ତି ଭାରତକୁ ସ୍ୱଚ୍ଛ, ସବୁଜ ଏବଂ ସମୃଦ୍ଧ କରୁ ବୋଲି ଆମେ ଚାହୁଁ । ବୈଜ୍ଞାନିକମାନଙ୍କ ଠାରୁ ମୋର ଆଶାଆକାଂକ୍ଷା ବିଷୟରେ ମୁଁ କହିବାକୁ ଚାହୁଁଛି । ଆମ ଆଦିବାସୀ ଜନସଂଖ୍ୟାର ବୃହତ ଅଂଶ ସିକଲସେଲ ଆନେମିୟା ଦ୍ୱାରା ପ୍ରଭାବିତ । ନିକଟ ଭବିଷ୍ୟତରେ ଆମର ବୈଜ୍ଞାନିକମାନେ ଏହି ସମସ୍ୟାର ଏକ ସହଜ, ମିତବ୍ୟୟୀ ସମାଧାନ ଖୋଜିପାରିବେ କି? ଆମର ଅଧିକାଂଶ ଶିଶୁ କୁପୋଷଣ ଦ୍ୱାରା ପ୍ରଭାବିତ । ଏହି ସମସ୍ୟାର ସମାଧାନ ଲାଗି ଭାରତ ସରକାର ଜାତୀୟ ପୁଷ୍ଟିସାଧନ ମିଶନ ଆରମ୍ଭ କରିଛନ୍ତି । ଏହି ଯୋଜନାର ଉଦ୍ଦେଶ୍ୟ ପୂରଣ ଲାଗି ଆପଣମାନଙ୍କ ପରାମର୍ଶ ଏବଂ ସମାଧାନ ପନ୍ଥା ସହାୟକ ହୋଇପାରିବ ।

ଭାରତରେ କୋଟି କୋଟି ନୂଆ ବାସଗୃହର ଆବଶ୍ୟକତା ରହିଛି । ଏହି ଚାହିଦା ପୂରଣ ଲାଗି ଆମ ବୈଜ୍ଞାନିକମାନେ ଥ୍ରୀଡି ପ୍ରିଂଟିଂ ପ୍ରଯୁକ୍ତିକୁ ଗ୍ରହଣ କରିବେ କି? ଆମର ନଦୀଗୁଡ଼ିକ ପ୍ରଦୂଷିତ । ଏଗୁଡ଼ିକୁ ସଫା କରିବା ଲାଗି ଆପଣମାନଙ୍କ ଅଭିନବ ବିଚାର ଏବଂ ନୂତନ ପ୍ରଯୁକ୍ତିର ଆବଶ୍ୟକତା ରହିଛି । ଆମର ବହୁମୁଖୀ ଆଭିମୁଖ୍ୟର ଆବଶ୍ୟକତା ରହିଛି । ଦକ୍ଷ ସୌର ଏବଂ ବାୟୁ ଶକ୍ତି, ଶକ୍ତି ସଂରକ୍ଷଣ ଏବଂ ବୈଦ୍ୟୁତିକ ପରିବହନ ସମାଧାନ, ସ୍ୱଚ୍ଛ ଇନ୍ଧନ, କୋଇଲାକୁ ମିଥାନଲ ଭଳି ସ୍ୱଚ୍ଛ ଇନ୍ଧନରେ ପରିବର୍ତ୍ତନ କରିବା, କୋଇଲାରୁ ସ୍ୱଚ୍ଛ ଶକ୍ତି, ସ୍ମାର୍ଟ ଗ୍ରୀଡ, ମାଇକ୍ରୋ ଗ୍ରୀଡ ଏବଂ ଜୈବ ଇନ୍ଧନ ଆଦି ଏଥିରେ ଅନନ୍ତର୍ଭୁକ୍ତ ।

