Greetings on the occasion of Chhath Puja: PM Modi
Chhath Puja is an example of Ek Bharat Shreshtha Bharat: PM Modi
Today we are one of the largest solar power generating countries: PM Modi
Our country is doing wonders in the solar as well as the space sector. The whole world, today, is astonished to see the achievements of India: PM Modi
Urge more and more Start-ups and innovators to take full advantage of the huge opportunities being created in India in the space sector: PM Modi
Student power is the basis of making India strong. It is the youth of today who would lead India in the journey till 2047: PM Modi
In India, Mission LiFE has been launched. The simple principle of Mission LiFE is - Promote a lifestyle which does not harm the environment: PM Modi

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଦେଶର ଅନେକ ଭାଗରେ ସୂର୍ଯ୍ୟ ଉପାସନାର ମହାନ ପର୍ବ ଛଠ୍ ପାଳିତ ହେଉଛି । ଛଠ୍ ପର୍ବରେ ଅଂଶଗ୍ରହଣ କରିବା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ନିଜ ଗାଁ, ନିଜ ଘର, ନିଜ ପରିବାରରେ ଯାଇ ପହଞ୍ଚିଛନ୍ତି । ଛଠ୍ ମାତା ସମସ୍ତଙ୍କୁ ସମୃଦ୍ଧି ଏବଂ କଲ୍ୟାଣ ପାଇଁ ଆଶୀର୍ବାଦ ପ୍ରଦାନ କରନ୍ତୁ ଏହା ହିଁ ମୋର ପ୍ରାର୍ଥନା ।

ବନ୍ଧୁଗଣ, ସୂର୍ଯ୍ୟ ଉପାସନାର ପରମ୍ପରା ଏ କଥାର ପ୍ରମାଣ ଦିଏ ଯେ ଆମ ସଂସ୍କୃତି, ଆମ ବିଶ୍ୱାସ ପ୍ରକୃତି ସହ କେତେ ଗଭୀର ଭାବେ ସଂଶ୍ଲିଷ୍ଟ । ଏହି ପୂଜା ମାଧ୍ୟମରେ ଆମ ଜୀବନରେ ସୂର୍ଯ୍ୟାଲୋକର ଗୁରୁତ୍ୱକୁ ବୁଝାଇ ଦିଆଯାଇଛି । ଏହା ସଙ୍ଗେ ସଙ୍ଗେ ଏହି ବାର୍ତ୍ତା ମଧ୍ୟ ପ୍ରଦାନ କରାଯାଇଛି ଯେ, ଉତ୍‌ଥାନ ପତନ ଜୀବନର ଅଭିନ୍ନ ଅଙ୍ଗ । ତେଣୁ ପ୍ରତ୍ୟେକ ପରିସ୍ଥିତିରେ ଆମେ ଏକ ସମାନ ଭାବନା ରଖିବା ଉଚିତ । ଛଠ୍ ମାତାଙ୍କ ପୂଜାରେ ବିଭିନ୍ନ ପ୍ରକାର ଫଳ ଓ ଠେକୁଆ (ନାମକ ମିଷ୍ଟାନ୍ନ)ର ଭୋଗ ହୋଇଥାଏ । ଏହାର ପୂଜାବିଧି ମଧ୍ୟ କୌଣସି କଠିନ ସାଧନାଠାରୁ କମ୍ ହୋଇ ନ ଥାଏ । ଛଠ୍ ପୂଜାର ଆଉ ଏକ ବିଶେଷତ୍ୱ ହେଲା ଯେ, ସେଥିରେ ପୂଜା ପାଇଁ ଯେଉଁ ବସ୍ତୁଗୁଡ଼ିକ ବ୍ୟବହାର ହୋଇଥାଏ, ସେଗୁଡ଼ିକ ସମାଜର ବିଭିନ୍ନ ଶ୍ରେଣୀର ଲୋକେ ମିଶି ତିଆରି କରିଥାନ୍ତି । ସେଥିରେ ବାଉଁଶରେ ତିଆରି ଟୋକେଇ କିମ୍ବା ଚାଙ୍ଗୁଡ଼ି ବ୍ୟବହାର ହୋଇଥାଏ । ମାଟି ତିଆରି ଦୀପର ନିଜସ୍ୱ ବିଶେଷତ୍ୱ ଥାଏ । ଏହାଦ୍ୱାରା ସମାଜରେ ଚଣା ଚାଷ କରୁଥିବା ଚାଷୀ ଏବଂ ବତାସା ତିଆରି କରୁଥିବା ଛୋଟ ବ୍ୟବସାୟୀମାନଙ୍କ ଗୁରୁତ୍ୱକୁ ମଧ୍ୟ ଦର୍ଶାଯାଇଛି । ସେମାନଙ୍କ ସହଯୋଗ ବିନା ଛଠ୍ ପୂଜା ଶେଷ ହୋଇପାରିବ ନାହିଁ । ଛଠ୍ ପର୍ବ ଆମ ଜୀବନରେ ସ୍ୱଚ୍ଛତାର ମହତ୍ୱ ଉପରେ ମଧ୍ୟ ଗୁରୁତ୍ୱ ଦେଇଥାଏ । ଏହି ପର୍ବ ଆସିବା ମାତ୍ରେ ସାମୂହିକ ଭାବେ ରାସ୍ତା, ନଦୀ ଘାଟ, ବିଭିନ୍ନ ଜଳ ସ୍ରୋତ ସବୁଗୁଡ଼ିକୁ ପରିଷ୍କାର କରାଯାଇଥାଏ । ଛଠ୍ ପର୍ବ ଏକ ଭାରତ-ଶ୍ରେଷ୍ଠ ଭାରତର ଅନ୍ୟତମ ଉଦାହରଣ । ଆଜି ବିହାର ଏବଂ ପୂର୍ବାଞ୍ଚଳର ଲୋକେ ଦେଶର ଯେକୌଣସି ଭାଗରେ ଥାଆନ୍ତୁ, ସେଠାରେ ଯାକଯମକରେ ଛଠ୍ ପର୍ବ ପାଳନ କରୁଛନ୍ତି । ଦିଲ୍ଲୀ, ମୁମ୍ବାଇ ସମେତ ମହାରାଷ୍ଟ୍ରର ଭିନ୍ନ ଭିନ୍ନ ଜିଲା ସହ ଗୁଜରାଟର ଅନେକ ଭାଗରେ ବହୁ ଜାକଜମକରେ ଛଠ୍ ପର୍ବର ଆୟୋଜନ ହେଉଛି । ମୋର ମନେଅଛି, ଗୁଜରାଟରେ ଆଗରୁ ଛଠ୍ ପୂଜାର ସେମିତି କୌଣସି ବିଶେଷ ଆୟୋଜନ ହେଉନଥିଲା । କିନ୍ତୁ ସମୟ ସହ ଆଜି ପ୍ରାୟଃ ସମଗ୍ର ଗୁଜରାଟରେ ଛଠ୍ ପୂଜାର ଉଲ୍ଲାସ ପରିଲକ୍ଷିତ ହେଉଛି । ଏହାଦେଖି ମୋତେ ମଧ୍ୟ ବହୁତ ଖୁସି ଲାଗୁଛି । ଆଜିକାଲି ଆମେ ଲକ୍ଷ୍ୟ କରୁଛୁ ଯେ, ବିଦେଶରୁ ମଧ୍ୟ ଛଠ୍ ପୂଜାର ବଡ଼ ଆୟୋଜନର ଭବ୍ୟ ଚିତ୍ର ଆସୁଛି । ଅର୍ଥାତ ଭାରତର ସମ୍ପୂର୍ଣ୍ଣ ପରମ୍ପରା ଆମ ବିଶ୍ୱାସ ବିଶ୍ୱର କୋଣ ଅନୁକୋଣରେ ଏହାର ପରିଚୟ ସୃଷ୍ଟି କରିଚାଲିଛି । ଏହି ମହାପର୍ବରେ ଅଂଶଗ୍ରହଣ କରୁଥିବା ପ୍ରତ୍ୟେକ ଧର୍ମପରାୟଣ ବ୍ୟକ୍ତିଙ୍କୁ ମୁଁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ, ଆମେ ପବିତ୍ର ଛଠ୍ ପର୍ବ ବିଷୟରେ ଆଲୋଚନା କଲୁ । ଭଗବାନ ସୂର୍ଯ୍ୟଙ୍କ ଉପାସନା ବିଷୟରେ ଆଲୋଚନା କଲୁ । ତେବେ ସୂର୍ଯ୍ୟ ଉପାସନା ସହ ଆଜି ତାଙ୍କ ବରଦାନ ସମ୍ପର୍କରେ ମଧ୍ୟ କାହିଁକି ଆଲୋଚନା ନ କରିବା? ସୌରଶକ୍ତି ହେଉଛି ସୂର୍ଯ୍ୟଦେବଙ୍କ ବରଦାନ । ସୌରଶକ୍ତି ଏଭଳି ଗୋଟିଏ ବିଷୟ ଯେଉଁଥିରେ ସମଗ୍ର ବିଶ୍ୱ ଆଜି ନିଜର ଭବିଷ୍ୟତକୁ ଦେଖୁଛି । ଆଉ ଭାରତ ପାଇଁ ତ ସୂର୍ଯ୍ୟଦେବ ଶହ ଶହ ବର୍ଷ ଧରି କେବଳ ଉପାସନା ନୁହେଁ ବରଂ ଜୀବନ ପ୍ରଣାଳୀର କେନ୍ଦ୍ରସ୍ଥଳରେ ରହିଆସିଛନ୍ତି । ଭାରତ ଆଜି ନିଜର ପାରମ୍ପରିକ ଅନୁଭୂତିକୁ ଆଧୁନିକ ବିଜ୍ଞାନ ସହ ଯୋଡ଼ୁଛି । ସେଥିପାଇଁ ଆଜି ଆମେ ସୌରଶକ୍ତିରୁ ବିଜୁଳି ଉତ୍ପାଦନ କରିବାରେ ସବୁଠାରୁ ବଡ଼ ଦେଶମାନଙ୍କ ମଧ୍ୟରେ ସାମିଲ ହୋଇପାରିଛୁ । ସୌରଶକ୍ତିରୁ କିଭଳି ଆମ ଦେଶର ଗରିବ ଓ ମଧ୍ୟବିତ ଶ୍ରେଣୀର ଲୋକଙ୍କ ଜୀବନରେ ପରବର୍ତ୍ତନ ଘଟୁଛି, ତାହା ମଧ୍ୟ ଏକ ଅଧ୍ୟୟନର ବିଷୟ ।

