Mr. Tharman Shanmugaratnam, Deputy Prime Minister of Singapore meets PM Modi
 

ସିଙ୍ଗାପୁର ଉପ-ପ୍ରଧାନମନ୍ତ୍ରୀ ମିଷ୍ଟର ଥର୍ମାନ ସନମୁଗରତ୍ନମ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ଅକ୍ଟୋବର 2016ରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ମିଷ୍ଟର ଲୀ ହସିଏଁ ଲୁଙ୍ଗଙ୍କ ସଫଳ ଭାରତ ଗସ୍ତକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଏବଂ ଶିଖର ସମ୍ମିଳନୀରେ ଉଭୟ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିର କାର୍ଯ୍ୟକାରିତାକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ ।

ଭାରତରେ ବସ୍ତୁ ଓ ସେବା କର ପ୍ରଣାଳୀର ସଫଳ ଶୁଭାରମ୍ଭ ପାଇଁ ମିଷ୍ଟର ସନମୁଗରତ୍ନମ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।  ଆର୍ଥିକ କ୍ଷେତ୍ରରେ ଦ୍ଵିପାକ୍ଷିକ ସମ୍ପର୍କର ପ୍ରଗତି ନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ପୁଞ୍ଜିନିବେଶ, ନଗର ଉନ୍ନୟନ, ବେସାମରିକ ବିମାନ ଚଳାଚଳ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଦ୍ଵିପାକ୍ଷିକ ସହଯୋଗକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

 

ଦୁଇ ନେତା ବ୍ୟାଙ୍କିଙ୍ଗ, ଡିଜିଟାଲ ଅର୍ଥବ୍ୟବସ୍ଥା, ପର୍ଯ୍ୟଟନ ଏବଂ ନବସୃଜନ କ୍ଷେତ୍ରରେ ଥିବା ବ୍ୟାପକ ସୁଯୋଗକୁ ତର୍ଜମା କରିବା ସହ ଦ୍ଵିପାକ୍ଷିକ ସଂପର୍କକୁ ଆଗକୁ ବଢାଇବା ଲାଗି ଆଲୋଚନା କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Somnath Swabhiman Parv: “Feeling blessed to be in Somnath, a proud symbol of our civilisational courage,” says PM Modi

Media Coverage

Somnath Swabhiman Parv: “Feeling blessed to be in Somnath, a proud symbol of our civilisational courage,” says PM Modi
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 11, 2026
January 11, 2026

Dharma-Driven Development: Celebrating PM Modi's Legacy in Tradition and Transformation