PM condoles the demise of Marshal of the Indian Air Force Arjan Singh

ଭାରତୀୟ ବାୟୁସେନାର ମାର୍ଶାଲ ଅର୍ଜନ ସିଂଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ନିଜ ଟ୍ୱିଟର ପୃଷ୍ଠାରେ ଏକାଧିକ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ବାୟୁ ସେନାର ଶକ୍ତି ବୃଦ୍ଧିରେ ମାର୍ଶାଲ ଅର୍ଜନ ସିଂହଙ୍କ ସମର୍ପିତ ପ୍ରୟାସ ଆମର ପ୍ରତିରକ୍ଷା ସାମର୍ଥ୍ୟକୁ ସୁଦୃଢ଼ କରିବାରେ ମହାନ ଯୋଗଦାନ ଦେଇଥିଲା । ତାଙ୍କୁ ଜଣେ ମହାନ ବାୟୁ ଯୋଦ୍ଧା ଏବଂ ଜଣେ ଭଲ ମଣିଷ ଭାବେ ଅଭିହିତ କରି ପ୍ରଧାନମନ୍ତ୍ରୀ ଅର୍ଜନ ସିଂହଙ୍କ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ଏହି ଦୁଃଖଦ ଘଟଣାରେ ମର୍ମାହତ ଲୋକମାନଙ୍କ ପ୍ରତି ନିଜର ସମବେଦନା ପ୍ରକଟ କରିଛନ୍ତି ।

“ଭାରତୀୟ ବାୟୁସେନାର ମାର୍ଶାଲ ଅର୍ଜନ ସିଂହଙ୍କ ବିୟୋଗରେ ସାରା ଭାରତ ଶୋକାଭିଭୂତ ହୋଇପଡ଼ିଛି । ଦେଶ ପାଇଁ ତାଙ୍କର ଅସାଧାରଣ ସେବାକୁ ଆମେ ସ୍ମରଣ କରୁଛୁ ।

ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧିରେ ଆଇଏଏଫ୍ ର ମାର୍ଶାଲ୍ ଅର୍ଜନ ସିଂଙ୍କ ସମର୍ପିତ ପ୍ରୟାସ ଆମ ପ୍ରତିରକ୍ଷା ସାମର୍ଥ୍ୟକୁ ସୁଦୃଢ଼ କରିବାରେ ବହୁତ ବଡ ଯୋଗଦାନ ଦେଇଥିଲା ।

1965ରେ ଯେତେବେଳେ ଭାରତୀୟ ବାୟୁସେନା ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଚାହୁଁଥିଲା, ଯେତେବେଳେ ଆଇଏଏଫ୍ ମାର୍ଶାଲ ଅର୍ଜନ ସିଂହଙ୍କ ଚମତ୍କାର ନେତୃତ୍ୱକୁ ସାରା ଭାରତ କେବେହେଲେ ଭୁଲିପାରିବ ନାହିଁ ।

କିଛି ଦିନ ପୂର୍ବେ ମୁଁ ତାଙ୍କୁ ଭେଟିଥିଲି । ଅସୁସ୍ଥତା ସତ୍ତ୍ୱେ, ମୁଁ ବାରଣ କରିଥିଲେ ମଧ୍ୟ ସେ ଉଠି ସାଲ୍ୟୁଟ କରିବା ପାଇଁ ପ୍ରୟାସ କରିଥିଲେ । ତାଙ୍କର ସୈନିକ ଶୃଙ୍ଖଳା ଏପରି ଥିଲା ।

ଏହି ମହାନ ବାୟୁ ଯୋଦ୍ଧା ଏବଂ ଉତ୍ତମ ମଣିଷ, ମାର୍ଶାଲ ଅର୍ଜନ ସିଂହଙ୍କ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ତାଙ୍କ ବିୟୋଗରେ ମର୍ମାହତ ଲୋକମାନଙ୍କ ପ୍ରତି ମୁଁ ଗଭୀର ସମବେଦନା ପ୍ରକଟ କରୁଛି ।”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Every voter had valid ID': Trump praises India polls, renews push for SAVE America Act

Media Coverage

'Every voter had valid ID': Trump praises India polls, renews push for SAVE America Act
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 18, 2026
August 18, 2026

PM Modi’s 12 Years of Structural Power: Manufacturing, FTAs, Airports & Uncompromising Security