ତାମିଲନାଡ଼ୁର କାଞ୍ଚିପୁରମର ଜଣେ ଚାଷୀ ହେଉଛନ୍ତି ଥିରୁ କେ. ଏଝିଲନ୍ । ସେ ପି.ଏମ. କୁସୁମ ଯୋଜନାର ଲାଭ ଉଠାଇଲେ ଏବଂ ନିଜ ଜମିରେ ଦଶ ଅଶ୍ୱଶକ୍ତି ସମ୍ପନ୍ନ ସୋଲାର ପମ୍ପସେଟ୍ ଲଗାଇଲେ । ଏବେ ତାଙ୍କୁ ନିଜ କ୍ଷେତରେ ବିଜୁଳି ପାଇଁ କିଛି ଖର୍ଚ୍ଚ କରିବାକୁ ପଡ଼ୁନି । କ୍ଷେତରେ ଜଳସେଚନ ପାଇଁ ଏବେ ସେ ସରକାରଙ୍କ ବିଜୁଳି ଯୋଗାଣ ଉପରେ ମଧ୍ୟ ନିର୍ଭର କରୁନାହାନ୍ତି । ସେହିଭଳି ରାଜସ୍ଥାନର ଭରତପୁରରେ ପି.ଏମ. କୁସୁମ ଯୋଜନାର ଆଉ ଜଣେ ହିତାଧିକାରୀ ଚାଷୀ ରହିଛନ୍ତି – କମଲ୍ ଜୀ ମିଣା । କମଲ୍ ଜୀ କ୍ଷେତରେ ସୋଲାର୍ ପମ୍ପ ଲଗାଇଲେ, ଯାହାଦ୍ୱାରା ତାଙ୍କ ବିନିଯୋଗ ରାଶି ହ୍ରାସ ପାଇଛି । ବିନିଯୋଗ କମ୍ ହେବାରୁ ଆୟ ମଧ୍ୟ ବଢ଼ିଯାଇଛି । କମଲ ଜୀ ସୌର ବିଦ୍ୟୁତ ସହ ଅନ୍ୟ କେତେକ ଛୋଟ ଛୋଟ ଉଦ୍ୟୋଗକୁ ମଧ୍ୟ ସଂଶ୍ଳିଷ୍ଟ କରିଛନ୍ତି । ତାଙ୍କ ଅଞ୍ଚଳରେ କାଠ କାମ ହେଉଛି । ଗୋବରରୁ ତିଆରି ହେଉଥିବା ଉତ୍ପାଦଗୁଡ଼ିକ ରହିଛି । ଏସବୁରେ ମଧ୍ୟ ସୌର ବିଦ୍ୟୁତ ବ୍ୟବହାର ହେଉଛି । ସେ ଦଶ-ବାର ଜଣଙ୍କୁ ମଧ୍ୟ ରୋଜଗାର ଦେଉଛନ୍ତି । ଅର୍ଥାତ, କୁସୁମ ଯୋଜନାରେ କମଲ୍ ଜୀ ଯେଉଁ ଶୁଭାରମ୍ଭ କଲେ, ତାର ମହକ ଅନେକ ଲୋକଙ୍କ ନିକଟକୁ ପହଞ୍ଚିପାରୁଛି ।

ବନ୍ଧୁଗଣ, ଆପଣ ମାସଯାକ ବିଜୁଳି ବ୍ୟବହାର କରନ୍ତି ଏବଂ ଶେଷରେ ଆପଣଙ୍କ ନିକଟକୁ ବିଜୁଳି ବିଲ୍ ପହଞ୍ଚିବା ପରିବର୍ତ୍ତେ ଆପଣଙ୍କୁ ଟଙ୍କା ମିଳିବା କଥା ଆପଣମାନେ କଳ୍ପନା କରିପାରୁଛନ୍ତି କି? ସୌରଶକ୍ତି ଏ କଥା ମଧ୍ୟ କରିଦେଖାଇଛି । କିଛିଦିନ ପୂର୍ବେ ଆପଣ ଦେଶର ପ୍ରଥମ ସୂର୍ଯ୍ୟ ଗ୍ରାମ ଗୁଜରାଟର ମୋଢେରା ସମ୍ପର୍କରେ ବହୁତ କିଛି ଶୁଣିଥିବେ । ମୋଢେରା ସୌର ଗ୍ରାମର ଅଧିକାଂଶ ଘର ସୌରଶକ୍ତି ଦ୍ୱାରା ବିଜୁଳି ଉତ୍ପାଦନ କରିବା ଆରମ୍ଭ କରିଦେଇଛନ୍ତି । ଏବେ ସେଠାରେ ଅନେକ ଘରକୁ ବିଜୁଳି ବିଲ୍ ଯିବା ପରିବର୍ତ୍ତେ ବିଜୁଳିରୁ କରିଥିବା ଆୟର ଚେକ୍ ଯାଉଛି । ଏହା ଦେଖି ଅନେକ ଗାଁର ଲୋକେ ମୋତେ ଚିଠି ଲେଖି କହୁଛନ୍ତି ଯେ, ସେମାନଙ୍କ ଗାଁକୁ ବି ସୌର ଗ୍ରାମରେ ପରିବର୍ତିତ କରାଯାଉ । ଅର୍ଥାତ, ସେ ଦିନ ଆଉ ଦୂର ନୁହେଁ, ଯେତେବେଳେ ଭାରତରେ ସୌର ଗ୍ରାମର ନିର୍ମାଣ ଗୋଟିଏ ବହୁତ ବଡ଼ ଜନଆନ୍ଦୋଳନର ରୂପ ନେବ । ଏହାର ଆରମ୍ଭ ତ ମୋଢେରା ଗାଁର ଲୋକେ କରିସାରିଛନ୍ତି ।

ଆସନ୍ତୁ, ‘ମନ୍ କି ବାତ୍‌’ର ଶ୍ରୋତାମାନଙ୍କୁ ମୋଢେରାର ଲୋକଙ୍କ ସହିତ ଭେଟ କରାଇବା । ଆମ ସହିତ ଫୋନ୍ ଲାଇନ୍‌ରେ ବର୍ତ୍ତମାନ ଯୋଡ଼ିହୋଇଛନ୍ତି ଶ୍ରୀଯୁକ୍ତ ବିପିନ୍ ଭାଇ ପଟେଲ ।

ପ୍ରଧାନମନ୍ତ୍ରୀ : ବିପିନ ଭାଇ ନମସ୍କାର । ଦେଖନ୍ତୁ, ଏବେ ତ ମୋଢେରା ସାରା ଦେଶ ପାଇଁ ଗୋଟିଏ ମଡେଲ୍ ରୂପେ ଚର୍ଚ୍ଚାର ବିଷୟ ହୋଇସାରିଛି । କିନ୍ତୁ, ଆପଣଙ୍କୁ ଯେତେବେଳେ ଆପଣଙ୍କ ବନ୍ଧୁବାନ୍ଧବ ଏହାର ଲାଭ ବିଷୟରେ ପଚାରୁଥିବେ, ସେତେବେଳେ ଆପଣ ସେମାନଙ୍କୁ କଣ କହୁଛନ୍ତି?

ବିପିନ୍ ଜୀ : ସାର୍‌, ଲୋକେ ମୋତେ ଏ ବିଷୟରେ ପଚାରିଲେ ମୁଁ କହୁଛି ଯେ, ମୋ ପାଖକୁ ଯେଉଁ ବିଜୁଳି ବିଲ୍ ଆସୁଥିଲା ତାହା ଏବେ ଜିରୋ ହୋଇଯାଇଛି । କେତେବେଳେ ୭୦ ଟଙ୍କାର ବିଲ୍ ଆସୁଛି । କିନ୍ତୁ ଆମ ଗାଁର ଅର୍ଥନୈତିକ ପରିସ୍ଥିତିରେ ଖୁବ ଉନ୍ନତି ` ହେଉଛି।

ପ୍ରଧାନମନ୍ତ୍ରୀ : ତା’ମାନେ ଆଗରୁ ଯେଉଁ ବିଜୁଳି ବିଲ୍ ପାଇଁ ଚିନ୍ତା ରହୁଥିଲା, ତାହା ଏକ ପ୍ରକାର ଦୂର ହୋଇଯାଇଛି?

ବିପିନ୍ ଜୀ : ହଁ ସାର୍‌, ଠିକ୍ କଥା । ଗାଁରେ ଏବେ କୌଣସି ଚିନ୍ତା ନାହିଁ । ସମସ୍ତଙ୍କୁ ଲାଗୁଛି ଯେ, ସାର୍ ଯାହା କଲେ ତାହା ବହୁତ ବଢ଼ିଆ କଲେ । ସେମାନେ ବହୁତ ଖୁସି ହୋଇଛନ୍ତି । ସମସ୍ତେ ବହୁତ ଆନନ୍ଦିତ ।

ପ୍ରଧାନମନ୍ତ୍ରୀ : ଏବେ ନିଜ ଘରେ ନିଜେ ହିଁ ବିଜୁଳି ଉତ୍ପାଦନ କେନ୍ଦ୍ରର ମାଲିକ ହେଇଗଲେ! ନିଜ 

   ଘରର ଛାତ ଉପରେ ହିଁ ବିଜୁଳି ଉତ୍ପାଦନ ହେଉଛି, ନୁହେଁ?

ବିପିନ୍ ଜୀ : ହଁ ସାର୍‌, ଠିକ କଥା ।

ପ୍ରଧାନମନ୍ତ୍ରୀ : ଗାଁ ଲୋକଙ୍କ ଉପରେ ଏହି ପରିବର୍ତନର କ’ଣ ପ୍ରଭାବ ପଡ଼ିଛି?

ବିପିନ୍ ଜୀ : ସାର୍‌, ଗାଁ ସାରା ଲୋକ ଚାଷ କରୁଛନ୍ତି । ତେଣୁ ବିଜୁଳି ଝାମେଲାରୁ ଆମକୁ ମୁକ୍ତି 

ମିଳିଛି । ବିଜୁଳି ବିଲ୍ ତ ଆଉ ପୈଠ କରିବା ଦରକାର ନାହିଁ । ସେ ଦିଗରୁ ନିଶ୍ଚିନ୍ତ ହୋଇଯାଇଛୁ ସାର୍ ।

ପ୍ରଧାନମନ୍ତ୍ରୀ : ମାନେ, ବିଜୁଳି ବିଲ୍ ଦେବା ଦରକାର ନାହିଁ, ଆଉ ପୁଣି ସୁବିଧା ବି ବଢ଼ିଗଲା?

ବିପିନ୍ ଜୀ : ଝାମେଲା ଗଲା ସାର୍ । ସାର୍‌, ଆପଣ ଯେବେ ଏଠି ଆସିଥିଲେ, ଆଉ ସେହି ଥ୍ରୀଡି ଶୋ କୁ ଉଦ୍‌ଘାଟନ କଲେ, ତା ପରେ ତ ମୋଢେରା ଗାଁର ଶୋଭା ବଢ଼ିଯାଇଛି । ଆଉ, ସେ ଯେଉଁ ସେକ୍ରେଟାରୀ ମହୋଦୟ ଆସିଥିଲେ ସାର୍ ...