2022 ସୁଦ୍ଧା 100 ଗିଗାୱାଟ ସୌର ଶକ୍ତି ଉତ୍ପାଦନ ଲାଗି ଆମେ ଲକ୍ଷ୍ୟ ଧାର୍ଯ୍ୟ କରିଛୁ । ବର୍ତ୍ତମାନ ବଜାରରେ ଉପଲବ୍ଧ ସୌର ମଡ୍ୟୁଲଗୁଡ଼ିକର ଦକ୍ଷତା 17ରୁ 18% । ସମାନ ଦରରେ ଭାରତରେ ଉତ୍ପାଦିତ ହୋଇପାରୁଥିବା ଦକ୍ଷ ସୌର ମଡ୍ୟୁଲ ବିକଶିତ କରିବା ଲାଗି ରହିଥିବା ଆହ୍ୱାନକୁ ଆମର ବୈଜ୍ଞାନିକମାନେ ସମ୍ମୁଖୀନ ହେବେ କି? ଏହଦ୍ୱାରା ଆମେ କେତେ ସମ୍ବଳ ସଂଚୟ କରିପାରିବେ ଚିନ୍ତା କରିଦେଖନ୍ତୁ! ମହାକାଶରେ ସାଟେଲାଇଟ ଚଳାଇବା ଲାଗି ଇସ୍ରୋ ଶ୍ରେଷ୍ଠ ବ୍ୟାଟେରୀର ଉପଯୋଗ କରୁଛି । ଇସ୍ରୋ ସହିତ ସହଭାଗୀତାରେ ମୋବାଇଲ ଫୋନ ଏବଂ କାର ପାଇଁ କମମୂଲ୍ୟରେ ଦକ୍ଷ ବ୍ୟାଟେରୀ ବିକଶିତ ଲାଗି ଅନ୍ୟ ଅନୁଷ୍ଠାନଗୁଡ଼ିକ ଆଗେଇ ଆସିବା ଉଚିତ । ମାଲେରିଆ ଏବଂ ଜାପାନୀ ଏନସେଫାଲାଇଟ୍ସ ଭଳି ପ୍ରାଣାଘାତକ ରୋଗ ପାଇଁ ନୂଆ ଚିକିତ୍ସା ପଦ୍ଧତି, ଔଷଧ ଏବଂ ଟିକା ବିକଶିତ କରିବାର ଆବଶ୍ୟକତା ରହିଛି । ଯୋଗ, କ୍ରୀଡ଼ା ଏବଂ ପାରମ୍ପରିକ ଜ୍ଞାନ ବିଷୟରେ ମଧ୍ୟ ଗବେଷଣା ହେବା ଉଚିତ । କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକ ମୁଖ୍ୟତଃ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥା’ନ୍ତି । ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତା କାରଣରୁ ସେମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆମର ବୈଜ୍ଞାନିକ ଏବଂ ପ୍ରଯୁକ୍ତି ପ୍ରତିଷ୍ଠାନଗୁଡ଼ିକ ଏମଏସଏମଇ କ୍ଷେତ୍ରର ସ୍ୱାର୍ଥକୁ ଦୃଷ୍ଟି ରଖି ଏହାର ୟୁନିଟଗୁଡ଼ିକର ପ୍ରକ୍ରିୟା ଏବଂ ଉତ୍ପାଦର ଉନ୍ନତି ଲାଗି ସହାୟତା କରିବେ କି?

ବନ୍ଧୁଗଣ ଦେଶର ଅଭିବୃଦ୍ଧି ଏବଂ ସମୃଦ୍ଧି ଲାଗି ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିର କାର୍ଯ୍ୟକାରୀ କରିବା ଲାଗି ଆମକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ । ଆମର ନାଗରିକମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ବ୍ୟାଙ୍କିଙ୍ଗ ଭଳି ସେବାର ଅଧିକ ପ୍ରଭାବ ଯୋଗାଣ ପ୍ରଯୁକ୍ତି ମାଧ୍ୟମରେ ହୋଇପାରିବ । 2020 ସୁଦ୍ଧା ଫାଇଭ-ଜି ବ୍ରଡବ୍ୟାଣ୍ଡ ଟେଲିକମ୍ୟୁନିକେସନ ନେଟୱାର୍କ ପାଇଁ ପ୍ରଯୁକ୍ତି, ସରଞ୍ଜାମ ଏବଂ ମାନକ ବିକଶିତ କରିବାରେ ଭାରତ ବୃହତ ଭୂମିକା ନିର୍ବାହ କରିବା ଉଚିତ । ଆମର ସ୍ମାର୍ଟ ବିନିର୍ମାଣ, ସ୍ମାର୍ଟ ସିଟି ଏବଂ ଚତୁର୍ଥ ପିଢି ଉଦ୍ୟୋଗର ସଫଳତାରେ କୃତ୍ରିମ ଧୀଶକ୍ତି ବା ଆର୍ଟିଫିସିଆଲ ଇଂଟେଲିଜେନ୍ସ, ବିଗ ଡାଟା ଆନାଲିଟିକ୍ସ, ମେସିନ ଲର୍ଣ୍ଣିଂ ଏବଂ ସାଇବର ଫିଜିକାଲ ସିଷ୍ଟମ, ଦକ୍ଷ ସଂଚାର ମିଶି ଗୁରୁତ୍ୱପୂର୍ଣ୍ଣ ଉପାଦାନ ହୋଇପାରିବ । 2030 ସୁଦ୍ଧା ବିଶ୍ୱ ନବୋନ୍ମେଷ ସୂଚକାଙ୍କରେ ଭାରତକୁ ଶ୍ରେଷ୍ଠ 10ଟି ଦେଶ ମଧ୍ୟ ଦେଖିବା ଲାଗି ଚାଲନ୍ତୁ ସଂକଳ୍ପ ନେବା ।

