ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ମିଃ. ନିକୋଲାସ ସାର୍କୋଜି ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି । ଭାରତରେ ବିମୁଦ୍ରୀକରଣର ସଫଳ ରୂପାୟନ ଏବଂ ସାମ୍ପ୍ରତିକ ରାଜ୍ୟ ବିଧାନସଭା ନିର୍ବାଚନଗୁଡିକରେ ଦଳର ବିପୁଳ ବିଜୟ ହେତୁ ମିଃ. ସାର୍କୋଜି ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ମଧ୍ୟ ମିଃ. ସାର୍କୋଜିଙ୍କୁ ତାଙ୍କ ପୁସ୍ତକ “Tout pour la France” ର ସଫଳ ପ୍ରକାଶନ ହେତୁ ଶୁଭେଚ୍ଛା ଜଣାଇଥିଲେ ।
ଦୁଇ ନେତା ସାକ୍ଷାତ ଆଲୋଚନା କାଳରେ ଆଞ୍ଚଳିକ ଏବଂ ପାରସ୍ପରିକ ସ୍ୱାର୍ଥ ଜଡିତ ବୈଶ୍ୱିକ ବ୍ୟାପାର ସମ୍ପର୍କରେ ବିସ୍ତୃତ ଭାବେ କଥାବାର୍ତ୍ତା ହୋଇଥିଲେ ।
Former President of France, Mr. @NicolasSarkozy met PM @narendramodi in New Delhi. pic.twitter.com/oADA6oPWC3
— PMO India (@PMOIndia) March 18, 2017


