ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗବେଷଣାକୁ ମଣିଷର ଆତ୍ମା ଭଳି ଏକ ଶାଶ୍ୱତ ଉପକ୍ରମଭାବେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ ଗବେଷଣା ଏବଂ ନବସୃଜନର ଆନୁଷ୍ଠାନିକରଣର ଦ୍ୱୈତ ଲକ୍ଷ୍ୟକୁ ମିଳିତ ଉପଯୋଗ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି । ଜାତୀୟ ମାପ ଓ ଓଜନ ବିଚାର ଗୋଷ୍ଠୀ 2021ରେ ଉଦ୍‍ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଦୁଇ କାର୍ଯ୍ୟର ସୁଫଳ ଉଠାଇବାକୁ ପଡିବ । ଏହି ଅବସରରେ ସେ ଜାତୀୟ ଆଣବିକ ସମୟ ମାପକ ବା ଅଟୋମିକ୍‍ ଟାଇମ ସ୍କେଲ ଓ ଭାରତୀୟ ନିର୍ଦେଶକ ଦ୍ରବ୍ୟ ପ୍ରଣାଳୀକୁ ଜାତି ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି । ଏହାଛଡା ସେ ମଧ୍ୟ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ଜାତୀୟ ପରିବେଶଗତ ମାନ ପ୍ରୟୋଗଶାଳାର ଆଧାରଶିଳା ରଖିଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ବିଭିନ୍ନ ଜ୍ଞାନ ଓ ବିଷୟରେ ଗବେଷଣାର ଭୂମିକା ଉପରେ ସବିଶେଷ ଆଲୋଚନା କରିଥିଲେ । ସେ କହିଥିଲେ ଯେ ଯେକୌଣସି ପ୍ରଗତୀଶୀଳ ସମାଜରେ ଗବେଷଣା କେବଳ ଏକ ସ୍ୱାଭାବିକ ଅଭ୍ୟାସ ନୁହେଁ, ଏହା ଏକ ପ୍ରାକୃତିକ ପ୍ରକ୍ରିୟା । ସେ କହିଥିଲେ ଯେ ଗବେଷଣାର ପ୍ରଭାବ ବ୍ୟାବସାୟିକ କିମ୍ବା ସାମାଜିକ ହୋଇପାରେ ଏବଂ ଏହା ଆମର ଜ୍ଞାନର ପରିସୀମା ଓ  ବୋଧଜ୍ଞାନକୁ ବଢାଇଥାଏ । ଭବିଷ୍ୟତର ଗତିବିଧିକୁ ସବୁବେଳେ ଆନ୍ଦାଜ କରିବା ସମ୍ଭବ ନୁହେଁ । ସେହିଭଳି ଗବେଷଣାଲବ୍ଧ ଫଳର ବ୍ୟବହାରକୁ ମଧ୍ୟ ଅନୁମାନ କରିବା କଷ୍ଟ । ତେବେ ଗୋଟିଏ କଥା ନିଶ୍ଚିତ ଯେ ଗବେଷଣା ଜ୍ଞାନର ଏକ ନୂଆ ଅଧ୍ୟାୟ ଖୋଲେ; ଯାହା କେବେ ବ୍ୟର୍ଥ ଯାଏନି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଜେନେଟିକ୍‍ର ସ୍ରଷ୍ଟା ମେଣ୍ଡେଲ ଓ ନିକୋଲାସ ଟେସ୍‍ଲାଙ୍କ ଉଦାହରଣ ଦେଇଥିଲେ । ସେ କହିଥିଲେ ଯେ ସେମାନଙ୍କ ଗବେଷଣାର ମୂଲ୍ୟକୁ ବହୁ ବିଳମ୍ବରେ ସ୍ୱୀକୃତି ମିଳିଥିଲା ।