ବନ୍ଧୁଗଣ,

ଏବେ ଠାରୁ ଆଉ ଚାରି ବର୍ଷ ପରେ ଆମେ ଆମ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ପାଳନ କରୁଥିବା । 2022ସୁଦ୍ଧା ନୂତନ ଭାରତ ଗଠନ ଲାଗି ଆମେ ମିଳିତ ଭାବେ ସଂକଳ୍ପ ନେଇଛୁ । ସବକା ସାଥ, ସବକା ବିକାଶ ଭାବନା ସହିତ ଆମକୁ ସହାଭାଗୀ ସମୃଦ୍ଧି ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଏହି ଲକ୍ଷ୍ୟ ହାସଲ କରିବା ଲାଗି ଆପଣମାନଙ୍କ ଠାରୁ ପୂର୍ଣ୍ଣ ହୃଦୟରେ ଯୋଗଦାନର ଆବଶ୍ୟକତା ରହିଛି । ଭାରତୀୟ ଅର୍ଥବ୍ୟବସ୍ଥା ଉଚ୍ଚ ଅଭିବୃଦ୍ଧି ପଥରେ ରହିଛି । କିନ୍ତୁ ମାନବ ବିକାଶ ସୂଚକାଙ୍କରେ ଆମେ ନିମ୍ନରେ ରହିଛୁ । ପ୍ରମୁଖ ଆନ୍ତଃରାଜ୍ୟ ଏବଂ ରାଜ୍ୟ ଭିତରର ଅସ୍ଥିରତା ଏହାର ପ୍ରମୁଖ କାରଣ । ଏହାର ସମାଧାନ ଲାଗି ଆମେ 100ଟି ଅଭିଳଷିତ ଜିଲ୍ଲାର ପ୍ରଦର୍ଶନରେ ସୁଧାର ଆଣିବା ଲାଗି ଆମେ ଲକ୍ଷ୍ୟ ରଖିଛୁ । ସ୍ୱାସ୍ଥ୍ୟ ଏବଂ ପୁଷ୍ଟିସାଧନ; ଶିକ୍ଷା; କୃଷି ଏବଂ ଜଳ ସମ୍ପଦ; ଆର୍ଥିକ ଅନ୍ତର୍ଭୂକ୍ତିକରଣ, ଦକ୍ଷତା ବିକାଶ ଏବଂ ମୌଳିକ ଭିତ୍ତିଭୂମି ଭଳି କ୍ଷେତ୍ର ପ୍ରତି ଗୁରୁତ୍ୱ ଦେବା ଉଚିତ । ଏ ସମସ୍ତ କ୍ଷେତ୍ରରେ ଅଭିନବ ସମାଧାନର ଆବଶ୍ୟକତା ରହିଛି, ଯାହା ସ୍ଥାନୀୟ ସମସ୍ୟା ଏବଂ ଆବଶ୍ୟକତାର ସମାଧାନ କରିପାରୁଥିବ । ଏହି କ୍ଷେତ୍ରରେ ‘ସମସ୍ତଙ୍କ ପାଇଁ ଗୋଟିଏ ନିୟମ’ ଫଳପ୍ରଦ ହେବ ନାହିଁ । ଏହି ଅଭିଳଷିତ ଜିଲ୍ଲାଗୁଡ଼ିକୁ ଆମର ବୈଜ୍ଞାନିକ ପ୍ରତିଷ୍ଠାନଗୁଡ଼ିକ ସେବା ଦେଇପାରିବେ କି? ଦକ୍ଷତା ଏବଂ ଉଦ୍ୟୋଗଶୀଳତାର ସୃଷ୍ଟି କରୁଥିବା ଉପଯୁକ୍ତ ପ୍ରଯୁକ୍ତିର ସୃଷ୍ଟି ଏବଂ ପ୍ରସାରକୁ ସେମାନେ ପ୍ରୋତ୍ସାହନ ଦେଇପାରିବେ କି?
ଏହା ଭାରତ ମାତା ପ୍ରତି ଶ୍ରେଷ୍ଠ ସେବା ହେବ । ଉଭୟ ଅନୁସନ୍ଧାନ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି କୌଶଳର ଉପଯୋଗ କରିବାରେ ଭାରତର ସମୃଦ୍ଧ ପାରମ୍ପରିକ ଏବଂ ଦୀର୍ଘ ଇତିହାସ ରହିଛି । ଏହି କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆମର ଉଚିତ ସ୍ଥାନ ପୁଣିଥରେ ହାସଲ କରିବାର ସମୟ ଆସିଛି । ପରୀକ୍ଷାଗାରରୁ ବାହାରକୁ ସେମାନଙ୍କ ଗବେଷଣା ସମ୍ପ୍ରସାରିତ କରିବା ଲାଗି ମୁଁ ବୈଜ୍ଞାନିକ ସମୁଦାୟକୁ ଆହ୍ୱାନ କରୁଛି । ମୋର ବିଶ୍ୱାସ ରହିଛି ଯେ ଆମ ବୈଜ୍ଞାନିକମାନଙ୍କର ସମର୍ପିତ ପ୍ରୟାସ ଜରିଆରେ, ଉନ୍ନତ ଭବିଷ୍ୟତ ଦିଗରେ ଆମେ ଅଗ୍ରସର ହେଉଛୁ । ଏହି ଭବିଷ୍ୟତ ଆମେ ଆମ ପାଇଁ ଏବଂ ଆମ ପିଲାମାନଙ୍କ ପାଇଁ ଚାହୁଁଛୁ ।

ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India records highest-ever startup surge with 55,200 recognised in FY26

Media Coverage

India records highest-ever startup surge with 55,200 recognised in FY26
NM on the go

Nm on the go

Always be the first to hear from the PM. Get the App Now!
...
Cabinet approves two railway projects in Uttar Pradesh and Andhra Pradesh worth Rs 24,815 crore
April 18, 2026

The Cabinet Committee on Economic Affairs, chaired by the Prime Minister Shri Narendra Modi, today has approved 02 (Two) projects of Ministry of Railways with total cost of Rs. 24,815 crore (approx.). These projects include:

Name of Project

Route Length (in km)

Track Length (in km)

Completion Cost (Rs. in Cr.)

Ghaziabad – Sitapur 3rd and 4th Line

403

859

14,926

Rajahmundry (Nidadavolu) – Visakhapatnam (Duvvada) 3rd and 4th Line

 

198

 

458

 

9,889

Total

601

1,317

24,815

The increased line capacity will significantly enhance mobility, resulting in improved operational efficiency and service reliability for Indian Railways. These multi-tracking proposals are poised to streamline operations and alleviate congestion. The projects are in line with the Prime Minister Shri Narendra Modiji’s Vision of a New India which will make people of the region “Atmanirbhar” by way of comprehensive development in the area which will enhance their employment/ self-employment opportunities.

The projects are planned on PM-Gati Shakti National Master Plan with focus on enhancing multi-modal connectivity & logistic efficiency through integrated planning and stakeholder consultations. These projects will provide seamless connectivity for movement of people, goods, and services.

The 02 (Two) projects covering 15 Districts across the states of Uttar Pradesh and Andhra Pradesh will increase the existing network of Indian Railways by about 601 Kms.

The proposed capacity enhancement will improve rail connectivity to several prominent tourist destinations across the country, including Dudheshwarnath Temple, Garhmukteshwar Ganga Ghat, Dargah Shah Wilayat Jama Masjid (Amroha), Naimisharanya (Sitapur), Annavaram, Antarvedi, Draksharamam, etc.

The proposed projects are essential routes for transportation of commodities such as coal, foodgrains, cement, POL, iron and steel, container, fertilizers, sugar, chemical salts, limestone, etc. The Railways being environment friendly and energy efficient mode of transportation, will help both in achieving climate goals and minimizing logistics cost of the country lowering CO2 emissions (180.31Crore Kg) which is equivalent to plantation of 7.33 Crore trees.