ପ୍ରଧାନମନ୍ତ୍ରୀ : ହଁ . . . ହଁ . . .

ବିପିନ୍ ଜୀ : ଏହି ଗାଁଟି famous ହେଇଗଲା ସାର୍ ।

ପ୍ରଧାନମନ୍ତ୍ରୀ : ଆଜ୍ଞା ହଁ । ମିଳିତ ଜାତିସଂଘର ସେକ୍ରେଟାରୀ ଜେନେରାଲଙ୍କ ନିଜର ଇଚ୍ଛା ଥିଲା । ସେ ମୋତେ ଅନୁରୋଧ କଲେ ଯେ, ଏତେ ବଡ଼ କାମ ଯେତେବେଳେ କରିଛନ୍ତି, ମୁଁ ବି ସେଠାକୁ ଯାଇ ଦେଖିବାକୁ ଚାହୁଁଛି । ହଉ, ବିପିନ୍ ଭାଇ ଆପଣଙ୍କୁ ଓ ଆପଣଙ୍କ ଗାଁର ସମସ୍ତଙ୍କୁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା । ବିଶ୍ୱବାସୀ ଆପଣଙ୍କ ଠାରୁ ପ୍ରେରଣା ଗ୍ରହଣ କରନ୍ତୁ ଓ ଏହି ସୌରଶକ୍ତିର ଅଭିଯାନ ଘରକୁ ଘର ବ୍ୟାପିଯାଉ ।

ବିପିନ୍ ଜୀ : ହଉ ଆଜ୍ଞା । ସମସ୍ତଙ୍କୁ ସୋଲାର ଲଗାଇବାକୁ ଆମେ ପ୍ରେରିତ କରିବୁ । ନିଜ ଖର୍ଚ୍ଚରେ ଲଗେଇଲେ ବି ବହୁତ ଲାଭ ହେବ ।

ପ୍ରଧାନମନ୍ତ୍ରୀ : ହଁ, ଲୋକଙ୍କୁ ବୁଝାନ୍ତୁ । ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା । ଧନ୍ୟବାଦ ଭାଇ ।

ବିପିନ୍ ଜୀ : ଥ୍ୟାଙ୍କ ୟୁ ସାର୍‌, ଥ୍ୟାଙ୍କ ୟୁ ସାର୍ । ଆପଣଙ୍କ ସହିତ କଥା ହୋଇ ମୋ ଜୀବନ ଧନ୍ୟ ହୋଇଗଲା ।

ପ୍ରଧାନମନ୍ତ୍ରୀ : ବିପିନ୍ ଭାଇଙ୍କୁ ଅନେକ ଅନେକ ଧନ୍ୟବାଦ । 

   ଆସନ୍ତୁ, ଏଥର ମୋଢେରା ଗାଁର ବର୍ଷା ଭଉଣୀଙ୍କ ସହିତ ମଧ୍ୟ କଥାହେବା ।

ବର୍ଷାବେନ୍‌ : ହ୍ୟାଲୋ, ନମସ୍କାର ସାର୍ ।

ପ୍ରଧାନମନ୍ତ୍ରୀ : ନମସ୍କାର । ନମସ୍କାର ବର୍ଷା ଭଉଣୀ । ଆପଣ କେମିତି ଅଛନ୍ତି?

ବର୍ଷାବେନ୍‌ : ମୁଁ ବହୁତ ଭଲ ଅଛି । ଆପଣ କେମିତି ଅଛନ୍ତି?

ପ୍ରଧାନମନ୍ତ୍ରୀ : ମୁଁ ବହୁତ ଭଲ ଅଛି । 

ବର୍ଷାବେନ୍‌ : ଆପଣଙ୍କ ସହିତ କଥା ହେଇ ମୁଁ ଧନ୍ୟ ହେଇଗଲି । 

ପ୍ରଧାନମନ୍ତ୍ରୀ : ହଉ ବର୍ଷା ଭଉଣୀ,

ବର୍ଷାବେନ୍‌ : ହଁ . . .

ପ୍ରଧାନମନ୍ତ୍ରୀ : ଆପଣ ମୋଢେରାର ଗୋଟିଏ ସୈନିକ ପରିବାରର ସଦସ୍ୟ । 

ବର୍ଷାବେନ୍‌ : ମୁଁ ଗୋଟିଏ ସୈନ୍ୟ ପରିବାରର । ଆର୍ମି ଏକ୍ସ-ମେନ୍ ଙ୍କ ସ୍ତ୍ରୀ କହୁଛି ସାର୍ । 

ପ୍ରଧାନମନ୍ତ୍ରୀ : ତାହେଲେ ଆଗରୁ ଭାରତର କେଉଁ କେଉଁ ଜାଗାକୁ ଯିବାର ସୁଯୋଗ ପାଇଛନ୍ତି?

ବର୍ଷାବେନ୍‌ : ମୋତେ ରାଜସ୍ଥାନ, ଗାନ୍ଧିନଗର, ଜାମ୍ମୁର କଚରା କାଂଝୋରଠାରେ ତାଙ୍କ ସହିତ ରହିବାର ସୁଯୋଗ ପାଇଲି । ସେଠାରେ ବହୁତ ସୁବିଧା ମିଳୁଥିଲା ସାର୍ । 

ପ୍ରଧାନମନ୍ତ୍ରୀ : ହଁ, ସୈନିକଙ୍କ ଘରର ହୋଇଥିବା ଯୋଗୁଁ ଆପଣ ଖୁବ ଭଲ କହିପାରୁଛନ୍ତି ।

ବର୍ଷାବେନ୍‌ : ହଁ ସାର୍‌, ଶିଖିଛି ସାର୍ ।

ପ୍ରଧାନମନ୍ତ୍ରୀ : ମୋଢେରାରେ ଏତେ ବଡ଼ ଯେଉଁ ପରିବର୍ତନ ଘଟିଲା, ଆପଣ ଯେଉଁ ସୋଲାର ରୁଫ୍ ଟପ୍ ପ୍ଳାଣ୍ଟ ଲଗାଇଲେ, ଯାହା ଆରମ୍ଭରେ ଲୋକେ କହୁଥିବେ, ସେତେବେଳେ ଆପଣ ଭାବୁଥିବେ ଯେ ଏହାର ଅର୍ଥ କ’ଣ? ଆପଣ ଏହା କ’ଣ କରିବାକୁ ଯାଉଛନ୍ତି? ଏହାଦ୍ୱାରା କ’ଣ ଲାଭ ହେବ? ଏମିତି କ’ଣ ବିଜୁଳି ଉତ୍ପାଦନ ହୋଇପାରେ? ଏସବୁ ପ୍ରଶ୍ନ ଆପଣଙ୍କ ମନରେ ଉଠିଥିବ । ଏବେ କ’ଣ ଅନୁଭବ କରୁଛନ୍ତି? ଏହାଦ୍ୱାରା କି ଲାଭ ହୋଇଛି? ଏ ବିଷୟରେ ମୋତେ କୁହନ୍ତି ।

ବର୍ଷାବେନ୍‌ : ବହୁତ ସାରା ଲାଭ, ଲାଭ ହିଁ ଲାଭ ହୋଇଛି ସାର୍ । ସାର୍‌, ଆମ ଗାଁରେ ତ ପ୍ରତିଦିନ ଦୀପାବଳି ପାଳନ କରାଯାଉଛି ଆପଣଙ୍କ ଯୋଗୁଁ । ୨୪ ଘଣ୍ଟା ଆମକୁ ବିଜୁଳି ମିଳୁଛି, ବିଲ୍ ତ ଆଦୌ ଆସୁନାହିଁ । ଆମ ଘରେ ଆମେ ସବୁ ଇଲେକ୍‌ଟ୍ରିକ୍‌ର ସବୁ ଜିନିଷ ଆଣି ରଖିଛୁ ସାର୍‌, ସବୁ ଜିନିଷ ବ୍ୟବହାର କରୁଛୁ- ଆପଣଙ୍କ ଯୋଗୁଁ ସାର୍ । ବିଲ୍ ତ ଜମା ଆସୁନାହିଁ, ତ ଆମେ ଫ୍ରି ମାଇଣ୍ଡରେ, ସବୁ ବ୍ୟବହାର କରିପାରିବା ନା!

ପ୍ରଧାନମନ୍ତ୍ରୀ ଜୀ : ଏ କଥା ଠିକ୍‌, ଆପଣ ବିଜୁଳିର ଅଧିକତମ ଉପଯୋଗ କରିବା ପାଇଁ ବି ମନ ସ୍ଥିର କରିସାରିଛନ୍ତି ।

ବର୍ଷାବେନ୍‌ : ସ୍ଥିର କରିଛି ସାର୍‌, ସ୍ଥିର କରିଛି । ଏବେ ଆମର କୌଣସି ଅସୁବିଧା ହିଁ ନାହିଁ । ଆମେ ଫ୍ରି ମାଇଣ୍ଡରେ, ସବୁ ଏଇ ଯୋଉ ୱାଶିଂମେସିନ ଅଛି, ଏସି ଅଛି ସବୁ ଚଳାଇପାରିବା ସାର୍ ।

ପ୍ରଧାନମନ୍ତ୍ରୀ ଜୀ : ଆଉ ଗାଁର ବାକି ଲୋକ ବି ଖୁସି ଅଛନ୍ତି ଏହି କାରଣରୁ?

