ମହାନୁଭବ ଗଣ,

ପ୍ରଧାନମନ୍ତ୍ରୀ କୋଶିଦା, ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲଭେନିଜ୍ ଏବଂ ରାଷ୍ଟ୍ରପତି ବାଇଡେନ । ପ୍ରଧାନମନ୍ତ୍ରୀ କୋଶିଦା, ଆପଣଙ୍କ ଦ୍ୱାରା ପ୍ରଦତ୍ତ ଭବ୍ୟ ଆତିଥ୍ୟ ନିମନ୍ତେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ଆଜି ଟୋକିଓରେ ବନ୍ଧୁ ରାଷ୍ଟ୍ରମାନଙ୍କ ଗହଣରେ ଉପସ୍ଥିତ ହେବା ମୋ ପାଇଁ ବହୁତ ଖୁସି ଖବର ।

ମୁଁ ସର୍ବ ପ୍ରଥମେ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲଭେନିଜଙ୍କୁ ଆପଣଙ୍କର ନିର୍ବାଚନ ବିଜୟ ନିମନ୍ତେ ବହୁତ ବହୁତ ବଧେଇ ଜଣାଉଛି, ବହୁତ ବହୁତ ଶୁଭକାମନା ଜଣାଉଛି ।

ଶପଥ ନେବାର ମାତ୍ର ୨୪ ଘଣ୍ଟା ଭିତରେ ଆମ ଗହଣରେ ଉପସ୍ଥିତ ହେବା, କ୍ୱାଡ଼ ବନ୍ଧୁତାର ଶକ୍ତି ଏବଂ ଏଥିପ୍ରତି ଆପଣମାନଙ୍କ ପ୍ରତିବଦ୍ଧତାକୁ ସୂଚୀତ କରେ ।

ମହାନୁଭବ ଗଣ,

ଏତେ କମ୍ ସମୟ ଭିତରେ କ୍ୱାଡ଼ ସମୂହ ବିଶ୍ୱସ୍ତରରେ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିପାରିଛି ।

ଆଜି କ୍ୱାଡ଼ର ପରିସର ବ୍ୟାପକ ହୋଇପାରିଛି ଏବଂ ଏହାର ସ୍ୱରୂପ ପ୍ରଭାବୀ ହୋଇଯାଇଛି ।

ଆମର ପାରସ୍ପରିକ ବିଶ୍ୱାସ, ଆମର ପ୍ରତିବଦ୍ଧତା, ଲୋକତାନ୍ତ୍ରିକଶକ୍ତିକୁ ନୂତନ ଶକ୍ତି ଏବଂ ଉତ୍ସାହ ଯୋଗାଉଛି ।

କ୍ୱାଡ଼ ସ୍ତରରେ ଆମର ପାରସ୍ପରିକ ସହଯୋଗ ମାଧ୍ୟମରେ ଏକ ମୁକ୍ତ, ଅବାଧ ଏବଂ ସମାବେଶୀ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ପ୍ରୋତ୍ସାହନ ମିଳୁଛି, ଯାହା ଆମ ସମସ୍ତଙ୍କର ବାସ୍ତବ ଉଦ୍ଦେଶ୍ୟ ।

କୋଭିଡ଼ – ୧୯ର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ, ଆମେ ପ୍ରତିଷେଧକ ଟିକାଯୋଗାଣ, ଜଳବାୟୁ ପରିବର୍ତ୍ତନ, ଯୋଗାଣ ଚେନ୍ ସହନଶୀଳତା, ବିପର୍ଯ୍ୟୟ ମୁକାବିଲା ଏବଂ ଆର୍ଥିକ ସହଯୋଗ ଭଳି ଅନେକ କ୍ଷେତ୍ରରେ ପାରସ୍ପରିକ ସମନ୍ୱୟ ବୃଦ୍ଧି ପାଇଛି ।

ଏହା ଫଳରେ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି, ସମୃଦ୍ଧି ଏବଂ ସ୍ଥିରତା ସୁନିଶ୍ଚିତ ହେବାରେ ଲାଗିଛି ।

କ୍ୱାଡ଼ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ନିମନ୍ତେ ଏକ ଗଠନମୂଳକ କାର୍ଯ୍ୟସୂଚୀ ନେଇ ଆଗକୁ ଅଗ୍ରସର ହେଉଛି ।

ଏହା ଫଳରେ କ୍ୱାଡ଼ର ଛବି ଏକ “ସୁଫଳ ପାଇଁ ଶକ୍ତି” ରୂପରେ ଆହୁରି ସୁଦୃଢ଼ ହେବାରେ ଲାଗିଛି ।

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India emerges as world’s 2nd-largest solar market, green energy momentum accelerates: Experts

Media Coverage

India emerges as world’s 2nd-largest solar market, green energy momentum accelerates: Experts
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting how enthusiasm and positive energy lead to success
April 30, 2026

Prime Minister Shri Narendra Modi today shared a Sanskrit Subhashitam highlighting that enthusiasm and positive energy inspire a person to remain consistently active in their actions.

The Prime Minister noted that this unwavering enthusiasm leads all those efforts to success which a person resolves to accomplish.

The Prime Minister posted on X:

"कर्मशील और ऊर्जावान देशवासी ही राष्ट्र की सबसे बड़ी शक्ति हैं, जिनके परिश्रम से विकास की नई राहें तय होती हैं। इनके प्रयासों से देश समृद्धि, आत्मनिर्भरता और उन्नति के शिखर को छूता है।

अनिर्वेदो हि सततं सर्वार्थेषु प्रवर्तकः।

करोति सफलं जन्तोः कर्म यच्च करोति सः॥"
Enthusiasm and positive energy inspire a person to remain consistently active in their actions. This unwavering enthusiasm leads all those efforts to success which a person resolves to accomplish.