ଆଜି ପର୍ଯ୍ୟନ୍ତ ସର୍ବାଧିକ ପଦକ ହାସଲ କରି ଭାରତୀୟ ଶ୍ରୁତି ବାଧିତ ଦଳ ରଚିଲା ଇତିହାସ
“ଯେତେବେଳେ ଜଣେ ଦିବ୍ୟାଙ୍ଗ କ୍ରୀଡାବିତ୍ ଆନ୍ତର୍ଜାତିକ କ୍ରୀଡା ମଧ୍ୟରେ ଉତ୍କର୍ଷ ପ୍ରତିପାଦିତ କରେ, ତାହା କ୍ରୀଡାଙ୍ଗନର ଦୂର ଦୂରକୁ ପ୍ରତିଧ୍ୱନିତ ହୋଇଥାଏ”
“ଆପଣମାନଙ୍କ ଅବଦାନ ଯୋଗୁଁ ଦେଶରେ ସୃଷ୍ଟି ହୋଇଥିବା ସକାରାତ୍ମକ ଛବି ଅନ୍ୟାନ୍ୟ କ୍ରୀଡାବିତ୍‌ଙ୍କ ତୁଳନାରେ ଯଥେଷ୍ଟ ଅଧିକ”
“ଆପଣମାନେ ଉତ୍ସାହ ଓ ଉଦ୍ଦୀପନା ବଳବତ୍ତର ରଖନ୍ତୁ, ଏହି ଅନୁରାଗ ଆମ ଦେଶର ପ୍ରଗତିର ନୂତନ ଦିଗନ୍ତ ଉନ୍ମୋଚନ କରିବ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଶ୍ରୁତିବାଧିତ ଅଲିମ୍ପିକ୍ସରେ ଅଂଶଗ୍ରହଣ କରି ଫେରିଥିବା ଭାରତୀୟ ଦଳକୁ ନିଜ ବାସଭବନରେ ଆପ୍ୟାୟିତ କରିବା ସହ ସେମାନଙ୍କ ସହ କଥାବାର୍ତ୍ତା କରିଛନ୍ତି । ଆଜି ପର୍ଯ୍ୟନ୍ତ ସବୁଠାରୁ ଉତ୍କୃଷ୍ଟ ପ୍ରଦର୍ଶନ କରି ଭାରତୀୟ ଦଳ ଆଠଟି ସ୍ୱର୍ଣ୍ଣ ସମେତ ୧୬ଟି ପଦକ ବ୍ରାଜିଲରେ ଅନୁଷ୍ଠିତ ଶ୍ରୁତିବାଧିତ ଅଲିମ୍ପିକ୍ସରେ ହାସଲ କରିଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଓ ନିଶୀଥ ପରମାଣିକ ମଧ୍ୟ ଉପସ୍ଥିତ ଥିଲେ । 

ଦଳର ବରିଷ୍ଠ ସଦସ୍ୟ ରୋହିତ ଭାକରଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିପକ୍ଷ ଖେଳାଳୀଙ୍କ ଦକ୍ଷତା ଆକଳନ କିପରି କରି ଆହ୍ୱାନର ମୁକାବିଲା କରିବା ବିଷୟ ପଚାରିଥିଲେ । ରୋହିତ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଖେଳର ପୃଷ୍ଠଭୂମି ଓ ଖେଳର ଶୀର୍ଷସ୍ତରରେ ଦୀର୍ଘକାଳ ଧରି ରଖିବା ପାଇଁ ପାଇଥିବା ଉତ୍ସାହ ସମ୍ପର୍କରେ କହିଥିଲେ । 

ପ୍ର୍ରଧାନମନ୍ତ୍ରୀ ଏହି ପ୍ରତିଭାବାନ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ଜଣେ ବ୍ୟକ୍ତି ଓ ଖେଳାଳୀଭାବେ ସେ ନିଜେ ଏକ ଉତ୍ସାହ ବୋଲି କହିଥିଲେ । ସେ ତାଙ୍କ ଅଧ୍ୟବସାୟ ଓ ସମସ୍ତ ବାଧାବିଘ୍ନର ସାମ୍ନା କରିଥିବାରୁ ଶୁଭକାମନା ଜଣାଇଥିଲେ । ବୟସ ବୃଦ୍ଧି ସହ ଖେଳାଳୀଙ୍କ ଦକ୍ଷତା ଓ ନିରବଚ୍ଛିନ୍ନ ଉତ୍ସାହ ଲକ୍ଷ୍ୟ କରିଥିଲେ । “ବିଜୟ ସମ୍ବର୍ଦ୍ଧନାରେ ବିଶ୍ରାମ” ନ ନେଇ ତଥା ନିଜ ଦକ୍ଷତାକୁ ନେଇ ସନ୍ତୁଷ୍ଟ ନ ହେବା ଏକ ଖେଳାଳୀଙ୍କର ମୁଖ୍ୟ ଗୁଣ । ଜଣେ ଖେଳାଳୀ ସବୁବେଳ ଉଚ୍ଚାଭିଳାଷୀ ହୋଇ ନିଜର ସୁଦୂର ଲକ୍ଷ୍ୟ ହାସଲ ପାଇଁ ଚେଷ୍ଟିତ ହୋଇଥାଏ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

