ମହାମହିମ,

ମୋର ବନ୍ଧୁ ରାଷ୍ଟ୍ରପତି ଇରଫାନ ଅଲ୍ଲୀ ଏବଂ ପ୍ରଧାନମନ୍ତ୍ରୀ ଡ଼ିଙ୍କନ ମିଚେଲଙ୍କ ସହ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀର ଆୟୋଜନ କରି ମୁଁ ଅତ୍ୟନ୍ତ ଆନନ୍ଦିତ । ମୁଁ କାରିକମ୍ ପରିବାରର ସମସ୍ତ ସଦସ୍ୟଙ୍କୁ ହୃଦୟରୁ ସ୍ୱାଗତ କରୁଛି ଏବଂ ଏହି ଶିଖର ସମ୍ମିଳନୀର ଉତ୍ତମ ଆୟୋଜନ ପାଇଁ ରାଷ୍ଟ୍ରପତି ଇରଫାନ ଅଲ୍ଲୀଙ୍କୁ ବିଶେଷ ଭାବରେ ଧନ୍ୟବାଦ ଜଣାଉଛି ।

କିଛି ମାସ ପୂର୍ବରୁ  “ହାରିକେନ ବୋରିଲ୍' ରେ ପ୍ରଭାବିତ ଦେଶ ଗୁଡିକ ମଧ୍ୟରେ ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ଯୋଗୁଁ କେତେକ ଦେଶରେ ବ୍ୟାପକ ଧନଜୀବନ ହାନି ହୋଇଥିଲା। ସମସ୍ତ ଭାରତୀୟଙ୍କ ତରଫରୁ ମୁଁ ଗଭୀର ସମବେଦନା ଜଣାଉଛି ।

ମହାମହିମ,

ପାଞ୍ଚ ବର୍ଷ ର ବ୍ୟବଧାନ ପରେ ଆଜି ଆମର ବୈଠକ ହେଉଛି । ଏହି ପାଞ୍ଚ ବର୍ଷ ମଧ୍ୟରେ ବିଶ୍ୱରେ ଅନେକ ପରିବର୍ତ୍ତନ ଆସିଛି ଏବଂ ମାନବଜାତି ଅନେକ ଉତ୍ତେଜନା ଏବଂ ସଙ୍କଟର ସମ୍ମୁଖୀନ ହୋଇଛି ।

ଗ୍ଲୋବାଲ ସାଉଥ୍ ରେ ଆମ ଭଳି ଦେଶ ଉପରେ ଏହା ସବୁଠାରୁ ଅଧିକ ଏବଂ ନକାରାତ୍ମକ ପ୍ରଭାବ ପକାଇଛି। ସେଥିପାଇଁ ଭାରତ ସର୍ବଦା ଅଂଶୀଦାର ଆହ୍ୱାନର ମୁକାବିଲା କରିବା ପାଇଁ କାରିକମ୍ ସହ ମିଶି କାମ କରିବାକୁ ଚେଷ୍ଟା କରିଆସିଛି ।

କୋଭିଡ୍ ହେଉ, ପ୍ରାକୃତିକ ବିପର୍ଯ୍ୟୟ ହେଉ, ଦକ୍ଷତା ବୃଦ୍ଧି ହେଉ କିମ୍ବା ବିକାଶ ମୂଳକ ପଦକ୍ଷେପ ହେଉ, ଭାରତ ଏକ ଭରସାଯୋଗ୍ୟ ସହଯୋଗୀ ଭାବେ ସମସ୍ତଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଛିଡ଼ା ହୋଇଛି।

ମହାମହିମ,

ଆମର ଶେଷ ବୈଠକରେ ଆମେ ଅନେକ ନୂତନ ଏବଂ ସକାରାତ୍ମକ ପଦକ୍ଷେପ ଚିହ୍ନଟ କରିଥିଲୁ । ମୁଁ ଖୁସି ଯେ ଏସବୁ ଉପରେ ଅଗ୍ରଗତି ହେଉଛି । ଭବିଷ୍ୟତରେ ଆମର ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ମୁଁ କିଛି ପ୍ରସ୍ତାବ ଉପସ୍ଥାପନ କରିବାକୁ ଚାହୁଁଛି ।

 

