ଏହି ପ୍ରତିମୂର୍ତ୍ତିର କାର୍ଯ୍ୟ ସମାପ୍ତ ନହେବା ପର୍ଯ୍ୟନ୍ତ, ନେତାଜୀଙ୍କ ଏକ ହୋଲଗ୍ରାମ ପ୍ରତିମୂର୍ତ୍ତି ସମାନ ସ୍ଥାନରେ ଉପସ୍ଥିତ ରହିବ
ପରାକ୍ରମ ଦିବସରେ, ପ୍ରଧାନମନ୍ତ୍ରୀ ଇଣ୍ଡିଆ ଗେଟ ଠାରେ ନେତାଜୀଙ୍କ ହୋଲଗ୍ରାମ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ
ପ୍ରଧାନମନ୍ତ୍ରୀ ମଧ୍ୟ ୨୦୧୯ ରୁ ୨୦୨୨ ପର୍ଯ୍ୟନ୍ତ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ପ୍ରଦାନ କରିବେ

ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପାଳନ ଏବଂ ବର୍ଷବ୍ୟାପି ଉତ୍ସବର ଏକ ଅଂଶ ଭାବରେ ସରକାର ଇଣ୍ଡିଆ ଗେଟ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗ୍ରାନାଇଟରେ ର୍ନିମିତ ଏହି ପ୍ରତିମୂର୍ତ୍ତି, ଆମର ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କ ଅପାର ଅବଦାନ ପାଇଁ ଏକ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ଏବଂ ତାଙ୍କ ପ୍ରତି ଦେଶର ଋଣ ପରିଶୋଧର ପ୍ରତୀକ ହେବ । ଏହି ପ୍ରତିମୂର୍ତ୍ତିର କାର୍ଯ୍ୟ ସମାପ୍ତ ନହେବା ପର୍ଯ୍ୟନ୍ତ, ନେତାଜୀଙ୍କ ଏକ ହୋଲଗ୍ରାମ ପ୍ରତିମୂର୍ତ୍ତି ସମାନ ସ୍ଥାନରେ ଉପସ୍ଥିତ ରହିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୩ ଜାନୁୟାରୀ ୨୦୨୨ ରେ ଇଣ୍ଡିଆ ଗେଟ ଠାରେ ନେତାଜୀଙ୍କ ହୋଲଗ୍ରାମ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ।

ହୋଲଗ୍ରାମ ପ୍ରତିମୂର୍ତ୍ତିକୁ ୩୦,୦୦୦ ଲ୍ୟୁମେନ୍ସ ୪କେ ପ୍ରୋଜେକ୍ଟର ଦ୍ୱାରା ପରିଚାଳିତ କରାଯିବ । ଏକ ଅଦୃଶ୍ୟ, ସୁଉଚ୍ଚ, ୯୦% ସ୍ୱଚ୍ଛ ହୋଲୋଗ୍ରାଫିକ୍ ସ୍କ୍ରିନ୍ ଏପରି ଭାବରେ ର୍ନିମାଣ କରାଯାଇଛି ଯାହା ଦ୍ୱାରା ଏହା ପରିଦର୍ଶକମାନଙ୍କ ପାଇଁ ଦୃଶ୍ୟମାନ ହେବ ନାହିଁ । ଏକ ହୋଲଗ୍ରାମର ପ୍ରଭାବ ସୃଷ୍ଟି କରିବା ପାଇଁ ନେତାଜିଙ୍କର ୩ଡି ପ୍ରତିଛବି ଏହା ଉପରେ ପ୍ରୋଜେକ୍ଟ ହେବ । ହୋଲଗ୍ରାମ ମୂର୍ତ୍ତିର ଆକାର ୨୮ ଫୁଟ ଉଚ୍ଚତା ଏବଂ ୬ ଫୁଟ ପ୍ରସ୍ଥ ରହିବ ।

ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ୨୦୧୯, ୨୦୨୦, ୨୦୨୧ ଏବଂ ୨୦୨୨ ବର୍ଷ ପାଇଁ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ମଧ୍ୟ ପ୍ରଦାନ କରିବେ । ସମାରୋହରେ ମୋଟ ସାତଟି ପୁରସ୍କାର ପ୍ରଦାନ କରାଯିବ ।

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତର ବ୍ୟକ୍ତିବିଶେଷ ତଥା ସଂଗଠନ ଦ୍ୱାରା ଦିଆଯାଇଥିବା ଅମୂଲ୍ୟ ଅବଦାନ ତଥା ନିସ୍ୱାର୍ଥପର ସେବାକୁ ସ୍ୱୀକୃତି ତଥା ସମ୍ମାନିତ କରିବା ପାଇଁ କେନ୍ଦ୍ର ସରକାର ବାର୍ଷିକ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ପ୍ରତିଷ୍ଠା କରିଛନ୍ତି । ପ୍ରତିବର୍ଷ ୨୩ ଜାନୁଆରୀରେ ଏହି ପୁରସ୍କାର ଘୋଷଣା କରାଯାଏ । ଅନୁଷ୍ଠାନକୁ ଏହି ପୁରସ୍କାର ବାବଦରେ ନଗଦ ୫୧ଲକ୍ଷ ଟଙ୍କା ଓ ସାର୍ଟିଫିକେଟ ଏବଂ ବ୍ୟକ୍ତି ବିଶେଷଙ୍କ କ୍ଷେତ୍ରରେ ନଗଦ ୫ଲକ୍ଷ ଟଙ୍କା ଓ ସାର୍ଟିଫିକେଟ ପ୍ରଦାନ କରାଯିବ ।

ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଉପଯୁକ୍ତ ଭାବେ ସମ୍ମାନିତ କରିବା ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ । ଏହି ପ୍ରୟାସର ଧ୍ୟାନ କିମ୍ବଦନ୍ତୀ ସ୍ୱାଧୀନତା ସଂଗ୍ରାମୀ ତଥା ଦୂରଦୃଷ୍ଟିସମ୍ପନ୍ନ ନେତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଉପରେ ରହିଛି । ପ୍ରତିବର୍ଷ ତାଙ୍କ ଜନ୍ମ ବାର୍ଷିକୀକୁ ପରାକ୍ରମ ଦିବସ ଭାବରେ ପାଳନ କରାଯିବ ବୋଲି ଘୋଷଣା ସହିତ ଏହି ପରିପ୍ରେକ୍ଷୀରେ ଅନେକ ପଦକ୍ଷେପ ନିଆଯାଇଛି । ଏହି ଆବେଗ ଅନୁଯାୟୀ ୨୩ ଜାନୁୟାରୀ ଠାରୁ ସାଧାରଣତନ୍ତ୍ର ଦିବସ ଉତ୍ସବ ଆରମ୍ଭ ହେବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
EU Firms Generate 186 Billion Euros In India, Support 6 Million Jobs: Report

Media Coverage

EU Firms Generate 186 Billion Euros In India, Support 6 Million Jobs: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 8, 2026
May 08, 2026

Nari Shakti to National Security: One Vision, a Thousand Victories Under PM Modi