Ghaziabad – Sitapur 3rd and 4th Line (403 Km)

  • Ghaziabad – Sitapur is an existing double line section forming a key part of Delhi- Guwahati High Density Network (HDN 4).
  • The project is crucial for improving connectivity between the Northern and Eastern region of the country.
  • The existing line capacity utilization of the section is up to 168% and is projected to be up to 207% in case the project is not taken up.
  • Transverses through Ghaziabad, Hapur, Amroha, Moradabad, Rampur, Bareilly, Sahjahanpur, Lakhimpur Kheri and Sitapur districts of Uttar Pradesh.
  • The project route passes through major industrial centres - Ghaziabad (machinery, electronics, pharmaceuticals), Moradabad (brassware and handicrafts), Bareilly (furniture, textiles, engineering), Shahjahanpur (carpets and cement-related industries), and Roza (thermal power plant).
  • For seamless transportation, the project alignment is planned to bypass congested stations of Hapur, Simbhaoli, Moradabad, Rampur, Bareilly, Shahjahanpur, and Sitapur and accordingly, six new stations are proposed on the bypassing sections.
  • Key tourist/religious places along/near to the project section are Dudheshwarnath Temple, Garhmukteshwar Ganga Ghat, Dargah Shah Wilayat Jama Masjid (Amroha), and Naimisharanya (Sitapur) among others.
  • Anticipated additional freight traffic of 35.72 MTPA consisting of Coal, Foodgrains, Chemical Manures, Finished Steel, etc.
  • Estimated Cost: Rs.14,926 crore (approx.)
  • Employment generation: 274 lakh human-days.
  • CO2 emissions saved: About 128.77 crore Kg CO2 equivalent to 5.15 Cr trees.

  • Logistic cost saving: Rs. 2,877.46 crore every year vis-a vis road transportation.

Ghaziabad – Sitapur 3rd and 4th Line (403 Km)

Rajahmundry (Nidadavolu) – Visakhapatnam (Duvvada) 3rd and 4th Line (198 Km)

  • Rajahmundry (Nidadavolu) – Visakhapatnam (Duvvada) section forms part of the Howrah – Chennai High Density Network (HDN).
  • The proposed project is part of quadrupling initiative of Howrah – Chennai High Density Network (HDN) route.
  • The project traverses through East Godavari, Konaseema, Kakinada, Anakapalle and Vishakapatnam districts of Andhra Pradesh.
  • Visakhapatnam is identified as an Aspirational District in the Aspirational Districts Programme.
  • It provides connectivity to major ports along the East Coast such as Visakhapatnam, Gangavaram, Machilipatnam and Kakinada.
  • The project route runs along the eastern coastline and is among the busiest, predominantly freight-oriented sections of the East Coast Rail Corridor.
  • The line capacity utilization of the section has already reached up to 130%, leading to frequent congestion and operational delays. The line capacity is expected to increase further due to proposed expansion of ports and industries in the region.
  • Project section includes 4.3 km rail bridge over Godavari River, 2.67 km viaduct, 3 bypasses and the new alignment is around 8 km shorter than the existing route, improving connectivity and operational efficiency.
  • The proposed section will also boost tourism by improving access to key destinations such as Annavaram, Antarvedi and Draksharamam etc.
  • Anticipated additional freight traffic of 29.04 MTPA consisting of Coal, Cement, Chemical Manures, Iron and Steel, Foodgrains, Containers, Bauxite, Gypsum, Limestone, etc.
  • Estimated Cost: Rs.9,889 crore (approx.)
  • Employment generation: 135 lakh human-days.
  • CO2 emissions saved: About 51.49 crore Kg CO2 equivalent to 2.06 Cr trees.

  • Logistic cost saving: Rs. 1,150.56 crore every year vis-a vis road transportation.

 

आर्थिक सशक्तिकरण:

Aspirational districts - Visakhapatnam district will get improved connectivity

Additional economic opportunities in the region through tourism & industries.

Better healthcare and education for the citizens due to enhanced rail connectivity.


Rajahmundry (Nidadavolu) – Visakhapatnam (Duvvada) 3rd and 4th Line (198 Km)

Prime Minister’s focus on railways:

  • Record budget allocation of Rs. 2,65,000 crore for FY 26-27.
  • Manufacturing more than 1600 locomotives- surpassed US and Europe in manufacturing of locomotive production
  • In FY 26, Indian Railways is expected to rank among the top three freight carriers globally, moving 1.6 billion tonnes of cargo.

  • India starts exporting metro coaches to Australia and bogie to United Kingdom, Saudi Arabia, France and Australia.