Quoteଭାରତୀୟ ପ୍ରତିରକ୍ଷା କ୍ଷେତ୍ର ସ୍ୱଚ୍ଛତା, ଆକାଂକ୍ଷିତ ଲକ୍ଷ୍ୟ ଓ ବ୍ୟବସାୟିକ ସୁଗମତା ଅଭିମୁଖେ ଅଗ୍ରସର ହେଉଛି: ପ୍ରଧାନମନ୍ତ୍ରୀ
Quoteପ୍ରତିରକ୍ଷା କ୍ଷେତ୍ରରେ ନିର୍ମାଣ ସାମର୍ଥ୍ୟ ବୃଦ୍ଧି ଦିଗରେ ଗୁରୁତ୍ୱ ଦିଆଯାଉଛି: ପ୍ରଧାନମନ୍ତ୍ରୀ

ପ୍ରତିରକ୍ଷା କ୍ଷେତ୍ରରେ ବଜେଟରେ ନିଆଯାଇଥିବା ପଦକ୍ଷେପ ଗୁଡିକୁ ପ୍ରଭାବୀ ଢ଼ଙ୍ଗରେ ତ୍ୱରାନ୍ୱିତ କରିବା ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ୱେବିନାରରେ ଅଭିଭାଷଣ ଦେବା ଅବସରରେ ପ୍ରକାଶ କରିଛନ୍ତି । ପ୍ରତିରକ୍ଷା କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରିବା ନେଇ ବିଶେଷ ଗୁରୁତ୍ୱ ଆରୋପ କରାଯାଇଥିବାରୁ ଏହି ୱେବିନାର ଖୁବ ତାତ୍ପର୍ଯ୍ୟପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସ୍ୱାଧୀନତା ପୂର୍ବରୁ ଦେଶରେ ଶହ ଶହ ଆୟୁଧ କାରଖାନା କାର୍ଯ୍ୟରତ ଥିଲା । ଉଭୟ ବିଶ୍ୱ ଯୁଦ୍ଧରେ ଭାରତରୁ ବହୁଳ ଅସ୍ତ୍ରଶସ୍ତ୍ର ରପ୍ତାନୀ ହେଉଥିଲା । ମାତ୍ର ସ୍ୱାଧୀନତା ପରେ ଯଦିଓ ଏ କ୍ଷେତ୍ରକୁ ଅଧିକ ମଜଭୁତ କରାଯିବା ଉଚିତ ଥିଲା, ଅନେକ କାରଣବଶତଃ ତାହା କରାଗଲା ନାହିଁ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର ଆମର ଯନ୍ତ୍ରୀ ଓ ବେଜ୍ଞାନିକ ମାନଙ୍କ ସାମର୍ଥ୍ୟ ଉପରେ ଆସ୍ଥା ରଖି ତେଜସ ଲଢ଼ୁଆ ବିମାନ ବିକଶିତ କଲେ ଓ ଆଜି ତେଜସ ସ୍ୱଚ୍ଛନ୍ଦରେ ଆକାଶରେ ଉଡୁଛି । ଅଳ୍ପ କେତେ ସପ୍ତାହ ପୂର୍ବରୁ ତେଜସ ରପ୍ତାନୀ ପାଇଁ 48 ହଜାର କୋଟି ଟଙ୍କା ବହିନା ମିଳିଛି ।

|

ସେ କହିଛନ୍ତି ଯେ 2014 ମସିହାଠାରୁ ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଚ୍ଛତା, ନିର୍ଦ୍ଦିଷ୍ଟ ଲକ୍ଷ୍ୟର ଆକଳନ ଓ ବ୍ୟାବସାୟିକ ସୁଗମତା ଆଣିବା ପାଇଁ ସରକାର ଅଧ୍ୟବସାୟ ଜାରି ରଖିଛନ୍ତି । ସରକାର ଏହି କ୍ଷେତ୍ରକୁ ଲାଇସେନ୍ସ ଓ ନିୟନ୍ତ୍ରଣ ମୁକ୍ତ, ରପ୍ତାନୀ ଅଭିମୁଖୀ, ବିଦେଶୀ ପୁଞ୍ଜିନିବେଶ ଓ ସ୍ୱାଧୀନ କରିବାକୁ ଅନେକ ପଦକ୍ଷେପ ନେଇଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ପ୍ରତିରକ୍ଷା କ୍ଷେତ୍ର ପାଇଁ ଭାରତ ଶହେଟି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀର ଏକ ତାଲିକା ପ୍ରସ୍ତୁତ କରିଛି ଯାହାକି ଆମର ସ୍ଥାନୀୟ କାରଖାନା ଗୁଡିକରେ ତିଆରି ହୋଇପାରିବ । ଏଥିପାଇଁ ଏକ ସମୟସୀମା ଧାର୍ଯ୍ୟ କରାଯାଇଛି, ଯାହା ଫଳରେ ଆମର କାରଖାନାଗୁଡିକ ଏଥିପାଇଁ ଯୋଜନା କରିପାରିବେ ।

