PM greets people across India on various festivals

ଦେଶବ୍ୟାପୀ ବିଭିନ୍ନ ପର୍ବପର୍ବାଣୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

“ବିଭିନ୍ନ ପର୍ବ ଅବସରରେ ଦେଶବ୍ୟାପୀ ଜନସାଧାରଣଙ୍କୁ ଶୁଭେଚ୍ଛା । ଏହି ପବିତ୍ର ଦିନ ସମସ୍ତଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ଆଣିଦେଉ ।
ବଙ୍ଗାଳୀ ବନ୍ଧୁମାନଙ୍କୁ ଶୁଭ ନବବର୍ଷ । ପୋଇଲା ବୈଶାଖ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଏହି ବର୍ଷଟି ସମସ୍ତଙ୍କ ପାଇଁ ଶୁଭଦାୟକ ହେବ ବୋଲି ପ୍ରାର୍ଥନା ।
ବୋହାଗ ବିହୁର ପବିତ୍ର ଅବସରରେ ଆସାମବାସୀଙ୍କୁ ଶୁଭେଚ୍ଛା ଜଣାଉଛି ।

ମୋର ତାମିଲ ଭାଇ ଭଉଣୀମାନଙ୍କୁ ପୁଠାଣ୍ଡୁ ଅବସରରେ ଶୁଭେଚ୍ଛା ଜଣାଉଛି । ଏହି ବର୍ଷଟି ଆପଣମାନଙ୍କ ପାଇଁ ସୁଖ, ସମୃଦ୍ଧି ଓ ସ୍ୱାସ୍ଥ୍ୟପ୍ରଦ ବର୍ଷ ହେଉ ।
ବିଶୁର ସ୍ୱତନ୍ତ୍ର ଅବସରରେ, କେରଳ ବାସୀଙ୍କୁ ଶୁଭେଚ୍ଛା ଜଣାଉଛି । ଏହି ବର୍ଷ ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ନେଇଆସିବ ବୋଲି ପ୍ରାର୍ଥନା ।

ପ୍ରିୟ ଓଡିଶାବାସୀଙ୍କୁ ମହାବିଷୁବ ସଂକ୍ରାନ୍ତିର ଅଭିନନ୍ଦନ । ନବବର୍ଷରେ ଆପଣମାନଙ୍କ ସକଳ ଆଶା ଓ ଅଭିଳାଷ ପୂରଣ ହେଉ ବୋଲି ପ୍ରଧାନମନ୍ତ୍ରୀ ଶୁଭକାମନା” ଜଣାଇଛନ୍ତି । କ୍ରମାଗତ ଟ୍ୱିଟ ଜରିଆରେ ପ୍ରଧାନମନ୍ତ୍ରୀ ଏହି ବାର୍ତ୍ତା ଦେଇଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Why Abrogation Of Article 370 Was A Strategic Necessity For India

Media Coverage

Why Abrogation Of Article 370 Was A Strategic Necessity For India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 05, 2026
August 05, 2026

Viksit Bharat in Action: Inclusive, Green, and Globally Competitive Under PM Modi