ଏହି ପ୍ରସ୍ତାବଗୁଡ଼ିକ ସାତଟି ମୁଖ୍ୟ ସ୍ତମ୍ଭ ଉପରେ ଆଧାରିତ ଏବଂ ଏହି ସ୍ତମ୍ଭଗୁଡ଼ିକ ହେଲା: ସି, ଏ, ଆର୍, ଆଇ, ସି, ଓ, ଏମ୍, ଅର୍ଥାତ୍ କାରିକମ୍ ।

ପ୍ରଥମ, 'ସି'ର ଅର୍ଥ ହେଉଛି ଦକ୍ଷତା ବୃଦ୍ଧି। ବୃତ୍ତି, ପ୍ରଶିକ୍ଷଣ ଏବଂ ବୈଷୟିକ ସହାୟତା ମାଧ୍ୟମରେ କାରିକମ୍ ଦେଶଗୁଡ଼ିକର ଦକ୍ଷତା ବିକାଶରେ ଭାରତ କ୍ରମାଗତ ଭାବେ ଯୋଗଦାନ ଦେଇ ଆସୁଛି। ଆଜି ମୁଁ ଆସନ୍ତା ପାଞ୍ଚ ବର୍ଷ ପାଇଁ ଭାରତ ଦ୍ୱାରା ପ୍ରଦାନ କରାଯାଉଥିବା ଆଇଟିସି (ଆଇଟେକ) ବୃତ୍ତିରେ ୧୦୦୦ ସ୍ଲଟ୍ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଉଛି।

ଯୁବକମାନଙ୍କ ମଧ୍ୟରେ ବୈଷୟିକ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ବେଲିଜରେ ଏକ ବୈଷୟିକ ବିକାଶ କେନ୍ଦ୍ର ସ୍ଥାପନ କରିଛୁ । ସମସ୍ତ କାରିକମ୍ ଦେଶର ବ୍ୟବହାର ପାଇଁ ଆମେ ଏହାର ସ୍କେଲ ଏବଂ ଆକାର କୁ ବିସ୍ତାର କରିବୁ ।

କାରିକମ୍ ଅଞ୍ଚଳ ପାଇଁ ଏକ ଫରେନସିକ୍ ସେଣ୍ଟର ପ୍ରତିଷ୍ଠା କରିବା ଉପରେ ମଧ୍ୟ ଆମେ କାମ କରିବୁ। ପ୍ରଶାସନିକ କର୍ମଚାରୀଙ୍କ ନିରନ୍ତର ଦକ୍ଷତା ବୃଦ୍ଧି ପାଇଁ ଆମେ ଭାରତରେ "ଆଇ-ଜିଓଟି କର୍ମଯୋଗୀ ପୋର୍ଟାଲ" ବିକଶିତ କରିଛୁ ।

ଏହି ପୋର୍ଟାଲରେ ଟେକ୍ନୋଲୋଜି, ପ୍ରଶାସନ, ଆଇନ ଓ ଶିକ୍ଷା ଭଳି କ୍ଷେତ୍ରରେ ଅନଲାଇନ୍ ପାଠ୍ୟକ୍ରମ ରହିଛି। କାରିକମ୍ ଦେଶମାନଙ୍କ ପାଇଁ ମଧ୍ୟ ସମାନ ପୋର୍ଟାଲ ତିଆରି କରାଯାଇପାରିବ । ଗଣତନ୍ତ୍ରର ଜନନୀ ହିସାବରେ ଭାରତ ସଂସଦୀୟ ପ୍ରଶିକ୍ଷଣ ରେ କାରିକମ୍ ସହଯୋଗୀଙ୍କ ସହ କାମ କରିବାକୁ ମଧ୍ୟ ପ୍ରସ୍ତୁତ ଅଛି ।

