PM Modi dedicates National Police Memorial to the nation, salutes the courage and sacrifice of police personnel
PM Modi announces award in the name of Netaji Subas Chandra Bose, to honour the police and paramilitary personnel, involved in disaster response operations
Central sculpture of the National Police Memorial represents capability, courage and service orientation of the police forces, says PM
National Police Memorial would inspire the citizens and educate them about the bravery of police and paramilitary personnel: PM
Under Modernization of Police Forces (MPF) scheme, we are equipping the police forces with latest technologies, modern communication systems and weapons: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଲିସ ସ୍ମୃତି ଦିବସ ଅବସରରେ ଜାତୀୟ ପୁଲିସ ସ୍ମାରକକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟଧାରାରେ ସଂପୃକ୍ତ ପୁଲିସ ଏବଂ ସଂସଦ ସୁରକ୍ଷା ବାହିନୀଙ୍କୁ ସମ୍ମାନିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ନାମରେ ଏକ ପୁରସ୍କାର ଘୋଷଣା କରିଛନ୍ତି । ବିପତ୍ତି ସମୟରେ ଜନସାଧାରଣଙ୍କ ଜୀବନ ବଂଚାଇବା ଲାଗି ଅଦମ୍ୟ ସାହାସିକତା ପ୍ରଦର୍ଶନର ସ୍ୱୀକୃତି ସ୍ୱରୂପ ଏହି ପୁରସ୍କାର ପ୍ରତିବର୍ଷ ପ୍ରଦାନ କରାଯିବ ।

ଶହୀଦମାନଙ୍କୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପୁଲିସ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ହଟସ୍ପ୍ରିଙ୍ଗ ଘଟଣାରେ ରକ୍ଷା ପାଇଯାଇଥିବା 3 ଜଣ ସଦସ୍ୟଙ୍କୁ ସେ ସମ୍ମାନିତ କରିଥିଲେ । ସେ ମଧ୍ୟ ଜାତୀୟ ପୁଲିସ ସ୍ମାରକୀ ସଂଗ୍ରହାଳୟର ଉଦଘାଟନ କରିବା ସହ ପରିଦର୍ଶକ ପୁସ୍ତିକାରେ ସ୍ୱାକ୍ଷର କରିଥିଲେ ।

ଏହି ଅବସରରେ ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ ଦେଶ ପାଇଁ ଜୀବନ ଉତ୍ସର୍ଗ କରିଥିବା ପୁଲିସମାନଙ୍କର ସାହସ ଏବଂ ତ୍ୟାଗକୁ ସାଲ୍ୟୁଟ କରିଥିଲେ । ଲଦାଖର ହଟ ସ୍ପ୍ରିଙ୍ଗଠାରେ ବୀରତାର ସହ ଲଢ଼େଇ କରିଥିବା ସାହାସୀ ପୁଲିସମାନଙ୍କର ତ୍ୟାଗକୁ ସ୍ମରଣ କରିବା ସହ ସେ ସେମାନଙ୍କର ପରିବାର ଏବଂ ସମ୍ପର୍କୀୟଙ୍କୁ ସମ୍ମାନିତ କରିଥିଲେ ।

ଜାତୀୟ ପୁଲିସ ସ୍ମାରକକୁ ଉତ୍ସର୍ଗ କରିବା ଅବସରରେ ଖୁସି ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏହି ସ୍ମାରକର କେନ୍ଦ୍ରୀୟ ମୂର୍ତ୍ତିକଳା ପୁଲିସ ବାହିନୀର ସାମର୍ଥ୍ୟ, ସାହସ ଏବଂ ସେବା ମନୋଭାବକୁ ସୂଚାଇଥାଏ । ସେ ପୁନଶ୍ଚ କହିଲେ ଯେ ଜାତୀୟ ପୁଲିସ ସ୍ମାରକର ଉଦ୍ଦେଶ୍ୟ ହେଉଛି ଏହା ନାଗରିକମାନଙ୍କୁ ପୁଲିସ ଏବଂ ଅର୍ଦ୍ଧସାମରିକ ବାହିନୀର ସାହାସିକତା ସମ୍ବନ୍ଧରେ ଅନୁପ୍ରାଣିତ ତଥା ଶିକ୍ଷିତ କରିବା ।

ସେ କହିଲେ ଯେ ସମ୍ପ୍ରତି ଦେଶ ଉପଭୋଗ କରୁଥିବା ଶାନ୍ତି, ସୁରକ୍ଷା ତଥା ସମୃଦ୍ଧି ପୁଲିସ, ଅର୍ଦ୍ଧସାମରିକ ବାହିନୀ, ସଂସଦ ସୁରକ୍ଷା ବଳ ତଥା ସଶସ୍ତ୍ର ବାହିନୀଙ୍କ ତ୍ୟାଗ ତଥା ନିୟମିତ ପ୍ରୟାସ ଯୋଗୁ ସମ୍ଭବ ହୋଇପାରିଛି । ପ୍ରଧାନମନ୍ତ୍ରୀ ମଧ୍ୟ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀର ଯୋଗଦାନ ଓ ତ୍ୟାଗ ସମ୍ବନ୍ଧରେ ସ୍ମରଣ କରିଥିଲେ ।

