ଜଷ୍ଟିସ (ଅବସରପ୍ରାପ୍ତ) ଏମ.ରାମ ଜୋଇସଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଜଷ୍ଟିସ (ଅବସରପ୍ରାପ୍ତ) ଏମ.ରାମ ଜୋଇସ ଜଣେ ବିଶିଷ୍ଟ ବୁଦ୍ଧିଜୀବୀ ଏବଂ ଆଇନ ବିଶାରଦ ଥିଲେ । ତୀକ୍ଷ୍ଣ ବୁଦ୍ଧି ଏବଂ ଭାରତର ଗଣତାନ୍ତ୍ରିକ ଢାଞ୍ଚାକୁ ସୁଦୃଢ କରିବାରେ ତାଙ୍କର ଅବଦାନ ପାଇଁ ସେ ପ୍ରଶଂସିତ ହୋଇଥିଲେ । ତାଙ୍କ ଦେହାନ୍ତରେ ମର୍ମାହତ । ଏଭଳି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା । ଓମ ଶାନ୍ତି” ।
Justice (Retd.) M. Rama Jois was a towering intellectual and jurist. He was admired for his rich intellect and contributions towards making India’s democratic fabric stronger. Saddened by his demise. My thoughts are with his family and admirers in this sad hour. Om Shanti.
— Narendra Modi (@narendramodi) February 16, 2021


