ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କ୍ରୀଡାବିତ୍ ମାନଙ୍କୁ ୭୧ ପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇ ଏହାକୁ ଏସୀୟ କ୍ରୀଡାରେ ଭାରତର ସର୍ବଶ୍ରେଷ୍ଠ ପଦକ ବୋଲି କହିଛନ୍ତି ।
ସେ ଏହି ତାଲିକାକୁ କ୍ରୀଡାବିତ୍ ମାନଙ୍କ ଅଦ୍ୱିତୀୟ ଉତ୍ସର୍ଗୀକୃତ ମନୋଭାବ, ଧୈର୍ଯ୍ୟ ଏବଂ କ୍ରୀଡା ଭାବନାର ଏକ ପ୍ରମାଣ ବୋଲି କହିଛନ୍ତି ।
ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି
ଏସୀୟ କ୍ରୀଡାରେ ଭାରତ ପୂର୍ବ ଅପେକ୍ଷା ଅଧିକ ଉଜ୍ଜ୍ୱଳ ପ୍ରଦର୍ଶନ କରିଛି!
୭୧ ଟି ପଦକ ସହିତ, ଆମେ ଆମର ସର୍ବଶ୍ରେଷ୍ଠ ପଦକ ତାଲିକାର ଉତ୍ସବ ପାଳନ କରୁଛୁ, ଯାହା ଆମର କ୍ରୀଡାବିତ୍ ମାନଙ୍କ ଅଦ୍ୱିତୀୟ ଉତ୍ସର୍ଗୀକୃତ ମନୋଭାବ, ଧୈର୍ଯ୍ୟ ଏବଂ କ୍ରୀଡା ଭାବନାର ଏକ ପ୍ରମାଣ ।
ପ୍ରତ୍ୟେକ ପଦକ କଠିନ ପରିଶ୍ରମ ଏବଂ ଉତ୍ସାହର ଜୀବନ ଯାତ୍ରାକୁ ଆଲୋକିତ କରେ ।
ସମଗ୍ର ଦେଶ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ । ଆମର କ୍ରୀଡାବିତ୍ ମାନଙ୍କୁ ଅଭିନନ୍ଦନ । "
India shines brighter than ever before at the Asian Games!
— Narendra Modi (@narendramodi) October 4, 2023
With 71 medals, we are celebrating our best-ever medal tally, a testament to the unparalleled dedication, grit and sporting spirit of our athletes.
Every medal highlights a life journey of hard work and passion.
A… pic.twitter.com/lkLaRvm8pn