ସରକାରୀ ଭାଷାରେ ଏହି ତାଲିକା ନକାରାତ୍ମକ ହୋଇପାରେ ମାତ୍ର ଆତ୍ମନିର୍ଭରଶୀଳତା ଭାଷାରେ ଏହା ସକାରାତ୍ମକ ବୋଲି କୁହାଯାଇପାରିବ । ଏହା ଏକ ସକାରାତ୍ମକ ତାଲିକା ଯାହାଯୋଗୁଁ ଆମ ଦେଶର ନିର୍ମାଣ ସାମର୍ଥ୍ୟ ବୃଦ୍ଧି ପାଇବ । ଏହି ସକାରାତ୍ମକତା ଯୋଗୁଁ ଆମର ଅଧିକ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ତାଲିକା ଯୋଗୁଁ ଆମକୁ ଆମର ପ୍ରତିରକ୍ଷା ଆବଶ୍ୟକତା ପାଇଁ ବିଦେଶୀ ରାଷ୍ଟ୍ର ଉପରେ ନିର୍ଭର କରିବାକୁ ପଡିବ ନାହିଁ । ଏହି ସକାରାତ୍ମକ ତାଲିକା ଦେଶୀୟ ସାମଗ୍ରୀ ଦେଶରେ ବିକ୍ରୀ ପାଇଁ ଗ୍ୟାରେଣ୍ଟି ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରତିରକ୍ଷା ବାବଦ ବ୍ୟୟବରାଦରେ ଦେଶୀୟ ସାମଗ୍ରୀ ଆହରଣ ନିମନ୍ତେ ମଧ୍ୟ ବ୍ୟବସ୍ଥା ରହିଛି । ଦେଶରେ ପ୍ରତିରକ୍ଷା ସାମଗ୍ରୀ ପରିପାଟ୍ଟୀ ପ୍ରସ୍ତୁତ ସହ ନିର୍ମାଣ କରିବାକୁ ସେ ବେସରକାରୀ କ୍ଷେତ୍ରକୁ ଆହ୍ୱାନ କରିଛନ୍ତି । ପ୍ରତିରକ୍ଷା ଉପକରଣ ତିଆରି କରି ବୈଶ୍ୱିକ ମଞ୍ଚରେ ସେମାନେ ବିଜୟ ପତାକା ଉଡାଇପାରିବେ ।

ସମଗ୍ର ନିର୍ମାଣ କ୍ଷେତ୍ର ପାଇଁ ଏମଏସଏମଇ ଏକ ମେରୁଦଣ୍ଡ ସଦୃଶ ବୋଲି ସେ କହିଛନ୍ତି । ଆଜି ଯେଉଁସବୁ ସଂସ୍କାରମୂଳକ ପଦକ୍ଷେପ ନିଆଯାଉଛି ସେଥିରେ ଏମଏସଏମଇକୁ ଅଧିକ ସ୍ୱାଧୀନତା ଦିଆଯାଇଛି । ଯାହା ଫଳରେ ଏହା ଅଧିକ ସଂପ୍ରସାରିତ ହେବାକୁ ପ୍ରୋତ୍ସାହନ ପାରିବ ।

ଦେଶରେ ଆଜି ଯେଉଁ ପ୍ରତିରକ୍ଷା କରିଡର ତିଆରି ହେଉଛି ତାହା ସ୍ଥାନୀୟ ଶିଳ୍ପୋଦ୍ୟୋଗୀ ଓ ନିର୍ମାଣକର୍ତ୍ତାଙ୍କୁ ସାହାଯ୍ୟ କରିବ । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଆମର ଜବାନ ଓ ଯୁବଗୋଷ୍ଠୀ ଉଭୟଙ୍କୁ ସଶକ୍ତ କରିବ ବୋଲି ସେ କହିଛନ୍ତି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

  • সন্তোষ দাস March 13, 2024

    খোয়াই বিধানসভা /25/5 বুথ বনকর দশমী ঘাট আমার নাম সন্তোষ দাস আমি বিজেপি সমরথক ভারত মাতা কী জয়
  • Alok Dixit (कन्हैया दीक्षित) December 27, 2023

    🙏🏻
  • Manoj Kumar Singh August 18, 2023

    🙏 भारत माता कि जय वन्देमातरम् 🌿🌳🦚
  • Bhagyanarayan May 13, 2022

    वन्दे मातरम्
  • Bhagyanarayan May 13, 2022

    जय श्री राम
  • G.shankar Srivastav April 10, 2022

    🚩ॐ सूर्याय नमः 🚩 🚩ॐ आदित्याय नमः 🚩 🚩ॐ भानुयाये नमः🚩 🙏सु प्रभात वंदन 🙏
  • Laxman singh Rana March 06, 2022

    namo namo namo 🇮🇳🌹
  • Laxman singh Rana March 06, 2022

    namo namo namo 🇮🇳
  • शिवकुमार गुप्ता February 20, 2022

    जय माँ भारती
  • शिवकुमार गुप्ता February 20, 2022

    जय भारत
Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
Indian economy remains positive amid global turbulence: Finance Ministry

Media Coverage

Indian economy remains positive amid global turbulence: Finance Ministry
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 28, 2025
June 28, 2025

Empowering a Nation Under the Leadership of PM Modi a Vision of Inclusion and Sustainability