ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପରସ୍ପର ମଧ୍ୟରେ ବର୍ଷ 2019 ଲାଗି ଆଜି ଟେଲିଫୋନ ଯୋଗେ ଶୁଭେଚ୍ଛା ବାର୍ତ୍ତା ଆଦାନ ପ୍ରଦାନ କରିଛନ୍ତି । ଖ୍ରୀଷ୍ଟମାସ ଅବସରରେ ରାଷ୍ଟ୍ରପତି ଏବଂ ରୁଷ ଅଧିବାସୀଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି, ଯାହାକି ଆଜି ରୁଷିଆରେ ଏହି ପର୍ବ ପାଳନ କରାଯାଉଛି ।

ଗତ କିଛି ବର୍ଷ ହେଲା ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ସ୍ଵତନ୍ତ୍ର ଓ ବିଶେଷାଧିକାର ରଣନୈତିକ ଭାଗୀଦାରୀତାରେ ଉଲ୍ଲେଖନୀୟ ସଫଳତା ହାସଲ ହୋଇଥିବାରୁ ଦୁଇ ନେତା ସନ୍ତୋଷ ପ୍ରକାଶ କରିଥିଲେ । ଗତ ମେ ମାସରେ ସୁଶୀଠାରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଏବଂ ରାଷ୍ଟ୍ରପତି ପୁଟିନଙ୍କ ଅକ୍ଟୋବର ମାସର ଦିଲ୍ଲୀ ଗସ୍ତ କାଳରେ ହୋଇଥିବା ସଫଳ ବାର୍ଷିକ ଶିଖର କଥାବାର୍ତ୍ତାକୁ ସ୍ମରଣ କରି ଦୁଇ ନେତା ଦ୍ଵିପାକ୍ଷିକ ସଂପର୍କକୁ ଆହୁରି ଗତି ଦେବା ଲାଗି ପ୍ରତିବଦ୍ଧତା ଦୋହରାଇଥିଲେ । ରାଷ୍ଟ୍ରପତି ପୁଟିନ ସେପ୍ଟେମ୍ବର 2019ରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମ ବୈଠକକୁ ପ୍ରଧାନମନ୍ତ୍ରୀଙ୍କୁ ପୁଣି ଥରେ ନିମନ୍ତ୍ରଣ ଜଣାଇଥିଲେ ।

ଏହାଛଡା ପ୍ରତିରକ୍ଷା ଓ ଆତଙ୍କବାଦ ନିରୋଧୀ ପ୍ରସଙ୍ଗ ସମେତ ଅନେକ ପ୍ରମୁଖ ଦ୍ଵୀପାକ୍ଷିକ ତଥା ଆନ୍ତର୍ଜାତିକ ପ୍ରସଙ୍ଗ ନେଇ ଦୁଇ ନେତା ଅଧିକ ପାରସ୍ପରିକ ସହଯୋଗ ସଂକ୍ରାନ୍ତରେ ଆଲୋଚନା କରିଥିଲେ ।

ବୈଶ୍ଵିକ ବହୁମୂଖୀ ଶୃଙ୍ଖଳାରେ ଭାରତ-ରୁଷିଆ ସହଯୋଗ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ ବୋଲି ଦୁଇ ନେତା ଏକମତ ହୋଇଥିଲେ । ତେଣୁ, ଦୁଇ ଦେଶ ଆଗାମୀ ସମୟରେ ଜାତିସଂଘ, ବ୍ରିକ୍ସ ଏବଂ ଅନ୍ୟାନ୍ୟ ବହୁଢାଞ୍ଚୀୟ ବ୍ୟବସ୍ଥାରେ ପାରସ୍ପରିକ ପରାମର୍ଶ ଓ ମିଳିତ ଆଲୋଚନା ଜାରି ରଖିବାକୁ ସହମତ ହୋଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rolls-Royce joins with HAL at the wheel to make India a major aerospace hub

Media Coverage

Rolls-Royce joins with HAL at the wheel to make India a major aerospace hub
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 15, 2026
May 15, 2026

Viksit Bharat Unleashed: PM Modi's Blueprint Delivers Energy Independence, Tech Boom, and Diplomatic Dominance