ବର୍ଷାବେନ୍‌ : ବହୁତ ବହୁତ ଖୁସି ସାର୍ ।

ପ୍ରଧାନମନ୍ତ୍ରୀ ଜୀ : ଆଚ୍ଛା .. ଏଇ ଆପଣଙ୍କ ସ୍ୱାମୀ ତ ସେଇଠି ସୂର୍ଯ୍ୟମନ୍ଦିରରେ କାମ କରନ୍ତି? ତ ସେଠାରେ ଯୋଉ ଲାଇଟ୍ ଶୋ ହେଲା, ଏତେ ବଡ଼ କାର୍ଯ୍ୟକ୍ରମ ହେଲା ଏବଂ ଏବେ ସାରା ପୃଥିବୀରୁ ଅତିଥି ଆସୁଛନ୍ତି ।

ବର୍ଷାବେନ୍‌ : ସାରା ପୃଥିବୀର ବିଦେଶୀ ଆସିପାରିବେ ସାର୍‌, କିନ୍ତୁ ଆପଣ ପୃଥିବୀରେ ଆମର ଗାଁକୁ ପ୍ରସିଦ୍ଧ କରିଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଜୀ : ତ ଆପଣଙ୍କ ସ୍ୱାମୀଙ୍କର ଏବେ କାମ ବଢ଼ିଯାଇଥିବ ଏତେ ଅତିଥି ଯେହେତୁ ମନ୍ଦିର ଦେଖିବାକୁ ସେଠାକୁ ଆସୁଛନ୍ତି ।

ବର୍ଷାବେନ୍‌ : ହଉ! କିଛି କଥା ନାହିଁ ଯେତେ ବି କାମ ବଢ଼ୁ ... ସାର୍ କିଛି କଥା ନାହିଁ, ଏଥିପାଇଁ ଆମର କୌଣସି ଅସୁବିଧା ନାହିଁ - ଆମର ସ୍ୱାମୀଙ୍କୁ, କେବଳ ଆପଣ ଆମ ଗାଁର ବିକାଶ କରିଯାଆନ୍ତୁ ।

ପ୍ରଧାନମନ୍ତ୍ରୀ ଜୀ : ଏବେ ଗାଁର ବିକାଶ ତ ଆମ ସମସ୍ତଙ୍କୁ ମିଳିମିଶି କରିବାକୁ ପଡ଼ିବ ।

ବର୍ଷାବେନ୍‌ : ହଁ ହଁ ସାର୍ ଆମେ ଆପଣଙ୍କ ସହ ଅଛୁ ।

ପ୍ରଧାନମନ୍ତ୍ରୀ ଜୀ : ଆଉ ମୁଁ ତ ମୋଢେରାର ଲୋକଙ୍କୁ ଅଭିନନ୍ଦନ ଜଣାଇବି, କାରଣ ଗ୍ରାମବାସୀ ଏହି ଯୋଜନାକୁ ସ୍ୱୀକାର କଲେ ଏବଂ ସେମାନଙ୍କର ବିଶ୍ୱାସ ହୋଇଗଲା ଯେ ଆମେ ହିଁ ନିଜ ଘରେ ବିଜୁଳି ତିଆରି କରିପାରିବା ।

ବର୍ଷାବେନ୍‌ : ୨୪ ଘଣ୍ଟା ସାର୍ । ଆମ ଘରେ ବିଜୁଳି ଆସୁଛି ଆଉ ଆମେ ବହୁତ ଖୁସି ଅଛୁ ।

ପ୍ରଧାନମନ୍ତ୍ରୀ ଜୀ : ମୋର ଆପଣଙ୍କୁ ବହୁତ ଶୁଭକାମନା । ଯେଉଁ ଟଙ୍କା ବଞ୍ଚିଛି ଛି, ତାକୁ ପିଲାଙ୍କର ମଙ୍ଗଳ ପାଇଁ ବ୍ୟବହାର କରନ୍ତୁ । ସେହି ପଇସାର ଉପଯୋଗ ଭଲରେ ହେଉ, ଯେପରିକି ଆପଣଙ୍କ ଜୀବନକୁ ଫାଇଦା ହୋଇପାରିବ । ମୋର ଆପଣଙ୍କୁ ବହୁତ ଶୁଭକାମନା । ଆଉ ସବୁ ମୋଢେରାବାସୀଙ୍କୁ ମୋର ନମସ୍କାର ।

ବନ୍ଧୁଗଣ, 

ବର୍ଷାବେନ ଓ ବିପିନ ଭାଇ ଯାହା କହିଲେ, ତାହା ସମଗ୍ର ଦେଶ ପାଇଁ, ଗାଁ-ସହର ପାଇଁ ଏକ ପ୍ରେରଣା । ମୋଢେରାର ଏହି ଅଭିଜ୍ଞତା ସମଗ୍ର ଦେଶରେ ପ୍ରୟୋଗ କରାଯାଇପାରିବ । ସୌରଶକ୍ତି ଏବେ ଟଙ୍କା ବଞ୍ଚାଇବ ଏବଂ ଆୟ ମଧ୍ୟ ବଢ଼ାଇବ । ଜାମ୍ମୁକାଶ୍ମୀରର ଶ୍ରୀନଗରରେ ଜଣେ ସାଥୀ ଅଛନ୍ତି- ମଞ୍ଜୁର ଅହମଦ ଲର୍ହୱାଲ୍ । କାଶ୍ମୀରରେ ଥଣ୍ଡା ହେତୁ ବିଜୁଳି ଖର୍ଚ ବହୁତ ହୋଇଥାଏ । ଏହି କାରଣରୁ, ମଞ୍ଜୁର ଜୀ ନିଜ ଘରେ ସୋଲାର୍ ରୁଫ୍‌ଟପ୍ ପ୍ଲାଂଟ୍ ପ୍ରତିଷ୍ଠା କରିଛନ୍ତି । ତାଙ୍କ ଖର୍ଚ୍ଚ ଅଧାରୁ ମଧ୍ୟ କମ୍ ହୋଇଯାଇଛି । ସେହିପରି, ଓଡିଶାର ଜଣେ ଝିଅ କୁନ୍ନି ଦେଓରି, ସୌରଶକ୍ତିକୁ ନିଜ ସହିତ ଅନ୍ୟ ମହିଳାମାନଙ୍କ ରୋଜଗାରର ମାଧ୍ୟମ କରିଛନ୍ତି । କୁନ୍ନି, ଓଡ଼ିଶାର କେନ୍ଦୁଝର ଜିଲାର କରଦାପାଳ ଗାଁରେ ରହନ୍ତି । ସେ ଆଦିବାସୀ ମହିଳାମାନଙ୍କୁ ସୌରଶକ୍ତିରେ ଚାଲୁଥିବା ରିଲିଙ୍ଗ୍ ମେସିନରେ ସିଲ୍‌କ ସୂତାକଟା ତାଲିମ ଦେଇଥାନ୍ତି । ସୌରମେସିନ କାରଣରୁ ଏହି ଆଦିବାସୀ ମହିଳାଙ୍କ ଉପରେ ବିଜୁଳି ବିଲ୍‌ର ବୋଝ ପଡ଼େ ନାହିଁ ଏବଂ ସେମାନଙ୍କର ଆୟ ହେଉଛି । ଏହା ହିଁ ତ ସୂର୍ଯ୍ୟଦେବଙ୍କ ସୌରଶକ୍ତିର ବରଦାନ । ବରଦାନ ଆଉ ପ୍ରସାଦ ତ ଯେତିକି ଅଧିକ ହୁଏ, ସେତିକି ଭଲ ହୋଇଥାଏ । ସେଥିପାଇଁ ମୋର ଆପଣ ସମସ୍ତଙ୍କୁ ପ୍ରାର୍ଥନା ଯେ ଆପଣମାନେ ମଧ୍ୟ ଏଥିରେ ଯୋଡ଼ି ହୁଅନ୍ତୁ ଓ ଅନ୍ୟକୁ ମଧ୍ୟ ଯୋଡ଼ନ୍ତୁ । 

ମୋର ପ୍ରିୟ ଦେଶବାସୀଗଣ, 

ଏବେ ମୁଁ ଆପଣଙ୍କୁ ସୂର୍ଯ୍ୟଙ୍କ କଥା କହୁଥିଲି । ଏବେ ମୋର ଦୃଷ୍ଟି ମହାକାଶ ଆଡ଼କୁ ଯାଉଛି । ଏହା ଏଇଥିପାଇଁ ଯେ ଆମ ଦେଶ ସୌରକ୍ଷେତ୍ର ସମେତ ମହାକାଶ କ୍ଷେତ୍ରରେ ମଧ୍ୟ ଚମତ୍‌କାରିତା ଦେଖାଉଛି । ସମଗ୍ର ପୃଥିବୀ, ଆଜି ଭାରତର ଉପଲବ୍ଧି ଦେଖି ଆଶ୍ଚର୍ଯ୍ୟ ହେଉଛି । ଏଥିପାଇଁ ମୁଁ ଭାବିଲି, ‘ମନ୍ କୀ ବାତ୍‌’ର ଶ୍ରୋତାମାନଙ୍କୁ ଏ ସମ୍ପର୍କରେ କହି ମୁଁ ସେମାନଙ୍କର ମଧ୍ୟ ଖୁସି ବଢ଼ାଇବି । 

ବନ୍ଧୁଗଣ, 

ଏଇ କିଛିଦିନ ପୂର୍ବେ ଆପଣ ଦେଖିଥିବେ ଭାରତ ଏକାସାଙ୍ଗେ ୩୬ଟି ଉପଗ୍ରହ ମହାକାଶରେ ସ୍ଥାପିତ କରିଛି । ଦୀପାବଳିର ଠିକ୍ ଦିନକ ଆଗରୁ ମିଳିଥିବା ଏହି ସଫଳତା ଏକ ପ୍ରକାର ଆମ ଯୁବପିଢ଼ି ପକ୍ଷରୁ ଦେଶକୁ ଏକ ସ୍ୱତନ୍ତ୍ର ଦୀପାବଳି ଉପହାର । ଏହି ଉପଗ୍ରହ ପ୍ରେରଣ ଦ୍ୱାରା କାଶ୍ମୀରରୁ କନ୍ୟାକୁମାରୀ ଓ କଚ୍ଛରୁ କୋହିମା ପର୍ଯ୍ୟନ୍ତ, ସମଗ୍ର ଦେଶରେ, ଡିଜିଟାଲ୍ ସଂଯୋଗକୁ ଆହୁରି ମଜଭୁତ କରିବ । ଏହା ସାହାଯ୍ୟରେ ବହୁତ ଦୂରଦୂରାନ୍ତ ଅଞ୍ଚଳରେ ମଧ୍ୟ ଦେଶର ବାକି ଅଞ୍ଚଳ ସହିତ ସହଜରେ ଯୋଡ଼ିହୋଇପାରିବ । ଦେଶ ଯେତେବେଳେ ଆତ୍ମନିର୍ଭର ହୁଏ, ତ, କିଭଳି ସଫଳତାର ନୂଆ ଉଚ୍ଚତାରେ ପହଞ୍ଚିଯାଏ- ଏହା ତା’ର ମଧ୍ୟ ଏକ ଉଦାହରଣ । ଆପଣଙ୍କ ସହ କଥା ହେଲାବେଳେ ମୋର ସେହି ପୁରୁଣା ଦିନ ବି ମନେପଡ଼ୁଛି, ଯେତେବେଳେ ଭାରତକୁ କ୍ରାଇଓଜେନିକ୍ ରକେଟ୍ ଟେକ୍ନୋଲୋଜି ଦେବାକୁ ମନା କରିଦିଆଯାଇଥିଲା । କିନ୍ତୁ ଭାରତର ବୈଜ୍ଞାନିକଗଣ କେବଳ ସ୍ୱଦେଶୀ ଟେକ୍ନୋଲୋଜି ବିକଶିତ କଲେ ନାହିଁ, ବରଂ ଆଜି ଏହା ସାହାଯ୍ୟରେ ଏକସଂଗେ ଡଜନେ ଉପଗ୍ରହ ପ୍ରେରଣ କରୁଛନ୍ତି । ଏହି ଉପଗ୍ରହ ପ୍ରେରଣ ଦ୍ୱାରା ଭାରତ ବିଶ୍ୱ ବାଣିଜ୍ୟିକ ବଜାରରେ ଏକ ଶକ୍ତିଶାଳୀ ଖେଳାଳି ଭାବେ ଉଭା ହୋଇଛି । ଏହାଦ୍ୱାରା ମହାକାଶ କ୍ଷେତ୍ରରେ ଭାରତ ପାଇଁ ସୁଯୋଗର ନୂଆ ଦ୍ୱାର ମଧ୍ୟ ଖୋଲିଛି ।

