କୋଭିଡ-19 କାରଣରୁ ନିଜର ମାତାପିତାଙ୍କୁ ହରାଇ ଅନାଥ ହୋଇଥିବା ଶିଶୁଙ୍କୁ ସହାୟତା ଯୋଗାଇ ଦେବା ନିମନ୍ତେ କିଭଳି ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କରେ ଆଲୋଚନା ଓ ବିଚାରବିମର୍ଶ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନର କୋଭିଡ ମହାମାରୀର ପ୍ରଭାବିତ ହୋଇଥିବା ପିଲାମାନଙ୍କର କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ଏକାଧିକ ଲାଭଜନକ ସହାୟତା ଘୋଷଣା କରିଛନ୍ତି। ଏହି ସବୁ ସହାୟତା ଘୋଷଣା କରିବା ସମୟରେ ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଶିଶୁମାନେ ହେଉଛନ୍ତି  ଦେଶର ଭବିଷ୍ୟତ। ସେମାନଙ୍କୁ ସହାୟତା ଓ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଦେଶ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରିବ ଯାହାଫଳରେ ସେମାନେ ଦୃଢ଼ ନାଗରିକ ଭାବେ ବିକଶିତ ହୋଇପାରିବେ ଏବଂ ଏକ ଉଜ୍ଜ୍ବଳ ଭବିଷ୍ୟତ ପାଇପାରିବେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ଏକ ସଂଘର୍ଷପୂର୍ଣ୍ଣ ମୁହୂର୍ତ୍ତରେ, ଏକ ସମାଜ ଭାବେ, ଆମର କର୍ତ୍ତବ୍ୟ ହେଉଛି ଆମର ପିଲାମାନଙ୍କର ଯତ୍ନ ନେବା ଓ ଏକ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ସେମାନଙ୍କ ମନରେ ଆଶା ଜାଗ୍ରତ କରିବା। ଉଭୟ ମାତାପିତା କିମ୍ବା ସେମାନଙ୍କ ଯତ୍ନ ନେଉଥିବା ଅଭିଭାବକ କିମ୍ବା ଆଇନଗତ ଅଭିଭାବକ/ପୋଷ୍ୟ ମାତାପିତାଙ୍କୁ କୋଭିଡ 19 କାରଣରୁ ହରାଇଥିବା ଶିଶୁମାନଙ୍କୁ ‘ଶିଶୁଙ୍କ ଲାଗି ପିଏମ କେୟାର୍ସ’ ଯୋଜନାରେ ସହାୟତା ଯୋଗାଇ ଦିଆଯିବ। ସେ ମଧ୍ୟ କହିଥିଲେ ଯେ  ପିଏମ କେୟାର୍ସ ପାଣ୍ଠିକୁ ଉଦାର ଯୋଗଦାନ କାରଣରୁ ଏହି ସବୁ ପଦକ୍ଷେପ ଘୋଷଣା କରାଯାଇଛି। ଏହା କୋଭିଡ-19 ବିରୋଧରେ ଭାରତର ଲଢ଼େଇକୁ ସମର୍ଥନ କରିବ।

ଶିଶୁ ନାମରେ ସ୍ଥାୟୀ ଜମା :

  • ସ୍ବତନ୍ତ୍ର ଭାବେ ଡିଜାଇନ କରାଯାଇଥିବା ଏହି ଯୋଜନାରେ ପ୍ରତ୍ୟେକ ଶିଶୁ 18 ବର୍ଷ ବୟସରେ ଉପନୀତ ହେବା ପରେ ପିଏମ କେୟାର୍ସ ପାଣ୍ଠିରୁ ତାଙ୍କ ନାମରେ 10 ଲକ୍ଷ ଟଙ୍କାର ଏକ କର୍ପସ ପାଣ୍ଠି ସୃଷ୍ଟି କରାଯିବ। ଏହି କର୍ପସ:
  • 18 ବର୍ଷ ବୟସରେ ଉପନୀତ ହେବା ପରେ ମାସିକ ଆର୍ଥିକ ସହାୟତା/ଷ୍ଟାଇପେଣ୍ଡ ଯୋଗାଇ ଦିଆଯିବା କ୍ଷେତ୍ରରେ ବିନିଯୋଗ କରାଯିବ। ପରବର୍ତ୍ତ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମିଳିବାକୁ ଥିବା ଏହି ସହାୟତାରେ ଉଚ୍ଚ ଶିକ୍ଷା ଅବଧି ସମୟରେ ତାଙ୍କର ବ୍ୟକ୍ତିଗତ ଆବଶ୍ୟକତା ପୂରଣ କରାଯାଇପାରିବ ଏବଂ
  • 23 ବର୍ଷ ବୟସରେ ପହଞ୍ଚିବା ପରେ, ସେ ବ୍ୟକ୍ତିଗତ ଓ ପେସାଦାର ଉପଯୋଗ ଲାଗି ଏକକାଳୀନ ଅର୍ଥରାଶି ପାଇପାରିବେ।

