PM Modi’s two schemes to promote cashless transactions a Christmas gift to remember
Lucky Grahak Yojana and Digi Dhan Vyapar Yojana to boost cashless transactions in the country
Niti Aayog announces, daily, weekly & mega-wards for digital transactions

ଉପଭୋକ୍ତା ଏବଂ ବ୍ୟାପାରୀ, ଯେଉଁମାନେ ନିଜସ୍ୱ ଖର୍ଚ୍ଚ ପାଇଁ ଡିଜିଟାଲ ଉପକରଣ ବ୍ୟବହାର କରି ଦେୟ ପଇଠ କରିଥିବେ ସେମାନଙ୍କ ପାଇଁ ନୀତି ଆୟୋଗ ‘ଲକି ଗ୍ରାହକ ଯୋଜନା’ ଏବଂ ‘ଡିଜି-ଧନ ବ୍ୟାପାର’ ନାମକ ଦୁଇଟି ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନା ଚଳିତ ଡିସେମ୍ବର ୨୫ ତାରିଖରେ ବଡଦିନ ପର୍ବ ଉପହାର ଭାବେ କାର୍ଯ୍ୟକାରୀ କରାଯିବ ଏବଂ ୨୦୧୭ ଏପ୍ରିଲ ୧୪ ତାରିଖରେ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ମେଗା ଡ୍ର ଘୋଷଣା କରାଯିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଗ୍ରାହକ ଏବଂ ବ୍ୟବସାୟୀଙ୍କୁ ଦୁଇଟି ଗୋଷ୍ଠୀ ଭାବେ ଚୟନ କରାଯିବ । ଏହି ଯୋଜନାରେ ପ୍ରାଥମିକ ସ୍ତରରେ (୧୪ ଏପ୍ରିଲ ୨୦୧୭) ମଧ୍ୟରେ ୩୪୦ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି ।

ଏହି ଯୋଜନା ବିଶେଷ ଭାବେ ଡିଜିଟାଲ ଦେୟ କ୍ଷେତ୍ରରେ ଗରିବ, ନିମ୍ନ ମଧ୍ୟବିତ ବର୍ଗ ଏବଂ ଛୋଟ ବ୍ୟବସାୟୀମାନଙ୍କୁ ଡିଜିଟାଲ ଦେୟ ପଇଠ ବ୍ୟବସ୍ଥା ସହ ଓତୋପ୍ରୋତ ଭାବେ ଜଡିତ କରିବା ପାଇଁ ଉଦ୍ଦିଷ୍ଟ । ନୀତି ଆୟୋଗଙ୍କ ନିଷ୍ପତି ଅନୁସାରେ National Payment Corporation of India ଏହି ଯୋଜନାକୁ କାର୍ଯ୍ୟକାରୀ କରିବେ । ଏହି ଯୋଜନାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଡିଜିଟାଲ ନେଣଦେଣ ପାଇଁ ବ୍ୟବହାରିକ ପରିବର୍ତ୍ତନ କରିବା ଯାହାଦ୍ୱାରା ସମାଜର ପ୍ରତ୍ୟେକ ସ୍ତରରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିବ । ଏହି ବ୍ୟବସ୍ଥା ସମାଜର ସମସ୍ତ ବର୍ଗର ଲୋକ ଏବଂ ସେମାନଙ୍କ ବ୍ୟବହାରିକ ଶୈଳୀକୁ ଦୃଷ୍ଟିରେ ରଖି କରାଯାଇଛି । ଉଦାହରଣ ସ୍ୱରୁପ, ଗରିବରୁ ଅତି ଗରିବ ଲୋକ ୟୁଏସଏସଡିର ବ୍ୟବହାର କରିବା ଦ୍ୱାରା ସେ ପୁରସ୍କାରର ପାତ୍ର ହୋଇପାରିବେ । ଗ୍ରାମାଂଚଳର ଲୋକମାନେ ଏଇପିଏସ ଯୋଜନା ଜରିଆରେ ଭାଗ ନେଇପାରିବେ ।

‘ଲକି ଗ୍ରାହକ’ ଯୋଜନା ଅଧିନରେ ପ୍ରତ୍ୟେକ ଦିନ ପୁରସ୍କାର ଭାବେ ୧ ହଜାର ଟଙ୍କା ଲେଖାଏଁ ୧୫ ହଜାର ଭାଗ୍ୟଶାଳୀ ଗ୍ରାହକଙ୍କୁ ୧୦୦ ଦିନ ପର୍ଯ୍ୟନ୍ତ ପ୍ରଦାନ କରାଯିବ । ଯେଉଁ ଗ୍ରାହକ ୟୁପିଆଇ, ୟୁଏସଏସଡି, ଏଇପିଏସ ଏବଂ ରୂପେ (RuPay) କାର୍ଡ ଜରିଆରେ କେବଳ ନେଣଦେଣ କରିଥିବେ ସାପ୍ତାହିକ ପୁରସ୍କାର ବାବଦରେ ୧ ଲକ୍ଷ, ୧୦ ହଜାର ଏବଂ ୫ ହଜାର ଟଙ୍କା ପ୍ରଦାନ କରାଯିବ ।