ବନ୍ଧୁଗଣ,

ବିକଶିତ ଭାରତର ସଂକଳ୍ପ ନେଇ ଚାଲୁଥିବା ଆମର ଦେଶ, ସମସ୍ତଙ୍କ ପ୍ରୟାସରେ ହିଁ ନିଜ ଲକ୍ଷ୍ୟକୁ ହାସଲ କରିପାରିବ । ଭାରତରେ ଆଗରୁ ମହାକାଶ କ୍ଷେତ୍ର ସରକାରୀ ବ୍ୟବସ୍ଥାର ପରିସର ଭିତରେ ହିଁ ସୀମିତ ରହିଥିଲା। ଯେତେବେଳେ ଏହି ମହାକାଶ କ୍ଷେତ୍ର ଭାରତର ଯୁବକଯୁବତୀଙ୍କ ପାଇଁ, ଭାରତର ଘରୋଇ କ୍ଷେତ୍ର ପାଇଁ ଖୋଲିଦିଆଗଲା, ସେତେବେଳେ ଏଥିରେ ବୈପ୍ଳବିକ ପରିବର୍ତ୍ତନ ଆସିବାକୁ ଲାଗିଲା । ଭାରତୀୟ ଶିଳ୍ପ ଓ ଷ୍ଟାର୍ଟଅପ୍ ଏ କ୍ଷେତ୍ରରେ ନୂଆନୂଆ ସୃଜନ ଓ ନୂଆନୂଆ ପ୍ରଯୁକ୍ତି ଆଣିବାରେ ଲାଗିପଡ଼ିଛି । ବିଶେଷକରି, IN-SPACe ର ସହଯୋଗରେ ଏହି କ୍ଷେତ୍ରରେ ବଡ଼ ପରିବର୍ତନ ହେବାକୁ ଯାଉଛି । IN-SPACe ମାଧ୍ୟମରେ ବେସରକାରୀ କମ୍ପାନୀଗୁଡ଼ିକୁ ମଧ୍ୟ ନିଜର ପେଲୋଡ୍ ଓ ଉପଗ୍ରହ ପ୍ରେରଣ କରିବାର ସୁବିଧା ମିଳୁଛି । ମୁଁ ଅଧିକରୁ ଅଧିକ ଷ୍ଟାର୍ଟଅପ୍ ଓ ଇନ୍ନୋଭେଟର୍‌ମାନଙ୍କୁ ଆହ୍ୱାନ କରୁଛି ଯେ ସେମାନେ ମହାକାଶ କ୍ଷେତ୍ରରେ ଭାରତରେ ସୃଷ୍ଟି ହେଉଥିବା ଏହି ସୁଯୋଗର ସମ୍ପୂର୍ଣ୍ଣ ଲାଭ ଉଠାନ୍ତୁ । 

ମୋର ପ୍ରିୟ ଦେଶବାସୀଗଣ, 

ଯେତେବେଳେ ଛାତ୍ରଛାତ୍ରୀଙ୍କ କଥା ଆସେ, ଯୁବଶକ୍ତିର କଥା ଆସେ, ନେତୃତ୍ୱ ଶକ୍ତିର କଥା ଆସେ, ତ ଆମ ମନରେ ସେହି ଚିରାଚରିତ, ପୁରୁଣା, ବହୁତ ଗୁଡ଼ାଏ ଧାରଣା ବସା ବାନ୍ଧିଯାଇଛି । ଅନେକ ଥର ଆମେ ଦେଖୁ ଯେ ଯେତେବେଳେ ଛାତ୍ରଶକ୍ତିର କଥା ଆସେ, ସେତେବେଳେ ଏହାକୁ ଛାତ୍ରସଂଘ ନିର୍ବାଚନ ସହିତ ଯୋଡ଼ି ତା’ର ପରିସରକୁ ସୀମିତ କରିଦିଆଯାଏ । କିନ୍ତୁ ଛାତ୍ରଶକ୍ତିର ପରିସର ବହୁତ ବଡ଼, ବହୁତ ବିଶାଳ । ଛାତ୍ରଶକ୍ତି, ଭାରତକୁ ଶକ୍ତିଶାଳୀ କରିବାର ଆଧାର ଅଟେ । ଅନ୍ତତଃ, ଆଜି ଯେଉଁମାନେ ଯୁବକଯୁବତୀ, ସେମାନେ ତ ଭାରତକୁ ୨୦୪୭ ପର୍ଯ୍ୟନ୍ତ ନେଇଯିବେ । ଯେତେବେଳେ ଭାରତ ଶତାବ୍ଦୀ ପାଳନ କରିବ, ଯୁବକଯୁବତୀଙ୍କ ଏହି ଶକ୍ତି, ସେମାନଙ୍କର ପରିଶ୍ରମ, ସେମାନଙ୍କ ଝାଳ, ସେମାନଙ୍କ ପ୍ରତିଭା, ଭାରତକୁ ସେହି ଉଚ୍ଚତାକୁ ନେଇ ଯିବ, ଯେଉଁଥିପାଇଁ ଆଜି ଦେଶ ସଙ୍କଳ୍ପ ଗ୍ରହଣ କରୁଛି । ଆମର ଆଜିର ଯୁବପିଢ଼ି, ଯେଉଁଭଳି ଦେଶପାଇଁ କାର୍ଯ୍ୟ କରୁଛନ୍ତି, ଦେଶଗଠନରେ ଲାଗିପଡ଼ିଛନ୍ତି, ତାକୁ ଦେଖି ମୁଁ ବହୁତ ଭରସା କରିଛି । ଯେଉଁଭଳି ଆମର ଯୁବା ହ୍ୟାକାଥାନ୍‌ସ୍‌ରେ ସମସ୍ୟା ସମାଧାନ କରନ୍ତି, ରାତିରାତି ଉଜାଗର ରହି କାମ କରନ୍ତି, ତାହା ବହୁତ ପ୍ରେରଣାଦାୟକ । ବିଗତ ବର୍ଷରେ ଅନୁଷ୍ଠିତ ହ୍ୟାକାଥାନ୍‌ସ୍‌ରେ ଦେଶର ଲକ୍ଷଲକ୍ଷ ଯୁବକଯୁବତୀ ମିଶି ବହୁତଗୁଡ଼ାଏ ଆହ୍ୱାନର ମୁକାବିଲା କରିଛନ୍ତି, ଦେଶକୁ ନୂଆ ସମାଧାନ ଦେଇଛନ୍ତି ।

ବନ୍ଧୁଗଣ, 

ଆପଣମାନଙ୍କର ମନେଥିବ ମୁଁ ଲାଲକିଲ୍ଲାରୁ ‘ଜୟ ଅନୁସନ୍ଦାନ’ର ଘୋଷଣା କରିଥିଲି । ମୁଁ ଏହି ଦଶକକୁ ଭାରତର Techade କରିବାକୁ କହିଥିଲି ମଧ୍ୟ । ମୁଁ ଆଜି ବହୁତ ଖୁସି ଯେ ଏହାର ବାଗ୍‌ଡୋର୍ ଆଇ.ଆଇ.ଟି.ର ଛାତ୍ରମାନେ ସମ୍ଭାଳିଛନ୍ତି । ଏହି ଅକ୍ଟୋବର ମାସ ୧୪, ୧୫ ତାରିଖ ସମସ୍ତ ୨୩ଟି IIT ନିଜର Innovations ଏବଂ Research Projectକୁ ପ୍ରଦର୍ଶିତ କରିବା ପାଇଁ ପ୍ରଥମଥର ଗୋଟିଏ ମଞ୍ଚରେ ଏକତ୍ରିତ ହେଲେ । ଏହି ମେଳାରେ ସାରା ଦେଶରୁ ବଛାବଛା ଛାତ୍ର ଏବଂ ଗବେଷକମାନେ ୭୫ଟିରୁ ଅଧିକ ଉନ୍ନତ Project ପ୍ରଦର୍ଶନ କଲେ ।

Healthcare, Agriculture, Robotics, Semi Conductors, 5G Communications – ଏଭଳି ଅନେକ Themesକୁ ନେଇ Projectଗୁଡ଼ିକ ତିଆରି ହୋଇଥିଲା । କହିବାକୁ ଗଲେ, ଏ ସମସ୍ତ Projectକୁ ଏକକୁ ଆରେକ ବଳି ଥିଲେ । କିନ୍ତୁ, କେତୋଟି Project ବିଷୟରେ ମୁଁ ଆପଣମାନଙ୍କର ଧ୍ୟାନ ଆକର୍ଷଣ କରିବାକୁ ଚାହେଁ । ଉଦାହରଣ ସ୍ୱରୂପ - IIT ଭୁବନେଶ୍ୱରର ଗୋଟିଏ ଟିମ୍ ଶିଶୁମାନଙ୍କ ପାଇଁ Portable Ventilator ବିକଶିତ କରିଛନ୍ତି । ଏହା Battery ଦ୍ୱାରା ଚାଲେ ଏବଂ ଦୂରଦୂରାନ୍ତ ଅଞ୍ଚଳରେ ଏହାର ବ୍ୟବହାର ସହଜରେ କରାଯାଇପାରେ । ଏହା ସେଇ ପିଲାମାନଙ୍କର ଜୀବନ ବଞ୍ଚାଇବାରେ ବହୁତ ସହାୟକ ହୋଇପାରିବ, ଯେଉଁମାନେ ଧାର୍ଯ୍ୟ ସମୟ ପୂର୍ବରୁ ଜନ୍ମ ନେଇଥାନ୍ତି । Electric Mobility ହେଉ, Drone Technology ହେଉ ବା 5G ହେଉ, ଆମର ବହୁତ ଛାତ୍ର ଏସବୁ ସମ୍ପର୍କରେ ନୂତନ Technology ବିକଶିତ କରିବାରେ ଲାଗିପଡ଼ିଛନ୍ତି । ଅନେକଗୁଡ଼ିଏ IITମିଶି ଗୋଟିଏ ବହୁଭାଷିକ Project ରେ କାମ କରୁଛନ୍ତି, ଯାହା ସ୍ଥାନୀୟ ଭାଷାକୁ ଶିଖିବାର ଉପାୟକୁ ସହଜ କରିଦେଇଥାଏ । ଏହି Project ନୂତନ ଜାତୀୟ ଶିକ୍ଷାନୀତିର ଲକ୍ଷ୍ୟପ୍ରାପ୍ତି ଦିଗରେ ମଧ୍ୟ ବହୁତ ସହାୟକ ହେବ । ଆପଣ ଜାଣି ଖୁସିହେବେ ଯେ, IIT ମାଡ୍ରାସ ଏବଂ IIT କାନପୁର ଭାରତର ସ୍ୱଦେଶୀ 5G Test Bedକୁ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନେଇଛନ୍ତି । ଏହା ନିଶ୍ଚିତ ଭାବେ ଏକ ଗୌରବମୟ ଶୁଭାରମ୍ଭ । ମୁଁ ଆଶା କରୁଛି କି, ଆଗାମୀ ସମୟରେ ଏହିଭଳି ଆହୁରି ଅନେକ ପ୍ରଚେଷ୍ଟା ଦେଖିବାକୁ ମିଳିବ । ମୋର ଏହା ବି ବିଶ୍ୱାସ ଯେ IIT ଦ୍ୱାରା ପ୍ରେରିତ ହୋଇ ଅନ୍ୟ ସଂସ୍ଥାମାନେ ମଧ୍ୟ ଅନୁସନ୍ଧାନ ଏବଂ ବିକାଶ ସମ୍ବନ୍ଧୀୟ ନିଜର ଗତିବିଧି ବଢ଼ାଇବେ ।