ବିଦ୍ୟାଳୟ ଶିକ୍ଷା : 10ବର୍ଷରୁ କମ ପିଲାଙ୍କ ପାଇଁ

  • ଦିବସ ବିଦ୍ୟାର୍ଥୀ (ଡେ ସ୍କଲାର) ଭାବେ ଶିଶୁଙ୍କୁ ନିକଟସ୍ଥ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଏକ ଘରୋଇ ବିଦ୍ୟାଳୟରେ ନାମ ଲେଖାଯିବ।
  • ଯଦି ପିଲା ଜଣଙ୍କ ପୂର୍ବରୁ ଘରୋଇ ବିଦ୍ୟାଳୟରେ ନାମ ଲେଖାଇଥାନ୍ତି, ତା’ହେଲେ ପିଏମ କେୟାର୍ସ ପାଣ୍ଠିରୁ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ସ୍କୁଲ ଫି’ ପଇଠ କରାଯିବ।
  • ୟୁନିଫର୍ମ, ପାଠ୍ୟପୁସ୍ତକ ଓ ନୋଟବୁକ୍ ପାଇଁ ଅର୍ଥ ମଧ୍ୟ ପିଏମ କେୟାର୍ସରୁ ଦିଆଯିବ।

 

ବିଦ୍ୟାଳୟ ଶିକ୍ଷା : 11-18 ବର୍ଷର ପିଲାଙ୍କ ପାଇଁ

  • ପିଲାଙ୍କୁ ନିକଟରେ ଥିବା ସୈନିକ ସ୍କୁଲ, ନବୋଦୟ ବିଦ୍ୟାଳୟ ଭଳି କୌଣସି କେନ୍ଦ୍ରୀୟ ସରକାରୀ ଆବାସିକ ବିଦ୍ୟାଳୟରେ ନାମ ଲେଖାଇ ଦିଆଯିବ।
  • ଯଦି ପିଲା ଜଣକ ଅଭିଭାବକ/ଜେଜେବାପାଜେଜେମା/ବର୍ଦ୍ଧିତ ପରିବାରର ଅନ୍ୟ କୌଣସି ସଦସ୍ୟଙ୍କ ଯତ୍ନରେ ରହିବାକୁ ଚାହୁଁଥାନ୍ତି ତା’ହେଲେ ତାଙ୍କୁ ନିକଟସ୍ଥ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଅନ୍ୟ କୌଣସି ଘରୋଇ ବିଦ୍ୟାଳୟରେ ଦିବସ ବିଦ୍ୟାର୍ଥୀ ଭାବେ ନାମ ଲେଖାଇ ଦିଆଯିବ। ଏଥିପାଇଁ ପିଏମ କେୟାର୍ସ ପାଣ୍ଠିରୁ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ସ୍କୁଲ ଫି’ ପଇଠ କରାଯିବ।
  • ୟୁନିଫର୍ମ, ପାଠ୍ୟପୁସ୍ତକ ଓ ନୋଟବୁକ୍ ପାଇଁ ଅର୍ଥ ମଧ୍ୟ ପିଏମ କେୟାର୍ସରୁ ଦିଆଯିବ।

ଉଚ୍ଚ ଶିକ୍ଷା ପାଇଁ ସହାୟତା :

  • ପ୍ରଚଳିତ ଶିକ୍ଷା ଋଣ ସର୍ତ୍ତାବଳୀ ଅନୁଯାୟୀ ପିଲାମାନଙ୍କୁ ଭାରତରେ ପେସାଦାର ପାଠ୍ୟକ୍ରମ/ଉଚ୍ଚ ଶିକ୍ଷା ନିମନ୍ତେ ଶିକ୍ଷା ଋଣ ଯୋଗାଇ ଦିଆଯିବ। ଏହି ଋଣର ସୁଧ ପିଏମ କେୟାର୍ସରୁ ପଇଠ କରାଯିବ।
  • ଏକ ବିକଳ୍ପ ଭାବେ, କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଯୋଜନା ଅନ୍ତର୍ଗତ ଏପରି ପିଲାମାନଙ୍କୁ ସରକାରୀ ନିୟମ ଅନୁଯାୟୀ ସ୍ନାତକ/ଧନ୍ଦାମୂଳକ ଶିକ୍ଷା ପାଇଁ ଟ୍ୟୁସନ ଫି’/କୋର୍ସ ଫି’ ସହ ସମାନ ଶିକ୍ଷା ବୃତ୍ତି ଯୋଗାଇ ଦିଆଯିବ।
  • ଯେଉଁ ପିଲାମାନେ ବର୍ତ୍ତମାନର ବୃତ୍ତି ଯୋଜନା ପାଇଁ ଯୋଗ୍ୟ ହେବେ ନାହିଁ, ପିଏମ କେୟାର୍ସ ପାଣ୍ଠିରୁ ଏହା ସହ ସମାନ ବୃତ୍ତି ଯୋଗାଇ ଦିଆଯିବ।

ସ୍ବାସ୍ଥ୍ୟ ବୀମା

  • ସବୁ ପିଲାମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନା (ପିଏମ-ଜେଏଓ୍ବାଇ)ର ହିତାଧିକାରୀ ଭାବେ ପଞ୍ଜୀକରଣ କରାଯିବ ଓ 5 ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ଯୋଗାଇ ଦିଆଯିବ।
  • ଏପରି ପିଲାମାନଙ୍କ ବୀମାର ପ୍ରିମିୟମ ରାଶି 18 ବର୍ଷର ଆୟୁ ପର୍ଯ୍ୟନ୍ତ ପିଏମ କେୟାର୍ସ ପାଣ୍ଠିରୁ ଯୋଗାଇ ଦିଆଯିବ।
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s continuing tradition of celebrating its teachers

Media Coverage

India’s continuing tradition of celebrating its teachers
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 5, 2026
September 05, 2026

The New Indian Equation: Policy + People = Tangible Progress Under PM Modi