ସେହିଭଳି ବ୍ୟବସାୟୀମାନଙ୍କ ପାଇଁ ‘ଡିଜି-ଧନ ବ୍ୟାପାର’ ଯୋଜନାରେ ନିଜ ବ୍ୟାପାର କ୍ଷେତ୍ରରେ ସମସ୍ତ ନେଣଦେଣ ଡିଜିଟାଲ ଜରିଆରେ କରିଥିବେ ତେବେ ତାଙ୍କୁ ପୁରସ୍କୃତ କରାଯିବ । ସେହିଭଳି ସାପ୍ତାହିକ ପୁରସ୍କାର ଭାବେ ୫୦ ହଜାର, ୫ ହଜାର ଏବଂ ୨,୫୦୦ ଟଙ୍କା ପ୍ରଦାନ କରାଯିବ । ମେଗା ଡ୍ର ର ଘୋଷଣା ଆମ୍ବେଦକରଙ୍କ ଜୟନ୍ତୀ ଏପ୍ରିଲ ୧୪, ୨୦୧୭ରେ କରାଯିବ । ଗ୍ରାହକମାନଙ୍କ ପାଇଁ ୩ଟି ମେଗା ପୁରସ୍କାର ପ୍ରଦାନ ଯୋଜନା କରାଯାଇଛି । ଏଥିପାଇଁ ୮ ନଭେମ୍ବର, ୨୦୧୬ ରୁ ୧୩ ଏପ୍ରିଲ ୨୦୧୭ ମଧ୍ୟରେ ଡିଜିଟାଲ ନେଣଦେଣ କରିଥିବା ଗ୍ରାହକଙ୍କୁ ୧ କୋଟି, ୫୦ ଲକ୍ଷ ଏବଂ ୨୫ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ।

ସେହିଭଳି ନଭେମ୍ବର ୮, ୨୦୧୬ ରୁ ୧୩ ଏପ୍ରିଲ ୨୦୧୭ ମଧ୍ୟରେ ଡିଜିଟାଲ ନେଣଦେଣ କରିଥିବା ବ୍ୟବସାୟୀମାନଙ୍କ ପାଇଁ ୫୦ ଲକ୍ଷ, ୨୫ ଲକ୍ଷ, ୧୨ ଲକ୍ଷ ଟଙ୍କାର ତିନୋଟି ମେଗା ପୁରସ୍କାରର ଘୋଷଣା ୧୪ ଏପ୍ରିଲ, ୨୦୧୭ରେ କରାଯିବ ।

ଏହି ଯୋଜନାର ଲକ୍ଷ୍ୟ ଛୋଟ ନେଣଦେଣ ଉପରେ ରହିଛି ଯାହା ୫୦ ଟଙ୍କାରୁ ୩ ହଜାର ଟଙ୍କା ମଧ୍ୟରେ ହୋଇଥିବ । ଗ୍ରାହକ ଏବଂ ବ୍ୟାପାରୀମାନଙ୍କ ମଧ୍ୟରେ, ଗ୍ରାହକ ଏବଂ ସରକାରୀ ସଂସ୍ଥାଗୁଡିକ ମଧ୍ୟରେ ଏବଂ ସମସ୍ତ ଏଇପିଏସ ନେଣଦେଣ ପ୍ରୋତ୍ସାହନ ଯୋଜନା ପାଇଁ ବିଚାରକୁ ନିଆଯିବ ।

ଏହି ଯୋଜନାରେ ବିଜେତା ଏନସିପିଆଇ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ ସଫ୍ଟୱେୟାର ଜରିଆରେ ଚୟନ କରାଯିବ । ନେଣଦେଣ ସଂପୂର୍ଣ୍ଣ ହେବା ପରେ ସ୍ୱତଃପ୍ରବୃତ ଭାବେ ବିଜେତାଙ୍କ ନାମ ସଫ୍ଟୱେୟାର ଜରିଆରେ ଉପଲବ୍ଧ ହେବ । ଏହି କାର୍ଯ୍ୟକୁ ଆହୁରୀ ବିସ୍ତାରିତ କରିବା ପାଇଁ ସମୀକ୍ଷା କରାଯାଉଛି । ଭାରତର ଆର୍ଥିକ ଇତିହାସରେ ଏହା ଏକ ଯୁଗାନ୍ତକାରୀ ମୁହୂର୍ତ୍ତ ଯେତେବେଳେ ଆମ ଦେଶ ପୁରୁଣା ଅଭ୍ୟାସ ବଦଳାଇ ଦୃତ ଗତିରେ ନୂତନ ସାଧନକୁ ଆପଣାଇବା ଦିଗରେ ଅଗ୍ରସର ହେଉଛି, ଯାହା ଆମକୁ ଆଧୂନିକ ଯୁଗ ଆଡକୁ ବାଟ କଢାଉଥିବା ଉପଲବ୍ଧି ହେଉଛି ।