କୁସ୍ତି ଯୋଦ୍ଧା ବିରେନ୍ଦ୍ର ସିଂ କୁସ୍ତି ତାଙ୍କ ପାରିବାରିକ ପରମ୍ପରା ମଧ୍ୟରେ ରହିଛି ବୋଲି କହିଥିଲେ । ଶ୍ରୁତିବାଧିତ ଶ୍ରେଣୀରେ ରହି ମଧ୍ୟ ସେ ପ୍ରତିଯୋଗିତା ନିମନ୍ତେ ସୁଯୋଗ ପାଇଥିବାରୁ ସନ୍ତୋଷବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୁତିବାଧିତ ଅଲିମ୍ପିକ୍ସରେ ବିରେନ୍ଦ୍ର ୨୦୦୫ ମସିହା ଠାରୁ ନିରବଚ୍ଛିନ୍ନଭାବେ ପଦକ ବିଜୟୀ ହେଉଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ଭଲ କରିବା ମନୋବଳର ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କୁ ଜଣେ ପୁରୁଣା ଖେଳାଳୀ ତଥା କ୍ରୀଡାର ଟିକିନିଖି ଅନୁସନ୍ଧିତ୍ସୁ ଭାବେ ଧନ୍ୟବାଦ ଜଣାଇଥିଲେ। “ତୁମର ଇଚ୍ଛାଶକ୍ତି ସମସ୍ତଙ୍କୁ ଉତ୍ସାହିତ କରିବ । ତୁମର ନିରବଚ୍ଛିନ୍ନ ଗୁଣ ଯୋଗୁଁ ଯୁବକ ଯୁବତୀଙ୍କଠାରୁ କ୍ରୀଡାବିତ୍ ପର୍ଯ୍ୟନ୍ତ ଉଭୟ ପ୍ରଭାବିତ ହେବେ । ଶୀର୍ଷରେ ପହଞ୍ଚିବା କଷ୍ଟକର ଓ ତା’ଠାରୁ ବଳି କଷ୍ଟକର ହେଲା ସେହି ସ୍ଥାନ ବଜାୟ ରଖି ଆହୁରି ଉନ୍ନତି କରିବା ପାଇଁ ଚେଷ୍ଟା କରିବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

ବନ୍ଧୁକ ଚାଳନାକାରୀ ଧନୁଷ ମଧ୍ୟ ତାଙ୍କର ନିରଚ୍ଛିନ୍ନ ଉତ୍କର୍ଷ ନିମନ୍ତେ ପାରିବାରିକ ସମର୍ଥନକୁ ଶ୍ରେୟ ଦେଇଥିଲେ। ତାଙ୍କୁ ଯୋଗ ଓ ଧ୍ୟାନ କିପରି ସହାୟକ ହୋଇଛି ତାହା ମଧ୍ୟ କହିଥିଲେ । ସେ ତାଙ୍କ ମା’ଙ୍କୁ ପଥପ୍ରଦର୍ଶକ ବିବେଚନା କରନ୍ତି ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ମା’ ଓ ପରିବାରର ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ତୃଣମୂଳସ୍ତରରେ ଖେଲୋ ଇଣ୍ଡିଆ କ୍ରୀଡାବିତ ମାନଙ୍କ ନିମନ୍ତେ ସହାୟକ ହେଉଥିବାରୁ ସେ ଖୁସି ବ୍ୟକ୍ତି କରିଥିଲେ । 

ବନ୍ଧୁକ ଚାଳନାକାରୀ ପ୍ରିୟେଶା ଦେଶମୁଖ ତାଙ୍କ ଏହି ଯାତ୍ରାରେ ପରିବାର ଓ ପ୍ରଶିକ୍ଷକ ଅଞ୍ଜଳି ଭାବଗତଙ୍କ ସହାୟତା ବିଷୟରେ କହିଥିଲେ । ପ୍ରିୟେଶା ଦେଶମୁଖଙ୍କ ସଫଳତା ପଛରେ ଅଞ୍ଜଳି ଭାବଗତଙ୍କ ଭୂମିକା ନିମନ୍ତେ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ପୁନେକର ପ୍ରିୟେଶଙ୍କ ନିର୍ଭୁଲ ହିନ୍ଦୀର ପ୍ରଶଂସା କରିଥିଲେ । 