ଦ୍ଵିତୀୟ, 'ଏ'ର ଅର୍ଥ ହେଉଛି କୃଷି ଓ ଖାଦ୍ୟ ନିରାପତ୍ତା। କୃଷି କ୍ଷେତ୍ରରେ ଡ୍ରୋନ୍, ଡିଜିଟାଲ୍ ଚାଷ, କୃଷି ଯାନ୍ତ୍ରିକୀକରଣ ଏବଂ ମୃତ୍ତିକା ପରୀକ୍ଷଣ ଭଳି ଜ୍ଞାନକୌଶଳ ଭାରତରେ କୃଷିରେ ପରିବର୍ତ୍ତନ ଆଣିଛି। ନାନୋ ସାର ସହିତ ପ୍ରାକୃତିକ ଚାଷ ଉପରେ ମଧ୍ୟ ଆମେ ଗୁରୁତ୍ୱ ଦେଉଛୁ । ଖାଦ୍ୟ ନିରାପତ୍ତାକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ବାଜରାକୁ ପ୍ରୋତ୍ସାହିତ କରୁଛୁ । ଭାରତର ପଦକ୍ଷେପକ୍ରମେ ଜାତିସଂଘ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ଘୋଷଣା କରିଛି।

ବାଜରା ହେଉଛି ଏକ ସୁପରଫୁଡ୍ ଯାହା ଯେ କୌଣସି ଜଳବାୟୁରେ ବଢିପାରେ । କାରିକମ୍ ଦେଶମାନଙ୍କ ପାଇଁ, ସେମାନେ ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ଖାଦ୍ୟ ନିରାପତ୍ତା ବୃଦ୍ଧି ପାଇଁ ଏକ ପ୍ରଭାବଶାଳୀ ମାଧ୍ୟମ ଭାବରେ କାର୍ଯ୍ୟ କରିପାରିବେ । ଆପଣଙ୍କ ଅଞ୍ଚଳରେ, "ସରଗାସମ ସାମୁଦ୍ରିକ" (ସି-ବିଡ) ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଅଟେ । ଏହା ହୋଟେଲ ଓ ପର୍ଯ୍ୟଟନ ଶିଳ୍ପକୁ ମଧ୍ୟ ପ୍ରଭାବିତ କରୁଛି। ଭାରତରେ ଆମେ ଏହି ସାମୁଦ୍ରିକ ଦ୍ରବ୍ୟରୁ ସାର ଉତ୍ପାଦନ ପାଇଁ ଜ୍ଞାନକୌଶଳ ବିକଶିତ କରିଛୁ ।

 

ଏହି ଜ୍ଞାନକୌଶଳ ଫସଲ ଉତ୍ପାଦନ ବୃଦ୍ଧି କରିବା ସହିତ ଏହି ସମସ୍ୟାର ସମାଧାନ ପ୍ରଦାନ କରିପାରିବ । ଏହି ସବୁ ଅନୁଭୂତିକୁ କାରିକମ୍ ଦେଶମାନଙ୍କ ସହ ବାଣ୍ଟିବାକୁ ଭାରତ ପ୍ରସ୍ତୁତ ରହିଛି।

ତୃତୀୟ, 'ଆର୍'ର ଅର୍ଥ ଅକ୍ଷୟ ଶକ୍ତି ଏବଂ ଜଳବାୟୁ ପରିବର୍ତ୍ତନ। ପରିବେଶ ଆହ୍ଵାନ ଆମ ସମସ୍ତଙ୍କ ପାଇଁ ଏକ ପ୍ରାଥମିକ ପ୍ରସଙ୍ଗ । ଏହି କ୍ଷେତ୍ରରେ ବିଶ୍ୱସ୍ତରୀୟ ସମନ୍ୱୟ ବୃଦ୍ଧି କରିବା ପାଇଁ ଆମେ ଅନ୍ତର୍ଜାତୀୟ ସୌର ମେଣ୍ଟ, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟ, ମିଶନ ଏଲଆଇଏଫଇ, ଅର୍ଥାତ (ପରିବେଶ ପାଇଁ ଜୀବନଶୈଳୀ) ଏବଂ ଗ୍ଲୋବାଲ ଜୈବ ଇନ୍ଧନ ଆଲାଏନ୍ସ ଆରମ୍ଭ କରିଛୁ ।