ଭାରତ ସରକାର ବିଗତ ଅଢେଇ ବର୍ଷ ମଧ୍ୟରେ ଭ୍ରଷ୍ଟାଚାର ଏବଂ କଳାଟଙ୍କା ସଙ୍କଟ ଦୂର କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । କମ୍ ନଗଦ ନେଣଦେଣ ଏବଂ ଅଧିକ ଡିଜିଟାଲ ଦେୟ ପାଇଁ ଫେବୃଆରୀ ୨୦୧୬ରେ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ହୋଇଥିଲା । ପ୍ରଧାନମନ୍ତ୍ରୀ ମଇ ୨୦୧୬ରେ ‘ମନ କି ବାତ୍’ରେ ନିଜ ସମ୍ବୋଧନରେ ଏହା ଉପରେ ଆଲୋକପାତ କରି ନଗଦ ଦେୟକୁ କମ କରି ଡିଜିଟାଲ ଦେୟ ଉପରେ ଗୁରୁତ୍ୱ ପ୍ରଦାନ ପାଇଁ ଆହ୍ୱାନ କରିଥିଲେ । ସେ କହିଥିଲେ ଯେ ଯଦି ଆମେ ନଗଦ ନେଣଦେଣକୁ କମ କରି ଶିଖିବା ତେବେ ଆମର ଏହା ଅଭ୍ୟାସରେ ପରିଣତ ହୋଇପାରିବ ଏବଂ ଆମକୁ ଆଉ ନୋଟର ଆବଶ୍ୟକତା ପଡିବ ନାହିଁ । ଏହାଦ୍ୱାରା ବ୍ୟାପାର ସ୍ୱଚ୍ଛ ଏବଂ ସ୍ୱତଃପ୍ରବୃତ ଭାବେ ଚାଲିବ । ଅନୈତିକ ଭାବେ ନେଣଦେଣ ବନ୍ଦ ହେବା ସହ କଳାଟଙ୍କାର ପ୍ରଭାବ ମଧ୍ୟ କମ ହୋଇପାରିବ । ତେଣୁ ମୁଁ ମୋ ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିବି ଯେ ଆମେ ଏହାର ଆରମ୍ଭ କରୁଛୁ । ଥରେ ଆମେ ଆରମ୍ଭ କଲେ, ଆଗକୁ ଏହା ସରଳ ହେବ । ୨୦ ବର୍ଷ ପୂର୍ବେ କେହି ଚିନ୍ତା କରିନଥିଲେ ଯେ ଆମ ପାଖରେ ଅନେକ ମୋବାଇଲ ଉପଲବ୍ଧ ହେବ । ଧୀରେ ଧୀରେ ଆମର ଏହା ଏକ ଅଭ୍ୟାସରେ ପରିଣତ ହେବ ଏବଂ ଯାହାକି ବର୍ତ୍ତମାନ ଆମେ ଏହା ବ୍ୟତୀତ ରହିପାରୁନାହୁଁ । ବୋଧହୁଏ ନଗଦ ବିହୀନ ସମାଜର ଏକାଭଳି ସ୍ୱରୁପ ହୋଇପାରେ । କିନ୍ତୁ ଏହା ଯେତେଶୀଘ୍ର ହେବ, ସେତେ ଭଲ । ଏଠାରେ ଉଲ୍ଲେଖନୀୟ ଯେ ଏହି ଦିଗରେ ସରକାରଙ୍କ ଜନଧନ ବ୍ୟାଙ୍କ ପାସବୁକ ଖୋଲିବା, ଆଧାର ପାଇଁ ବୈଧାନିକ ବ୍ୟବସ୍ଥା, ସିଧାସଳଖ ଲାଭାଂଶ ବ୍ୟାଙ୍କ ପାସବୁକ ଜରିଆରେ ପ୍ରଦାନ, ରୂପେ କାର୍ଡର ଶୁଭାରମ୍ଭ ଏବଂ ଅଣହିସାବ ଟଙ୍କା ବିଷୟରେ ତଥ୍ୟ ପ୍ରକାଶିତ କରିବା ଯୋଜନା, ୫୦୦ ଏବଂ ୧୦୦୦ ଟଙ୍କାର ବିମୁଦ୍ରୀକରଣ ପ୍ରମୁଖ ପଦକ୍ଷେପ ଗୋଟିଏ ଗୋଟିଏ ମାଇଲଖୁଂଟ । ବିମୁଦ୍ରୀକରଣ ପରେ ନଭେମ୍ବର ୯ ତାରିଖରୁ ଦେଶସାରା ନେଣଦେଣର ମାତ୍ରା ଡିଜିଟାଲ ଦେୟ ଜରିଆରେ କରାଯିବାର ଚାହିଦା ବୃଦ୍ଧି ପାଇଛି ।

