ଇଣ୍ଡୋନେସିଆର ଜାକର୍ତା-ପାଲେମବାଙ୍ଗଠାରେ ଚାଲିଥିବା 18ତମ ଏସୀୟ କ୍ରୀଡା 2018ର ପୁରୁଷ ଡବଲ୍ସ ଟେନିସ ବର୍ଗରେ ସ୍ୱର୍ଣ୍ଣ ପଦକ ବିଜୟୀ ରୋହନ ବୋପାନ୍ନା ଏବଂ ଦିଭିଜ ଶରଣଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
“ଯେତବେଳେ ରୋହନ ବୋପାନ୍ନା ଓ ଦିଭିଜ ଶରଣ ଖେଳନ୍ତି, ଚମତ୍କାର ଟେନିସ ଖେଳର ଆଶା କରାଯାଏ! ପୁରୁଷ ଡବଲ୍ସ ବର୍ଗରେ ସେମାନେ ହକଦାର ଥିବା ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି । ଏହି ଖେଳାଳିମାନଙ୍କୁ ଅଭିନନ୍ଦନ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
When @rohanbopanna and @divijsharan play, expect wonderful tennis! A well-deserved Gold for them in the Men’s Doubles event. Congrats to these players. #AsianGames2018 pic.twitter.com/DKDm1oLdTg
— Narendra Modi (@narendramodi) August 24, 2018