ଜାତୀୟ ପୁଲିସ ସ୍ମାରକ ସମ୍ବନ୍ଧରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏହି ସ୍ମାରକକୁ ଏନଡିଏ ସରକାର ଗୁରୁତ୍ୱ ପ୍ରଦାନ କରିଥିଲେ ଏବଂ ଏହା ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହୋଇଛି । ସେ କହିଲେ ଯେ ଯେଉଁ ବ୍ୟକ୍ତିମାନେ ଦେଶ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ସେମାନଙ୍କୁ ସର୍ବୋଚ୍ଚ ସମ୍ମାନ ପ୍ରଦର୍ଶନ କରିବା ନେଇ ସରକାରଙ୍କ ଅନ୍ତର୍ଦୃଷ୍ଟିକୁ ଏହି ସ୍ମାରକ ସୂଚାଇଥାଏ ।

ପ୍ରାଦ୍ୟୋଗିକୀର ଭୂମିକାକୁ ଗୁରୁତ୍ୱାରୋପ କରି ପୁଲିସମାନେ ସେମାନଙ୍କ ଦୈନଦିନ କର୍ତ୍ତବ୍ୟ ନିର୍ବାହ କରିବାରେ ପ୍ରାଦ୍ୟୋଗିକୀ ଏବଂ ନବାଚାର ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ପୁଲିସ ବାହିନୀକୁ  ଅନୁପ୍ରେରିତ କରିଥିଲେ । ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ପୁଲିସ ବାହିନୀ ଯୋଜନା (ଏମପିଏଫ)ର ଆଧୁନିକୀକରଣ ସମ୍ବନ୍ଧରେ ପ୍ରକାଶ କରିଥିଲେ, ଯାହାକି ବୈଷୟିକ ଜ୍ଞାନକୌଶଳ, ଅତ୍ୟାଧୁନିକ ଯୋଗାଯୋଗ ପ୍ରକ୍ରିୟା ଏବଂ ଅତ୍ୟାଧୁନିକ ଯନ୍ତ୍ରପାତି ମାଧ୍ୟମରେ ପୁଲିସ ବାହିନୀର ଆଧୁନିକୀକରଣ କରୁଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ପୁଲିସ ଓ ସମାଜ ମଧ୍ୟରେ ସମ୍ବନ୍ଧକୁ ସୁଦୃଢ଼ କରିବା ପାଇଁ ପୁଲିସ ବାହିନୀର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାର ଅଛି । ଏ ସମ୍ବନ୍ଧରେ ପୁଲିସ ଷ୍ଟେସନମାନଙ୍କରେ ନାଗରିକମାନଙ୍କ ପାଇଁ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

ଜାତୀୟ ପୁଲିସ ସ୍ମାରକୀରେ ରହିଛି – ମୂର୍ତ୍ତିକଳା, ଏବଂ କର୍ତ୍ତବ୍ୟ ପାଳନ କରିବା ସମୟରେ ଶହୀଦ ହୋଇଥିବା ପୋଲିସ କର୍ମଚାରୀଙ୍କ ନାମ ଉଲ୍ଲଖିତ ଏକ ସାହାସିକତା ସ୍ତମ୍ଭ ଏବଂ ଦେଶୀୟ ଶୈଳୀରେ ନିର୍ମିତ ଏକ ସଂଗ୍ରହାଳୟ ଯାହାକି ଶହୀଦ ହୋଇଥିବା ପୋଲିସ କର୍ମଚାରୀଙ୍କ ସ୍ମୃତିରେ ଉତ୍ସର୍ଗୀକୃତ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s electric PV retail sales jump 44% in February; Tata Motors leads: FADA

Media Coverage

India’s electric PV retail sales jump 44% in February; Tata Motors leads: FADA
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on Jan Aushadhi Diwas 2026
March 07, 2026
PM highlights transformative impact of Pradhan Mantri Bhartiya Janaushadhi Pariyojana

On the occasion of Jan Aushadhi Diwas 2026, the Prime Minister, Shri Narendra Modi extended his greetings to all those who have been positively impacted by the Pradhan Mantri Bhartiya Janaushadhi Pariyojana. Shri Modi said that this initiative reflects our commitment to ensuring that every citizen has access to quality medicines at affordable prices. Through Jan Aushadhi Kendras, countless families are saving on healthcare expenses and receiving proper treatment, Shri Modi added.

The Prime Minister also shared a glimpse of the transformative impact of the Pradhan Mantri Bhartiya Janaushadhi Pariyojana.

The Prime Minister wrote on X;

“On #JanAushadhiDiwas2026, my best wishes to all those who have been positively impacted by the Pradhan Mantri Bhartiya Janaushadhi Pariyojana. This initiative reflects our commitment to ensuring that every citizen has access to quality medicines at affordable prices. Through Jan Aushadhi Kendras, countless families are saving on healthcare expenses and receiving proper treatment.” 

“A glimpse of the transformative impact of Pradhan Mantri Bhartiya Janaushadhi Pariyojana.

#JanAushadhiDiwas2026”