ଭାରତର ନିଜସ୍ୱ ବ୍ୟବହାର ୯୫ ପ୍ରତିଶତ ନଗଦ ଆଧାରୀତ ଲେଭି ଏବଂ କରକୁ ପ୍ରୋତ୍ସାହିତ କରିବା ପାଇଁ ଦେଶର କ୍ଷମତା ସୀମିତ କରାଯିବା ଏକ ବଡ ଆନୁଷ୍ଠାନିକ ଅର୍ଥବ୍ୟବସ୍ଥାର ଆରମ୍ଭ କରିଛି । ଡିସେମ୍ବର ୮ ତାରିଖରେ ଭାରତ ସରକାର ଡିଜିଟାଲ ଦେୟ ପାଇଁ ବିଭିନ୍ନ ପଦକ୍ଷେପ ବିଷୟରେ ଘୋଷଣା କରିଥିଲେ ।

(https://twitter.com/PMOIndia/status/807069075616608256) ଅର୍ଥବ୍ୟବସ୍ଥାରେ ପାରଦର୍ଶୀତା ବୃଦ୍ଧି କରିବା ଏବଂ ରାଜନୀତିକ ତଥା ଆର୍ଥିକ ପ୍ରଣାଳୀରେ ନଗଦ ଅର୍ଥର କୁପ୍ରଭାବକୁ ଦୂର କରିବା ପାଇଁ ଏହା ଜରୁରୀ । ଏହାଦ୍ୱାରା ଗ୍ରାହକମାନଙ୍କୁ ଡିଜିଟାଲ ଦେୟ ପାଇଁ ପ୍ରୋତ୍ସାହନ ମିଳିବା ସହ ତାଙ୍କ ବ୍ୟବହାରିକ ପରିବର୍ତ୍ତନ ମଧ୍ୟ ହୋଇପାରିବ । ଏବେ ୟୁପିଆଇ, ୟୁଏସଏସଡି, ରୂପେ କାର୍ଡ ଏବଂ ଆଧାର ସକ୍ଷମ ଦେୟ ପ୍ରଣାଳୀ ଭଳି ଡିଜିଟାଲ ମାଧ୍ୟମରେ ବ୍ୟାପାରର ନେଣଦେଣ କରାଯିବା ସମ୍ଭବ ହୋଇପାରିଛି । ଭାରତ ଭଳି ଦେଶ ଯେଉଁଠାରେ ୬୫ ପ୍ରତିଶତ ଲୋକ ୩୫ ବର୍ଷରୁ କମ ବୟସର, ଯାହାଙ୍କର ସୂଚନା ପ୍ରଯୁକ୍ତି ଉପରେ ଥିବା ଅପୂରନ୍ତ ଜ୍ଞାନ ଏବଂ ଗରିବ ତଥା ଶିକ୍ଷାଲାଭ କରିନଥିବା ଲୋକମାନେ ଇଭିଏମ ମେସିନରେ ତାଙ୍କ ମତଦାନ ସାବ୍ୟସ୍ତ କରିପାରୁଛନ୍ତି, ସେମାନଙ୍କ ଦ୍ୱାରା ଏହି ପରିବର୍ତ୍ତନ ନିଶ୍ଚିତ ଭାବେ ସମ୍ଭବପର ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Defence ministry inks Rs 5,083 cr pact for acquisition of six Mk-III light helicopters and missiles

Media Coverage

Defence ministry inks Rs 5,083 cr pact for acquisition of six Mk-III light helicopters and missiles
NM on the go

Nm on the go

Always be the first to hear from the PM. Get the App Now!
...
Prime Minister thanks President Emmanuel Macron for Holi greetings
March 04, 2026

The Prime Minister, Shri Narendra Modi, today thanked the President of the French Republic, H.E. Emmanuel Macron, for his Holi greetings.

Responding to the X post of French President about Holi Greetings, Shri Modi posted on X;

“बहुत-बहुत धन्यवाद, मेरे मित्र!

होली के पावन अवसर पर आपको और फ्रांस के लोगों को ढेर सारी खुशियां और समृद्धि की हार्दिक शुभकामनाएं।”