ମୁଁ ଖୁସି ଯେ ଆପଣ ଅନ୍ତର୍ଜାତୀୟ ସୌର ମେଣ୍ଟର ଅଂଶ ଅଟନ୍ତି । ମୁଁ ଆପଣମାନଙ୍କୁ ଅନ୍ୟ ପଦକ୍ଷେପରେ ମଧ୍ୟ ସାମିଲ ହେବାକୁ ଅନୁରୋଧ କରୁଛି । ଅକ୍ଷୟ ଶକ୍ତି କ୍ଷେତ୍ରରେ ଆମେ ବିପୁଳ ପରିମାଣରେ ପୁଞ୍ଜିନିବେଶ କରୁଛୁ। ଆମର ପ୍ରସ୍ତାବ ହେଉଛି ପ୍ରତ୍ୟେକ କାରିକମ୍ ଦେଶରେ ଅତିକମରେ ଗୋଟିଏ ସରକାରୀ କୋଠାକୁ ସୌର ଚାଳିତ କରିବାରେ ସହାୟତା କରିବା । ଚତୁର୍ଥ, 'ଆଇ'ର ଅର୍ଥ ହେଉଛି ଇନୋଭେସନ୍, ଟେକ୍ନୋଲୋଜି ଏବଂ ବାଣିଜ୍ୟ।

ଆଜି ଭାରତ ଟେକ୍ନୋଲୋଜି ଏବଂ ଷ୍ଟାର୍ଟଅପ୍ ର ଏକ କେନ୍ଦ୍ର ଭାବରେ ପରିଚିତ । ଭାରତର ସ୍ୱତନ୍ତ୍ରତା ହେଉଛି ଏଠାରେ ବିକଶିତ ଟେକ୍ନୋଲୋଜି ସମାଧାନ ଆମ ସମାଜର ବିବିଧତା ଏବଂ ସମୟର ପରୀକ୍ଷାରୁ ବାହାରିଥାଏ । ତେଣୁ ବିଶ୍ୱର ଯେ କୌଣସି ଦେଶରେ ସେମାନଙ୍କ ସଫଳତା ନିଶ୍ଚିତ। ଭାରତର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ଯାହା ଇଣ୍ଡିଆ ଷ୍ଟେକ୍ ନାମରେ ମଧ୍ୟ ପରିଚିତ, ଆମେ ଅର୍ଥନୀତିର ପ୍ରତ୍ୟେକ କ୍ଷେତ୍ରରେ ବିପ୍ଳବ କରୁଛୁ ।

ଆଜି ଭାରତରେ ଲକ୍ଷ ଲକ୍ଷ ଲୋକ ଗୋଟିଏ କ୍ଲିକରେ ସିଧାସଳଖ ଲାଭ ସ୍ଥାନାନ୍ତର ପାଉଛନ୍ତି । ୟୁଏଇ, ସିଙ୍ଗାପୁର, ଫ୍ରାନ୍ସ, ଶ୍ରୀଲଙ୍କା, ନେପାଳ ଏବଂ ମରିସସ୍ ଭଳି ଦେଶ ଭାରତର ୟୁନିଫାଇଡ୍ ପେମେଣ୍ଟ୍ ଇଣ୍ଟରଫେସ୍ (ୟୁପିଆଇ) ସହ ଯୋଡ଼ି ହୋଇସାରିଛନ୍ତି।

ମୁଁ ପ୍ରସ୍ତାବ ଦେଉଛି ଯେ କାରିକମ୍ ଦେଶମାନଙ୍କରେ ମଧ୍ୟ ୟୁପିଆଇକୁ ଗ୍ରହଣ କରିବା ପାଇଁ ଆମେ ମିଳିତ ଭାବରେ କାର୍ଯ୍ୟ କରିବା । ଆମେ ନାଗରିକମାନଙ୍କୁ ସେମାନଙ୍କଦସ୍ତାବିଜକୁ ସୁରକ୍ଷିତ ଭାବରେ ସଂରକ୍ଷଣ କରିବା ପାଇଁ ଏକ କ୍ଲାଉଡ-ଆଧାରିତ ଡିଜିଲକର ପ୍ଲାଟଫର୍ମ ବିକଶିତ କରିଛୁ |

 

ଆମେ କାରିକମ୍ ଦେଶମାନଙ୍କରେ ଏକ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଏହି ପ୍ଲାଟଫର୍ମ ଆରମ୍ଭ କରିପାରିବା | ଭାରତରେ ସର୍ବସାଧାରଣ କ୍ରୟକୁ ଅଧିକ ସୁବିଧାଜନକ ଏବଂ ସ୍ୱଚ୍ଛ କରିବା ପାଇଁ ଆମେ ସରକାରୀ ଇ-ମାର୍କେଟପ୍ଲେସ୍ (ଜିଇଏମ୍) ପୋର୍ଟାଲ ବିକଶିତ କରିଛୁ ।