ମୋର ପ୍ରିୟ ଦେଶବାସୀଗଣ; 

ପରିବେଶ ପ୍ରତି ସମ୍ବେଦନଶୀଳତା ଆମ ସମାଜର କୋଣ-ଅନୁକୋଣରେ ପରିବ୍ୟାପ୍ତ ହୋଇରହିଛି ଏବଂ ଆମେ ଏହା ଆମ ଚତୁଃପାଶ୍ୱର୍ରେ ମଧ୍ୟ ଅନୁଭବ କରିପାରିବା । ଦେଶରେ ଏଭଳି ଲୋକଙ୍କର ଅଭାବ ନାହିଁ ଯେଉଁମାନେ ପରିବେଶ ସୁରକ୍ଷା ପାଇଁ ନିଜର ସାରା ଜୀବନ ଲଗାଇ ଦେଇଥାନ୍ତି ।

କର୍ଣ୍ଣାଟକର ବେଙ୍ଗାଲୁରୁ ନିବାସୀ ସୁରେଶ କୁମାରଙ୍କଠାରୁ ଆମେ ବହୁତ କିଛି ଶିଖିପାରିବା । ତାଙ୍କଠାରେ ପ୍ରକୃତି ଏବଂ ପରିବେଶ ରକ୍ଷା ପାଇଁ ଅଦମ୍ୟ ଉତ୍ସାହ ଦେଖିବାକୁ ମିଳେ । ୨୦ ବର୍ଷ ପୂର୍ବେ ସେ ସହରର ସହକାର ନଗର ଅଂଚଳର ଗୋଟିଏ ଜଙ୍ଗଲକୁ ପୁଣିଥରେ ସବୁଜ ସୁନ୍ଦର କରି ଗଢ଼ିବାର ପ୍ରୟାସ କରିôଥଲେ । ଏହି କାମଟି ଅନେକ ସମସ୍ୟାରେ ପୂର୍ଣ୍ଣ ଥିଲା, ହେଲେ, ୨୦ ବର୍ଷ ପୂର୍ବରୁ ଲଗାଯାଇଥିବା ସେହି ଚାରାଗୁଡ଼ିକ ଆଜି ୪୦-୪୦ ଫୁଟ ଉଚ୍ଚ ବିଶାଳକାୟ ଦ୍ରୁମରେ ପରିଣତ ହୋଇଛନ୍ତି । ଆଜି ତା’ର ସୌନ୍ଦର୍ଯ୍ୟ ସମସ୍ତଙ୍କର ମନକୁ ଆକର୍ଷିତ କରୁଛି । ଏହାଦ୍ୱାରା ସେଠାରେ ରହୁଥିବା ଲୋକମାନେ ମଧ୍ୟ ବଡ଼ ଗର୍ବ ଅନୁଭବ କରିଛନ୍ତି । ସୁରେଶ କୁମାର ଜୀ ଆଉ ଗୋଟିଏ ଅଦ୍ଭୁତ କାମ ମଧ୍ୟ କରନ୍ତି । ସେ କନ୍ନଡ଼ ଭାଷା ଏବଂ ସଂସ୍କୃତିର ବିକାଶ ପାଇଁ ସହକାର ନଗରରେ ଏକ Bus Shelter ମଧ୍ୟ ତିଆରି କରିଛନ୍ତି । ସେ ଶହ ଶହ ଲୋକଙ୍କୁ କନ୍ନଡ଼ ଭାଷାରେ ଲେଖାଯାଇଥିବା Brass Plate ମଧ୍ୟ ଭେଟି ଦେଇସାରିଛନ୍ତି । ଋମକ୍ଟକ୍ଷକ୍ଟଶଚ୍ଚ ଓ ଉଙ୍କକ୍ଷଗ୍ଧଙ୍କକ୍ସର ଦୁଇଟିର ଏକସଙ୍ଗେ ବିକାଶ ହେଉ – ଭାବିଲେ ଦେଖି ଏହା କେତେବଡ଼ କଥା!

ବନ୍ଧୁଗଣ; 

ଆଜି Ecology ଏବଂ Eco-friendly Products ବିଷୟରେ ପୂର୍ବାପେକ୍ଷା ଅଧିକ ସଚେତନତା ଦେଖାଯାଉଛି । ତାମିଲନାଡୁର ଏହିଭଳି ଏକ ମନଛୁଆଁ ପ୍ରଚେଷ୍ଟା ବିଷୟରେ ମୋତେ ଜାଣିବାର ସୁଯୋଗ ମିଳିଲା । ଏହି ଗୌରବଶାଳୀ ପ୍ରଚେଷ୍ଟା କୋଏମ୍ବାଟୁର ଅନାଇକଟ୍ଟିର ଆଦିବାସୀ ମହିଳାମାନେ କରିଛନ୍ତି । ଏହି ମହିଳାମାନେ ରପ୍ତାନୀ ପାଇଁ ଦଶହଜାର Eco-friendly ଟେରାକୋଟ୍ଟାର ଚା’ କପ୍ ନିର୍ମାଣ କରିଛନ୍ତି । ଆନନ୍ଦର କଥା ଯେ, ଟେରାକୋଟ୍ଟାର ଚା’କପ୍ ତିଆରି କରିବାର ସମ୍ପୂର୍ଣ୍ଣ ଦାୟିତ୍ୱ ଏହି ମହିଳାମାନେ ହିଁ ନିର୍ବାହ କରିଛନ୍ତି । କ୍ଲେ ମିକ୍ସିଠାରୁ ଆରମ୍ଭକରି Final Packing ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଏହିପାଇଁ କରିଛନ୍ତି । ଏଥିପାଇଁ ସେମାନେ ପ୍ରଶିକ୍ଷଣ ମଧ୍ୟ ନେଇଥିଲେ । ଏଭଳି ଏକ ଅଦ୍ଭୁତ ପ୍ରୟାସର ଯେତେ ପ୍ରଶଂସା କଲେ ବି ତାହା କମ୍ ହେବ ।

ସାଥିଗଣ, ତ୍ରିପୁରାର କେତେକ ଗ୍ରାମ ମଧ୍ୟ ଆମକୁ ଖୁବ୍ ଭଲ ଶିକ୍ଷା ଦେଇଛନ୍ତି । ଆପଣମାନେ ବାୟୋଭିଲେଜ୍ ବିଷୟରେ ତ ନିଶ୍ଚୟ ଶୁଣିଥିବେ । କିନ୍ତୁ ତ୍ରିପୁରାରେ କେତେକ ଗାଆଁ, Bio Village-2ର ସୋପାନ ଅତିକ୍ରମ କରିଯାଇଛନ୍ତି । Bio Village-2ରେ ପ୍ରାକୃତିକ ବିପଦ ସମୟରେ ହେଉଥିବା କ୍ଷତିକୁ କେମିତି କମ୍ କରାଯାଇପାରିବ, ସେ ବିଷୟରେ ଅଧିକ ଧ୍ୟାନ ଦିଆଯାଇଥାଏ । ଏହାଦ୍ୱାରା ବିଭିନ୍ନ ଉପାୟରେ ଲୋକମାନଙ୍କର ଜୀବନସ୍ତରକୁ ଉନ୍ନତ କରାଇବାରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଥାଏ ।

Solar Energy, Biogas, Bee Keeping ଏବଂ Bio Fertilizer ଏସବୁ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଏ । ମୋଟଉପରେ ଯଦି ଦେଖିବା, ଜଳବାୟୁ ପରିବର୍ତ୍ତନ ବିରୋଧି ଅଭିଯାନକୁ Bio-Village-2 ଅଧିକ ମଜଭୁତ କରିଥାଏ । ଦେଶର ବିଭିନ୍ନ ଭାଗରେ ପରିବେଶ ସଂରକ୍ଷଣକୁ ନେଇ ବଢ଼ୁଥିବା ଉତ୍ସାହକୁ ଦେଖି ମୁଁ ବହୁତ ଆନନ୍ଦିତ । ଏହି କିଛିଦିନ ତଳେ ଭାରତରେ ପରିବେଶ ସୁରକ୍ଷା ପ୍ରତି ସମର୍ପିତ ମିଶନ ଲାଇପ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ମିଶନ ଲାଇଫ୍‌ର ମୂଳ ସିଦ୍ଧାନ୍ତ ହେଲା - ଆମେ ଏଭଳି ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା, ଯାହା ପରିବେଶର କ୍ଷତି କରୁନଥିବ । ମୋର ଅନୁରୋଧ ଆପଣମାନେ ମଧ୍ୟ ମିଶନ୍ ଲାଇଫକୁ ଜାଣନ୍ତୁ ଏବଂ ଆପଣେଇନେବାର ପ୍ରୟାସ କରନ୍ତୁ ।