ଅନେକ ଥର ଗବେଷଣା ତତ୍କାଳ ଏହାର ଲକ୍ଷ୍ୟ ପୂରଣରେ ସଫଳ ହୋଇ ନ ଥାଏ ; କିନ୍ତୁ ଅନ୍ୟ କ୍ଷେତ୍ରରେ ତାହା ଯୁଗାନ୍ତକାରୀ ପ୍ରମାଣିତ ହୁଏ ବୋଲି ଉଲ୍ଲେଖକରି ପ୍ରଧାନମନ୍ତ୍ରୀ ଏହି ଅବସରରେ ବିଶିଷ୍ଟ ବୈଜ୍ଞାନିକ ଜଗଦୀଶଚନ୍ଦ୍ର ବୋଷଙ୍କ ମାଇକ୍ରୋୱେଭ ତତ୍ତ୍ୱର ଉଦାହରଣ ଦେଇଥିଲେ । ସେ କହିଥିଲେ ଏହି ତତ୍ତ୍ୱର ବ୍ୟାବସାୟିକ ଉପଯୋଗ ସେତେବେଳେ ହୋଇପାରି ନ ଥିଲା । ଏବେ କିନ୍ତୁ ସମଗ୍ର ରେଡିଓ ଯୋଗାଯୋଗ ବ୍ୟବସ୍ଥାର ଏହା ମୌଳିକ ଭିତ୍ତି ପାଲଟିଛି । ସେ ମଧ୍ୟ ବିଶ୍ୱ ଯୁଦ୍ଧ ସମୟରେ ହୋଇଥିବା ଗବେଷଣାଗୁଡିକର ଉଦାହରଣ ଦେଇଥିଲେ ଏବଂ ତାହା ବିଭିନ୍ନ କ୍ଷେତ୍ରରେ କିପରି ବିପ୍ଳବ ଆଣିଥିଲା ତାହା ସୂଚାଇଥିଲେ । ଏବେ ତାହାର ଲାଭ ଆମେ ଉଠାଉଛୁ ବୋଲି ସେ କହିଛନ୍ତି । ସେଥିପାଇଁ ଆମ ବୈଜ୍ଞାନିକଗଣ ବିଶେଷକରି ଯୁବ ବିଜ୍ଞାନୀମାନେ ଗବେଷଣାର ପାରସ୍ପରିକ ଉର୍ବରଣ ବା କ୍ରସ ଫର୍ଟିଲାଇଜେସନ ଉପରେ ଗୁରୁତ୍ୱ ଦେଇ ସେହି ସମ୍ଭାବନାର ଦିଗକୁ ଉନ୍ମୋଚନ କରିବାର ଆବଶ୍ୟକତା ରହିଛି । ଏହି ଯୁବ ବିଜ୍ଞାନୀମାନେ ନିଜ କ୍ଷେତ୍ର ବାହାରେ ମଧ୍ୟ ନିଜର ଗବେଷଣା ସମ୍ଭାବନାକୁ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଛୋଟ ଛୋଟ ଗବେଷଣା କିପରି ଦୁନିଆର ରୂପ ବଦଳାଇଛି ତାହାର ଅନେକ ଉଦାହରଣ ଦେଇଥିଲେ । ସେ କହିଥିଲେ ଯେ ଆଜି ଯେଉଁ ବିଜୁଳି ଶକ୍ତି ଦ୍ୱାରା ପ୍ରାୟ ସବୁକାମ କରାଯାଉଛି ତାହା ଏହିଭଳି ଗବେଷଣାରୁ ବାହାରିଛି । ପରିବହନ, ଯୋଗାଯୋଗ, ଉଦ୍ୟୋଗ ଏବଂ ଦୈନନ୍ଦିନ ଜୀବନରେ ଏହା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି । ସେହିଭଳି ସେମିକଣ୍ଡକ୍ଟର ଭଳି ସାମଗ୍ରୀର ଉଦ୍ଭାବନ ଡିଜିଟାଲ ବିପ୍ଳବ ଆଣି ଆମ ଜୀବନକୁ ଋଦ୍ଧିମନ୍ତ କରିଛି । ଆମ ଯୁବ ଗବେଷକଙ୍କ ଆଗରେ ଏଭଳି ଅନେକ ସମ୍ଭାବନା ରହିଛି । ସେଥିରେ ସେମାନଙ୍କ ସଫଳତା ଓ ଉଦ୍ଭାବନ ଆମ ପାଇଁ ସଂପୂର୍ଣ୍ଣଭାବେ ଏକ ନୂଆ ଭବିଷ୍ୟତ ନିମନ୍ତେ ବାଟ କଢାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଭବିଷ୍ୟତର ଆବଶ୍ୟକତା ପୂରଣ ପାଇଁ ଏକ ପରିବେଶତନ୍ତ୍ର ସୃଷ୍ଟି କରିବାକୁ ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି ଯେ ଭାରତ ଇତିମଧ୍ୟରେ ବିଶ୍ୱ ଇନୋଭେସନ ର‌୍ୟାଙ୍କିଙ୍ଗରେ ଶ୍ରେଷ୍ଠ ୫୦ ଦେଶଙ୍କ ମଧ୍ୟରେ ସ୍ଥାନ ପାଇଛି । ଇଂଜିନିୟରିଂ ଓ ବିଜ୍ଞାନ ପବ୍ଳିକେସନ କ୍ଷେତ୍ରରେ ପିଅର ରିଭ୍ୟୁରେ ଭାରତ ତୃତୀୟ ସ୍ଥାନ ହାସଲ କରିଛି । ଏଥିରୁ ପ୍ରମାଣିତ ହେଉଛି ଯେ ଆମେ ମୌଳିକ ଗବେଷଣା ଉପରେ ଗୁରୁତ୍ୱ ଦେଉଛୁ । ଏହାଦ୍ୱାରା ଉଦ୍ୟୋଗ ଏବଂ ଅନୁଷ୍ଠାନ ମଧ୍ୟରେ ସହଯୋଗ ଦୃଢୀଭୂତ ହେଉଛି । ବିଶ୍ୱର ସବୁ ବଡ଼ ବଡ଼ କଂପାନୀଗୁଡିକ ଭାରତରେ ସେମାନଙ୍କର ଗବେଷଣାଗାର ପ୍ରତିଷ୍ଠା କରୁଛନ୍ତି । ନିକଟ ଅତୀତରେ ଏ ସବୁ ଗବେଷଣାଗାରର ସଂଖ୍ୟା ଉଲ୍ଲେଖନୀୟଭାବେ ବଢିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଗବେଷଣା ଓ ନବସୃଜନର ସମ୍ଭାବନା ଭାରତୀୟ ଯୁବ ସମାଜ ପାଇଁ ଅସୀମ । ସୁତରାଂ ନବସୃଜନ ବା ଇନୋଭେସନର ଆନୁଷ୍ଠାନିକରଣ ଇନୋଭେସନ ଭଳି ସମାନଭାବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବୌଦ୍ଧିକ ସ୍ୱତ୍ୱାଧିକାରକୁ କିପରି ସୁରକ୍ଷିତ କରାଯିବ ଆମ ଯୁବ ସମାଜ ତାହା ବୁଝିବା ଉଚିତ । ଆମକୁ ମନେ ରଖିବାକୁ ପଡିବ ଯେ ଆମ ପେଟେଣ୍ଟର ସଂଖ୍ୟା ଅଧିକ ହେଲେ ସେଗୁଡିକର ଉପଯୋଗିତା ମଧ୍ୟ ଅଧିକ ରହିବ । ଆମ ପରିଚୟ ସବୁ କ୍ଷେତ୍ରରେ ଅଧିକ ମଜଭୁତ ହେବ ଏବଂ ଆମ ଗବେଷଣା ସୁଦୃଢ ତଥା ଅତ୍ୟାଧୁନିକ ସାବ୍ୟସ୍ତ ହୋଇପାରିବ । ଏହା ଭାରତୀୟ ସାମଗ୍ରୀ ବା ବ୍ରାଣ୍ଡ ଇଣ୍ଡିଆକୁ ଦୃଢ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଭାରତୀୟ ବୈଜ୍ଞାନିକମାନଙ୍କୁ ସେ କର୍ମଯୋଗୀଭାବେ ସମ୍ବୋଧିତ କରି ସେମାନେ ସନ୍ନ୍ୟାସୀ ପରି ପରୀକ୍ଷାଗାରରେ ନିଜ ଗବେଷଣାରେ ବ୍ରତୀ ରହୁଥିବାରୁ ସେମାନଙ୍କୁ ସେ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର 130 କୋଟି ଜନତାଙ୍କର ଯୋଗସୂତ୍ର ରକ୍ଷାକାରୀଭାବେ ଏହି ବୈଜ୍ଞାନିକମାନେ କାର୍ଯ୍ୟ କରୁଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Teachers: The artists of education

Media Coverage

Teachers: The artists of education
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 7, 2026
September 07, 2026

Vasudhaiva Kutumbakam in Action: Tech Hub, Border Villages, Global Leadership by PM Modi