ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ମହାମହିମ ଉର୍ସୁଲା ଭନ ଡର ଲେୟେନଙ୍କ ମଧ୍ୟରେ ଆଜି ଟେଲିଫୋନ୍‌ ଯୋଗେ ଆଲୋଚନା ହୋଇଛି।

ଦୁଇ ନେତା ଭାରତ ଏବଂ ୟୁରୋପୀୟ ସଂଘରେ ବର୍ତ୍ତମାନର କୋଭିଡ-19 ସ୍ଥିତି ତଥା ଭାରତ ପକ୍ଷରୁ କୋଭିଡ-19ର ଦ୍ୱିତୀୟ ଲହରୀର ମୁକାବିଲା ନିମନ୍ତେ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ମତ ବିନିମୟ କରିଥିଲେ । କୋଭିଡ-19ର ଦ୍ୱିତୀୟ ଲହରୀ ବିରୋଧରେ ଭାରତର ଲଢ଼େଇରେ ସହାୟତା କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ ୟୁରୋପୀୟ ସଂଘ ଏବଂ ଏହାର ସଦସ୍ୟ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ଯୋଗାଇ ଦିଆଯାଇଥିବା ତୁରନ୍ତ ସହାୟତାକୁ ପ୍ରଶଂସା କରିଥିଲେ ।

ଶେଷଥର ପାଇଁ ଗତବର୍ଷ ଜୁଲାଇରେ ଅନୁଷ୍ଠିତ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀ ପରେ ଆପୋସ ରଣନୈତିକ ସହଭାଗିତା ନୂତନ ଭାବେ ଅଧିକ ଗତିଶୀଳ ହୋଇଛି ବୋଲି ଦୁଇ ନେତା ଆଲୋକପାତ କରିଥିଲେ । ଦୁଇ ନେତା ଏଥିପ୍ରତି ମଧ୍ୟ ସହମତି ବ୍ୟକ୍ତ କରିଥିଲେ ଯେ ଭାରତ-ୟୁରୋପୀୟ ସଂଘର ନେତାମାନଙ୍କର 8 ମେ 2021ରେ ଭର୍ଚୁଆଲ ମାଧ୍ୟମରେ ହେବାକୁ ଥିବା ଆଗାମୀ ବୈଠକ ଭାରତ-ୟୁରୋପୀୟ ସଂଘ ମଧ୍ୟରେ ପୂର୍ବରୁ ଚାଲିଆସିଥିବା ବହୁମୁଖୀ ସମ୍ପର୍କକୁ ନୂତନ ଭାବେ ଗତି ପ୍ରଦାନ କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଅବସର ଆଣିବ ।

ଭାରତ-ୟୁରୋପୀୟ ସଂଘର ନେତାମାନଙ୍କର ଆଗାମୀ ବୈଠକ ଇୟୁ +27 ରୂପରେ ହେବାକୁ ଥିବା ପ୍ରଥମ ବୈଠକ ହେବ ଏବଂ ଏହା ଭାରତ-ୟୁରୋପୀୟ ସଂଘ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି ଦୃଢ଼ କରିବାରେ ଉଭୟ ପକ୍ଷର ସହଭାଗୀ ଆକାଂକ୍ଷାକୁ ଦର୍ଶାଉଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s maternal mortality drops nearly 80% since 1990: Global study

Media Coverage

India’s maternal mortality drops nearly 80% since 1990: Global study
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 29, 2026
March 29, 2026

Citizens Praise PM Modi for The Visionary Shift: Empowering Every Citizen in an Uncertain World