ମେଡିକାଲ ଉପକରଣ, କମ୍ପ୍ୟୁଟରଠାରୁ ଆରମ୍ଭ କରି ଆସବାବପତ୍ର ଓ ପିଲାଙ୍କ ଖେଳନା ପର୍ଯ୍ୟନ୍ତ ସବୁ କିଛି ଏହି ପୋର୍ଟାଲରେ ଉପଲବ୍ଧ ରହିଛି। ଏହି ପୋର୍ଟାଲକୁ କାରିକମ୍ ଦେଶମାନଙ୍କ ସହିତ ଅଂଶୀଦାର କରି ଆମେ ଆନନ୍ଦିତ ହେବୁ । ବାଣିଜ୍ୟ, ବୈଷୟିକ ଜ୍ଞାନକୌଶଳ, ପର୍ଯ୍ୟଟନ, ପ୍ରତିଭା ଏବଂ ପରମ୍ପରା ଭଳି ୫ଟି କ୍ଷେତ୍ରରେ ପ୍ରୋତ୍ସାହିତ କରିବା ପାଇଁ ଆମେ ସମସ୍ତ ଦେଶର ଘରୋଇ କ୍ଷେତ୍ର ଏବଂ ଅଂଶୀଦାରମାନଙ୍କୁ ସଂଯୋଗ କରୁଥିବା ଏକ ଅନଲାଇନ୍ ପୋର୍ଟାଲ ସୃଷ୍ଟି କରିପାରିବା ।

ଏସଏମଇ କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ଅଗ୍ରଗତି କରୁଛି । ଗତବର୍ଷ ଭାରତ-କାରିକମ୍ ବୈଠକରେ ଆମେ ଏସଏମଇ ପ୍ରକଳ୍ପ ପାଇଁ ୧ ନିୟୁତ ଡଲାର ଅନୁଦାନ ଘୋଷଣା କରିଥିଲୁ। ଆମକୁ ଏହି ଅନୁଦାନର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବାକୁ ହେବ । ମହାକାଶ ପ୍ରଯୁକ୍ତି ବିଦ୍ୟାରେ ଭାରତ ବିଶ୍ୱର ଅଗ୍ରଣୀ ଦେଶ ମାନଙ୍କ ମଧ୍ୟରୁ ଅନ୍ୟତମ । ମହାକାଶ ଜ୍ଞାନକୌଶଳବ୍ୟବହାର କରି ଆମେ କାରିକମ୍ ଦେଶମାନଙ୍କରେ ରିସୋର୍ସ ମ୍ୟାପିଂ, ଜଳବାୟୁ ଅଧ୍ୟୟନ ଏବଂ କୃଷି ଭଳି କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିପାରିବା ।

ଗତ ବର୍ଷ ସେପ୍ଟେମ୍ବରରେ ଜି-୨୦ ଶିଖର ସମ୍ମିଳନୀ ସମୟରେ ଆମେ ପରିବେଶ ଓ ଜଳବାୟୁ ପର୍ଯ୍ୟବେକ୍ଷଣ ପାଇଁ ଜି-୨୦ ଉପଗ୍ରହ ଘୋଷଣା କରିଥିଲୁ। ୨୦୨୭ ସୁଦ୍ଧା ଏହାକୁ ଲଞ୍ଚ କରାଯିବ। ଆମେ ଏହି ମିଶନର ତଥ୍ୟ କୁ ବିଶ୍ୱର ସମସ୍ତ ଦେଶ, ବିଶେଷକରି ଗ୍ଲୋବାଲ ସାଉଥ ସହିତ ଅଂଶୀଦାର କରିବୁ ।