ଟେନିସ ଖେଳାଳୀ ଜାଫ୍ରିନ ଶେଖ ମଧ୍ୟ ତାଙ୍କ ମାତା-ପିତାଙ୍କ ସମର୍ଥନ ବିଷୟରେ କହିଥିଲେ । ଜାଫ୍ରିନ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହୋଇଥିବାରୁ ତାଙ୍କ ଖୁସି ଜାହିର କରିଥିଲେ । ପ୍ରଧାନମନ୍ତ୍ରୀ ନିଜର ସାମର୍ଥ୍ୟ ଓ ପରାକ୍ରମ ଯୋଗୁଁ ଦେଶର ଅନ୍ୟ ଝିଅ ତଥା ଯୁବତୀମାନଙ୍କ ନିମନ୍ତେ ପଥପ୍ରଦର୍ଶକ ହେବେ ବୋଲି କହିଥିଲେ । “ତୁମେ ପ୍ରମାଣ କରିଛି ଯେ ଯଦି ଭାରତରେ ଝିଅମାନେ ଯେକୌଣସି ଲକ୍ଷ୍ୟ ପ୍ରତି ନିଜର ନଜର ରଖିବେ, ତେବେ ସେମାନଙ୍କୁ କୌଣସି ଘାତ ପ୍ରତିଘାତ ମଧ୍ୟ ରୋକିପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନଙ୍କ ସଫଳତା ଖୁବ୍ ମହାନ ଓ ସେମାନଙ୍କ ଏଥିପ୍ରତି ଅନୁରାଗ ଭବିଷ୍ୟତରେ ଆହୁରି ଗୌରବମୟ ସମ୍ଭାବନାର ସୂଚନା ଦେଉଛି । “ ଏହି ଅନୁରାଗ ଓ ଉତ୍ସାହ ବଳବତ୍ତର ରଖ । ଏହା ଆମ ଦେଶର ଅଭିବୃଦ୍ଧି ଓ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିବାର ଦ୍ୱାରା ଉନ୍ମୁକ୍ତ କରିବ” ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଜଣେ ଦିବ୍ୟାଙ୍ଗ ଆନ୍ତର୍ଜାତିକ କ୍ରୀଡା ମଂଚରେ ଉତ୍କର୍ଷ ପ୍ରତିପାଦନ କରେ, ତା’ର ସଫଳତା କ୍ରୀଡାଙ୍ଗନା ଛଡା ଅନେକ ଅନେକ ଦୂରରେ ପ୍ରତିଧ୍ୱନିତ ହୋଇଥାଏ । ଏହା ଦେଶର ସଂସ୍କୃତିକୁ ପ୍ରଦର୍ଶିତ କରିବା ସହ ସମ୍ବେଦନଶୀତାଳକୁ ମଧ୍ୟ ଦର୍ଶାଇଥାଏ । ସେଥିପାଇଁ “ଆପଣମାନଙ୍କ ଅବଦାନ ଯୋଗୁଁ ସୃଷ୍ଟି ହେଉଥିବା ସକରାରତ୍ମକ ଛବି, ଅନ୍ୟାନ୍ୟ କ୍ରୀଡାବିତ୍‌ଙ୍କ ତୁଳନାରେ ଯଥେଷ୍ଟ ଅଧିକ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

କଥାବାର୍ତ୍ତା ପରେ ପ୍ରଧାନମନ୍ତ୍ରୀ ଟ୍ୱିଟ୍ ଜରିଆରେ କହିଛନ୍ତି ଯେ“ଯେଉଁ ବିଜେତା ଗଣ ଶ୍ରୁତିବାଧିତ ଅଲିମ୍ପିକ୍ସରେ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ସେମାନଙ୍କ ସହ କଥାବାର୍ତ୍ତାକୁ ମୁଁ କେବେ ବି ଭୂଲିପାଇବି ନାହିଁ । କ୍ରୀଡାବିତ୍‌ମାନେ ସେମାନଙ୍କ ଅଭିଜ୍ଞତା ବଖାଣିଛନ୍ତି ଓ ମୁଁ ସେମାନଙ୍କ ଉତ୍ସାହ ଓ ସଂକଳ୍ପ ଅନୁଭବ କରିଛି । ସମସ୍ତଙ୍କୁ ମୋର ଶୁଭେଚ୍ଛା । “ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ “ଆମର ବିଜେତାମାନଙ୍କ ଯୋଗୁଁ ଏଥରର ଶ୍ରୁତିବାଧିତ ଅଲିମ୍ପିକ୍‌ସ ଦେଶ ପାଇଁ ସର୍ବୋତ୍ତମ ହୋଇପାରିଛି ।”

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check

Media Coverage

'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 18, 2026
May 18, 2026

Norway to Netherlands: PM Modi's Leadership Turns Heritage, Honors & High-Tech Deals into India's Global Momen