-ପ୍ରଧାନମନ୍ତ୍ରୀ ମଧ୍ୟ ତାମିଲନାଡ଼ୁରେ ୮,୩୦୦ କୋଟି ଟଙ୍କାର ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପକୁ ଦେଶ ଉଦେ୍ଦଶ୍ୟରେ ଲୋକାର୍ପିତ କିମ୍ବା ଶିଳାନ୍ୟାସ କରିବେ
-ପ୍ରଧାନମନ୍ତ୍ରୀ ରାମେଶ୍ୱରମ୍-ତମ୍ବାରାମ (ଚେନ୍ନାଇ) ନୂତନ ରେଳ ସେବାର ଶୁଭାରମ୍ଭ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପି୍ରଲ ୬ ତାରିଖରେ ତାମିଲନାଡ଼ୁ ଗସ୍ତରେ ଯିବେ । ରାମନବମୀ ଅବସରରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ସେ ନୂତନ ପମ୍ବନ ରେଳ ପୋଲକୁ ଉଦଘାଟନ କରିବେ । ଏହା ଦେଶର ପ୍ରଥମ ଭର୍ଟିକଲ ଲିଫ୍ଟ ସମୁଦ୍ର ପୋଲ । ପୋଲ ପାଖରୁ ପ୍ରଧାନମନ୍ତ୍ରୀ ଏକ ଟ୍ରେନ ଓ ଜାହାଜ ଚଳାଚଳର ଶୁଭାରମ୍ଭ କରିବା ସହ ପୋଲ ପରିଚାଳନାର ପ୍ରତ୍ୟକ୍ଷ ଅନୁଭୂତି ନେବେ ।

ମଧ୍ୟାହ୍ନ ପ୍ରାୟ ୧୨ଟା ୪୫ ମିନିଟରେ ପ୍ରଧାନମନ୍ତ୍ରୀ ରାମେଶ୍ୱରମ୍ ଠାରେ ରାମନାଥସ୍ୱାମୀ ମନ୍ଦିରରେ ଦର୍ଶନ ଏବଂ ପୂଜା କରିବେ । ରାମେଶ୍ୱରମ୍ ଠାରେ ଅପରାହ୍ଣ ପ୍ରାୟ ୧ଟା ୩୦ରେ ସେ ତାମିଲନାଡ଼ୁରେ ୮,୩୦୦ କୋଟି ଟଙ୍କାର ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପକୁ ଦେଶ ଉଦେ୍ଦଶ୍ୟରେ ଲୋକାର୍ପିତ କିମ୍ବା ଶିଳାନ୍ୟାସ କରିବେ । ଏହି ଅବସରରେ ଉପସ୍ଥିତ ସମାବେଶକୁ ମଧ୍ୟ ସେ ଉଦବୋଧନ କରିବେ ।

ପ୍ରଧାନମନ୍ତ୍ରୀ ନୂତନ ପମ୍ବନ ରେଳ ପୋଲକୁ ଉଦଘାଟନ କରିବା ସହ ରାମେଶ୍ୱରମ୍-ତମ୍ବାରାମ ନୂତନ ରେଳ ସେବାର ଶୁଭାରମ୍ଭ କରିବେ । ଏହି ପୋଲ ଗଭୀର ସାଂସ୍କୃତିକ ଗୁରୁତ୍ୱତା ବହନ କରେ । ରାମାୟଣର ତଥ୍ୟ ଅନୁସାରେ ରାମେଶ୍ୱରମ୍ ନିକଟ ଧନୁଷ୍କୋଡ଼ିଠାରେ ରାମସେତୁ ନିର୍ମାଣ ଆରମ୍ଭ ହୋଇଥିଲା ।

