ଓଆରଓପି ଆମର ସଶସ୍ତ୍ର ବାହିନୀର କଲ୍ୟାଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ଦର୍ଶାଉଛି : ପିଏମ୍‌

ୱାନ୍ ରାଙ୍କ ୱାନ୍ ପେନ୍‌ସନ୍ (ଓଆର୍‌ଓପି) ଯୋଜନାର ଦଶ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଏହି ଯୋଜନା ଆମର ଭେଟେରାନ ଏବଂ ପୂର୍ବତନ ସେନା କର୍ମଚାରୀମାନଙ୍କର ସାହସ ଏବଂ ବଳିଦାନ ପ୍ରତି ଏକ ଶ୍ରଦ୍ଧାଞ୍ଜଳି, ଯେଉଁମାନେ ଆମ ଦେଶର ସୁରକ୍ଷା ପାଇଁ ନିଜର ଜୀବନ ଉତ୍ସର୍ଗ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦୀର୍ଘ ଦିନରୁ କରାଯାଉଥିବା ଦାବିକୁ ପୂରଣ କରିବା ତଥା ଆମର ହିରୋମାନଙ୍କ ପ୍ରତି ଆମ ଦେଶର କୃତଜ୍ଞତାକୁ ନିଶ୍ଚିତ କରିବା ପାଇଁ ଓଆରଓପି କାର୍ଯ୍ୟକାରୀ କରିବାର ନିଷ୍ପତ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପଦେକ୍ଷେପ । ଆମ ସଶସ୍ତ୍ର ବାହିନୀକୁ ମଜବୁତ କରିବା ଏବଂ ଯେଉଁମାନେ ଆମର ସେବା କରୁଛନ୍ତି ସେମାନଙ୍କ ପାଇଁ କଲ୍ୟାଣକାରୀ କାର୍ଯ୍ୟକୁ ବଢ଼ାଇବା ଦିଗରେ ସରକାର ସବୁବେଳେ ଯଥାସାଧ୍ୟ ପ୍ରୟାସ କରିବେ ବୋଲି ଶ୍ରୀ ମୋଦୀ ଆଶ୍ୱାସନା ଦେଇଛନ୍ତି ।

ଶ୍ରୀ ମୋଦୀ ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’ରେ ଏକ ଥ୍ରେଡ୍ ପୋଷ୍ଟରେ ଲେଖିଛନ୍ତି:

“ଆଜି ଦିନରେ #ୱାନରାଙ୍କୱାନପେନ୍‌ସନ୍ (ଓଆର୍‌ଓପି) ଲାଗୁ କରାଯାଇଥିଲା । ଆମର ଭେଟେରାନ ଏବଂ ପୂର୍ବତନ ସେନା କର୍ମଚାରୀଙ୍କ ସାହସ ଏବଂ ବଳିଦାନ ପ୍ରତି ଏହା ଏକ ଶ୍ରଦ୍ଧାଞ୍ଜଳି, ଯେଉଁମାନେ ଆମ ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରନ୍ତି । ଦୀର୍ଘ ଦିନର ଚାହିଦାକୁ ପୂରଣ କରିବା ଏବଂ ଆମର ହିରୋମାନଙ୍କ ପ୍ରତି ଆମ ଦେଶର କୃତଜ୍ଞତାକୁ ନିଶ୍ଚିତ କରିବା ପାଇଁ ଓଆରଓପିକୁ ଲାଗୁ କରିବାର ନିଷ୍ପତ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା ।”

“ଆପଣମାନେ ଜାଣି ଖୁସି ହେବେ ଯେ, ଏକ ଦଶନ୍ଧି ମଧ୍ୟରେ ଲକ୍ଷ ଲକ୍ଷ ପେନସନଭୋଗୀ ଏବଂ ପେନସନଭୋଗୀ ପରିବାର ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଦ୍ୱାରା ଉପକୃତ ହୋଇଛନ୍ତି । ସଂଖ୍ୟା ବାହାରେ, ଓଆରଓପି ଆମର ସଶସ୍ତ୍ର ବାହିନୀର କଲ୍ୟାଣ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ଆମେ ସବୁବେଳେ ଆମର ସଶସ୍ତ୍ର ବାହିନୀକୁ ମଜବୁତ କରିବା ଏବଂ ଆମର ଯେଉଁମାନେ ସେବା କରନ୍ତି ସେମାନଙ୍କ ପାଇଁ କଲ୍ୟାଣ କାର୍ଯ୍ୟ ଆଗକୁ ବଢ଼ାଇବାକୁ ଯଥା ସମ୍ଭବ ଚେଷ୍ଟା କରିବୁ ।#OneRankOnePension”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
President’s address on the eve of 80th Independence Day reflects the nation’s strength and inspires renewed determination for a Viksit Bharat: PM
August 14, 2026

Prime Minister Shri Narendra Modi today lauded the address delivered by President of India, Smt. Droupadi Murmu, on the eve of 80th Independence Day noting that it was motivating and thoughtful.

The Prime Minister observed that her thoughts reflect the strength of our nation and the aspirations of every Indian. He stated that her message inspires us all to work with renewed determination for a Viksit Bharat.

In a post on X, the Prime Minister shared:

"A motivating and thoughtful address by Rashtrapati Ji on the eve of Independence Day.

Her thoughts reflect the strength of our nation and the aspirations of every Indian.

Her message inspires us all to work with renewed determination for a Viksit Bharat.

@rashtrapatibhvn"