ପଞ୍ଚମ, 'ସି'ର ଅର୍ଥ ହେଉଛି କ୍ରିକେଟ୍ ଏବଂ ସଂସ୍କୃତି। କ୍ରିକେଟ୍ ହେଉଛି ଆମ ଦେଶରେ ଏକ ଗୁରୁତ୍ୱପୂର୍ଣ୍ଣ   ସଂଯୋଗ । ୧୯୮୩ କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ ହେଉ କି ଆଇପିଏଲ୍, ୱେଷ୍ଟଇଣ୍ଡିଜ୍ କ୍ରିକେଟରଙ୍କ ପ୍ରତି ଭାରତୀୟଙ୍କ ବିଶେଷ ଆଗ୍ରହ ରହିଛି।

 

ଚଳିତ ବର୍ଷ ଆପଣଙ୍କ ଅଞ୍ଚଳରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍ କ୍ୟାରିବିଆନ୍ ପ୍ରତି ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ଆକର୍ଷଣକୁ ଆହୁରି ବଢ଼ାଇ ଦେଇଛି। ଏବଂ ମୁଁ ଏହା କହୁନାହିଁ କାରଣ ଭାରତ ସେହି ବିଶ୍ୱକପ୍ ଜିତିଥିଲା! ମୁଁ ପ୍ରସ୍ତାବ ଦେଉଛି ଯେ, କ୍ରିକେଟ  ସମ୍ପର୍କକୁ ସୁଦୃଢ଼ କରିବା ସହିତ ଆମେ ଭାରତର ପ୍ରତ୍ୟେକ କାରିକମ୍ ଦେଶର ୧୧ ଜଣ ଯୁବତୀ କ୍ରିକେଟରଙ୍କୁ ପ୍ରଶିକ୍ଷଣ ଦେଇ ମହିଳା ସଶକ୍ତୀକରଣକୁ ପ୍ରୋତ୍ସାହିତ କରିବା।

ଆମର ମିଳିତ ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ସ୍ତରରେ ପ୍ରଦର୍ଶିତ କରିବା ପାଇଁ ଆମେ ଆସନ୍ତା ବର୍ଷ କାରିକମ୍ ଦେଶମାନଙ୍କରେ ଭାରତୀୟ ସଂସ୍କୃତି ଦିବସ ଆୟୋଜନ କରିପାରିବା । ବଲିଉଡର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଆମେ କାରିକମ୍ ଦେଶମାନଙ୍କ ରେ ଫିଲ୍ମ ଫେଷ୍ଟିଭାଲ ଆୟୋଜନ ମଧ୍ୟ କରିପାରିବା ।

ଷଷ୍ଠ, 'ଓ'ର ଅର୍ଥ ହେଉଛି ମହାସାଗର ଅର୍ଥନୀତି ଏବଂ ସାମୁଦ୍ରିକ ନିରାପତ୍ତା। ଭାରତ ପାଇଁ, ଆପଣ ଛୋଟ ଦ୍ୱୀପ ରାଷ୍ଟ୍ର ନୁହଁନ୍ତି ବରଂ ବୃହତ ମହାସାଗରଦେଶ ଅଟନ୍ତି ।

ଏହି ଅଞ୍ଚଳରେ ଯୋଗାଯୋଗ ବଢ଼ାଇବା ପାଇଁ, ମୁଁ ପ୍ରସ୍ତାବ ଦେଉଛି ଯେ ଆମେ ଯାତ୍ରୀ ଏବଂ ମାଲ ପରିବହନ ଯୋଗାଣ କରିବା । ସାମୁଦ୍ରିକ ଡୋମେନ୍ ମ୍ୟାପିଂ ଏବଂ ହାଇଡ୍ରୋଗ୍ରାଫି ଉପରେ ଆମେ ମିଳିତ ଭାବେ କାମ କରିପାରିବା । ଗତବର୍ଷ କାରିକମ୍ ଏହାର ସାମୁଦ୍ରିକ ସୁରକ୍ଷା ରଣନୀତି ଜାରି କରିଥିଲା।

ଏହି ରଣନୀତିରେ ନିଶା ଦ୍ରବ୍ୟ ଚୋରା ଚାଲାଣ, ଡକାୟତି, ବେଆଇନ ମାଛଧରା, ମାନବ ଚାଲାଣ ଏବଂ ଅର୍ଥନୈତିକ ସହଯୋଗର ଅବ୍ୟବହୃତ ସମ୍ଭାବନା ଉପରେ ଆଲୋକପାତ କରାଯାଇଛି। ଏହି ସବୁ ପ୍ରସଙ୍ଗରେ ଆପଣଙ୍କ ସହ ସହଯୋଗ ବଢ଼ାଇ ଭାରତ ଆନନ୍ଦିତ ହେବ।

