ଭାରତରେ ନୂତନ ଭାବେ ନିଯୁକ୍ତ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ ଶ୍ରୀ ସେର୍ଗିଓ ଗୋର ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ଗୋରଙ୍କୁ ତାଙ୍କ ଆଗାମୀ ସଫଳ କାର୍ଯ୍ୟକାଳ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ତାଙ୍କ କାର୍ଯ୍ୟକାଳ ଭାରତ-ଆମେରିକା ସମନ୍ୱିତ ବୈଶ୍ୱିକ ରଣନୀତିକ ସହଭାଗିତାକୁ ସୁଦୃଢ଼ କରିବ ବୋଲି ଆଶା ପ୍ରକାଶ କରିଥିଲେ ।
ପ୍ରଧାନମନ୍ତ୍ରୀ ଏକ୍ସର ଏକ ପୋଷ୍ଟରେ କହିଛନ୍ତି;
“ଭାରତରେ ଯୁକ୍ତରାଷ୍ଟ୍ର ଆମେରିକାର ନୂତନ ରାଷ୍ଟ୍ରଦୂତ ଶ୍ରୀ ସେର୍ଗିଓ ଗୋରଙ୍କୁ ଭେଟି ଖୁସି ହେଲି । ମୋର ଦୃଢ଼ ବିଶ୍ୱାସ ତାଙ୍କ କାର୍ଯ୍ୟକାଳ ଭାରତ-ଆମେରିକା ସମନ୍ୱିତ ବୈଶ୍ୱିକ ରଣନୀତିକ ସହଭାଗିତାକୁ ସୁଦୃଢ଼ କରିବ ।
@SergioGor”
Glad to receive Mr. Sergio Gor, Ambassador-designate of the US to India. I’m confident that his tenure will further strengthen the India–US Comprehensive Global Strategic Partnership.@SergioGor pic.twitter.com/WSzsPxrJXv
— Narendra Modi (@narendramodi) October 11, 2025