ବନ୍ଧୁଗଣ, କାଲି ଅକ୍ଟୋବର ୩୧ ତାରିଖ ରାଷ୍ଟ୍ରୀୟ ଏକତା ଦିବସ ଅଟେ । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ଜନ୍ମଜୟନ୍ତୀର ଏକ ପୂଣ୍ୟ ଅବସର । ଏହିଦିନ ଦେଶର କୋଣ ଅନୁକୋଣରେ Run for Unity ଆୟୋଜନ କରାଯାଏ । ଏହି ଦୌଡ଼ ଦେଶର ଏକତାର ସୂତ୍ରକୁ ମଜଭୁତ କରେ ଏବଂ ଆମର ଯୁବବର୍ଗକୁ ପ୍ରେରିତ କରେ । ଏହି କିଛିଦିନ ପୂର୍ବରୁ ଆମର ଜାତୀୟ ଖେଳ ସମୟରେ ଏହିଭଳି ମନୋଭାବ ଦେଖିବାକୁ ମିଳିଥିଲା । “ଜୁଡ଼େଗା ଇଣ୍ଡିଆ ତୋ ଜିତେଗା ଇଣ୍ଡିଆ” – ଏହି Themeକୁ ନେଇ ଜାତୀୟ ଖେଳ ଏକତାର ଦୃଢ଼ ସନ୍ଦେଶ ଦେଇଥିବା ବେଳେ ଭାରତର ଖେଳସଂସ୍କୃତିକୁ ମଧ୍ୟ ପ୍ରୋତ୍ସାହନ ଦେବାର କାମ କରିଛି । ଆପଣମାନେ ଜାଣି ଖୁସି ହେବେ ଯେ ଭାରତରେ ଏ ପର୍ଯ୍ୟନ୍ତ ଯେତେ ଜାତୀୟ ଖେଳ ଆୟୋଜିତ ହୋଇଛି । ତା’ମଧ୍ୟରେ ଏ ବର୍ଷର ଖେଳ ସବୁଠାରୁ ବଡ଼ ଆୟୋଜନ ଥିଲା । ଏହି ପ୍ରତିଯୋଗିତାରେ ୩୬ଟି ଖେଳକୁ ସାମିଲ କରାଯାଇଥିଲା ଯେଉଁଥିରେ ୭ଟି ନୂତନ ଖେଳ ଏବଂ ୨ଟି ସ୍ୱଦେଶୀ ଖେଳ ଯୋଗାସନ ଏବଂ ମଲ୍ଲଖମ୍ବ ମଧ୍ୟ ସାମିଲ ହୋଇଥିଲା । ସ୍ୱର୍ଣ୍ଣପଦକ ପାଇବାରେ ଯେଉଁ ୩ଟି ଟିମ୍ ସବୁଠାରୁ ଆଗରେ ଥିଲେ – ସେମାନେ ହେଉଛନ୍ତି Servicesଟିମ୍‌, ମହାରାଷ୍ଟ୍ର ଏବଂ ହରିୟାଣା ଦଳ । ଏହି ଖେଳରେ ୬ଟି ଜାତୀୟ ରେକର୍ଡ଼ ଏବଂ ପାଖାପାଖି ୬୦ National Games Record ମଧ୍ୟ ସୃଷ୍ଟି ହେଲା । ପଦକ ଜିତିଥିବା ନୂତନ ରେକର୍ଡ ସୃଷ୍ଟି କରିଥିବା ଏବଂ ଏହି ଖେଳ ପ୍ରତିଯୋଗିତାରେ ଭାଗନେଇଥିବା ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଉଛି । ମୁଁ ଏହି ଖେଳାଳିମାନଙ୍କର ସୁନେଲି ଭବିଷ୍ୟତର କାମନା କରୁଛି ।

ବନ୍ଧୁଗଣ, ମୁଁ ସେମାନଙ୍କୁ ମଧ୍ୟ ହୃଦୟରୁ ପ୍ରଶଂସା କରିବାକୁ ଚାହେଁ, ଯେଉଁମାନେ ଗୁଜୁରାଟରେ ଆୟୋଜିତ ହୋଇଥିବା ଜାତୀୟ ଖେଳର ସଫଳ ଆୟୋଜନ ଦିଗରେ ଯୋଗଦାନ କରିଥିଲେ । ଆପଣମାନେ ଦେଖିଛନ୍ତି ଯେ’ ଗୁଜୁରାଟରେ ଜାତୀୟ ଖେଳ ନବରାତ୍ରି ସମୟରେ ହିଁ ହୋଇଥିଲା । ଏହି ଖେଳ ଆୟୋଜିତ ହେବା ପୂର୍ବରୁ ମୋ ମନରେ ପ୍ରଶ୍ନ ଉଠିଥିଲା ଯେ’ ଏ ସମୟରେ ତ ସମଗ୍ର ଗୁଜୁରାଟ ଉତ୍ସବରେ ଲାଗିରହିବ, ତେବେ ଏ ଖେଳର ଆନନ୍ଦ ସେମାନେ କିପରି ନେଇପାରିବେ? ଖେଳର ଏତେ ବଡ଼ ଆୟୋଜନ ଏବଂ ଅନ୍ୟପକ୍ଷରେ ନବରାତ୍ରିର ଗରବା ଆଦିର ସୁବ୍ୟବସ୍ଥା ଲୋକମାନେ କେମିତି କରିପାରିବେ! କିନ୍ତୁ ଗୁଜୁରାଟର ଲୋକମାନେ ଅତିଥିସତ୍କାର ଦ୍ୱାରା ସମସ୍ତଙ୍କୁ ଆନନ୍ଦିତ କରିଦେଇଥିଲେ । ଅହମ୍ମଦାବାଦରେ ଜାତୀୟ ଖେଳ ସମୟରେ ଯେଉଁଭଳି ଭାବରେ କଳା, ଖେଳ ଏବଂ ସଂସ୍କୃତିର ସଙ୍ଗମ ହେଲା, ତାହା ସମସ୍ତଙ୍କୁ ଆନନ୍ଦବିଭୋର କରିଦେଲାଭଳି ଥିଲା । ଖେଳାଳିମାନେ ମଧ୍ୟ ଦିନରେ ଖେଳ ଖେଳୁଥିବାବେଳେ ସନ୍ଧ୍ୟାରେ ଗରବା ଓ ଦାଣ୍ଡିଆର ରଙ୍ଗରେ ରଙ୍ଗୀନ ହୋଇଯାଉଥିଲେ । ସେମାନେ ଗୁଜୁରାଟୀ ଖାଦ୍ୟ ଏବଂ ନବରାତ୍ରିର ଅନେକ ଫଟୋ ସୋସିଆଲ ମିଡିଆରେ Share କରିଥିଲେ । ଏଗୁଡ଼ିକ ଆମମାନଙ୍କ ପାଇଁ ବହୁତ ଆନନ୍ଦଦାୟକ ଥିଲା । ମୋଟ ଉପରେ ଏହିଭଳି ଖେଳମାନଙ୍କ ଦ୍ୱାରା ଭାରତର ବିବିଧ ସଂସ୍କୃତି ବିଷୟରେ ଜାଣିବାକୁ ମିଳେ । ଏହା “ଏକ୍ ଭାରତ – ଶ୍ରେଷ୍ଠ ଭାରତ”ର ଭାବନାକୁ ସେତିକି ସବଳ କରେ ।

ମୋର ପ୍ରିୟ ଦେଶବାସୀଗଣ; ନଭେମ୍ବର ମାସ ୧୫ ତାରିଖରେ ଆମ ଦେଶ ଜନଜାତୀୟ ଗୌରବ ଦିବସ ପାଳନ କରିବ । ଆପଣମାନଙ୍କର ମନେଥିବ, ଗତବର୍ଷଠାରୁ ଆମର ଦେଶ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମଦିନରେ ଆଦିବାସୀ ସଂସ୍କୃତି ଏବଂ ଗୌରବକୁ ପାଳନ କରିବାର ଶୁଭାରମ୍ଭ କରିଛି । ଭଗବାନ ବିର୍ସା ମୁଣ୍ଡା ନିଜର ସ୍ୱଳ୍ପ ଜୀବନକାଳ ମଧ୍ୟରେ ଇଂରେଜ ଶାସକଙ୍କ ବିରୁଦ୍ଧରେ ଲୋକମାନଙ୍କୁ ଏକଜୁଟ କରିଦେଇଥିଲେ । ସେ ଭାରତର ସ୍ୱାଧୀନତା ଏବଂ ଆଦିବାସୀ ସଂସ୍କୃତିର ରକ୍ଷା ପାଇଁ ନିଜ ଜୀବନ ଉତ୍ସର୍ଗ କରିଦେଇଥିଲେ । ଏଭଳି ଅନେକ କିଛି ଅଛି ଯାହା ଆମେମାନେ ଧରତୀଆବା ଅର୍ଥାତ୍ ଧରିତ୍ରୀର ପିତାସମ ବିର୍ସାମୁଣ୍ଡାଙ୍କଠାରୁ ଶିଖିପାରିବା ।

ବନ୍ଧୁଗଣ, ଯେତେବେଳେ ଧରତୀ ଆବା ବିର୍ସାମୁଣ୍ଡାଙ୍କ କଥା ପଡ଼େ, ତାଙ୍କର ସ୍ୱଳ୍ପ ଜୀବନକାଳ ଉପରେ ନଜର ଦେଲେ ଆଜି ମଧ୍ୟ ଆମେ ତାଙ୍କଠାରୁ ଅନେକ କିଛି ଶିଖିପାରିବା । ଧରତୀ ଆବା ତ’ କହିଥିଲେ – ଏହି ଧରତୀ ଆମର ଏବଂ ଆମେ ଏହାର ରକ୍ଷକ । ତାଙ୍କର ଏହି ବାକ୍ୟରେ ମାତୃଭୂମି ପ୍ରତି ଆମର କର୍ତ୍ତବ୍ୟ ଭାବନା ତଥା ପରିବେଶ ପ୍ରତି ଆମର କର୍ତ୍ତବ୍ୟର ଅନୁଭବ ହୁଏ । ସେ ସବୁବେଳେ ଏହି କଥା ଉପରେ ଜୋର୍ ଦେଉଥିଲେ ଯେ’ - ଆମେ ଆଦିବାସୀ ସଂସ୍କୃତିକୁ ଭୁଲିବା ନାହିଁ; ତା’ଠାରୁ ତିଳେମାତ୍ର ଦୂରକୁ ଯିବାନାହିଁ । ଆଜି ମଧ୍ୟ ଦେଶର ଆଦିବାସୀ ସମାଜଠାରୁ ଆମେ ପ୍ରକୃତି ଏବଂ ପରିବେଶ ସମ୍ପର୍କରେ ବହୁତ କିଛି ଶିଖିପାରିବା ।