ସପ୍ତମ, 'ଏମ୍'ର ଅର୍ଥ ହେଉଛି ମେଡିସିନ୍ ଏବଂ ହେଲଥ କେୟାର। କାରିକମ୍ ଦେଶଗୁଡ଼ିକର ସ୍ୱାସ୍ଥ୍ୟ ସୁରକ୍ଷା ଭାରତ ପାଇଁ ଏକ ଉଚ୍ଚ ପ୍ରାଥମିକତା ବିଷୟ ।

ସାଧାରଣ ଲୋକଙ୍କୁ ଗୁଣାତ୍ମକ ଓ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଭାରତ ଜନ ଔଷଧି କେନ୍ଦ୍ର ଖୋଲିଛି । ମୁଁ ପ୍ରସ୍ତାବ ଦେଉଛି ଯେ ଆମେ ସମସ୍ତ କାରିକମ୍ ଦେଶମାନଙ୍କରେ ସମାନ କେନ୍ଦ୍ର ପ୍ରତିଷ୍ଠା କରିବା । ଭାରତ ଏବଂ ସମସ୍ତ କାରିକମ୍ ଦେଶ ମଧ୍ୟରେ ଫାର୍ମାକୋପିଆକୁ ପାରସ୍ପରିକ ସ୍ୱୀକୃତି ଦେବା ପାଇଁ ଚୁକ୍ତି କରି ଆମେ ଏହି ପ୍ରୟାସକୁ ତ୍ୱରାନ୍ୱିତ କରିପାରିବା ।

ଆମେ କାରିକମ୍ ଦେଶମାନଙ୍କରେ ଔଷଧ ପରୀକ୍ଷଣ ପରୀକ୍ଷାଗାର ପ୍ରତିଷ୍ଠା କରିବାକୁ ମଧ୍ୟ ବିଚାର କରିବାକୁ ଇଚ୍ଛୁକ । କାରିକମ୍ ଦେଶମାନଙ୍କରେ କର୍କଟ ଏବଂ ଅନ୍ୟାନ୍ୟ ଅଣସଂକ୍ରାମକ ରୋଗ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ଵାନ ଅଟେ । ଏହାର ମୁକାବିଲା କରିବା ପାଇଁ ଆମେ ଭାରତରେ ବିକଶିତ ସିଦ୍ଧାର୍ଥ ଟୁ କ୍ୟାନସର ଥେରାପି ମେସିନ ଯୋଗାଇଦେବୁ ।

ଦୁର୍ଗମ ସ୍ଥାନରେ ସୁବିଧାଜନକ ଏବଂ ଘଟଣାସ୍ଥଳରେ ଚିକିତ୍ସା ପାଇଁ ଆମେ ଭାରତରେ "ଭୀଷ୍ମ" ଭ୍ରାମ୍ୟମାଣ ଡାକ୍ତରଖାନା ବିକଶିତ କରିଛୁ । ଏଗୁଡିକ କିଛି ମିନିଟ୍ ମଧ୍ୟରେ ସ୍ଥାପନ କରାଯାଇପାରିବ ଏବଂ ସମସ୍ତ ପ୍ରକାର ଆଘାତ ପାଇଁ ତୁରନ୍ତ ଚିକିତ୍ସା ପ୍ରଦାନ କରିପାରିବ | କାରିକମ୍ ବନ୍ଧୁମାନଙ୍କ ପାଇଁ ଏହି ଭ୍ରାମ୍ୟମାଣ ଡାକ୍ତରଖାନା ଉପଲବ୍ଧ କରାଇଲେ ଆମେ ଆନନ୍ଦିତ ହେବୁ ।

ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ କୃତ୍ରିମ ଅଙ୍ଗ ମାଧ୍ୟମରେ ମାନବିକ ସହାୟତା ଯୋଗାଇଦେବା ପାଇଁ ଆମେ କାରିକମ୍ ଦେଶରେ ପ୍ରତିବର୍ଷ ଜୟପୁର ଫୁଟ୍ କ୍ୟାମ୍ପ ଆୟୋଜନ କରିବାକୁ ପ୍ରସ୍ତାବ ଦେଉଛୁ। ଆମେ ଡାଏଲିସିସ୍ ୟୁନିଟ୍ ଏବଂ ସି ଆମ୍ବୁଲାନ୍ସ ଯୋଗାଇବାକୁ ମଧ୍ୟ ପ୍ରସ୍ତାବ ଦେଇଛୁ ।

ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ଜୀବନଶୈଳୀ ଜନିତ ରୋଗର ମୁକାବିଲା ପାଇଁ ଯୋଗ ଅତ୍ୟନ୍ତ ପ୍ରଭାବଶାଳୀ । ମନ ଓ ଶରୀରକୁ ସମନ୍ୱିତ କରିବା ଉପରେ ଧ୍ୟାନ କେନ୍ଦ୍ରିତ ଏହି ଅଭ୍ୟାସ ମାନବିକତା ପାଇଁ ଭାରତୀୟ ସଭ୍ୟତାର ଏକ ଉପହାର ।

୨୦୧୫ରେ ଜାତିସଂଘ ଏହାକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ମାନ୍ୟତା ଦେଇଥିଲା। ଛୋଟ ବେଳୁ ଏହାକୁ ଗ୍ରହଣ କରିବାକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ଛୋଟ ବେଳୁ ଯୋଗକୁ ବିଦ୍ୟାଳୟ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିପାରିବା । ଆମେ ଭାରତରୁ ଯୋଗ ଶିକ୍ଷକ ଏବଂ ପ୍ରଶିକ୍ଷକମାନଙ୍କୁ ସମସ୍ତ କାରିକମ୍ ଦେଶକୁ ପଠାଇବାକୁ ମଧ୍ୟ ପ୍ରସ୍ତାବ ଦେଉଛୁ । ଏହାବ୍ୟତୀତ ଆମେ କାରିକମ୍ ଦେଶମାନଙ୍କରେ ଯୋଗ ଥେରାପି ଏବଂ ଭାରତୀୟ ପାରମ୍ପରିକ ଔଷଧର ବ୍ୟବହାର ଉପରେ କାମ କରିପାରିବା ।

ମହାମହିମ,

"କାରିକମ୍"ର ସାତଟି ସ୍ତମ୍ଭରେ ଗୋଟିଏ କଥା ସାମଞ୍ଜସ୍ୟ ରହିଛି - ସେମାନେ ସମସ୍ତେ ଆପଣଙ୍କ ର ପ୍ରାଥମିକତା ଏବଂ ଆବଶ୍ୟକତା ଉପରେ ଆଧାରିତ । ଏହା ହେଉଛି ଆମ ସହଯୋଗର ମୌଳିକ ନୀତି । ମୁଁ ଏହି ବିଷୟଗୁଡ଼ିକ ଉପରେ ଆପଣଙ୍କ ମତାମତ ଶୁଣିବାକୁ ଅପେକ୍ଷା କରିଛି |

ଆପଣଙ୍କୁ ବହୁତ- ବହୁତ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India set to enter global chipmakers' club with Micron's Sanand debut today

Media Coverage

India set to enter global chipmakers' club with Micron's Sanand debut today
NM on the go

Nm on the go

Always be the first to hear from the PM. Get the App Now!
...
PM Modi reaffirms resolve to harness Science & Tech for National Development and Global Good on National Science Day
February 28, 2026

The Prime Minister highlighted that, on National Science Day, we celebrate the spirit of research, innovation, and scientific curiosity that drives our nation forward.

PM Modi stated that, “This day commemorates the groundbreaking discovery of the Raman Effect by Sir CV Raman”. The Prime Minister noted that this discovery placed Indian research firmly on the global map.

The Prime Minister reaffirmed that our resolve to empower our youth, strengthen research ecosystems, and harness science and technology for national development and global good.

The Prime Minister wrote on X;

Today, on National Science Day, we celebrate the spirit of research, innovation and scientific curiosity that drives our nation forward.

This day commemorates the groundbreaking discovery of the Raman Effect by Sir CV Raman. This discovery placed Indian research firmly on the global map.

We reaffirm our resolve to empower our youth, strengthen research ecosystems and harness science and technology for national development and global good.