ରାମେଶ୍ୱରମକୁ ମୂଳ ଭୂଖଣ୍ଡ ସହ ସଂଯୋଗ କରୁଥିବା ଏହି ପୋଲ ବୈଶ୍ୱିକ ସ୍ତରରେ ଭାରତୀୟ ଇଞ୍ଜିନିୟରିଂର ଏକ ଗୁରୁତ୍ୱପୂର୍ଣ୍ଣ ଛାପ ବହନ କରୁଛି । ୭୦୦ କୋଟି ଟଙ୍କା ଖର୍ଚ୍ଚରେ ଏହା ନିର୍ମିତ ହୋଇଛି । ଏହାର ଦୈର୍ଘ୍ୟ ୨.୦୮ କିଲୋମିଟର ଏବଂ ଏଥିରେ ୯୯ଟି ସ୍ପାନ (ଖୁମ୍ବ) ରହିଛି । ଏଥିରେ ୭୨.୫ ମିଟର ଭର୍ଟିକଲ ଲିଫ୍ଟ ସ୍ପାନ ରହିଛି ଯାହାକି ୧୭ ମିଟର ପର୍ଯ୍ୟନ୍ତ ଉଚ୍ଚକୁ ଉଠିପାରେ । ଫଳରେ ବିନା ବାଧାରେ ରେଳ ଚଳାଚଳ ସମୟରେ ମଧ୍ୟ ଜାହାଜ ଚଳାଚଳ ଜାରି ରହିପାରିବ । ଷ୍ଟେନଲେସ୍ ଷ୍ଟିଲ, ଉଚ୍ଚ ମାନର ସୁରକ୍ଷିତ ରଙ୍ଗ, ସମ୍ପୂର୍ଣ୍ଣ ୱେଲ୍ଡିଙ୍ଗ ସଂଯୋଗ ଦ୍ୱାରା ନିର୍ମିତ ହୋଇଥିବାରୁ ଏହି ପୋଲର ସ୍ଥାୟିତ୍ୱ ବୃଦ୍ଧି ପାଇବା ସହ ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ସ୍ୱଳ୍ପ ରହିବ । ଏଥିରେ ସ୍ୱତନ୍ତ୍ର ପଲିସିଲୋକ୍ସାନ କୋଟିଂ ଦିଆଯାଇଥିବାରୁ ଏଥିରେ କଳଙ୍କି ଲାଗିବ ନାହିଁ ଏବଂ ସାମୁଦ୍ରିକ ଲୁଣି ପରିବେଶ ସତ୍ତ୍ୱେ ଏହାର ସ୍ଥାୟିତ୍ୱ ଜାୟ ରହିବ ।

ପ୍ରଧାନମନ୍ତ୍ରୀ ତାମିଲନାଡ଼ୁରେ ୮,୩୦୦ କୋଟି ଟଙ୍କାର ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପକୁ ଦେଶ ଉଦେ୍ଦଶ୍ୟରେ ଲୋକାର୍ପିତ କିମ୍ବା ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ରହିଛି, ଏନଏଚ-୪୦ର ୨୮ କି.ମି ବିଶିଷ୍ଟ ୱାଲାଜାପେଟ-ରାଣୀପେଟ ସେକ୍ସନକୁ ଚାରି ଲେନ୍ ପାଇଁ ଶିଳାନ୍ୟାସ, ଏନଏଚ-୩୩୨ର ୨୯ କିଲୋମିଟର ଲମ୍ବର ଭିଲୁପ୍ପୁରମ-ପୁଡୁଚେରୀ ସେକ୍ସନ ୪ ଲେନ୍ ସଡ଼କ, ଏନଏଚ-୩୨ରେ ୫୭ କିମି ଦୈର୍ଘ୍ୟର ପୁଣ୍ଡିୟାଙ୍କୁପ୍ପାମ-ସଟ୍ଟନାଥପୁରମ୍ ସେକ୍ସନର ୪ ଲେନ୍ ସଡ଼କ, ଏନଏଚ-୩୬ରେ ୪୮ କିମି ଦୈର୍ଘ୍ୟ ଚୋଲାପୁରମ-ତାଞ୍ଜାଭୁର ଚାରି ଲେନ୍ ସଡ଼କର ଲୋକାର୍ପଣ । ଏହି ରାଜପଥ ଗୁଡ଼ିକ ଅନେକ ତୀର୍ଥକ୍ଷେତ୍ର ଓ ପର୍ଯ୍ୟଟନ କ୍ଷେତ୍ରକୁ ସଂଯୋଗ କରିବା ସହ ସହର ଗୁଡ଼ିକ ମଧ୍ୟରେ ଦୂରତା ହ୍ରାସ କରିବ । ଏହା ମେଡିକାଲ କଲେଜ ଆଣ୍ଡ ହସପିଟାଲ ଏବଂ ବନ୍ଦର ସହ ସଂଯୋଗକୁ ସହଜ କରିବା ସହ ସ୍ଥାନୀୟ ଚାଷୀମାନଙ୍କୁ ସେମାନଙ୍କ କୃଷିଜାତ ଉତ୍ପାଦକୁ ଆଖପାଖ ବଜାରରେ ପହଞ୍ଚାଇବା ଦିଗରେ ସଶକ୍ତ କରିବ । ଏହା ସ୍ଥାନୀୟ ଚମଡ଼ା ଓ ଅନ୍ୟାନ୍ୟ କ୍ଷୁଦ୍ର ଉଦ୍ୟୋଗ ଗୁଡ଼ିକର ଆର୍ଥିକ ବିକାଶକୁ ବଢ଼ାଇବା ଦିଗରେ ସହାୟକ ହୋଇପାରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending

Media Coverage

Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026