ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (25.09.2020) ଫୋନ ଯୋଗେ ଜାପାନ ପ୍ରଧାନମନ୍ତ୍ରୀ ସୁଗା ୟୋଶିହିଦେଙ୍କ ସହ କଥାବାର୍ତ୍ତା ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତ ହୋଇଥିବାରୁ ସୁଗାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଶୁଭେଚ୍ଛା ଜଣାଇବା ସହ ଲକ୍ଷ୍ୟ ହାସଲରେ ସଫଳତା ପାଇଁ ଶୁଭକାମନା ଜଣାଇ ଥିଲେ । ଗତ କିଛି ବର୍ଷ ହେଲା ଭାରତ-ଜାପାନ ମଧ୍ୟରେ ରଣନୀତିକ ଭାଗିଦାରୀ ବେଶ ବଢିଛି । ପାରସ୍ପରିକ ବିଶ୍ୱାସ ତଥା ଚିନ୍ତାଧାରା ବିନିମୟ ମାଧ୍ୟମରେ ଏହାକୁ ମଜବୁତ କରିବା ଉପରେ ଦୁଇ ନେତା ଗୁରୁତ୍ୱ ଦେଇଥିଲେ ।

ଦୁଇ ଦେଶ ମଧ୍ୟରେ ଭାଗିଦାରୀ କୋଭିଡ-19 ମହାମାରୀ ଭଳି ବିଶ୍ୱବ୍ୟାପୀ ଆହ୍ୱାନକୁ ଦୃଷ୍ଟିରେ ରଖି ଅଧିକ ପ୍ରାସଙ୍ଗିକ ବୋଲି ଦୁଇ ନେତା ଏକମତ ହୋଇଥିଲେ । ଅବାଧ, ଖୋଲା ଓ ସମ୍ମିଳିତ ଭାରତ-ପ୍ରଶାନ୍ତମହାସାଗରୀୟ ଅଂଚଳର ଆର୍ଥିକ ରୂପରେଖ ନମନୀୟ ଯୋଗାଣ ଶୃଙ୍ଖଳା ଉପରେ ଆଧାରିତ ହେବା ଦରକାର ବୋଲି ଦୁଇ ନେତା ଗୁରୁତ୍ୱ ଦେବା ସହ ଭାରତ, ଜାପାନ ଓ ଅନ୍ୟ ସମାନ ବିଚାରଧାରା ଥିବା ଦେଶଗୁଡିକୁ ସହଯୋଗ ପାଇଁ ଆମନ୍ତ୍ରଣ ଜଣାଇଥିଲେ । ଉଭୟ ନେତା ଦୁଇ ଦେଶର ପ୍ରଗତିଶୀଳ ଅର୍ଥନୈତିକ ଭାଗିଦାରୀକୁ ପ୍ରଶଂସା କରିଥିଲେ ଓ ଏହି ମର୍ମରେ କୁଶଳୀ ଶ୍ରମିକଙ୍କ ସହ ସମ୍ପର୍କିତ ରାଜିନାମାର ବିଷୟବସ୍ତୁକୁ ଅନ୍ତିମ ରୂପ ପ୍ରଦାନକୁ ସ୍ୱାଗତ କରିଥିଲେ ।

କୋଭିଡ-19 ମହାମାରୀ ଜନିତ ସ୍ଥିତି ସୁଧୁରିବା ପରେ ବାର୍ଷିକ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀ ଅବସରରେ ଭାରତ ଗସ୍ତରେ ଆସିବା ପାଇଁ ଜାପାନ ପ୍ରଧାନମନ୍ତ୍ରୀ ସୁଗାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଆମନ୍ତ୍ରଣ ଜଣାଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How GST 2.0 changed India’s car market and boosted small car sales

Media Coverage

How GST 2.0 changed India’s car market and boosted small car sales
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 19, 2026
May 19, 2026

Exports Up, Economy Strong, World Collaborating: PM Modi's Reforms Delivering Jobs, Growth & Green Future