ବନ୍ଧୁଗଣ, ଗତବର୍ଷ ଭଗବାନ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ଅବସରରେ ମୋତେ ରାଞ୍ଚିର ଭଗବାନ ବିର୍ସାମୁଣ୍ଡା Museum ଉଦ୍‌ଘାଟନ କରିବାର ସୌଭାଗ୍ୟ ମିଳିଥିଲା । ମୁଁ ଆମର ଯୁବବର୍ଗକୁ ଆହ୍ୱାନ କରିବି ଯେ’ ସେମାନଙ୍କୁ ଯେତେବେଳେ ବି ସମୟ ମିଳୁଛି, ସେମାନେ ଏହାକୁ ଦେଖିବାକୁ ଯାଆନ୍ତୁ । ମୁଁ ଆପଣମାନଙ୍କୁ ଏହା ବି କହିବାକୁ ଚାହେଁ ଯେ’ ନଭେମ୍ବର ଏକ ତାରିଖ ଅର୍ଥାତ୍ ପରଦିନ ମୁଁ ଗୁଜୁରାଟ ରାଜସ୍ତାନର ସୀମାବର୍ତ୍ତୀ ମାନଗଡ଼ରେ ରହିବି । ଭାରତର ସ୍ୱାଧୀନତା ସଂଗ୍ରାମ ଏବଂ ଆମର ସମୃଦ୍ଧ ଆଦିବାସୀ ସଂସ୍କୃତିରେ ମାନଗଡ଼ର ସ୍ଥାନ ଅତି ବିଶିଷ୍ଟ । ଏହି ସ୍ଥାନରେ ୧୯୧୩ ମସିହା ନଭେମ୍ବର ମାସରେ ଏକ ଭୟାନକ ନରସଂହାର ହୋଇଥିଲା ଯେଉଁଥିରେ ଇଂରେଜମାନେ ନିର୍ମମ ଭାବରେ ସ୍ଥାନୀୟ ଆଦିବାସୀମାନଙ୍କୁ ହତ୍ୟା କରିଥିଲେ । କୁହାଯାଏ ଯେ’ ଏହି ନରସଂହାରରେ ପ୍ରାୟ ୧ ହଜାର ଆଦିବାସୀ, ଜୀବନ ହରାଇଥିଲେ । ଏହି ଜନଜାତୀୟ ଆନ୍ଦୋଳନର ନେତୃତ୍ୱ ଗୋବିନ୍ଦ ଗୁରୁଜୀ କରିଥିଲେ, ଯାହାର ଜୀବନ ପ୍ରତ୍ୟେକଙ୍କ ପାଇଁ ପ୍ରେରଣାଦାୟୀ । ଆଜି ମୁଁ ସେ ସମସ୍ତ ଆଦିବାସୀ ଶହୀଦ ଏବଂ ଗୋବିନ୍ଦ ଗୁରୁଜୀଙ୍କର ଅଦମ୍ୟ ସାହସ ଏବଂ ଶୌର୍ଯ୍ୟକୁ ପ୍ରଣାମ ଜଣାଉଛି। ଏହି ଅମୃତବେଳାରେ ଭଗବାନ ବିର୍ସାମୁଣ୍ଡା, ଗୋବିନ୍ଦ ଗୁରୁ ଏବଂ ଅନ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଆଦର୍ଶର ଅନୁପାଳନ ଯେତେ ନିଷ୍ଠାର ସହିତ କରିବା ଆମର ଦେଶ ସେତିକି ଶିଖରକୁ ଛୁଇଁଯିବ ।

ମୋର ପ୍ରିୟ ଦେଶବାସୀଗଣ । ଆସନ୍ତା ନଭେମ୍ବର ୮ ତାରିଖ ଗୁରୁପର୍ବ ହେବ । ଗୁରୁ ନାନକଙ୍କର ପ୍ରକାଶପର୍ବ ବା ଜୟନ୍ତୀ ଉତ୍ସବ ଆମମାନଙ୍କ ପାଇଁ ଯେତିକି ମହତ୍ୱପୂର୍ଣ୍ଣ ସେଥିରୁ ଆମକୁ ସେତିକି ଶିକ୍ଷା ମଧ୍ୟ ମିଳିଥାଏ । ଗୁରୁ ନାନକଦେବ ଜୀ ନିଜର ସାରାଜୀବନ ମାନବତାକୁ ଆଲୋକ ଦେବାରେ ବିତାଇଦେଲେ । ଗତ କିଛିବର୍ଷରେ ଆମ ଦେଶ ଗୁରୁମାନଙ୍କର ଜ୍ଞାନକୁ ଜନମାନସରେ ବିତରଣ କରିବା ପାଇଁ ଅନେକ ପ୍ରୟାସ କରିଛି । ଆମକୁ ଗୁରୁ ନାନକଦେବଙ୍କର ୫୫୦ତମ ପ୍ରକାଶପର୍ବ ଦେଶ ତଥା ବିଦେଶରେ ବ୍ୟାପକ ଭାବରେ ପାଳନ କରିବାର ସୌଭାଗ୍ୟ ମିଳିଥିଲା । ଦଶକ ଦଶକ ଧରି ଅପେକ୍ଷା କରିବା ପାଇଁ କର୍ତାରପୁର ସାହେବ କରିଡର୍‌ର ନିର୍ମାଣ ମଧ୍ୟ ସେତିକି ସୁଖଦ । ଏହି କିଛିଦିନ ପୂର୍ବେ ମୁଁ ହେମକୁଣ୍ଡ ସାହେବ ପାଇଁ ରୋପ ୱେ ଶିଳାନ୍ୟାସ କରିବାର ସୁଯୋଗ ପାଇଥିଲି । ଆମକୁ ଆମ ଗୁରୁମାନଙ୍କର ବିଚାରଧାରାରୁ ସଦାସର୍ବଦା ଶିଖିବାକୁ ହେବ । ସେମାନଙ୍କ ପ୍ରତି ସମର୍ପିତ ରହିବାକୁ ହେବ । ଏହିଦିନ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ମଧ୍ୟ ପାଳିତ ହେବ । ଏହିଦିନ ଆମେ ତୀର୍ଥସ୍ଥାନରେ, ନଦୀମାନଙ୍କରେ ସ୍ନାନ କରୁ – ସେବା ଓ ଦାନ ମଧ୍ୟ କରୁ । ମୁଁ ଆପଣମାନଙ୍କୁ ଏହି ପର୍ବର ହାର୍ଦ୍ଦିକ ଶୁଭକାମନା ଜଣାଉଛି । ଆଗାମୀ ଦିନମାନଙ୍କରେ କେତେକ ରାଜ୍ୟ ନିଜ ନିଜର ରାଜ୍ୟଦିବସ ମଧ୍ୟ ପାଳନ କରିବେ । ଆନ୍ଧ୍ରପ୍ରଦେଶ ନିଜର ସ୍ଥାପନା ଦିବସ ପାଳନ କରିବ । କେରଳରେ ମଧ୍ୟ ପିରାବୀ ପାଳିତ ହେବ । କର୍ଣ୍ଣାଟକରେ ବି ରାଜ୍ୟୋତ୍ସବ ପାଳନ କରାଯିବ । ସେହିଭଳି ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ହରିୟାଣା ମଧ୍ୟ ନିଜ ନିଜର ରାଜ୍ୟଦିବସ ପାଳନ କରିବେ । ମୁଁ ଏ ସମସ୍ତ ରାଜ୍ୟର ଲୋକମାନଙ୍କୁ ଶୁଭକାମନା ଜଣାଉଛି । ଆମର ସମସ୍ତ ରାଜ୍ୟମାନଙ୍କ ମଧ୍ୟରେ ଜଣେ ଅନ୍ୟଠାରୁ ଶିଖିବାର, ପରସ୍ପର ସହଯୋଗ କରିବାର ଏବଂ ମିଳିମିଶି କାମ କରିବାର ପ୍ରବୃତି ଯେତିକି ମଜଭୁତ୍ ହେବ, ଦେଶ ସେତିକି ଆଗକୁ ଯିବ । ମୋର ବିଶ୍ୱାସ, ଆମେ ଏହି ଭାବନାକୁ ନେଇ ଆଗେଇ ଚାଲିବା । ଆପଣମାନେ ନିଜ ନିଜର ଧ୍ୟାନ ରଖନ୍ତୁ, ସୁସ୍ଥ ରୁହନ୍ତୁ । ‘ମନ୍ କି ବାତ୍‌’ରେ ଆଗାମୀ ସାକ୍ଷାତ ପର୍ଯ୍ୟନ୍ତ ମୋତେ ଆଜ୍ଞା ଦିଅନ୍ତୁ ।

ନମସ୍କାର, ଧନ୍ୟବାଦ ।

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PMAY-U Nears 1.25 Crore Homes: Top 10 States With The Highest PMAY-U Completion Rates

Media Coverage

PMAY-U Nears 1.25 Crore Homes: Top 10 States With The Highest PMAY-U Completion Rates
NM on the go

Nm on the go

Always be the first to hear from the PM. Get the App Now!
...
PM chairs 52nd PRAGATI Meeting
June 24, 2026
PM reviews four key infrastructure projects worth around ₹30,000 crore spanning four states across Road, Power, Industrial Corridor and Metro Rail sectors
PM emphasises use of PM GatiShakti National Master Plan and timely updation of project, utility and infrastructure data on the portal for efficient planning
PM asks Ministries and State Governments to resolve pending issues in a mission-mode manner and ensure close monitoring
PM reviews TB Mukt Bharat Abhiyan and emphasizes need to leverage latest digital technologies including AI
PM reviews grievances related to Cyber Crime and Digital Arrest and stresses timely action, coordinated response and e-Zero FIR registration mechanism

Prime Minister Shri Narendra Modi chaired the 52nd meeting of PRAGATI, the ICT-enabled, multi-modal platform aimed at fostering Pro-Active Governance and Timely Implementation, by seamlessly integrating efforts of the Central and State Governments, earlier today at Seva Teerth.

During the meeting, the Prime Minister reviewed four critical infrastructure projects across the Road, Power, Industrial Corridor and Metro Rail sectors, covering four States and costing around ₹30,000 crore. These projects, important for economic growth, regional connectivity, industrial development and public welfare, were reviewed with focus on timelines, inter-agency coordination, issue resolution and timely completion.

Prime Minister underlined that delays in infrastructure projects not only lead to cost escalation, but also deprive people and industries of timely benefits. He asked the concerned Ministries and State Governments to resolve pending issues in a mission-mode manner and ensure close monitoring at the highest level.

Prime Minister emphasised the use of PM GatiShakti National Master Plan for efficient planning and timely implementation of infrastructure projects. He also underlined the need for regular and timely updation of project details, utilities, infrastructure layers, clearances and other field-level information on the portal. He further emphasised that the platform must reflect the latest ground situation so that bottlenecks can be identified in advance, inter-agency coordination can be improved and decisions can be taken on the basis of reliable, real-time data.

Prime Minister reviewed TB Mukt Bharat Abhiyan and emphasised the need to leverage latest digital technologies including Artificial Intelligence. He suggested a team of NCC cadets and MY Bharat volunteers, for awareness, patient follow-up and community mobilisation.

Prime Minister also reviewed grievances related to Cyber Crime and Digital Arrest. He expressed concern over the rising misuse of digital platforms to defraud citizens and stressed that such matters require coordinated, sensitive and time-bound handling by all concerned agencies. He noted that citizens should not be made to run from one department or agency to another. He also emphasized the need for clear ownership, faster response, better coordination among law enforcement agencies, banks and digital platforms, and stronger public awareness campaigns.

Prime Minister observed that in cases involving cyber fraud, timely action is crucial to prevent financial loss and restore public confidence. He asked all stakeholders to work in close coordination to strengthen prevention, reporting, investigation and grievance redressal mechanisms. He also emphasised that States should work towards enabling e-Zero FIR mechanisms for faster registration and response in cyber fraud cases.